ଆଳୁ ଓ ପିଆଜର ଦାମ୍ ଏବେ ବି ଆକାଶଛୁଆଁ; ସ୍ଥିତି ଶୀଘ୍ର ସୁଧୁରିବ ବୋଲି ଆଶା କରାଯାଉଛି
ଓଡ଼ିଶା ବିଭିନ୍ନ ସାମଗ୍ରୀ ପାଇଁ ଅନ୍ୟ ରାଜ୍ୟ ଉପରେ ଅଧିକ ମାତ୍ରାରେ ନିର୍ଭର କରୁଛି ଓ ନିଜସ୍ଵ ଉତ୍ପାଦନ ତଥା ରାଜ୍ୟରେ ଶୀତଳ ଭଣ୍ଡାର କମ୍ ଥିବାରୁ ଏଭଳି ସ୍ଥିତି ସୃଷ୍ଟି ହୋଇଛି ବୋଲି ବ୍ୟବସାୟୀ ମହାସଙ୍ଘର ମହାସଚିବ ସୁଧାକର ପଣ୍ଡା କହିଛନ୍ତି ।

ଆଳୁର ଦାମ ଏବେ ବି କେଜି ପିଛା ଏବେ ୪୫ ଟଙ୍କାରୁ ୫୦ ଟଙ୍କା ଉପରେ ରହୁଛି ।
- News18 Odia
- Last Updated: November 29, 2020, 10:46 PM IST
ଭୁବନେଶ୍ୱର: ଗତ ତିନି ମାସ ଧରି ନିୟନ୍ତ୍ରଣ ବାହାରେ ରହିଛି ଆଳୁ ଓ ପିଆଜ ଭଳି ଜରୁରୀ ସାମଗ୍ରୀର ବଜାର ଦର । ଏବେ ବି କୋଭିଡ ସଂକ୍ରମଣର ପ୍ରକୋପ ଲାଗି ରହିଥିବା କାରଣରୁ ଲୋକଙ୍କ ଆର୍ଥିକ ସ୍ଥିତି ସୁଧୁରି ପାରି ନ ଥିବା ବେଳେ ଆଳୁ, ପିଆଜ, ଡାଲି ଓ ଖାଇବା ତେଲର ବଜାର ଦର ଆକାଶଛୁଆଁ ଥିବାରୁ ଉଭୟ ଗ୍ରାହକ ଓ ଖୁଚୁରା ବ୍ୟବସାୟୀଙ୍କୁ ହତାଶ ହୋଇଛନ୍ତି । ଦର ବୃଦ୍ଧିର ଏହି ସ୍ଥିତିରେ ଶୀଘ୍ର ସୁଧାର ଆସିବ ବୋଲି ରାଜ୍ୟ ବ୍ୟବସାୟୀ ମହାସଙ୍ଘ ମତ କହିଛି ।
ଆଳୁର ଦାମ କେଜି ପିଛା ଏବେ ୪୫ ଟଙ୍କାରୁ ୫୦ ଟଙ୍କା ଉପରେ ରହୁଥିବା ବେଳେ ପିଆଜର କେଜି ପିଛା ଦାମ ୬୦ ଟଙ୍କାରୁ ୬୫ ଟଙ୍କା ପାଖାପାଖି ରହୁଛି । ଶୋରିଷ ତେଲ ଓ ଅନ୍ୟାନ୍ୟ ଖାଇବା ତେଲର ଦାମ ଲିଟର ପିଛା ୪୫ ଟଙ୍କାରୁ ୫୦ ଟଙ୍କା ପର୍ଯ୍ୟନ୍ତ ବଢ଼ିଛି । କୋଭିଡ ପାଇଁ ଲୋକଙ୍କ କ୍ରୟ ଶକ୍ତି କମିଥିବା ବେଳେ ଏଭଳି ଅହେତୁକ ବଜାର ଦର ଲୋକଙ୍କୁ ହତାଶା ଭିତରକୁ ଠେଲି ଦେଇଛି ।
ଏହା ବି ପଢ଼ନ୍ତୁ | PMଙ୍କୁ ଚିଠି: ‘ଇ-କମର୍ସ କମ୍ପାନୀଗୁଡ଼ିକ FDI ନୀତି ଉଲ୍ଲଙ୍ଘନ କରୁଛନ୍ତି; MSMEକୁ ଆଘାତ ହେଉଛି’
ଏଭଳି ସ୍ଥିତି ବାରମ୍ବାର ଆସୁଥିବାରୁ ଏଥି ପାଇଁ ରାଜ୍ୟ ସରକାରଙ୍କ ଉଦାସୀନତାକୁ ଦାୟୀ କରିଛନ୍ତି ଉଭୟ ଖାଉଛି ଓ ଖୁଚୁରା ବ୍ୟବସାୟୀମାନେ । ଖାଉଟି ଅନ୍ତର୍ଯ୍ୟାମୀ ପ୍ରଧାନ କହିଛନ୍ତି, ‘‘କୋଭିଡ ସମୟରେ ଏଭଳି ଲମ୍ବା ସମୟ ଧରି ଚଢ଼ା ଦାମ ରହୁଥିବା କାରଣରୁ ଆମ ପକଟକୁ ବାଧୁଛି । ସରକାର ଏହି ଗମ୍ଭୀର ସମସ୍ୟାକୁ ଗୁରୁତ୍ୱର ସହ ବିଚାର କରିବା ଦରକାର । ଏଭଳି ସମସ୍ୟା ଯଥା ଶୀଘ୍ର ଶେଷ ହେବା ଦରକାର ।’’
ଏହା ବି ପଢ଼ନ୍ତୁ | କେମିତି ପାଇବେ କୋରିଆନ୍ ଗ୍ଲାସ୍ ସ୍କିନ୍? ଏହି Videoରୁ ତ୍ୱଚା ଚମକଦାର୍ କରିବାର ଉପାୟ ଜାଣନ୍ତୁ
ଖୁଚୁରା ବ୍ୟବସାୟୀ ଧର୍ମାନନ୍ଦ ବେହେରା କହିଛନ୍ତି, ‘‘ଏତେ ଲମ୍ବା ସମୟ ଧରି ବିଭିନ୍ନ ସାମଗ୍ରୀର ଦର ଚଢ଼ା ରହୁଥିବା କାରଣରୁ ଆମେ ଖୁଚରା ବ୍ୟବସାୟୀମାନେ ହାତ ବାନ୍ଧି ବସିଛୁ । ବାରମ୍ବାର ଆସୁଥିବା ଏହି ସମସ୍ୟାରୁ ବାହାରିବା ପାଇଁ ଆନ୍ତରିକ ଉଦ୍ୟମ ଲୋଡା ।’’
ପ୍ରତି ବର୍ଷ ଏହି ନିର୍ଦ୍ଦିଷ୍ଟ ସମୟରେ ବିଭିନ୍ନ ଖାଦ୍ୟ ସାମଗ୍ରୀର ଦର ଏଭଳି ଅହେତୁକ ଭାବେ ବୃଦ୍ଧି ପାଉଥିବାରୁ ଏଥିରେ ପୂର୍ଣ୍ଣଛେଦ ପଡ଼ିବା ଦରକାର ବୋଲି ବୁଦ୍ଧିଜୀବୀମାନେ ମତ ଦେଇଛନ୍ତି ।