ସେ ପାରିରେ ମହାରଥୀ: ତାଙ୍କୁ ଝୁରୁଛନ୍ତି ହସଖୁସିର ପରିବାର, ରଙ୍ଗମଞ୍ଚ ଓ ରାଜନୀତି, ପିପିଲିର ଜନତା

ରାଜ୍ୟ ରାଜନୀତି ଓ ରଙ୍ଗମଞ୍ଚର ଦମଦାର୍ ଚେହେରା ପ୍ରଦୀପ ମହାରଥୀଙ୍କ ଅବର୍ତ୍ତମାନରେ ଉଭୟ ସ୍ଥାନରେ ସୃଷ୍ଟି ହୋଇଛି ଏକ ବଡ଼ ଶୂନ୍ୟ ସ୍ଥାନ । ପ୍ରଫେସନାଲ୍ ଜୀବନରେ ରୋକ୍-ଠୋକ୍ କଥା କହୁଥିବା ମହାରଥୀଙ୍କ ବ୍ୟକ୍ତିଗତ ଓ ପାରିବାରିକ ଜୀବନ ଥିଲା ସରଳ ଓ ସୁନ୍ଦର ।

ସେ ପାରିରେ ମହାରଥୀ: ତାଙ୍କୁ ଝୁରୁଛନ୍ତି ହସଖୁସିର ପରିବାର, ରଙ୍ଗମଞ୍ଚ ଓ ରାଜନୀତି, ପିପିଲିର ଜନତା
ଝିଅ ପଲ୍ଲବୀର ବିବାହୋତ୍ସବରେ ତା’ ସହିତ ପ୍ରଦୀପ ମହାରଥୀ
  • News18 Odia
  • Last Updated: October 6, 2020, 11:17 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର/ପିପିଲି: କଳିଙ୍ଗ ଗଣନାଟ୍ୟର ମାଲିକ ତଥା ପିପିଲିରୁ ସାତ ସାତ ଥର ବିଧାୟକ ରହିଥିବା ପ୍ରଦୀପ ମହାରଥୀଙ୍କ ବିୟୋଗରେ ଯେ କେବଳ ବିଜୁ ଜନତା ଦଳର କ୍ଷତି ହୋଇଛି ତାହା ନୁହେଁ । ରାଜ୍ୟର ରଙ୍ଗମଞ୍ଚ ଜଗତ ଓ ରାଜନୈତିକ ମହଲରେ, ବିଶେଷତଃ ପିପିଲିର ରାଜନୀତିରେ, ଏକ ବଡ଼ ଶୂନ୍ୟ ସ୍ଥାନ ସୃଷ୍ଟି ହୋଇଛି । ତାଙ୍କ ହସଖୁସି ଭରା ପରିବାର ସମେତ ପିପିଲିର ଜନତା ଝୁରିହେଉଛନ୍ତି ତାଙ୍କୁ ।

୬୫ ବର୍ଷ ବୟସରେ ପରଲୋକକୁ ଚାଲିଯାଇଥିବା ପ୍ରଦୀପ ପିପିଲିର ପାଣିଦୋଳା ପଞ୍ଚାୟତର ଖୋରାପଦା ଗ୍ରାମରେ ୧୯୫୫ ଜୁଲାଇ ୪ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ତାଙ୍କ ବାପା ଥିଲେ ଜଣେ ଇଞ୍ଜିନିୟର – ଗୋକୁଳାନନ୍ଦ ମହାରଥୀ । ବାପା ଗୋକୁଳାନନ୍ଦ ଓ ମା’ ପ୍ରେମ ମଞ୍ଜରୀ ଦେବୀଙ୍କ ତିନି ପୁଅଙ୍କ ଭିତରୁ ବଡ଼ ଥିଲେ ପ୍ରଦୀପ । ସେ ନିଜ ଡାକ ନାଁ ‘ନଟୁ’ ଓ ‘ନଟୁଭାଇ’ରେ ପିଲିଲି ଅଞ୍ଚଳରେ ଖୁବ୍‌ ଜନପ୍ରିୟ ଥିଲେ ।

ପ୍ରଦୀପଙ୍କ ଦୁଇ ଭାଇ ହେଉଛନ୍ତି ବଧୁ ମହାରଥୀ ଓ ମିଟୁ ମହାରଥୀ । ବଧୁ ମହାରଥୀ ଫାର୍ମ ହାଉସ କଥା ବୁଝୁଥିବା ବେଳେ ମିଟୁ ଜଣେ କଣ୍ଟ୍ରାକ୍ଟର ଭାବରେ କାମ କରନ୍ତି । ପ୍ରଦୀପଙ୍କ ଧର୍ମପତ୍ନୀ ପ୍ରତିଭା ମହାରଥୀ ପିପିଲି କଲେଜରେ ସାଇକୋଲୋଜି ବିଭାଗରେ ଅଧ୍ୟାପିକା ଭାବରେ କାର୍ଯ୍ୟରତା । ପ୍ରତିଭା ଜଣେ ସୁସାହିତ୍ୟିକ ବି । ବହୁ ନାଟକ ଓ ଗପ ସେ ଲେଖିଛନ୍ତି ।

ପ୍ରଦୀପ ମହାରଥୀ ସର୍ବଦା ନିଜ ନିର୍ବାଚନ ମଣ୍ଡଳୀର ଲୋକଙ୍କ ସମସ୍ୟା ବୁଝୁଥିଲେ ।


ପ୍ରଦୀପ ଓ ପ୍ରତିଭାଙ୍କର ଗୋଟିଏ ପୁଅ ଓ ଗୋଟିଏ ଝିଅ ଅଛନ୍ତି – ରୁଦ୍ର ପ୍ରତାପ ଓ  ପଲ୍ଲବୀ । ଜ୍ୟେଷ୍ଠ ସନ୍ତାନ ରୁଦ୍ର ପ୍ରତାପ ଏକ୍ସଆଇଏମବିରେ (XIMB) ଆଡମିନ୍ ଅଫିସର୍‌ ଭାବରେ କାମ କରୁଥିବା ବେଳେ ଝିଅ ଡାକ୍ତରୀ (MBBS) ଶିକ୍ଷା ସମାପ୍ତ କରିଛନ୍ତି ।

ରୁଦ୍ର ପ୍ରତାପ ଚାରି ବର୍ଷ ତଳେ ବିବାହ କରିଛନ୍ତି ଏଲ୍‌.ଏଲ୍‌.ବି. କରିଥିବା ଜାଗୃତି ପଣ୍ଡାଙ୍କୁ । ଝିଅ ପଲ୍ଲବୀ କିଛି ମାସ ତଳେ ବିବାହ କରିଛନ୍ତି ଓଡ଼ିଆ ଚଳଚ୍ଚିତ୍ର ଜଗତର ନାମିଦାମୀ ହିରୋ ଅର୍ଦ୍ଧେନ୍ଦୁଙ୍କୁ । ପଲ୍ଲବୀ ଓ ଅର୍ଦ୍ଧେନ୍ଦୁଙ୍କ ବିବାହ ବହୁ ଜାକ ଜକମରେ ବରମୁଣ୍ଡା ପଡ଼ିଆରେ ହୋଇଥିଲା ।

ପତ୍ନୀ ପ୍ରତିଭା, ଝିଅ ପଲ୍ଲବୀ ଓ ଜ୍ୱାଇଁ ଅର୍ଦ୍ଧେନ୍ଦୁଙ୍କ ସହ ପ୍ରଦୀପ ମହାରଥୀ ।


ଏହା ବି ପଢ଼ନ୍ତୁ | ଦେଶର ପ୍ରଥମ ମାମଲା: କରୋନାରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ହେବା ପରେ ତାଙ୍କ ପତ୍ନୀଙ୍କ ବିରୋଧରେ FIR ହେଲା

ଏହା ବି ପଢ଼ନ୍ତୁ | କୋଇଲା ଖଣି ସ୍କାମରେ ଦିଲ୍ଲୀପ ରାୟ ଦୋଷୀ ସାବ୍ୟସ୍ତ ହେଲେ; ସଜା ଆସିବ ୧୪ ତାରିଖରେ

‘‘ଦାଦା ପ୍ରତି ମାସ ଗାଁକୁ ଆସନ୍ତି । ବହୁତ କାମ କରିଛନ୍ତି ଗାଁ ପାଇଁ ଓ ଆଖ ପାଖ ଅଞ୍ଚଳ ପାଇଁ । କ୍ଳବ ଘର ଓ କମ୍ୟୁନିଟ ହଲ ବନେଇଛନ୍ତି ଗାଁରେ । ଶିବ ମନ୍ଦିର କାମ ଅଧା ହୋଇ ରହିଛି । କହିଥିଲେ ଏଇ ବର୍ଷ ଶେଷ କରିବା ପାଇଁ । ହେଲେ ସେ ଆରପାରିକୁ ଚାଲିଗଲେ,’’ କହିଛନ୍ତି ପ୍ରଦୀପଙ୍କ ଝିଆରୀ ସ୍ମରଣିକା ମଙ୍ଗରାଜ ।



ପ୍ରଦୀପ ମହାରଥୀ ରାଜ୍ୟର ପ୍ରତିଷ୍ଠିତ ଓ ଜନପ୍ରିୟ ଯାତ୍ରା ପାର୍ଟି ‘କଳିଙ୍ଗ ଗଣନାଟ୍ୟ’ର ମାଲିକ ଥିଲେ । ଏହି ଯାତ୍ରା ପାର୍ଟି ପୂର୍ବରୁ ପ୍ରଦୀପ ମହାରଥୀଙ୍କ ଆକର୍ଷକ ଜୀବନଶୈଳୀକୁ ନେଇ ବେଶ୍‌ କେତୋଟି ନାଟକ ତିଆରି କରି ମଞ୍ଚସ୍ଥ କରିଛି ଓ ଜନପ୍ରିୟତା ଲାଭ କରିଛି । ଏହି ନାଟକମାନଙ୍କ ମଧ୍ୟରେ ଅଛି ‘ଶହେ ଘୋଡ଼ାକୁ ଶହେ ହାତୀ, ଏକା ଲଢ଼ିବ ମହାରଥୀ’, ‘ସରିନାହିଁ ରାଜନୀତି, ହାରିନାହିଁ ମହାରଥୀ’ ଓ ‘ଲାଲୁ ଶାସନରେ ଭାଲୁ ରାଜା’ । ଏହି ଚର୍ଚ୍ଚିତ ନାଟକଗୁଡ଼ିକରେ ପ୍ରଦୀପ ମହାରଥୀଙ୍କ ନିର୍ଦ୍ଦେଶନାର ଛାପ ରହିଛି ।
Published by: Anand Shankar Thankur Das
First published: October 6, 2020, 11:17 PM IST
corona virus btn
corona virus btn
Loading