News18 Odia Digital
ନୂଆ ଦିଲ୍ଲୀ: Post Office Scheme: ବଜାରରେ ବିନିଯୋଗର ଅନେକ ବିକଳ୍ପ ଅଛି, ଆଉ ସେହି ଯୋଜନାଗୁଡି଼କ ମଧ୍ୟରୁ ଅନେକ ବହୁତ ଆକର୍ଷଣୀୟ ରିଟର୍ଣ୍ଣ ଦିଅନ୍ତି । ତଥାପି ଏଥି ମଧ୍ୟରୁ କେତେକରେ ବିପଦ ରହିଥାଏ । ଅନେକ ନିବେଶକ କମ୍ ରିଟର୍ଣ୍ଣ ମିଳୁଥିବା ନିରାପଦ ସ୍ଥାନରେ ବିନିଯୋଗ ଯୋଜନାକୁ ପସନ୍ଦ କରନ୍ତି କାରଣ ସେମାନେ ରିସ୍କ ନେବାକୁ ଚାହାଁନ୍ତି ନାହିଁ । ଯଦି ଆପଣ କମ୍ ରିସ୍କରେ ଭଲ ରିଟର୍ଣ୍ଣ ଥିବା ନିବେଶ ବିକଳ୍ପ ଖୋଜୁଛନ୍ତି ତାହେଲେ ଆପଣ ଏହି ପୋଷ୍ଟ ଅଫିସ୍ ସ୍କିମ୍ ବିଷୟରେ ନିଶ୍ଚୟ ଜାଣିବା ଉଚିତ ।
ଡାକଘରର ଏହି ଯୋଜନା ଆପଣଙ୍କ ପାଇଁ ଖୁବ୍ ଉପଯୋଗୀ ହେବ । ଇଣ୍ଡିଆ ପୋଷ୍ଟ (India Post) ଦ୍ୱାରା ଦିଆଯାଉଥିବା ଏହି ଗ୍ରାମ ସୁରକ୍ଷା ଯୋଜନା ଏମିତି ଏକ ବିକଳ୍ପ ଯେଉଁଥିରେ ଆପଣ କମ୍ ବିପଦରେ ଭଲ ରିଟର୍ଣ୍ଣ ପାଇପାରିବେ ।ଗ୍ରାମ ସୁରକ୍ଷା ଯୋଜନାରେ ୮୦ ବର୍ଷ ବୟସରେ ପହଞ୍ଚିଲେ ବୋନସ୍ ସହିତ ନିଶ୍ଚିତ ରାଶି ମିଳେ । ମୃତ୍ୟୁ ହେବା ସ୍ଥିତିରେ ଆଇନଗତ ଉତ୍ତରାଧିକାରୀଙ୍କୁ ବି ବୋନସ୍ ସହିତ ନିଶ୍ଚିତ ରାଶି ମିଳେ । ଏହି ସରକାରୀ ଯୋଜନାରେ ବୋନସ ସହିତ ନିଶ୍ଚିତ ରାଶି ମିଳିବା ସୁନିଶ୍ଚିତ ।
ଏହା ବି ପଢ଼ନ୍ତୁ | T20 World Cupରେ ଭାରତ ପାଇଲା ସବୁଠୁ ବଡ଼ ବିଜୟ; ସ୍କଟଲ୍ୟାଣ୍ଡକୁ ମାତ୍ର ୩୯ ବଲରେ ହରେଇଲା୧୯ ବର୍ଷରୁ ୫୫ ବର୍ଷ ବୟସ ମଧ୍ୟରେ ଯେକୌଣସି ଭାରତୀୟ ନାଗରିକ ଏହି ବୀମା ଯୋଜନା ନେଇପାରିବେ ।ଏହି ଯୋଜନାରେ ନିବେଶ କରାଯିବାକୁ ଥିବା ସର୍ବନିମ୍ନ ରାଶି ୧୦,୦୦୦ ଟଙ୍କାରୁ ୧୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇପାରେ । ଏହି ଯୋଜନାର ପ୍ରିମିୟମ୍ ଦେୟ ମାସିକ, ତ୍ରୈମାସିକ, ଅର୍ଦ୍ଧ-ବାର୍ଷିକ କିମ୍ବା ବାର୍ଷିକ କରାଯାଇପାରିବ ।ପ୍ରିମିୟମ୍ ଦେବାକୁ ଗ୍ରାହକଙ୍କୁ ୩୦ ଦିନର ଅନୁଗ୍ରହ ଅବଧି (କୋହଳ ସମୟ) ଦିଆଯାଏ ।ପଲିସି ଅବଧି ସମୟରେ ଡିଫଲ୍ଟ ହେବା କ୍ଷେତ୍ରରେ ଗ୍ରାହକ ବାକିଥିବା ପ୍ରିମିୟମ ଦେଇ ନିଜ ପଲିସିକୁ ପୁନଃଜୀବିତ କରିପାରିବେ ।
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ VIDEO | PM Modi@LoC: ସୈନ୍ୟମାନଙ୍କ ସହ ଦୀପାବଳୀ ପାଳନ କଲେ ମୋଦି; ସର୍ଜିକାଲ୍ ଷ୍ଟ୍ରାଇକ୍ କଥା କହିଲେଏହି ବୀମା ଯୋଜନାରେ ଋଣ ସୁବିଧା ବି ମିଳେ । ପଲିସି ନେବାର ଚାରି ବର୍ଷ ପରେ ଆପଣଙ୍କୁ ଲୋନ୍ ଉପଲବ୍ଧ ହେବ । ଗ୍ରାହକ ପଲିସି ନେବାର ତିନି ବର୍ଷ ପରେ ଏହାକୁ ସରେଣ୍ଡର୍ କରିବାକୁ ଚାହିଁଲେ କରିପାରିବେ । ହେଲେ ସେହି କ୍ଷେତ୍ରରେ ଆପଣ ଏହି ପଲିସିର କୌଣସି ଲାଭ ପାଇବେ ନାହିଁ ।ଏହି ପଲିସିର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଇଣ୍ଡିଆ ପୋଷ୍ଟ ଦ୍ୱାରା ଦିଆଯାଉଥିବା ବୋନସ୍ ।ଏଥିରେ ଶେଷ ଘୋଷିତ ବୋନସ୍ ପ୍ରତି ବର୍ଷ ପ୍ରତି ୧,୦୦୦ ଟଙ୍କା ପାଇଁ ୬୫ ଟଙ୍କା ନିଶ୍ଚିତ କରାଯାଇଛି ।
ଏହା ବି ପଢ଼ନ୍ତୁ | ବିବାହର ମାତ୍ର ଚାରି ଦିନ ପରେ କନ୍ୟାର ମୃତ ଦେହ ଏକ ଆଟାଚି ଭିତରୁ ମିଳିଲାଯଦି ଜଣେ ବ୍ୟକ୍ତି ୧୯ ବର୍ଷ ବୟସରେ ୧୦ ଲକ୍ଷ ଟଙ୍କାର ଗ୍ରାମ ସୁରକ୍ଷା ପଲିସି ନିଅନ୍ତି, ତାଙ୍କୁ ଆଗାମୀ ୫୫ ବର୍ଷ ପାଇଁ ମାସିକ ପ୍ରିମିୟମ୍ ୧,୫୧୫ ଟଙ୍କା ଲେଖାଏଁ, ୫୮ ବର୍ଷ ପାଇଁ ୧,୪୬୩ ଟଙ୍କା ଲେଖାଏଁ, ଓ ୬୦ ବର୍ଷ ପାଇଁ ୧,୪୧୧ ଟଙ୍କା ଲେଖାଏଁ ଲାଗିବ । ପଲିସି କ୍ରେତାଙ୍କୁ ୫୫ ବର୍ଷ ପାଇଁ ୩୧.୬୦ ଲକ୍ଷ ଟଙ୍କା, ୫୮ ବର୍ଷ ପାଇଁ ୩୩.୪୦ ଲକ୍ଷ ଓ ୬୦ ବର୍ଷ ପାଇଁ ୩୪.୬୦ ଲକ୍ଷ ଟଙ୍କା ପରିପକ୍ୱତା ଲାଭ (maturity benefits) ମିଳିବ ।
ଏହା ବି ପଢ଼ନ୍ତୁ | ଭୁବନେଶ୍ୱରରେ ବୀମା ଆଜେଣ୍ଟ୍ ପରିଚୟ ଦେଇ ସୁନା ଓ ଟଙ୍କା ଲୁଟିଥିଲେ ଏହି ସୁନ୍ଦରୀ ମହିଳା, ଧରା ପଡ଼ିଲେଏହି ପଲିସି ବିଷୟରେ ଯେକୌଣସି ସୂଚନା କିମ୍ବା ଅନ୍ୟାନ୍ୟ ବିବରଣୀ ନିକଟସ୍ଥ ଡାକଘରୁ ଆପଣଙ୍କୁ ମିଳି ପାରିବ । ଗ୍ରାହକମାନେ ଦିଆଯାଇଥିବା ଟୋଲ୍ ଫ୍ରି ହେଲ୍ପଲାଇନ ନମ୍ବର 1800 180 5232/155232 କିମ୍ବା ଅଫିସିଆଲ୍ ୱେବସାଇଟ୍ www.postallifeinsurance.gov.in ରେ ବି ଯୋଗାଯୋଗ କରିପାରିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।