ବାଲେଶ୍ୱର ଉପନିର୍ବାଚନ: ଟିକେଟ ଦୌଡ଼ରେ BJP, BJD ଓ କଂଗ୍ରେସର ଏକାଧିକ ନେତା ସାମିଲ୍

ବିଜେଡିର ଆଶାୟୀ ପ୍ରାର୍ଥୀଙ୍କ ତାଲିକା ସବୁ ଠାରୁ ଲମ୍ବା ରହିଛି । ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନା, ତିନି ଥର ବିଧ୍ୟାୟକ ରହିଥିବା ଜୀବନ ପ୍ରଦୀପ ଦାଶ ଓ ଚଳଚ୍ଚିତ୍ର ଅଭିନେତା ଅରିନ୍ଦମଙ୍କ ନାଁକୁ ନେଇ ଦଳୀୟ ମହଲରେ ଚର୍ଚ୍ଚା ହେଉଛି ।

ବାଲେଶ୍ୱର ଉପନିର୍ବାଚନ: ଟିକେଟ ଦୌଡ଼ରେ BJP, BJD ଓ କଂଗ୍ରେସର ଏକାଧିକ ନେତା ସାମିଲ୍
ବାଲେଶ୍ୱରରେ ୨୦୧୯ ସାଧାରଣ ନିର୍ବାଚନ ପ୍ରଚାର ସମୟର ଏକ ଦୃଶ୍ୟ
  • News18 Odia
  • Last Updated: September 30, 2020, 11:59 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: ଉପନିର୍ବାଚନର ତାରିଖ ଘୋଷଣା ହେବା ପରେ ଏବେ ବାଲେଶ୍ୱରରେ ସରଗରମ ହୋଇଉଠିଛି ରାଜନୈତିକ ପରିବେଶ । ନଭେମ୍ବର ୩ରେ ବାଲେଶ୍ୱର ସଦର ବିଧାନ ସଭା ନିର୍ବାଚନ ମଣ୍ଡଳୀ ପାଇଁ ମତଦାନ ହେବାକୁ ଥିବା ବେଳେ ତିନିଟି ପ୍ରମୁଖ ଦଳର ପ୍ରାର୍ଥୀ କିଏ ହେବେ ତାହା ଉପରେ ଏବେ ସବୁଠି ଚର୍ଚ୍ଚା ହେଉଛି । ବିଜେପି, ବିଜେଡି ଓ କଂଗ୍ରେସରେ ଲମ୍ବିଛି ପ୍ରାର୍ଥୀ ତାଲିକା । ହେଲେ ସବୁ ଠାରୁ ଅଧିକ ଚର୍ଚ୍ଚା ବିଜେପିର ସ୍ବର୍ଗତ ବିଧାୟକଙ୍କ ପୁଅ ମାନସ ଦତ୍ତ, ବିଜେଡିର ଜିଲ୍ଲା ସଭାପତି ରବୀନ୍ଦ୍ର ଜେନା ଓ କଂଗ୍ରେସର ୨୦୧୯ ସାଂସଦ ପ୍ରାର୍ଥୀ ନବଜ୍ୟୋତି ପଟ୍ଟନାୟକଙ୍କର ହେଉଛି ।

ଚର୍ଚ୍ଚା ଭିତରେ ମଧ୍ୟ ଆଉ କିଛି ନାଁ ବି ଆସିଛି ସାମ୍ନାକୁ । ବିଜେଡିର ଆଶାୟୀ ପ୍ରାର୍ଥୀଙ୍କ ତାଲିକା ସବୁ ଠାରୁ ଲମ୍ବା ରହିଛି । ରବୀନ୍ଦ୍ର ଜେନାଙ୍କ ପତ୍ନୀ ସୁବାସିନୀ ଜେନା, ତିନି ଥର ସଦର ବିଧ୍ୟାୟକ ରହିଥିବା ଜୀବନ ପ୍ରଦୀପ ଦାଶ ଓ ଚଳଚ୍ଚିତ୍ର ଅଭିନେତା ଅରିନ୍ଦମଙ୍କ ନାଁକୁ ନେଇ ଦଳୀୟ ମହଲରେ ଜୋରସୋରରେ ଚର୍ଚ୍ଚା ହେଉଛି ।

ତାରିଖ ଘୋଷଣା ହେବା ପରେ ତିନୋଟି ରାଜନୈତିକ ଦଳ ବିଜୟୀ ହେବେ ବୋଲି ଦାବି କରିଛନ୍ତି । ବିଜେପି ଓ ବିଜେଡି କହିଛନ୍ତି ଯେ ଉପନିର୍ବାଚନ ପାଇଁ ସେମାନେ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି ଓ କୋଭିଡ ଗାଇଡଲାଇନ ମାନି ନିର୍ବାଚନ ଲଢ଼ିବା ପାଇଁ ପ୍ରସ୍ତୁତ ହେଉଛନ୍ତି ।

ବାଲେଶ୍ୱର ସଦର ଆସନରେ ୧୯୫୧ରୁ ୨୦୧୯ ମଧ୍ୟରେ ୧୬ ଥର ନିର୍ବାଚନ ହୋଇଛି । ଏଥିରେ କଂଗ୍ରେସ ଚାରି ଥର ଏବଂ ବିଜେପି ଓ ବିଜେଡି ଦୁଇ ଥର ଲେଖାଏଁ ଜିତିଛନ୍ତି । ଓଡ଼ିଶା ଗଣପରିଷଦ ଓ ସ୍ୱାଧୀନ ପ୍ରାର୍ଥୀ ଥରେ ଥରେ  ବିଜୟୀ ହୋଇଛନ୍ତି । ସିପିଆଇ ତିନି ଥର ବିଜୟୀ ହୋଇଥିବା ବେଳେ ପ୍ରଜା ସୋସାଲିଷ୍ଟ ପାର୍ଟି ଦୁଇ ଥର ବିଜୟୀ ହୋଇଛି ଓ ଜନତା ପାର୍ଟି ଥରେ ଜିତିଛି ।

ବିଜେପିର ସ୍ବର୍ଗତ ବିଧାୟକଙ୍କ ପୁଅ ମାନସ ଦତ୍ତ


୨୦୦୦ ମସିହାରେ ବିଜେଡି-ବିଜେପି ମେଣ୍ଟର ପ୍ରାର୍ଥୀ ଭାବେ ବିଜେଡିର ଜୀବନ ପ୍ରଦୀପ ଦାଶ ଓ ୨୦୦୪ରେ ବିରୋଧୀ ମେଣ୍ଟ ଓଜିପିର ପ୍ରାର୍ଥୀ ଅରୁଣ ଦେ ବିଜୟୀ ହୋଇଥିଲେ । ୨୦୦୯ ଓ ୨୦୧୪ରେ ବିଜେଡି ପ୍ରାର୍ଥୀ ଭାବେ ଜୀବନ ପ୍ରଦୀପ ଦାଶ ବିଜୟୀ ହୋଇଥିଲେ । ୨୦୧୯ରେ ଏହି ଆସନରୁ ବିଜେପିର ମଦନମୋହନ ଦତ୍ତ ବିଜୟୀ ହୋଇଥିଲେ । ତାଙ୍କୁ ୭୪,୮୧୫ ଖଣ୍ଡ ଭୋଟ ମିଳିଥିବା ବେଳେ ବିଜେଡି ପ୍ରାର୍ଥୀ ଜୀବନ ପ୍ରଦୀପ ଦାଶ ପାଇଥିଲେ ୬୧,୪୦୯ ଖଣ୍ଡ ଭୋଟ ଓ କଂଗ୍ରେସ ମାତ୍ର ୧୯,୭୦୪ ଖଣ୍ଡ ଭୋଟ ହାତେଇବାରେ ସଫଳ ହୋଇଥିଲା ।

୨୦୧୯ ବିଧାନ ସଭା ନିର୍ବାଚନରେ ଏହି ଆସନରେ ବିଜେପିକୁ ୪୭.୨୬% ଭୋଟ୍‌, ବିଜେଡିକୁ ୩୮.୭୯ ପ୍ରତିଶତ ଭୋଟ୍‌ ଓ କଂଗ୍ରେସକୁ ମାତ୍ର ୧୨.୪୫% ଭୋଟ ମିଳିଥିଲା । କଂଗ୍ରେସର ସ୍ଥିତି ଗତ ତିନୋଟି ନିର୍ବାଚନରେ ଦୁର୍ବଳ ଥିଲେ ମଧ୍ୟ ଦଳ ଏବେ ଦାବି କରିଛି ଯେ ଚଳିତ ନିର୍ବାଚନରେ ସେ ଗେମ୍‌ ଚେଞ୍ଜର୍‌ ହେବ ।

ଏହା ବି ପଢ଼ନ୍ତୁ | ଥାଇଲ୍ୟାଣ୍ଡରେ ମାଙ୍କଡ଼ମାନେ ଲୋକଙ୍କୁ ହଇରାଣ କଲେକଣ୍ଟ୍ରୋଲ୍ ପାଇଁ ସେମାନଙ୍କ ଗୁପ୍ତାଙ୍ଗ କଟାଗଲା

ଏହା ବି ପଢ଼ନ୍ତୁ | ଗର୍ଭବତୀ ପତ୍ନୀଙ୍କ ପେଟରେ ପୁଅ ନା ଝିଅ ଅଛି ଜାଣିବାକୁ ୫ ଝିଅଙ୍କ ବାପା ତାଙ୍କ ପେଟ ଚିରିଦେଲେ

‘‘ବାଲେଶ୍ୱରରେ ବିଜେପିର ଭଲ ସଙ୍ଗଠନ ରହିଛି । ଗତ ନିର୍ବାଚନରେ ଆମେ ବିଜୟୀ ହୋଇଥିଲୁ । ବିରୋଧୀମାନଙ୍କର ଭଲ ପ୍ରାର୍ଥୀ ଦେଖାଯାଉ ନାହାନ୍ତି । ଆମେ ଏଥର ନିଶ୍ଚୟ ବିଜୟୀ ହେବୁ,’’ କହିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢ଼ଙ୍ଗୀ । ପ୍ରାର୍ଥୀ ଚୟନକୁ ନେଇ କେନ୍ଦ୍ର ମନ୍ତ୍ରୀ କହିଛନ୍ତି, ‘‘କିଏ ନିର୍ବାଚନ ଲଢ଼ିବେ ସେ ନେଇ ଆଲୋଚନା ପର୍ଯ୍ୟାଲୋଚନା ଚାଲିଛି । ବିଜେପି ଏକ ରାଷ୍ଟ୍ରୀୟ ଦଳ । ଶୀଘ୍ର ନିଷ୍ପତ୍ତି ନିଆଯିବ ।’’



ବିଜେଡି ଜିଲ୍ଲା ସଭାପତି ତଥା ପୂର୍ବତନ ସାଂସଦ ରବୀନ୍ଦ୍ର ଜେନା କହିଛନ୍ତି, ‘‘ଦଳ ମାସେ ହେବ ଉପନିର୍ବାଚନକୁ ନେଇ ପଞ୍ଚାୟତ ସ୍ତରରୁ ପ୍ରସ୍ତୁତି ଆରମ୍ଭ କରିଛି । ଗତ ଲୋକସଭା ନିର୍ବାଚନରେ କିଛି ଭୁଲ ହୋଇଯାଇଥିଲା, ଯେଉଁଥି ପାଇଁ ଆମକୁ ପରାଜିତ ହେବାକୁ ପଡ଼ିଥିଲା । ଏ ଥର ସେ ସବୁ ଭୁଲ୍‌ ସୁଧୁରା ଯାଇଛି । ଜନ ସମର୍ଥନ ନିଶ୍ଚୟ ମିଳିବ । ପ୍ରାର୍ଥୀ କିଏ ହେବେ ତାହା ଉପରେ ଶେଷ ନିଷ୍ପତ୍ତି ମୁଖ୍ୟ ମନ୍ତ୍ରୀ ନେବେ ।’’
Published by: Anand Shankar Thankur Das
First published: September 30, 2020, 11:59 PM IST
corona virus btn
corona virus btn
Loading