ରାଜ୍ୟର ସହରଗୁଡ଼ିକରେ ଏବେ ସୁଲଭ ମୂଲ୍ୟରେ ଘର କିଣି ପାରିବେ ଗରିବ ଓ ମଧ୍ୟବିତ୍ତ ଲୋକେ

Poor and middle class people in Odisha can buy cheap houses built by government | କଟକ ବିଦ୍ୟାଧରପୁରରେ ୧୯୬ ଫ୍ଲାଟ୍ ବିଶିଷ୍ଟ ଏକ କୋଠାର ଶୁଭ ଉଦଘାଟନ କରାଯାଇଛି । ଭୁବନେଶ୍ୱର ଡୁମଡୁମାରେ ଏକ ପାଞ୍ଚ ମହଲା ବିଶିଷ୍ଟ କୋଠା ନିର୍ମାଣ ପାଇଁ ଶିଳାନ୍ୟାସ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

କଟକ ବିଦ୍ୟାଧରପୁରରେ କୋଠାର ଶୁଭ ଉଦଘାଟନ କରୁଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

କଟକ ବିଦ୍ୟାଧରପୁରରେ କୋଠାର ଶୁଭ ଉଦଘାଟନ କରୁଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ।

  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟର ସହରାଞ୍ଚଳରେ ଗରିବ, ଅନୁନ୍ନତ ଓ ମଧ୍ୟବିତ୍ତ ଶ୍ରେଣୀର ଲୋକେ ଏବେ ସୁଲଭ ମୂଲ୍ୟରେ ଘର ପାଇବେ। ରାଜ୍ୟ ସରକାରଙ୍କ ଏହି ଯୋଜନାକୁ ସଫଳ ରୂପାୟନ କରୁଛି ଓଡି଼ଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା । ଭୁବନେଶ୍ୱର ଓ କଟକରେ ପ୍ରଥମ ପର୍ଯ୍ୟାୟରେ ଏହାର ଶୁଭାରମ୍ଭ ହୋଇଛି ଓ ଆଗକୁ ପ୍ରାୟ ପ୍ରତ୍ୟେକ ଜିଲ୍ଲାରେ ଏହି ଯୋଜନା ପାଇଁ କାମ ହାତକୁ ନେଇଛି ଗୃହ ନିର୍ମାଣ ସଂସ୍ଥା।

ଶୁକ୍ରବାର ଦିନ କଟକ ବିଦ୍ୟାଧରପୁରରେ ୧୯୬ ଫ୍ଲାଟ୍‌ ବିଶିଷ୍ଟ ଏକ କୋଠାର ଶୁଭ ଉଦଘାଟନ କରାଯାଇଛି ଓ ହିତାଧିକାରୀମାନଙ୍କୁ ବାସଗୃହ ହସ୍ତାନ୍ତର କରିବା ପ୍ରକ୍ରିୟା ଆରମ୍ଭ ହୋଇଛି । ଏହା କେବଳ ଆର୍ଥିକ ରୂପେ ଦୁର୍ବଳ ଶ୍ରେଣୀର (EWS) ଲୋକଙ୍କୁ ଯୋଗାଇଦିଆଯାଇଛି । ପ୍ରତି ଫ୍ଲାଟର ଦାମ୍‌ ରହିଛି ମାତ୍ର ୪ ଲକ୍ଷ ୧୬ ହଜାର ଟଙ୍କା । ଶୁକ୍ରବାର ଦିନ ଭୁବନେଶ୍ୱର ଡୁମଡୁମାରେ ଏକ ପାଞ୍ଚ ମହଲା ବିଶିଷ୍ଟ କୋଠା ନିର୍ମାଣ ପାଇଁ ମଧ୍ୟ ଶିଳାନ୍ୟାସ କରିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା । ଏହି କୋଠାରେ ୧୯୮ଟି ଫ୍ଲାଟ୍‌ ରହିବ ଓ ସେଗୁଡ଼ିକ ଆର୍ଥିକ ଦୁର୍ବଳ ଶ୍ରେଣୀ, ନିମ୍ନ ଆୟକାରୀ ବର୍ଗ ଓ ମଧ୍ୟମ ଆୟକାରୀ ବର୍ଗର ଲୋକଙ୍କୁ ମିଳିବ । ଆସନ୍ତା ୪୨ ମାସ ମଧ୍ୟରେ ଏହି ଫ୍ଲାଟଗୁଡ଼ିକ ଲୋକଙ୍କୁ ସୁଲଭ ମୂଲ୍ୟରେ ମିଳିବ ବୋଲି କହିଛନ୍ତି ମନ୍ତ୍ରୀ ।

ଏହା ବି ପଢ଼ନ୍ତୁ | 7th Pay Commission: ଜାନୁଆରୀ ମାସରେ ମୋଦି ସରକାର କର୍ମଚାରୀମାନଙ୍କର ଆଉ ଏକ ଭତ୍ତା ବଢ଼ାଇବେ

‘‘ମୁଖ୍ୟ ମନ୍ତ୍ରୀଙ୍କ ଯୋଜନା ଓ ସ୍ୱପ୍ନକୁ ସାକାର କରିବାକୁ ଗୃହ ନିର୍ମାଣ ବିଭାଗ ଆଗେଇ ଚାଲିଛି । ଆଜି ଭୁବନେଶ୍ୱର ଓ କଟକ ଭଳି ସହରରେ ସୁଲଭ ମୂଲ୍ୟରେ ଘର ପାଇପାରିଛନ୍ତି ଗରିବ ଓ ମଧ୍ୟବର୍ତ୍ତୀ ଶ୍ରେଣୀର ଲୋକେ । ଆଗକୁ ବି ଏହି କାମ ଜାରି ରହିବ,’’ କହିଛନ୍ତି ମନ୍ତ୍ରୀ ପ୍ରତାପ ଜେନା।

ଏହା ବି ପଢ଼ନ୍ତୁ | ପ୍ରେମ ବିବାହ କରିଥିବା ଝିଅର ସ୍ୱାମୀକୁ ତାଆଖି ସାମନାରେ ଗୁଳି ମାରି ହତ୍ୟା କଲେ ତାବାପା

ଅନ୍ୟ ଘରୋଇ ଆପାର୍ଟମେଣ୍ଟ୍‌ ଭଳି ଏହି ଫ୍ଲାଟଗୁଡିକ ରେରା ନିକଟରେ ପଞ୍ଜୀକୃତ ହେବ ଓ ଏଥିରେ ସବୁ ପ୍ରକାରର ସୁବିଧା ଉପଲବ୍ଧ ହେବ । ଆଗକୁ ଭୁବନେଶ୍ୱର ଓ ଅନୁଗୁଳରେ ୧,୧୦୦ଟି ଫ୍ଲାଟ୍‌ ନିର୍ମାଣ କରାଯିବ ବୋଲି କହିଛନ୍ତି ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର । ଛତ୍ରପୁର, ରାଉରକେଲା, କୋରାପୁଟ, ଜୟପୁର ଓ ଭବାନୀପାଟଣାରେ ମଧ୍ୟ ଗୃହ ନିର୍ମାଣ ପ୍ରକଳ୍ପ ଆରମ୍ଭ ହେବ ବୋଲି ସେ କହିଛନ୍ତି । ଏଥି ପାଇଁ ଜମି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି। ଭୁବନେଶ୍ୱର ଓ ଅନ୍ୟାନ୍ୟ ସହରରେ ବାସଗୃହର ଅଭାବ ଦୂର କରିବା ପାଇଁ ସରକାର ଏହି ବ୍ୟବସ୍ଥା ଲାଗୁ କରୁଛନ୍ତି ।

ଏହା ବି ପଢ଼ନ୍ତୁ | ବାପାଙ୍କୁ ତାଙ୍କ ଗର୍ଲଫ୍ରେଣ୍ଡ୍ ସହ ଯାଉଥିବା ଦେଖିଲେ ଦୁଇ ଝିଅ; ଗର୍ଲଫ୍ରେଣ୍ଡକୁ ରାସ୍ତାରେ ପିଟିଲେ

‘‘ଆଜି ବିଭାଗୀୟ ମନ୍ତ୍ରୀ ଦୁଇଟି ପ୍ରକଳ୍ପର ଶୁଭାରମ୍ଭ କଲେ । ଆଗକୁ ଅନେକ ସହରାଞ୍ଚଳରେ ଗୃହ ନିର୍ମାଣ କରି ସୁଲଭ ମୂଲ୍ୟରେ ବିକ୍ରି କରିବା ପାଇଁ ଜମି ଅଧିଗ୍ରହଣ ସରିଛି । ଖୁବ୍‌ ଶୀଘ୍ର ଭୁବନେଶ୍ୱର ଓ ଅନୁଗୁଳରେ ୧,୧୦୦ଟି ଫ୍ଲାଟର କାମ ଶେଷ ହେବ । ନିର୍ମାଣର ମାନ ଉନ୍ନତ ରଖିବାକୁ ଓ ୪୨ ଦିନ ଭିତରେ ଫ୍ଲାଟଗୁଡ଼ିକୁ ହିତାଧିକାରୀମାନଙ୍କୁ ହସ୍ତାନ୍ତର କରିବା ଉପରେ ଅଧିକ ଗୁରୁତ୍ୱ ଦିଆଯାଉଛି,’’ କହିଛନ୍ତି ଓଡିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥାର ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ର ।

ଏହା ବି ପଢ଼ନ୍ତୁ | ୨୭ ବର୍ଷୀୟା ବିବାହିତା ଯୁବତୀ ନିଜ ପିଲାଙ୍କୁ ହତ୍ୟା କରିଥିଲେ, ପାଇଲେ ଆଜୀବନ କାରାଦଣ୍ଡ

ଗୃହ ନିର୍ମାଣ ସଂସ୍ଥା ଆଜି ସୁଦ୍ଧା ରାଜ୍ୟର ବିଭିନ୍ନ ସହରରେ ଲୋକଙ୍କୁ ୩୧,୭୬୫ କିସମର ବାସଗୃହ, ଦୋକାନ ଓ ପ୍ଲାଟ୍‌ ଯୋଗାଇଦେଇଛି ।
Published by:Anand S.T. Das
First published:
)}