ରାଜ୍ୟର କଳକାରଖାନା ନଦୀ ନାଳରେ ପ୍ରଦୂଷିତ ଜଳ ଛାଡୁଛନ୍ତି; ବିଧାନ ସଭା କମିଟିରେ ପ୍ରଶ୍ନ ଉଠିଲା
ରାଜ୍ଯରେ ପ୍ରଦୂଷିତ ହେଉଥିବା ୧୧ଟି ପ୍ରମୁଖ ନଦୀରେ ପାଣିର ମାନ ବାରମ୍ବାର ପରୀକ୍ଷା କରିବା ଉପରେ ବିଧାନ ସଭାର କମିଟିରେ ଗୁରୁତ୍ବ ଦିଆଯାଇଛି । ସରକାରଙ୍କ ପ୍ରଦୂଷଣମୁକ୍ତ ଯୋଜନାକୁ ତଦାରଖ କରିବା ପାଇଁ ତିନୋଟି ସବ୍-କମିଟି ଗଠନ କରିଛନ୍ତି ବାଚସ୍ପତି ।

ନଦୀ ଜଳ ପ୍ରଦୂଷଣ ଓଡ଼ିଶାରେ ଏକ ବଡ଼ ପରିବେଶ ସମସ୍ୟା ହୋଇ ଠିଆ ହୋଇଛି ।
- News18 Odia
- Last Updated: February 2, 2021, 8:06 PM IST
ଭୁବନେଶ୍ୱର: ରାଜ୍ଯକୁ ଏବେ ପରିବେଶ ପ୍ରଦୂଷଣ ଚିନ୍ତା ଘାରିଛି । ନଦୀ ନାଳ ଠାରୁ ଆରମ୍ଭ କରି ବାୟୁ ପ୍ରଦୂଷଣ କିପରି ରୋକାଯାଇ ପାରିବ ବିଧାନ ସଭାର ଗୃହ କମିଟି ସେ ବିଷୟରେ ଚିନ୍ତା ପ୍ରକଟ କରିଛି । ବାରମ୍ବାର ତାଗିଦ ସତ୍ତ୍ବେ ମଧ୍ଯ ବିଭିନ୍ନ କଳକାରଖାନା ପ୍ରଦୂଷିତ ଜଳକୁ ନଦୀ ନାଳରେ ଛାଡୁଥିବାରୁ ଏହାକୁ ନେଇ ଗୃହ କମିଟିରେ ଉଦବେଗ ପ୍ରକାଶ ପାଇଛି ।
ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ବିଧାନ ସଭା ଗୃହ କମିଟି ଆଗରେ ପ୍ରଦୂଷଣମୁକ୍ତ ସହରର ଗୋଲାପୀ ଚିତ୍ର ମଧ୍ଯ ଉପସ୍ଥାପନ କରାଯାଇଛି । ସରକାରଙ୍କ ପ୍ରଦୂଷଣମୁକ୍ତ ଯୋଜନାକୁ ତଦାରଖ କରିବା ପାଇଁ ତିନୋଟି ସବ୍-କମିଟି ଗଠନ କରିଛନ୍ତି ବାଚସ୍ପତି । ଏହି ସବ କମିଟି ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି । ହେଲେ ଗୃହ କମିଟିରେ ସଦସ୍ଯ ଥିବା ବିରୋଧୀ ଦଳର ନେତାମାନେ କହିଛନ୍ତି ଯେ ସରକାର ପ୍ରଦୂଷଣ ମୁକ୍ତିକୁ ନେଇ ଗୋଲାପୀ ଚିତ୍ର ଦେଖାଇଥିଲେ ମଧ୍ଯ ରାଜ୍ୟରେ ବାସ୍ତବତା ଅଲଗା ।
ଏହା ବି ପଢ଼ନ୍ତୁ | ବାଥରୁମ୍ରେ ଗାଧୋଇବା ବେଳେ ଗିଜର୍ରୁ ଗ୍ୟାସ୍ ଲିକ୍ ହେବାରୁ ଯୁବତୀଙ୍କ ମୃତ୍ୟୁ ହେଲା
ଏହା ବି ପଢ଼ନ୍ତୁ ଓ ଦେଖନ୍ତୁ ଫଟୋ | କଳା ବିକିନି ପିନ୍ଧି ସୌନ୍ଦର୍ୟା ଶର୍ମା ବୋଲ୍ଡ ପୋଜ୍ ଦେଲେ; ତାଙ୍କ ଫ୍ୟାନମାନଙ୍କ ଖୁସିର ସୀମା ନାହିଁ
ରାଜ୍ଯରେ ପ୍ରଦୂଷିତ ହେଉଥିବା ୧୧ଟି ପ୍ରମୁଖ ନଦୀରେ – ମହାନଦୀ, ବ୍ରାହ୍ମଣୀ, ବୈତରଣୀ, ଋଷିକୂଲ୍ଯା, ନାଗାବଳୀ, ସୁବର୍ଣ୍ଣରେଖା ଓ ବୁଢ଼ାବଳଙ୍ଗ ଆଦି – ପାଣିର ମାନ ବାରମ୍ବାର ପରୀକ୍ଷା କରିବା ଉପରେ ଗୁରୁତ୍ବ ଦିଆଯାଇଛି । ପ୍ରଦୂଷଣମୁକ୍ତ ବ୍ଯବସ୍ଥା ପାଇଁ କମିଟିର ସୁପାରିଶ କେତେ ଦୂର କାର୍ଯ୍ୟକାରୀ ହେଉଛି ଓ କ’ଣ କାର୍ଯ୍ଯକ୍ରମ ଗ୍ରହଣ କରାଯାଉଛି ସେ ନେଇ ତଦାରଖ କରିବାକୁ ବିଧାନ ସଭା ପକ୍ଷରୁ ତିନୋଟି ସବ୍-କମିଟି ଗଠନ କରାଯାଇଛି । ଏହି ସବ କମିଟି ବ୍ଯବସ୍ଥାକୁ ତଦାରଖ କରି ରିପୋର୍ଟ ଦେବା ପରେ ପରବର୍ତ୍ତୀ ପଦକ୍ଷେପ ନିଆଯିବ ବୋଲି କୁହାଯାଇଛି ।
ଏହା ବି ପଢ଼ନ୍ତୁ | ପ୍ରେମରୁ ହତ୍ୟା: ପୋଲିସ କନଷ୍ଟେବଲ୍ ସହକର୍ମୀ ଯୁବତୀ କନଷ୍ଟେବଲଙ୍କ ଛାତିକୁ ଗୁଳି ମାରି ହତ୍ୟା କଲେ
‘‘ତିନିଟି ଦିଗକୁ ନେଇ ଗୃହ କମିଟିରେ ଆଲୋଚନା ହୋଇଥିଲା । ପରିବେଶ ପ୍ରଦୂଷଣ ରୋକିବା ଦିଗରେ କ’ଣ ପଦକ୍ଷେପ ନିଆଯାଇଛି ସେ ନେଇ ଅଧିକାରୀମାନେ ତଥ୍ୟ ରଖିଥିଲେ । ବିଶେଷ କରି ରାଜ୍ୟରେ ପରିବେଶ ପାଇଁ କଣ ପଦକ୍ଷେପ ନିଆଯାଉଛି, ନଦୀ ଜଳ କିପରି ପ୍ରଦୂଷିତ ହେଉଛି, ଘର ଆବର୍ଜନା କିପରି ସଂଗ୍ରହ କରାଯାଇ ବାହାରେ ପକାଯାଉଛି ଓ ଅଳିଆରୁ କିପରି ଖତ ପ୍ରସ୍ତୁତ ହେଉଛି ସେ ନେଇ ଆଲୋଚନା ହୋଇଥିଲା,’’ କହିଛନ୍ତି ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ର ।
ଏହା ବି ପଢ଼ନ୍ତୁ | Budget 2021: ରାହୁଲ ଗାନ୍ଧୀଙ୍କ ‘ପୁଞ୍ଜିପତିଙ୍କୁ ସାହାଯ୍ୟ’ ବିବୃତି ଉପରେ ପ୍ରହାର କଲେ ନିର୍ମଳା
ଗୃହ କମିଟି ନିକଟରେ ପ୍ରଦୂଷଣମୁକ୍ତ ଯୋଜନା ପାଇଁ ଖତ ଯୋଜନା, ସହରରେ ଏଣେତେଣେ ଅଳିଆ ନ ପକାଇ ବ୍ଯବସ୍ଥିତ ଭାବେ ଆବର୍ଜନାକୁ ପକାଇବା ଆଦି ବ୍ଯବସ୍ଥା କରାଯାଇଥିବା କମିଟି ସମ୍ମୁଖରେ ସରକାରଙ୍କ ପକ୍ଷରୁ ତଥ୍ଯ ରଖାଯାଇଥିଲା । ଏହା ଉପରେ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କହିଛନ୍ତି, ‘‘ସହର ପାଇଁ ସରକାର ବହୁ ଗୋଲାପୀ ଚିତ୍ର ଦେଖାଇଥିଲେ ମଧ୍ୟ ପ୍ରକୃତରେ ଏହା କେତେ କାର୍ଯ୍ୟକାରୀ ହେଉଛି ତାକୁ ଦେଖିବାର କଥା ।’’
‘‘କେବଳ କଥାରେ ପ୍ରଦୂଷଣମୁକ୍ତ ବ୍ଯବସ୍ଥା ରହିଛି । କିନ୍ତୁ ପ୍ରକୃତ ଚିତ୍ର କିନ୍ତୁ ଅଲଗା । ତେଣୁ ବାଚସ୍ପତିଙ୍କ ଦ୍ବାରା କରାଯାଇଥିବା ସବ୍-କମିଟି ସବୁ କିଛି ତଦାରଖ କରି ରିପୋର୍ଟ ଦେବ,’’ କହିଛନ୍ତି ବିରୋଧୀ ଦଳର ମୁଖ୍ୟ ସଚେତକ ମୋହନ ମାଝି ।
ବିଜେଡି ବିଧାୟକ ଅମର ଶତପଥୀ କହିଛନ୍ତି, ‘‘ପ୍ରଦୂଷଣମୁକ୍ତ ବ୍ଯବସ୍ଥା ପାଇଁ ସରକାର ସବୁବେଳେ ଉଦ୍ଯମରତ । ସାରା ବିଶ୍ବ ପାଇଁ ପ୍ରଦୂଷଣ ଏକ ପ୍ରମୁଖ ଚିନ୍ତାର କାରଣ ସାଜିଛି । ଏଭଳି ସ୍ଥିତିରେ ରାଜ୍ଯରେ ପ୍ରମୁଖ ନଦୀନାଳରେ ପ୍ରଦୂଷଣର ମାତ୍ରା ବଢି ଚାଲିଥିବା ବେଳେ ବିଧାନ ସଭା ଗୃହ କମିଟି ଏ ପ୍ରସଙ୍ଗ ଉପରେ ଗୁରୁତ୍ବ ଦେବା ପରେ ସ୍ଥିତିରେ କେତେ ସୁଧାର ଆସୁଛି ତାହା ଉପରେ ସମସ୍ତଙ୍କର ନଜର ରହିଛି ।’’