ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବାଲେଶ୍ୱରରେ ମନ୍ତ୍ରୀଙ୍କ ‘ନିଖୋଜ’ ହେବା ପୋଷ୍ଟରକୁ ନେଇ କଂଗ୍ରେସ ବିଜେପି ମୁହାଁମୁହିଁ

ବାଲେଶ୍ୱରରେ ମନ୍ତ୍ରୀଙ୍କ ‘ନିଖୋଜ’ ହେବା ପୋଷ୍ଟରକୁ ନେଇ କଂଗ୍ରେସ ବିଜେପି ମୁହାଁମୁହିଁ

କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ‘ନିଖୋଜ’ ବୋଲି ଲେଖାଥିବା ପୋଷ୍ଟରକୁ ନେଇ ବିଜେପି ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାରେ ଦୁଇ ଜଣ କଂଗ୍ରେସ କାର୍ଯ୍ୟକର୍ତ୍ତା ଗିରଫ ହେବା ପରେ ଦୁଇ ଦଳ ମଧ୍ୟରେ ତିକ୍ତତା ବଢ଼ିଛି ।

ବାଲେଶ୍ୱରରେ ମନ୍ତ୍ରୀଙ୍କ ‘ନିଖୋଜ’ ହେବା ପୋଷ୍ଟରକୁ ନେଇ କଂଗ୍ରେସ ବିଜେପି ମୁହାଁମୁହିଁ
ଏମିତି କେତେକ ପୋଷ୍ଟର୍ ବାଲେଶ୍ୱରରେ ଦେଖିବାକୁ ମିଳିଥିଲା ।
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ‘‘ନିଖୋଜ’’ ହୋଇଥିବା ପୋଷ୍ଟରକୁ ନେଇ ବାଲେଶ୍ୱରରେ ଦୁଇ ଜାତୀୟ ଦଳ କଂଗ୍ରେସ ଓ ବିଜେପି ମୁହାଁମୁହିଁ ହୋଇଛନ୍ତି । ଏହି ପୋଷ୍ଟରଗୁଡ଼ିକ ସହରରେ ଲଗେଇବା ଘଟଣାକୁ ନେଇ ବିଜେପିର ନେତା ଓ କାର୍ଯ୍ୟକର୍ତ୍ତାମାନେ ଥାନାରେ ମାମଲା ରୁଜୁ କରିଛନ୍ତି । ବିଜେପି ପକ୍ଷରୁ ଜିଲ୍ଲାର ବିଭିନ୍ନ ଥାନାରେ ମାମଲା ରୁଜୁ କରାଯାଇଛି ।

ବାଲେଶ୍ୱରରେ ସହଦେବଖୁଣ୍ଟା ଆଦର୍ଶ ଥାନା, ନୀଳଗିରି ଥାନା ଓ ସୋର ଥାନାରେ ବିଜେପି ନେତାମାନେ ମାମଲା ରୁଜୁ କରିବା ସହିତ ମନ୍ତ୍ରୀଙ୍କୁ ବଦନାମ କରିବାକୁ ଷଡ଼ଯନ୍ତ୍ର କରୁଥିବା ଅଭିଯୋଗ ଆଣିଛନ୍ତି । ଏଥି ସହିତ ତୁରନ୍ତ ଅଭିଯୁକ୍ତମାନଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି । ତେବେ ବିଜେପିର ଅଭିଯୋଗ ପରେ ପୋଲିସ ଦୁଇ ଜଣ କଂଗ୍ରେସ ନେତାଙ୍କୁ ମଧ୍ୟ ଗିରଫ କରିଛି ।

ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ନିଖୋଜ ପୋଷ୍ଟର ସୋସିଆଲ ମିଡ଼ିଆରେ ଭାଇରାଲ କରିଥିବା ଅଭିଯୋଗରେ ଜିଲ୍ଲା ଯୁବ ଓ ଛାତ୍ର କଂଗ୍ରେସ କାର୍ଯ୍ୟକର୍ତ୍ତା ଗୌତମ ସାହୁ ଓ ଜ୍ଞାନେନ୍ଦ୍ର ମହାନ୍ତିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ପୋଲିସ ।  ଅଭିଯୋଗ ଅନୁଯାୟୀ ପୁଲିସ କେସ୍‌ ନମ୍ବର ୧୫୮/୨୦ରେ ଆଇପିସି ସେକ୍ସନ ୪୬୯, ୫୦୦, ୫୦୫ ଓ ୩୪ ମୂଳେ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟଚାଲାଣ କରିଥିବା ତଦନ୍ତକାରୀ ଅଧିକାରୀ ବିରଞ୍ଚି ସାହୁ ସୂଚନା ଦେଇଛନ୍ତି। ଗିରଫ ହୋଇଥିବା ଦୁଇ ଜଣ ବେଲ୍‌ ପାଇ ଘରକୁ ଫେରିଛନ୍ତି ।

ବିଶ୍ୱ ବାଇସାଇକେଲ୍ ଦିବସ (ଜୁନ୍ ୩)ରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବାଲେଶ୍ୱରରେ ସାଇକେଲ୍ ଚଳାଉଛନ୍ତି ।


ଘଟଣା ଅନୁସାରେ ଗତ ୩୧ ତାରିଖରେ ବାଲେଶ୍ବର ସହରରେ କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ନିଖୋଜ ଥିବା ପୋଷ୍ଟର ବିଭିନ୍ନ ସ୍ଥାନରେ ଲଗାଯାଇଥିଲା । ବାଲେଶ୍ୱର ସହରର ଷ୍ଟେସନ ଛକ, ସିନେମା ଛକ, ସୂଚନା ଓ ଲୋକସମ୍ପର୍କ ବିଭାଗ ଅଫିସ କାନ୍ଥ, ଜିଲ୍ଲାପାଳ କାର୍ଯ୍ୟାଳୟ ଓ ବସ ଷ୍ଟାଣ୍ଡ ଆଦି ଜନଗହଳି ସ୍ଥାନରେ ଏହି ପୋଷ୍ଟର ଲଗାଯାଇଥିଲା । ଅନ୍ୟ ପକ୍ଷରେ ଉକ୍ତ ପୋଷ୍ଟର ସୋସିଆଲ ମିଡ଼ିଆରେ ମଧ୍ୟ ଭାଇରାଲ କରାଯାଇ ମନ୍ତ୍ରୀଙ୍କ ନାଁରେ ବିଭିନ୍ନ ଅପପ୍ରଚାର କରାଯାଇଥିଲା।  ଏହାକୁ ନେଇ ଗିରଫଦାରୀ ହୋଇଛି ।

ଗିରଫ ହୋଇଥିବା କଂଗ୍ରେସ କାର୍ଯ୍ୟକର୍ତ୍ତା ଗୌତମ ସାହୁ ଓ ଜ୍ଞାନେନ୍ଦ୍ର ମହାନ୍ତି


ଏହି ଗିରଫ ଘଟଣା ପରେ ତାତିଛି କଂଗ୍ରେସ ଦଳ । ଦୁଇ ଜଣ ଗିରଫ ହୋଇଥିବା ଘଟଣାକୁ କଂଗ୍ରେସ ଦଳ ଦୃଢ଼ ବିରୋଧ କରିଛି I ବାଲେଶ୍ୱର ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ ଯୁବ କଂଗ୍ରେସର ସାଧାରଣ ସମ୍ପାଦକ ତୁଷାରକାନ୍ତି ତପଶୀ କେନ୍ଦ୍ର ମନ୍ତ୍ରୀ ଓ ବିଜେପି ଦଳର ‘‘ଅସହିଷ୍ଣୁତା’’କୁ ନିନ୍ଦା କରିଥିଲେ I ଜିଲ୍ଲାର ବିକାଶରେ ବିଜେପି ସମ୍ପୂର୍ଣ୍ଣ ଫେଲ୍ ହୋଇଥିବା ଓ ଲକଡାଉନ୍ ସମୟରେ କେନ୍ଦ୍ର ମନ୍ତ୍ରୀ ଜିଲ୍ଲାବାସୀଙ୍କ ଦୁଃଖ ସମୟରେ ଅନୁପସ୍ଥିତ ଥିବା ଅଭିଯୋଗ କରିଛି କଂଗ୍ରେସ ଦଳ । ଆଗାମୀ ଦିନରେ କଂଗ୍ରେସ ଦଳ ଏହାର ଦୃଢ଼ ଜବାବ ଦେବ ବୋଲି ତପସୀ ଚେତାବନୀ ଦେଇଛନ୍ତି I

କିନ୍ତୁ ବାଲେଶ୍ୱରେ କେନ୍ଦ୍ର ମନ୍ତ୍ରୀ ଭିନ୍ନ ଶୈଳୀରେ ବିରୋଧୀଙ୍କୁ ଜବାବ ଦେଇଛନ୍ତି । ‘‘ଯେଉଁମାନେ ମୁଁ ନିଖୋଜ ଥିଲି ବୋଲି କହୁଥିଲେ ସେମାନେ ଏବେ ଆସି ମୋତେ ବାଲେଶ୍ୱରରେ ଦେଖା କରିପାରିବେ । ମୁଁ ଏବେ ବାଲେଶ୍ୱରରେ ଅଛି । ମୁଁ କେବଳ ବାଲେଶ୍ୱର ସାଂସଦ ନୁହେଁ ଦେଶର ଜଣେ ମନ୍ତ୍ରୀ,’’ ବୋଲି କହିଛନ୍ତି ଷଡ଼ଙ୍ଗୀ ।

ଏହା ବି ପଢ଼ନ୍ତୁ: 

ପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା

ନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!

ଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍

କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛି

ହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’

ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେ

ଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ

‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗ

ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେ

ମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟ

ଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେ

ଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍

ସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍

ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲା

କରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେ

କରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲା

୧୫ ଜୁନ୍ ପାଖାପାଖି ସପିଂ ମଲ୍ ଓ ସିନେମା ହଲ୍ ଖୋଲିପାରେ; ଲାଗୁ ହେବ ଏହି ନୂଆ ନିୟମ
First published: June 5, 2020, 7:28 PM IST