ଖଣ୍ଡଗିରି ମାଘ ମେଳାରେ ବଡ଼ ଆକର୍ଷଣ ସାଜିଛନ୍ତି ଗୁଜୁରାଟରୁ ଆସିଥିବା ସ୍ନାତକୋତ୍ତର ସାଧୁ

ଏକ ଦୁର୍ଘଟଣାରେ ପରିବାରର ସମସ୍ତଙ୍କୁ ହରାଇବା ସହ ନିଜର ଏକ ହାତ ମଧ୍ୟ ହରାଇଥିଲେ ସୋମଦେବ ବାବା । ନିଜ ଛୋଟ ଝିଅର ଦେହାନ୍ତ ହେବା ପରେ ଅନ୍ୟ ଏକ ଝିଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରି ତାକୁ ପାଠ ପଢାଇ ମଣିଷ କରିଛନ୍ତି ସେ ।

ଖଣ୍ଡଗିରି ମାଘ ମେଳାରେ ବଡ଼ ଆକର୍ଷଣ ସାଜିଛନ୍ତି ଗୁଜୁରାଟରୁ ଆସିଥିବା ସ୍ନାତକୋତ୍ତର ସାଧୁ
ସନ୍ନ୍ୟାସୀ ସୋମଦେବ ବାବା (ଡାହାଣ)
  • News18 Odia
  • Last Updated: February 21, 2021, 10:44 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମାଘ ସପ୍ତମୀରୁ ଆରମ୍ଭ ହୋଇଥିବା ଖଣ୍ଡଗିରି ମାଘ ମେଳାରେ ଏଥର ଯାତ୍ରାକୁ ଅନୁମତି ମିଳିନି, କିନ୍ତୁ ପରମ୍ପରା ଅନୁସାରେ ଚାଲିଛି ପୂଜାର୍ଚ୍ଚନା । ଏକାଠି ହୋଇଛନ୍ତି ରାଜ୍ୟ ତଥା ରାଜ୍ୟ ବାହାରୁ ଆସିଥିବା ଅନେକ ସାଧୁସନ୍ଥ । ହୋମ, ଯଜ୍ଞ ଓ ମନ୍ତ୍ର ଉଚ୍ଚାରଣରେ ପ୍ରକମ୍ପିତ ହୋଇଛି ଖଣ୍ଡଗିରିର ପାଦଦେଶ ।

କାଶୀ, ବାରଣାସୀ, ହରିଦ୍ୱାର ଓ ଅଯୋଧ୍ୟା ଭଳି ବିଭିନ୍ନ ସ୍ଥାନରୁ ଆସିଥିବା ସାଧୁସନ୍ଥଙ୍କ ସମାଗମ ହୋଇଛି ଖଣ୍ଡଗିରିର ପାଦଦେଶରେ । ଅନେକ ନାଗା ସାଧୁ ମଧ୍ୟ ଆସିଛନ୍ତି । କିଏ ଯଜ୍ଞକୁଣ୍ଡ ପାଖରେ ୧୮ ଘଣ୍ଟା ଠିଆ ହୋଇ ଜପ କରୁଛନ୍ତି ତ ଆଉ କିଏ ଯଜ୍ଞ ବେଦିରେ ୧୫ ଘଣ୍ଟା ସମୟ କାଟୁଛନ୍ତି । ଏସବୁ ଭିତରେ ଅନ୍ୟତମ ଆକର୍ଷଣ ପାଲଟିଛନ୍ତି ଗୁଜୁରାଟରୁ ଆସିଥିବା ଜଣେ ବାବା । ଉଚ୍ଚ ଶିକ୍ଷା ହାସଲ କରିବା ପରେ ଆଧ୍ୟାତ୍ମିକ ପଥରେ ଅଗ୍ରସର ହୋଇଛନ୍ତି ଏହି ବାବା ।

ଏହା ବି ପଢ଼ନ୍ତୁ | ବାଥରୁମ୍ରେ ଗାଧୋଇବା ବେଳେ ଗିଜର୍ରୁ ଗ୍ୟାସ୍ ଲିକ୍ ହେବାରୁ ଯୁବତୀଙ୍କ ମୃତ୍ୟୁ ହେଲା

ଗୁଜୁରାଟର କୁଚରୁ ଆସିଥିବା ସନ୍ନ୍ୟାସୀ ସୋମଦେବ ବାବାଙ୍କ ଜନ୍ମ ଉତ୍ତର ପ୍ରଦେଶରେ । ଚନ୍ଦ୍ରଶେଖର ଆଜାଦ ବିଶ୍ଵବିଦ୍ୟାଳୟରୁ ସ୍ନାତକୋତ୍ତର ଟିଗ୍ରୀ ହାସଲ କରିଛନ୍ତି ସେ । ଏକ ଦୁର୍ଘଟଣାରେ ପରିବାରର ସମସ୍ତଙ୍କୁ ହରାଇବା ସହ ନିଜର ଏକ ହାତ ମଧ୍ୟ ହରାଇଥିଲେ ସେ ।

ଅନେକ ଲୋକ ପୂଜାରେ ସାମିଲ ହେବା ସହ ସାଧୁସନ୍ଥଙ୍କ ଆଶୀର୍ବାଦ ଲାଭ କରୁଛନ୍ତି ।


ନିଜ ଛୋଟ ଝିଅର ଦେହାନ୍ତ ହେବା ପରେ ଅନ୍ୟ ଏକ ଝିଅକୁ ପୋଷ୍ୟ ସନ୍ତାନ ଭାବେ ଗ୍ରହଣ କରିଥିଲେ ସୋମଦେବ ବାବା । ତାକୁ ପାଠ ପଢାଇ ମଣିଷ କରିଛନ୍ତି ସେ । ଝିଅଟି ବର୍ତ୍ତମାନ କାନପୁରର ଏକ ହସ୍ପିଟାଲରେ ନର୍ସ ଭାବେ କାମ କରୁଛି । କିନ୍ତୁ ଏ ସବୁ ପରେ ବି ବାବାଙ୍କୁ ଶାନ୍ତି ମିଳି ନ ଥିଲା । ତେଣୁ ଧୀରେ ଧୀରେ ସଂସାର ମୋହରୁ ଦୂରେଇ ଥିଲେ ସେ । ତା’ ପରେ ଆରମ୍ଭ ହୋଇଥିଲା ସନ୍ନ୍ୟାସୀ ଜୀବନ । ସନାତନ ଧର୍ମର ପ୍ରଚାର ପ୍ରସାରରେ ଲାଗିପଡି଼ଥିଲେ ସେ । ଏବେ ଖଣ୍ଡଗିରି ମାଘମେଳାରେ ଯୋଗ ଦେଇଛନ୍ତି ଦୀର୍ଘ ଆଠ ବର୍ଷ ହେଲା ସାଂସାରିକ ମୋହ ତ୍ୟାଗ କରି ଆଧ୍ୟାତ୍ମିକ କ୍ଷେତ୍ରରେ ଅଗ୍ରସର ହୋଇଥିବା ସୋମଦେବ ବାବା ।

ଏହା ବି ପଢ଼ନ୍ତୁ | ରାଜସ୍ୱ ବଢ଼ିଲା, ହେଲେ Tech Mahindra ,୦୦୦ BPO ଷ୍ଟାଫଙ୍କୁ ବାହାର କରିଦେବ; ଜାଣନ୍ତୁ କାରଣ

‘‘ବର୍ତ୍ତମାନ ସମୟରେ ଯୁବପିଢି଼ ବିପଥଗାମୀ ହେଉଛନ୍ତି । ଧର୍ମ କାର୍ଯ୍ୟରୁ ଦୂରେଇ ଯାଉଛନ୍ତି । ତେଣୁ ସମାଜରୁ କୁସଂସ୍କାରକୁ ବିତାଡ଼ିତ କରି ସନାତନ ଧର୍ମର ପ୍ରଚାର କରିବା ମୋ’ର ଲକ୍ଷ୍ୟ,’’ କହିଛନ୍ତି ସୋମଦେବ ବାବା ।

ସେହିଭଳି ଅନ୍ୟଜଣେ ସାଧୁ ହେଲେ କାଶୀରୁ ଆସିଥିବା ସନ୍ନ୍ୟାସୀ ମନୀଷ ଗିରି । ଖଣ୍ଡଗିରି ଭଳି ଭାରତବର୍ଷରେ ବିଭିନ୍ନ ସ୍ଥାନରେ ସାଧୁ ସମାଗମରେ ସାମିଲ ହୋଇଛନ୍ତି ସେ ।

ଏହା ବି ପଢ଼ନ୍ତୁ | Economic Survey ୨୦୨୧: ଦୁଇ ବର୍ଷ ପରେ ଦେଶରେ ଘରୋଇ ଟ୍ରେନ୍ ଚାଲିବ; ମେ ସୁଦ୍ଧା ଟେଣ୍ଡର୍ ସରିବ

ଏହି ମେଳାରେ ସାଧୁସନ୍ଥଙ୍କ ସମାଗମ ଦେଖିବାକୁ ଶ୍ରଦ୍ଧାଳୁଙ୍କ ମନରେ ଅନେକ ଉତ୍ସାହ ଅଛି । ଅନେକ ଲୋକ ପୂଜାରେ ସାମିଲ ହେବା ସହ ସାଧୁସନ୍ଥଙ୍କ ଆଶୀର୍ବାଦ ଲାଭ କରୁଛନ୍ତି ।



‘‘ବର୍ଷକ ପରେ ଖଣ୍ଡଗିରି ଆସିଛୁ । ଆଧ୍ୟାତ୍ମିକ ପରିବେଶ ଓ ସାଧୁସନ୍ଥଙ୍କ ସମାଗମ ଦେଖି ବହୁତ ଖୁସି ଲାଗୁଛି। ପୂଜାରେ ସାମିଲ ହେବା ସହ ସାଧୁମାନଙ୍କ ଆଶୀର୍ବାଦ ନେଇଛୁ,’’ କହିଛନ୍ତି ବରମୁଣ୍ଡା ବାସିନ୍ଦା ମୋନା ପଣ୍ଡା । କୋଭିଡ କଟକଣା ଯୋଗୁଁ ଏଥର ମେଳା ଆଉ ଯାତ୍ରାକୁ ଅନୁମତି ମିଳିନି । କିନ୍ତୁ ପରମ୍ପରା ଅନୁସାରେ ଚାଲିଛି ପୂଜାର୍ଚ୍ଚନା । ନଅ ଦିନ ଧରି ଚାଲିବ ଖଣ୍ଡଗିରି ମାଘ ମେଳା ।
Published by: Anand Shankar Thankur Das
First published: February 21, 2021, 10:44 PM IST