ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବ୍ରହ୍ମପୁରରେ କଟିବନି ଷ୍ଟ୍ରିଟ୍ ଲାଇଟ୍; ଲୋକଙ୍କୁ ଆଶ୍ୱାସନା ଦେଲେ BMC କମିଶନର

ବ୍ରହ୍ମପୁରରେ କଟିବନି ଷ୍ଟ୍ରିଟ୍ ଲାଇଟ୍; ଲୋକଙ୍କୁ ଆଶ୍ୱାସନା ଦେଲେ BMC କମିଶନର

ବ୍ରହ୍ମପୁର ସହରର ଷ୍ଟ୍ରିଟ ଲାଇଟରୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହେବ ନାହିଁ । ବକେୟା ବିଦ୍ୟୁତ୍ ବିଲକୁ ନେଇ ଟାଟା ପାୱାର ସହ ଆଲୋଚନା ପରେ ବି.ଏମ.ସି. କମିଶନରଙ୍କ ସୂଚନା ଦେଇଛନ୍ତି।

ବ୍ରହ୍ମପୁରରେ କଟିବନି ଷ୍ଟ୍ରିଟ୍ ଲାଇଟ୍; ଲୋକଙ୍କୁ ଆଶ୍ୱାସନା ଦେଲେ BMC କମିଶନର
ବ୍ରହ୍ମପୁରରେ କଟିବନି ଷ୍ଟ୍ରିଟ୍ ଲାଇଟ୍
  • News18 Odia
  • Last Updated: November 18, 2021, 3:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବ୍ରହ୍ମପୁର: ବ୍ରହ୍ମପୁର ସହରବାସୀଙ୍କ ପାଇଁ ସାମ୍ନାକୁ ଆସିଲା ଖୁସି ଖବର । ଆଉ ଅନ୍ଧାର ହେବନି ସିଟି । ବି.ଏମ.ସି. ୭ କୋଟି ୬୫ ଲକ୍ଷ ଟଙ୍କା ବକେୟା ବିଦ୍ୟୁତ୍‌ ବିଲ୍ ରହିଥିବା ଯୋଗୁଁ ସହରର ସମସ୍ତ ଷ୍ଟ୍ରିଟ ଲାଇଟର ବିଦ୍ୟୁତ୍‌ ସରବରାହ ବିଚ୍ଛିନ୍ନ କରିବା ଆଶଙ୍କା ପ୍ରସଙ୍ଗରେ ମୁହଁ ଖୋଲିଛନ୍ତି ବି.ଏମ.ସି କମିଶନର । ୨୦୧୨ରୁ ୨୦୨୦ ମଧ୍ୟରେ କିଛି ଟଙ୍କା ବିଦ୍ୟୁତ୍ ବିଲ୍‌ ବକେୟା ହୋଇ ରହିଛି । ବକେୟା ବିଦ୍ୟୁତ୍‌ ବିଲକୁ ପୈଠ କରିବା ନିମନ୍ତେ ଟାଟା ପାୱାର ପକ୍ଷରୁ ଗତ ୨ ତାରିଖରେ ସରକାରୀ ଚିଠି ବି.ଏମ.ସି.କୁ କରାଯାଇଥିଲା।

୧୫ ଦିନର ଟାଟା ପାୱାର ସମୟସୀମା ଦେଇଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ଟାଟା ପାୱାରର ସିଇଓଙ୍କ ସହ ବି.ଏମ.ସି. କମିଶନରଙ୍କ ଆଲୋଚନା ଶେଷ ହୋଇଛି । ବକେୟା ବିଦ୍ୟୁତ୍‌ ବିଲ୍‌ ସହ ଷ୍ଟ୍ରିଟ୍‌ ଲାଇଟ୍‌ରୁ ବିଦ୍ୟୁତ୍‌ ସଂଯୋଗ ବିଚ୍ଛିନ୍ନ କରିବାର କୌଣସି ସମ୍ପର୍କ ନାହିଁ । ତେଣୁ ସହରର ଷ୍ଟ୍ରିଟ୍‌ ଲାଇଟ୍ ପୂର୍ବ ଭଳି ଲାଗିବ । ବକେୟା ରହିଥିବା ବିଦ୍ୟୁତ୍ ବିଲକୁ ନିୟମିତ ଭାବେ ବି.ଏମ.ସି. ପକ୍ଷରୁ ପୈଠ କରାଯାଉଛି ବୋଲି କହିଛନ୍ତି ବି.ଏମ.ସି. କମିଶନର ।

ସେପଟେ ନିୟମିତ ଭାବେ ସମସ୍ତ ପ୍ରକାରର ଟିକସ ଦେଉଥିବା ବେଳେ ସହରବାସୀ କିଭଳି ବି.ଏମ.ସି.ର ବକେୟା ବିଦ୍ୟୁତ୍ ବିଲକୁ ନେଇ କୌଣସି ସମସ୍ୟାରେ ନ ପଡ଼ନ୍ତୁ ସେ ନେଇ ଉଭୟ ଟାଟା ପାୱାର ଓ ବି.ଏମ.ସି. ମଧ୍ୟରେ ବୁଝାମଣା ହେବା ସହିତ ଏହାର ସମାଧାନ କରିବା ଜରୁରୀ ବୋଲି କହିଛନ୍ତି ବ୍ରହ୍ମପୁର ବାସିନ୍ଦା।

ଲୋକଙ୍କୁ ଆଶ୍ୱାସନା ଦେଲେ BMC କମିଶନର


ବକେୟା ବିଦ୍ୟୁତ୍ ବିଲକୁ ନେଇ ଏବେ ଚର୍ଚ୍ଚାରେ ବ୍ରହ୍ମପୁର ମହାନଗର ନିଗମ । ବି.ଏମ.ସି. ୭ କୋଟି ୬୫ ଲକ୍ଷ ଟଙ୍କାର ବକେୟା ବିଦ୍ୟୁତ୍ ବିଲ୍‌ ରହିଛି । ୨୦୨୧ ମାର୍ଚ୍ଚ ପୂର୍ବରୁ ୧୬ କୋଟି ବିଦ୍ୟୁତ୍ ବକେୟା ରହିଥିବା ବେଳେ ୱାନ୍ ଟାଇମ ସେଟେଲମେଣ୍ଟ ଜରିଆରେ ୮ କୋଟି ୫୫ ଲକ୍ଷ ଟଙ୍କା ଛାଡ଼ କରିଥିଲା ଟାଟା ପାୱାର । ବଳକା ୭ କୋଟି ୬୫ ଲକ୍ଷ ଟଙ୍କା ବକେୟା ବିଦ୍ୟୁତ୍‌ ବିଲ୍ ପୈଠ କରିବା ନିମନ୍ତେ ଗତ ଅଗଷ୍ଟ ମାସରେ ଟାଟା ପାୱାର ବି.ଏମ.ସି.କୁ ନୋଟିସ୍‌ ଜାରି କରିଥିଲା । ଏହା ପରେ ବକେୟା ବିଦ୍ୟୁତ୍ ବିଲ୍‌ ପୈଠ କରିବା ନିମନ୍ତେ ଗତ ୨ ତାରିଖରେ ଟାଟା ପାୱାର ପକ୍ଷରୁ ୧୫ ଦିନର ସମୟସୀମା ଦିଆଯାଇଥିଲା । ବୁଧବାର ଏହି ସମୟସୀମା ଶେଷ ହେଉଥିବା ବେଳେ ମଙ୍ଗଳବାର ସନ୍ଧ୍ୟାରେ ବି.ଏମ.ସି. କମିଶନରଙ୍କ ସହ ଟାଟା ପାୱାରର ସିଇଓଙ୍କ ମଧ୍ୟରେ ଆଲୋଚନା ହୋଇଥିଲା ।

ବି.ଏମ.ସି. କମିଶନର ସିଦ୍ଧେଶ୍ବର ବଳିରାମ ବୋନ୍ଦର, ‘‘ବି.ଏମ.ସି. ପକ୍ଷରୁ ନିୟମିତ ଭାବେ ବିଦ୍ୟୁତ୍‌ ବିଲ୍ ପୈଠ କରାଯାଉଛି । ଏହା ଛଡ଼ା ଷ୍ଟ୍ରିଟ୍‌ ଲାଇଟ ବାବଦକୁ ମଧ୍ୟ ବି.ଏମ.ସି. ବିଦ୍ୟୁତ୍ ବିଲ୍ ପୈଠ କରୁଛି । ଗତ ୨୦୧୨ ରୁ ୨୦୨୦ ମସିହା ମଧ୍ୟରେ କିଛି ଟଙ୍କାର ବିଦ୍ୟୁତ୍‌ ବିଲ୍ ବକେୟା ରହିଛି । ଏହି ବକେୟା ବିଲ୍ କିଭଳି ଭାବେ ଟାଟା ପାୱାରକୁ ପ୍ରଦାନ କରାଯିବ ସେ ନେଇ ଆଲୋଚନା ଜାରି ରହିଛି । ତେଣୁ ବକେୟା ବିଲକୁ ନେଇ ସହରର ଷ୍ଟ୍ରିଟ୍‌ ଲାଇଟରୁ ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ହେବା ବିଷୟ ମଧ୍ୟରେ କୌଣସି ସମ୍ପର୍କ ନାହିଁ। ଏହା ଛଡ଼ା ଗତ ୨ ତାରିଖରେ ବି.ଏମ.ସି.କୁ ଦିଆଯାଇଥିବା ଚିଠି କୌଣସି ବିଦ୍ୟୁତ୍ ସରବରାହ ବିଚ୍ଛିନ୍ନ ନେଇ ନୋଟିସ୍ ନୁହେଁ ବରଂ ଅଫିସିଆଲ୍ ଚିଠି ଥିଲା । ତେଣୁ ସହରର ସମସ୍ତ ଷ୍ଟ୍ରିଟ୍ ଲାଇଟ ପୂର୍ବରୁ ଯେଉଁ ଭଳି ଲାଗିଥିଲା ସେଭଳି ଲାଗିବ । ସହର ଅନ୍ଧାର ହେବ ନାହିଁ ।’’

ବ୍ରହ୍ମପୁର ବାସିନ୍ଦା ଅନୀଲ କୁମାର ପାତ୍ର କହିଛନ୍ତି, ‘‘ବି.ଏମ.ସି.ର ବକେୟା ବିଦ୍ୟୁତ୍ ଯୋଗୁଁ ସହର ଅନ୍ଧାର ହେବା ନେଇ ମଙ୍ଗଳବାର ବିଭିନ୍ନ ଗଣମାଧ୍ୟମରେ ଖବର ପ୍ରସାରଣ ହୋଇଥିଲା । ଏନେଇ ବି.ଏମ.ସି. କମିଶନର ମୁହଁ ଖୋଲିନଥିବା ବେଳେ ସହରରେ ବିଦ୍ୟୁତ୍ କାଟ ହେବ ନାହିଁ ବୋଲି ସହରବାସୀଙ୍କୁ ଆଶ୍ବାସନା ଦେଇଥିଲେ । ଏହା ପରେ ମଙ୍ଗଳବାର ରାତିରେ ବକେୟା ବିଦ୍ୟୁତ୍ ବିଲ୍‌କୁ ନେଇ ସହରର ଷ୍ଟ୍ରିଟ ଲାଇଟରୁ ବିଦ୍ୟୁତ୍ ସରବରାହ ହେବା ଖବର ଫେକ୍‌ ବୋଲି ବି.ଏମ.ସି.ର ଟ୍ବିଟର ହ୍ୟାଣ୍ଡଲ୍ ମାଧ୍ୟମରେ ସୂଚନା ଦିଆଯାଇଥିଲା । କିନ୍ତୁ ଆଜି ପୁଣି ବକେୟା ବିଦ୍ୟୁତ୍ ବିଲ୍ ରହିଛି ତାହାକୁ କିଭଳି ପୈଠ କରାଯିବ ସେ ନେଇ ଟାଟା ପାୱାର ସହ ଆଲୋଚନା ନେଇ ସୂଚନା ଦେଇଛନ୍ତି ବି.ଏମ.ସି. କମିଶନର । ବି.ଏମ.ସି.ର ଏଭଳି ଦୋ ମୁହାଁ କଥାକୁ ନେଇ ଏବେ ଦ୍ବନ୍ଦରେ ସମସ୍ତେ ।’’

ସହରବାସୀ ପ୍ରତ୍ୟେକ ସେବାର କର ନିୟମିତ ଭାବେ ଦେଉଥିବା ବେଳେ ବି.ଏମ.ସି. କେଉଁ କାରଣ ଯୋଗୁଁ ଏତେ କୋଟି ଟଙ୍କାର ବିଦ୍ୟୁତ୍ ବିଲ୍ ବକେୟା ରହିଥିଲା । ଯଦିଓ ବକେୟା ବିଦ୍ୟୁତ୍‌ ବିଲ ରହିଛି ତଥାପି କିଭଳି ଉଭୟଙ୍କ ମଧ୍ୟରେ ଆଲୋଚନା କରାଯାଇ ସମାଧାନ ହେବ ସେ ନେଇ ପଦକ୍ଷେପ ନେବାର ଆବଶ୍ୟକତା ରହିଛି ବୋଲି କହିଛନ୍ତି ବ୍ରହ୍ମପୁର ବାସିନ୍ଦା ସିଏଚ. ଦେବଦାଶ ।

ଦୀର୍ଘ ବର୍ଷ ହେଲା ବି.ଏମ.ସି. କୋଟି କୋଟି ଟଙ୍କାର ବିଦ୍ୟୁତ୍‌ ବିଲ୍ ବକେୟା ରହିଥିବା ବେଳେ କିଭଳି ଏହି ବିଲ୍‌କୁ ପୈଠ କରିବା ସହିତ ସହରବାସୀଙ୍କୁ ପାଇଁ ଯେଭଳି କୌଣସି ସମସ୍ୟା ସୃଷ୍ଟି ନ ହୁଏ ସେ ନେଇ ଜାଗ୍ରତ ହେବାର ଆବଶ୍ୟକତା ରହିଛି।
Published by: Lipina Das
First published: November 18, 2021, 3:04 PM IST