ରାଜ୍ୟପାଳଙ୍କୁ ଜାତୀୟ ପତାକା ଭେଟିଦେଲେ ଡାକ ବିଭାଗର କର୍ମଚାରୀ

ସୋମବାର ଭୁବନେଶ୍ୱର ଡାକମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ବସନ୍ତ କୁମାର ପଣ୍ଡା, ସହ-ଅଧୀକ୍ଷକ ଦେବଦତ୍ତ ଜେତା, ରାଜଭବନ ଉପଡାକଘରର ପୋଷ୍ଟମାଷ୍ଟର ସ୍ୱପ୍ନାରାଣୀ ପଣ୍ଡା ପ୍ରମୁଖ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଜାତୀୟ ପତାକା ପ୍ରଦାନ କରିଥିଲେ ।

ରାଜ୍ୟପାଳଙ୍କୁ ଜାତୀୟ ପତାକା ଭେଟିଦେଲେ ଡାକ ବିଭାଗର କର୍ମଚାରୀ

ରାଜ୍ୟପାଳଙ୍କୁ ଜାତୀୟ ପତାକା ଭେଟିଦେଲେ ଡାକ ବିଭାଗର କର୍ମଚାରୀ

  • Share this:
News 18 Odia Digital

ଭୁବନେଶ୍ୱର; ଦେଶରେ ଆଜାଦୀ କା ଅମୃତ ମହୋତ୍ସବ ପାଳନ ହେଉଥିବା ବେଳେ ଏହାକୁ ସ୍ମରଣୀୟ କରିବା ପାଇଁ ୧୩ରୁ ୧୫ ଅଗଷ୍ଟ ୩ ଦିନ ପର୍ଯ୍ୟନ୍ତ ଘରେ ଜାତୀୟ ପତାକା ଉତ୍ତୋଳନ କରିବା ପାଇଁ ସରକାର ଭାରତବର୍ଷର ସମସ୍ତ ନାଗରିକଙ୍କୁ ନିବେଦନ କରିଛନ୍ତି । ଭାରତୀୟ ଡାକ ବିଭାଗ ତାର ବିସ୍ତୃତ ୧ ଲକ୍ଷ ୫୯ ହଜାରରୁ ଅଧିକ ଡାକଘର ଏବଂ ଉତ୍ସର୍ଗୀକୃତ କର୍ମଚାରୀଙ୍କ ଶକ୍ତି ସହାୟତାରେ ସ୍ଥାନୀୟ ତଥା ଗ୍ରାମାଞ୍ଚଳର ଲୋକମାନଙ୍କୁ ସଚେତନ କରିବା ସହିତ ସଂସ୍କୃତି ମନ୍ତ୍ରଣାଳୟ ସହାୟତାରେ ଜାତୀୟ ପତାକା ସମସ୍ତ ଡାକଘରେ ଉପଲବ୍ଧି କରାଇପାରିିଛି । ଏହି ଅବସରରେ ସୋମବାର ଭୁବନେଶ୍ୱର ଡାକମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ବସନ୍ତ କୁମାର ପଣ୍ଡା, ସହ-ଅଧୀକ୍ଷକ ଦେବଦତ୍ତ ଜେତା, ରାଜଭବନ ଉପଡାକଘରର ପୋଷ୍ଟମାଷ୍ଟର ସ୍ବପ୍ନାରାଣୀ ପଣ୍ଡା ପ୍ରମୁଖ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କୁ ଭେଟି ଜାତୀୟ ପତାକା ପ୍ରଦାନ କରିଥିଲେ । ସଙ୍ଗେ ସଙ୍ଗେ ରାଜ୍ୟପାଳ ରାଜଭବନ କର୍ମଚାରୀଙ୍କ ପାଇଁ ୧୬୦ଟି ପତାକା ଅର୍ଡର କରିଥିଲେ । ଭୁବନେଶ୍ୱର ଡାକମଣ୍ଡଳକୁ ପକ୍ଷରୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇଥିଲା ।

ସୂଚନାଯୋଗ୍ୟ, ସମସ୍ତ ନାଗରିକଙ୍କ ପାଇଁ ପ୍ରତ୍ୟେକ ଡାକଘରେ ମାତ୍ର ୨୫ ଟଙ୍କାରେ ଜାତୀୟ ପତାକା ଉପଲବ୍ଧ ହେବ ।
ସେହି ନିର୍ଦ୍ଦେଶ ଅନୁସାରେ ଭୁବନେଶ୍ୱର ଡାକମଣ୍ଡଳ ସମସ୍ତ ଡାକଘରେ ଜାତୀୟ ପତାକା ଉପଲବ୍ଧ କରାଇଛି । ମାତ୍ର ୨୫ ଟଙ୍କା ଦେଇ ନିକଟସ୍ଥ ଡାକଘରୁ ଜାତୀୟ ପତାକାଟିଏ ସଂଗ୍ରହ କରିବାକୁ ଭୁବନେଶ୍ୱର ଡାକମଣ୍ଡଳର ବରିଷ୍ଠ ଡାକ ଅଧୀକ୍ଷକ ବସନ୍ତ କୁମାର ପଣ୍ଡା ଅନୁରୋଧ କରିଛନ୍ତି ।
Published by:Soubhagya Mishra
First published: