ବିଷ ବଳୟରେ ଓଡିଶାର ୭ ସହର; ରାଜ୍ୟକୁ ପରିବେଶ ପ୍ରଦୂଷଣ ଚିନ୍ତା

ଭୁବନେଶ୍ବର ରାଜ୍ୟର ସବୁଠୁ ଅଧିକ ପ୍ରଦୂଷିତ ସହର । କଟକ, ଭୁବନେଶ୍ବର, ଅନୁଗୁଳ, ତାଳଚେର, ବାଲେଶ୍ବର, ରାଉରକେଲା ସମେତ କଲିଙ୍ଗନଗରର ହେଉଛି ସର୍ବାଧିକ ପ୍ରଦୂଷିତ ସହର । ଏନ୍‌ଜିଟି ନିର୍ଦ୍ଦେଶ ଅନୁସାରେ ପ୍ରଦୂଷଣ କମ୍‌ କରିବା ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ।

  • Share this:
ଭୁବନେଶ୍ବର: ଓଡିଶାକୁ ଘାରିଛି ପରିବେଶ ପ୍ରଦୂଷଣ ଚିନ୍ତା । ରାଜ୍ୟରେ ସହରଗୁଡ଼ିକରେ ବଢ଼ି ଚାଲିଛି ପରିବେଶ ପ୍ରଦୂଷଣ । ବିଷ ବଳୟରେ ଏବେ ରାଜ୍ୟର ୭ ସହର । ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛି ବିଧାନସଭାର ପ୍ରଦୂଷଣ ସମ୍ପର୍କିତ ଗୃହ କମିଟି । ଏହାର ମୁକାବିଲା ନେଇ କଣ ପଦକ୍ଷେପ ନିଆଯାଇଛି ସେନେଇ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ରିପୋର୍ଟ ମାଗିଛନ୍ତି ବାଚସ୍ପତି ।

ବିଷ ବଳୟରେ ଥିବା ଦିଲ୍ଲୀ ଭଳି ସ୍ଥିତି ଓଡିଶାରେ ମଧ୍ୟ ଉପୁଜିବାର ଆଶଙ୍କା ଦେଖା ଗଲାଣି । ସ୍ମାର୍ଟ ସିଟି ଭୁବନେଶ୍ବର ହେଉଛି ରାଜ୍ୟର ସବୁଠୁ ଅଧିକ ପ୍ରଦୂଷିତ ସହର ।  ପ୍ରଦୂଷଣ ପାଇଁ ରାଜ୍ୟବାସୀଙ୍କୁ ଆଗାମୀ ଦିନରେ ନାକେଦମ ହେବାକୁ ପଡ଼ିପାରେ । ଏହାକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଖୋଦ୍‌ ବିଧାନସଭାର ପରିବେଶ ସମ୍ପର୍କିତ ଗୃହ କମିଟି ।

କମିଟିର ଅଧ୍ୟକ୍ଷ ଥିବା ବାଚସ୍ପତି ଏନେଇ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ରିପୋର୍ଟ ମାଗିଛନ୍ତି  । କଳ କାରକାନାରୁ ନିର୍ଗତ ଦୂଷିତ ପାଣି ପ୍ଲାଷ୍ଟିକ ବ୍ୟବହାର ସହ ପ୍ରଦୂଷଣ ରୋକିବା ପାଇଁ କଣ ସବୁ ପଦକ୍ଷେପ ନିଆଯାଇଛି ସେନେଇ ସବିଶେଷ ତଥ୍ୟ ମାଗିଛନ୍ତି ବାଚସ୍ପତି ।

ଗୃହ କମିଟିର ସଦସ୍ୟ ତଥା ବିଜେପି ବିଧାୟକ ବିଷ୍ଣୁ ସେଠୀ କହିଛନ୍ତି ପ୍ରଦୁଷଣ କାରଣ ନେଇ ସରକାରଙ୍କ ପାଖରୁ ସନ୍ତୋଷଜନକ ଉତ୍ତର ମିଳିପାରିଲାନି  । ସେପଟେ ବିଧାନସଭାର ଜଙ୍ଗଲ ଓ ପରିବେଶ ବିଭାଗ ସ୍ଥାୟୀ କମିଟି ସଦସ୍ୟ ଶଶିଭୂଷଣ ବେହେରା କହିଛନ୍ତି ବନୀକରଣ ଦ୍ବାରା ପରିବେଶ ପ୍ରଦୂଷଣକୁ କିଛି ମାତ୍ରାରେ ରୋକିହେବ ।

ଗ୍ରୀନ୍‌ ଟ୍ରାଇବ୍ୟୁନାଲର ରିପୋର୍ଟ ଅନୁସାରେ ଓଡିଶାରେ ୭ଟି ସହର ପ୍ରଦୂଷଣରେ ଉବୁଟୁବୁ ହେଉଛି  । କଟକ, ଭୁବନେଶ୍ବର, ଅନୁଗୁଳ, ତାଳଚେର, ବାଲେଶ୍ବର, ରାଉରକେଲା ସମେତ କଳିଙ୍ଗନଗରର ହେଉଛି ଅଧିକ ପ୍ରଦୂଷିତ ସହର ।  ଏନ୍‌ଜିଟି ନିର୍ଦ୍ଦେଶ ଅନୁସାରେ ପ୍ରଦୂଷଣ କମ୍‌ କରିବା ନେଇ ଆକ୍ସନ ପ୍ଲାନ ପ୍ରସ୍ତୁତ କରିବା ପାଇଁ ସବୁ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଛି ବୋଲି କହିଛନ୍ତି ରାଜ୍ୟ ପ୍ରଦୂଷଣ ନିଯନ୍ତ୍ରଣ ବୋର୍ଡର ସଦସ୍ୟ ଦେବୀଦତ୍ତ ବିଶ୍ବାଳ ।

ରାଜ୍ୟରେ ନଦୀ ପ୍ରଦୂଷଣ ମଧ୍ୟ ଉଦବେଗଜନକ ଥିବା ଜଣାପଡ଼ିଛି । ରାଜ୍ୟରେ ପ୍ରବାହିତ ନଦୀ ଗୁଡିକ ୧୯ଟି ସ୍ଥାନରେ ପ୍ରଦୂଷିତ ଥିବା ବେଳେ ଗଙ୍ଗୁଆନାଳ ସବୁଠୁ ଅଧିକ ପ୍ରଦୂଷିତ ।
First published: