ପୋଷ୍ଟ ଅଫିସ ଗ୍ରାହକଙ୍କ ପାଇଁ ବଡ଼ ଖବର! ୧ ଏପ୍ରିଲରୁ ଟଙ୍କା ଜମା ଓ ପ୍ରତ୍ୟାହାର ପାଇଁ ଦେବାକୁ ପଡିବ ଚାର୍ଜ

ପୋଷ୍ଟ ଅଫିସ୍ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ଅଛି । ଯଦି ଆପଣଙ୍କର ମଧ୍ୟ ଏକ ଆକାଉଣ୍ଟ୍ ଅଛି ତେବେ ଆଜି ହିଁ ଜାଣି ନିଅନ୍ତୁ ନଚେତ୍ ଆପଣ କ୍ଷତି ସହିପାରନ୍ତି । ୧ ଏପ୍ରିଲ୍ ୨୦୨୧ ରୁ ପୋଷ୍ଟ ଅଫିସ୍ ଗ୍ରାହକଙ୍କ ପାଇଁ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି ।

ପୋଷ୍ଟ ଅଫିସ ଗ୍ରାହକଙ୍କ ପାଇଁ ବଡ଼ ଖବର! ୧ ଏପ୍ରିଲରୁ ଟଙ୍କା ଜମା ଓ ପ୍ରତ୍ୟାହାର ପାଇଁ ଦେବାକୁ ପଡିବ ଚାର୍ଜ
ପୋଷ୍ଟ ଅଫିସ ଗ୍ରାହକଙ୍କ ପାଇଁ ଖବର!
  • News18 Odia
  • Last Updated: March 7, 2021, 10:44 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ନୂଆ ଦିଲ୍ଲୀ: ପୋଷ୍ଟ ଅଫିସ୍ ଗ୍ରାହକଙ୍କ ପାଇଁ ଏକ ବଡ଼ ଖବର ଅଛି । ଯଦି ଆପଣଙ୍କର ମଧ୍ୟ ଏକ ଆକାଉଣ୍ଟ୍ ଅଛି ତେବେ ଆଜି ହିଁ ଜାଣି ନିଅନ୍ତୁ ନଚେତ୍ ଆପଣ କ୍ଷତି ସହିପାରନ୍ତି । ୧ ଏପ୍ରିଲ୍ ୨୦୨୧ ରୁ ପୋଷ୍ଟ ଅଫିସ୍ ଗ୍ରାହକଙ୍କ ପାଇଁ କିଛି ନୂତନ ନିୟମ ଲାଗୁ ହେବାକୁ ଯାଉଛି । ମନି କଣ୍ଟ୍ରୋଲ୍ ଖବର ଅନୁଯାୟୀ ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କଗୁଡିକ ବର୍ତ୍ତମାନ AEPS (ଆଧାର ଆଧାରିତ ପେମେଣ୍ଟ ସିଷ୍ଟମ) ପ୍ରତ୍ୟାହାର ଓ ଜମା ପାଇଁ ଚାର୍ଜ କରିବାକୁ ନିଷ୍ପତ୍ତି ନେଇଛନ୍ତି । ଅର୍ଥାତ୍ ଟଙ୍କା ଜମା ଓ ପ୍ରତ୍ୟାହାର ପାଇଁ ଆପଣଙ୍କୁ ମଧ୍ୟ ଏକ ଚାର୍ଜ ଦେବାକୁ ପଡିବ । ଜାଣନ୍ତୁ କେଉଁ ଆକାଉଣ୍ଟରେ ଲାଗୁହେବ ଏହି ନିୟମ-

ବେସିକ ସେଭିଙ୍ଗସ ଆକାଉଣ୍ଟରେ କେତେ ଲାଗିବ ଚାର୍ଜ?
ଯଦି ଆପଣଙ୍କର ଏକ ବେସିକ ସେଭିଙ୍ଗସ ଆକାଉଣ୍ଟ ଅଛି । ତେବେ ଆପଣଙ୍କୁ ୪ ଥର ଟଙ୍କା ପ୍ରତ୍ୟାହାର ପାଇଁ କୌଣସି ଚାର୍ଜ ଦେବାକୁ ପଡିବ ନାହିଁ । କିନ୍ତୁ ଏହି କାରବାରଠାରୁ ଅଧିକ ଉଠାଇଲେ ଆପଣଙ୍କୁ ୨୫ ଟଙ୍କା କିମ୍ବା ୦.୫ ପ୍ରତିଶତ ଚାର୍ଜ ଦେବାକୁ ପଡିବ । ଏଥିସହିତ ଟଙ୍କା ଜମା କରିବା ପାଇଁ କୌଣସି ଚାର୍ଜ ଲାଗୁ ହେବ ନାହିଁ ।

ସେଭିଙ୍ଗ ଓ କରେଣ୍ଟ ଆକାଉଣ୍ଟରେ କେତେ ଲାଗିବ ଚାର୍ଜ?
ଯଦି ଆପଣଙ୍କର ଏକ ସେଭିଙ୍ଗ ଓ କରେଣ୍ଟ ଆକାଉଣ୍ଟ ଅଛି । ତେବେ ଆପଣ ପ୍ରତି ମାସରେ ୨୫୦୦୦ ଟଙ୍କା ପର୍ଯ୍ୟନ୍ତ ଟଙ୍କା ଉଠାଇ ପାରିବେ । ଏହାଠାରୁ ଅଧିକ ପ୍ରତ୍ୟାହାର କରିବାକୁ ଆପଣଙ୍କୁ ୨୫ ଟଙ୍କା ଚାର୍ଜ ଦେବାକୁ ପଡିବ । ଏଥି ସହିତ ଯଦି ଆପଣ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ନଗଦ ଜମା କରନ୍ତି ତେବେ କୌଣସି ଚାର୍ଜ ଲାଗିବ ନାହିଁ, କିନ୍ତୁ ଯଦି ଆପଣ ଏହାଠାରୁ ଅଧିକ ଜମା କରନ୍ତି ତେବେ ପ୍ରତ୍ୟେକ ଜମା ପାଇଁ ଅତି କମରେ ୨୫ ଟଙ୍କା ଆଦାୟ କରାଯିବ ।

ଇଣ୍ଡିଆ ପୋଷ୍ଟ AePS ଆକାଉଣ୍ଟରେ ଚାର୍ଜ
IPPB ନେଟୱାର୍କରେ ଅସୀମିତ ମାଗଣା କାରବାର ଅଛି । କିନ୍ତୁ IPPB ନଥିବା ପାଇଁ କେବଳ ତିନୋଟି ମାଗଣା କାରବାର କରାଯାଇପାରିବ । ଏହି ନିୟମଗୁଡିକ ମିନି ଷ୍ଟେଟମେଣ୍ଟ, ନଗଦ ପ୍ରତ୍ୟାହାର ଓ ନଗଦ ଜମା ପାଇଁ । AePS ରେ ମାଗଣା ସୀମା ସମାପ୍ତ ହେବା ପରେ ପ୍ରତ୍ୟେକ କାରବାର ଉପରେ ଏକ ଦେୟ ଦେବାକୁ ପଡିବ । ସୀମା ସମାପ୍ତ ହେବା ପରେ କୌଣସି ଜମା ପାଇଁ ୨୦ ଟଙ୍କା ଆଦାୟ କରାଯିବ ।

ମିନି ଷ୍ଟେଟମେଣ୍ଟ କାଢ଼ିବା ପାଇଁ ମଧ୍ୟ ଚାର୍ଜ ଆଦାୟ କରାଯିବ
ଏହା ବ୍ୟତୀତ ଯଦି ଗ୍ରାହକ ମିନି ଷ୍ଟେଟମେଣ୍ଟ ବାହାର କରିବାକୁ ଚାହାଁନ୍ତି ତେବେ ଏଥିପାଇଁ ଆପଣଙ୍କୁ ୫ ଟଙ୍କା ଦେବାକୁ ପଡିବ । ଯଦି ସୀମା ସମାପ୍ତ ହେବା ପରେ ଯଦି ଆପଣ ଟଙ୍କା କାରବାର କରନ୍ତି ତେବେ ଆପଣଙ୍କ ଆକାଉଣ୍ଟରୁ କାରବାର ପରିମାଣର ୧% କଟାଯିବ । ଯାହା ସର୍ବନିମ୍ନ ୧ ଟଙ୍କା ଓ ସର୍ବାଧିକ ୨୫ ଟଙ୍କା ଚାର୍ଜ ଲାଗିବ । ଏହି ଚାର୍ଜଗୁଡ଼ିକ ଉପରେ ଜିଏସ୍ଟି ଓ ସେସ୍ ମଧ୍ୟ ଆଦାୟ କରାଯିବ ।

ଏହା ବ୍ୟତୀତ ଇଣ୍ଡିଆ ପୋଷ୍ଟ ଘୋଷଣା କରିଛି ଯେ ଏହା ଡାକଘର ଜିଡିଏସ୍ (ଗ୍ରାମିନ ଡାକ ସେବା) ଶାଖାରେ ପ୍ରତ୍ୟାହାର ସୀମା ବୃଦ୍ଧି କରିବ ଓ ବର୍ତ୍ତମାନ ଏହି ସୀମା ଗ୍ରାହକଙ୍କ ପାଇଁ ୫୦୦୦ ରୁ ୨୦୦୦୦ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହି ପଦକ୍ଷେପର ଉଦ୍ଦେଶ୍ୟ ହେଉଛି ସମୟ ସହିତ ଡାକଘର ଜମା ବୃଦ୍ଧି କରିବା । ଡାକଘରେ ସେଭିଂ ଆକାଉଣ୍ଟରେ ଅତି କମରେ ୫୦୦a ଟଙ୍କା ରହିବା ଉଚିତ ଓ ଯଦି ଏହାର ପରିମାଣ ୫୦୦ ଟଙ୍କାରୁ କମ୍ ରହେ ତେବେ ୧୦୦ ଟଙ୍କା ଚାର୍ଜ କଟାଯିବ । ଏଥି ସହିତ ଯଦି ଆକାଉଣ୍ଟକୁ ଅର୍ଥ ପ୍ରଦାନ କରାଯାଏ ନାହିଁ ତେବେ ଆକାଉଣ୍ଟ ବନ୍ଦ ହୋଇଯିବ ।
Published by: Jagdish Barik
First published: March 7, 2021, 10:39 AM IST