ଓଡ଼ିଶାରେ ଦାରିଦ୍ର୍ୟ ୬୩%ରୁ ୨୯%କୁ କମିଛି; ଆଗାମୀ ୫ ବର୍ଷରେ ଦାରିଦ୍ର୍ୟ ୧୦%କୁ ଖସିବ କହିଲା BJD

ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ପ୍ରତିଷ୍ଠା ଦିବସ ସମାରୋହରେ ଦଳ ଓ ଦଳର ନେତା ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଅଭିଭାଷଣ ରଖି ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ ବିଜୁ ଜନତା ଦଳ ଲୋକଙ୍କ ଦଳ।

ଆଗାମୀ ୫ ବର୍ଷରେ ଦାରିଦ୍ର୍ୟ ୧୦%କୁ ଖସିବ କହିଲା BJD

ଆଗାମୀ ୫ ବର୍ଷରେ ଦାରିଦ୍ର୍ୟ ୧୦%କୁ ଖସିବ କହିଲା BJD

  • Share this:
News18 Odia Digital

ଭୁବନେଶ୍ବର: ୨୫ ବର୍ଷରେ ପଦାର୍ପଣ କରିଛି ବିଜେଡି। ବିଜୁ ଜନତା ଦଳ ତା'ର ରୌପ୍ୟ ଜୟନ୍ତୀ ପାଳନ କରିଛି। ପ୍ରତିଷ୍ଠା ଦିବସକୁ ଦଳ ଆଡମ୍ବର ସହକାରେ ପାଳନ କରିଛି। ପ୍ରତି ନିର୍ବାଚନ ମଣ୍ଡଳୀ ଠୁ ବ୍ଲକ ସ୍ତରରେ ସବୁଠି ପାଳନ ହୋଇଛି ପ୍ରତିଷ୍ଠା ଦିବସ। ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଡି ହୋଇ ନେତା ଓ କର୍ମୀଙ୍କୁ ଲୋକଙ୍କ ସହ ଯୋଡି ହୋଇ ଲୋକଙ୍କ ପାଇଁ କାମ କରିବାକୁ ଆହ୍ୱାନ ଦେଇଛନ୍ତି ।

ଭର୍ଚୁଆଲ ମାଧ୍ୟମରେ ଯୋଡି ହୋଇ ଉଦବୋଧନ ଦେଇ କହିଥିଲେ, "ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି। ଚାରି କୋଟି ଓଡ଼ିଆଙ୍କ ଆଶା ଓ ବିଶ୍ୱାସର ପ୍ରତୀକ ହୋଇଛି। ୨୦୦୦ ମସିହାର ଓଡ଼ିଶା ଓ ଆଜିର ଓଡ଼ିଶା ଭିତରେ ବଡ଼ ପରିବର୍ତ୍ତନ ହୋଇଛି । ଦାରିଦ୍ର୍ୟ କମାଇବାରେ ଓଡ଼ିଶା ସାରା ଦେଶରେ ଆଗରେ ରହିଛି। ଓଡ଼ିଶାରେ ଦାରିଦ୍ର୍ୟ ୬୩%ରୁ ୨୯%କୁ କମିଛି। ଆଗାମୀ ୫ ବର୍ଷରେ ଦାରିଦ୍ର୍ୟ ୧୦%କୁ ଖସିବ । ୮୦ ଲକ୍ଷ ଲୋକ ଦାରିଦ୍ର୍ୟ ସୀମାରେଖା ଉପରକୁ ଆସିଛନ୍ତି । ଦାରିଦ୍ର୍ୟକୁ ୫ ବର୍ଷରେ ୧୦%କୁ ଖସାଇ ଓଡ଼ିଶା ଇତିହାସ ସୃଷ୍ଟି କରିବ। ଏଥିପାଇଁ ଯାହା ଦରକାର, ଆମ ସରକାର ସେସବୁ ପଦକ୍ଷେପ ନେବ। ୭୦ ଲକ୍ଷ ମହିଳାଙ୍କୁ ମିଶନ ଶକ୍ତି ମାଧ୍ୟମରେ ଶସକ୍ତ ହୋଇଛି। ବିଜେଡିର ବସ ଓଡ଼ିଶାବାସୀ।’’

ତେବେ ପୂର୍ବାହ୍ନରେ ବିଜୁ ଜନତା ଦଳ ରାଜ୍ୟ କାର୍ଯ୍ୟାଳୟରେ ଆୟୋଜିତ ପ୍ରତିଷ୍ଠା ଦିବସ ସମାରୋହରେ ଦଳ ଓ ଦଳର ନେତା ନବୀନ ପଟ୍ଟନାୟକଙ୍କ ସମ୍ପର୍କରେ ଅଭିଭାଷଣ ରଖି ବିଜେଡି ସଙ୍ଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କହିଥିଲେ ବିଜୁ ଜନତା ଦଳ ଲୋକଙ୍କ ଦଳ।

ସାମାଜିକ ବଳ । ସାମାଜିକ ଆନ୍ଦୋଳନ। ବିଜୁ ପଟ୍ଟନାୟକଙ୍କ ସ୍ବପ୍ନକୁ ସାକାର କରିବାକୁ ନବୀନ ପ୍ରୟାସ କରି ଶିଳ୍ପ, ଶିକ୍ଷା, ସ୍ୱାସ୍ଥ୍ୟ, ଅନଗ୍ରସର ଲୋକ, ମହିଳା, ରାସ୍ତା, ବିଜୁଳି, ବିପର୍ଯ୍ୟୟ ପରିଚାଳନା ଆଦି କ୍ଷେତ୍ରରେ ନବୀଙ୍କ ପଦକ୍ଷେପ ଏବେ ମଡେଲରେ ପରିଣତ ହୋଇଛି। କାଳିଆ, ମମତା ପରି ଯୋଜନାକୁ କେନ୍ଦ୍ର ସରକାର ଆପଣେଇଛନ୍ତି।

ବିକଶିତ ରାଜ୍ୟର ଲକ୍ଷ ପୂରଣ ହେଉଛି। ନବୀନ ଯାହା କୁହନ୍ତି ତାହା କରନ୍ତି ବୋଲି ଲୋକ ଆପଣେଇଛନ୍ତି। ପ୍ରତି ନିର୍ବାଚନରେ ଲୋକ ଅଧିକ ରୁ ଅଧିକ କ୍ଷମତାଶାଳୀ କରିଛନ୍ତି। ଦଳର ଭବିଷ୍ୟତ ଲୋକଙ୍କ ଭବିଷ୍ୟତ ସହ ଅଛି। ନିର୍ବାଚନ ପାଇଁ ନୁହେଁ ଲୋକଙ୍କ କାର୍ଯ୍ୟ ପାଇଁ ଦଳ ତିଆରି ହୋଇଛି। ନିର୍ବାଚନ ଯାଉଛି ଆସୁଛି କିନ୍ତୁ ଲୋକ ଅଧିକ କ୍ଷମତା ଦେଉଛନ୍ତି। ଲୋକଙ୍କ ପାଇଁ କାମ କରିବାକୁ ନବୀନଙ୍କ ଆଦର୍ଶକୁ ନେଇ ଦଳ ଆଗକୁ କାମ କରିବ।

ନବୀନ ଧରାପୃଷ୍ଠରେ ଥିବା ଯାଏଁ କେହି କ୍ଷମତାଚ୍ୟୁତ କରିପାରିବେନି । ନବିନିଜିମର କଥା ବି ଦୋହରାଇ ପଞ୍ଚାୟତ ନିର୍ବାଚନ ପାଇଁ ନବୀନ ଏକା କାଫି ବୋଲି କହିଛନ୍ତି । ଦାସ ଆହୁରି କହିଛନ୍ତି ଯେ ମୁଖ୍ୟ ମନ୍ତ୍ରୀ କହିଛନ୍ତି ଭୁବନେଶ୍ୱର ନୁହେଁ ଗାଁକୁ ଯାଅ ଲୋକ କ୍ଷମତାକୁ ଆଣିଛନ୍ତି ଲୋକଙ୍କ ପାଇଁ କାମ କରିଛନ୍ତି । ଆଉ କଥା କମ କାମ ବେଶୀ କରନ୍ତି ନବୀନ ସେଥିପାଇଁ ଲୋକଙ୍କ ଦ୍ୱାରା ଆଦୃତ ହୋଇଛନ୍ତି।

ବିଜେଡି ଉପସଭାପତି ଦେବୀ ମିଶ୍ର କହିଛନ୍ତି ଯେ ସବୁ ବର୍ଗର ଲୋକଙ୍କ ସହଯୋଗରେ ନବୀନଙ୍କ ନେତୃତ୍ୱରେ ବିଜେଡି ଆଜି ୨୫ ବର୍ଷରେ ପହଞ୍ଚିଛି। ସରକାରଙ୍କ କାର୍ଯ୍ୟକ୍ରମ ଲୋକଙ୍କ ଦ୍ୱାରା ଆଦୃତ ହୋଇଛି। ଯେଉଁ ସଂକଳ୍ପ ନେଇ ଦଳ ତିଆରି ହୋଇଥିଲା ତାହା ସାକାର ହୋଇଛି। ସ୍ୱାସ୍ଥ୍ୟ, ଶିକ୍ଷା, ବିପର୍ଯ୍ୟୟ ପରିଚାଳନା କ୍ଷେତ୍ରରେ ଅନ୍ୟ ପାଇଁ ଉଦାହରଣ ସାଜିଛି। ସଂଘୀୟ ବ୍ୟବସ୍ଥାରେ ଓଡ଼ିଶାର ହକ ପାଇଁ ଲଢେଇ ସହ ବିକଶିତ ରାଜ୍ୟ ଗଠନ ପାଇଁ ପୁନଃ ସଂକଳ୍ପ ନେଇଛି ଦଳ।

ବିଜେଡି ମୁଖ୍ୟଳୟ ସମ୍ପାଦକ ସଞ୍ଜୟ ଦାସବର୍ମା କହିଛନ୍ତି ଯେ ୨୫ ବର୍ଷର ଅପ୍ରତିହାତ ଯାତ୍ରାକୁ ନିରବିଛିନ୍ନ କରିବାକୁ ସଂକଳ୍ପ ନେଇଛି ଦଳ। ଓଡ଼ିଶାକି ଅଧିକ ସୁଦୃଢ କରି ଗଢ଼ି ତୋଳିବା ସହ ଆହ୍ୱାନକୁ ଅତିକ୍ରମ କରିବାକୁ ଦଳ ସମର୍ଥ ହୋଇଛି। ଲୋକଙ୍କ ଆସ୍ଥା ଓ ଆଶା ବି ବଢିଚାଲିଛି। ଆଶା ଆକାଂକ୍ଷାକୁ ପୂରଣ ପାଇଁ ସଂକଳ୍ପ ନେବାକୁ ପଡ଼ିବ। ସରକାରଙ୍କ ତୃଣମୂଳ ସ୍ତରର ଲୋକାଭିମୁଖୀ ଯୋଜନା କିପରି ଲୋକଙ୍କ ନିକଟରେ ପହଞ୍ଚିବ ସେ ନେଇ ପ୍ରୟାସ କରାଯିବ ବୋଲି ସେ କହିଛନ୍ତି।
Published by:Lipina Das
First published:
)}