ଗଙ୍ଗାଧର ମେହେର ବୄହତ ଜଳ ସେଚନ ପ୍ରକଳ୍ପକୁ କ୍ୟବିନେଟର ଅନୁମୋଦନ ମିଳିବା ପରେ ଆରମ୍ଭ ହେଲା ରାଜନୀତି

ସମ୍ବଲପୁର ଓ ବରଗଡ଼ ଜିଲ୍ଲାରେ ଆରମ୍ଭ ହେବାକୁ ଥିବା ଏହି ପ୍ରକଳ୍ପକୁ କ୍ୟବିନେଟର ଅନୁମୋଦନ ମିଳିବା ପରେ ବିଜେପି ଓ କଂଗ୍ରେସର ଅଭିଯୋଗ କରିଛନ୍ତି ଯେ ପଞ୍ଚାୟତ ଓ ପୌର ନିର୍ବାଚନ ପାଇଁ ନବୀନଙ୍କ ଏହା କେବଳ ଏକ ଘୋଷଣା । ଚାଷୀଙ୍କ ବିକାଶ ଆମର ପ୍ରାଥମିକତା ବୋଲି ଉତ୍ତର ରଖିଛି ବିଜେଡ଼ି ।

(ପ୍ରତୀକାତ୍ମକ ଛବି)

(ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଗଙ୍ଗାଧର ମେହେର ବୃହତ ଜଳ ସେଚନ ପ୍ରକଳ୍ପକୁ କ୍ୟାବିନେଟର ଅନୁମୋଦନ ମିଳିବା ପରେ ପୁଣି ଥରେ ଏହି ପ୍ରକଳ୍ପକୁ ନେଇ ଆରମ୍ଭ ହୋଇଛି ରାଜନିତି । ପଞ୍ଚାୟତ ଏବଂ ପୌର ନିର୍ବାଚନକୁ ଦୃଷ୍ଟିରେ ରଖି ଏହା ନବୀନ ସରକାରଙ୍କ ଏକ ଗୁଗଲି ବିକାଶ ନୁହେଁ ଓ ଭୋଟ ହାତେଇବା ସରକାରଙ୍କ ପ୍ରମୁଖ ଲକ୍ଷ ବୋଲି ବିଜେପି ଓ କଂଗ୍ରେସ ଅଭିଯୋଗକରିଛନ୍ତି। ଏହାର ଉତ୍ତରରେ ନିର୍ବାଚନ ନୁହେଁ ଚାଷୀଙ୍କ ବିକାଶ ଆମର ପ୍ରାଥମିକତା ବୋଲି କହିଛି ବିଜେଡ଼ି । ବହୁ ପ୍ରତିକ୍ଷିତ ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପକୁ ନେଇ ବାକ ଯୁଦ୍ଧ । ବିଜେପି ଓ କଂଗ୍ରେସ ଏହାକୁ ନେଇ ସରକାରଙ୍କୁ ଟାର୍ଗେଟ କରିଛନ୍ତି ।

"ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ ଏକ ମରିଚିକା । ଓଡିଶା ବାସୀଙ୍କୁ ଚକମା ଦେଇ ଭୋଟ ହାସଲ କରିବାରେ ବିଜୁ ଜନତା ଦଳ ସିଦ୍ଧହସ୍ତ। ନିର୍ବାଚନ ସମୟରେ କେବଳ ମୁଖ୍ୟ ମନ୍ତ୍ରୀ ଗଙ୍ଗାଧର ମେହେରଙ୍କୁ ମନେ ପକାନ୍ତି,'' କହିଛନ୍ତି ବିଜେପି ଓଡିଶା କୃଷକ ମୋର୍ଚ୍ଚା ର ରାଜ୍ୟ ସଭାପତି ଶ୍ରୀ ପ୍ରଦୀପ ପୁରୋହିତ ।

୨୦୧୮ ମସିହା ଫେବୃୟାରୀ ମାସରେ ବିଜେପୁର ବିପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ନବୀନଙ୍କ ଏହି ଘୋଷଣା ବୋଲି ବିଜେପି ଓ କଂଗ୍ରେସର ଅଭିଯୋଗ । ବିଜେଡ଼ି କହିଲା ସରକାର ଯାହା କୁହନ୍ତି ତାହା କରନ୍ତି।ପଞ୍ଚାୟତ ଏବଂ ପୌର ନିର୍ବାଚନ ପାଇଁ ନବୀନଙ୍କ ଏହି ଘୋଷଣା ବୋଲି ବିଜେପି ଓ କଂଗ୍ରେସର ଅଭିଯୋଗ । ବିଜେଡ଼ି କହିଲା ସରକାର ଯାହା କୁହନ୍ତି ତାହା କରନ୍ତି।ଧାୟକ ସ୍ବର୍ଗତ ସୁବଳ ସାହୁ ଦେହାନ୍ତ ପରେ ଗତ ୨୦୧୮ ମସିହା ଫେବୃୟାରୀ ମାସରେ ବିଜେପୁର ଉପ ନିର୍ବାଚନ ରେ ଭୋଟର ମାନଙ୍କୁ ପ୍ରଭାବିତ କରିବା ପାଇଁ ତର ବରିଆ ଗତ ୨୦୧୭ ବର୍ଷ ରେ କ୍ୟାବିନେଟ ମିଟିଙ୍ଗରେ " ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ" କୁ ଅନୁମୋଦିତ କରାଯାଇଥିଲା । ଏଥି ପାଇଁ ୧୩୪୦ କୋଟି ୫୦ ଲକ୍ଷ ଟଙ୍କା ଖର୍ଚ୍ଚର ବ୍ୟୟ ଅଟକଳ କରାଯାଇଥିଲା ।

ମନ୍ତ୍ରୀ ସୁଶାନ୍ତ ସିଂ କହିଛନ୍ତି ଯେ ଚାଷୀଙ୍କ ବହୁ ଦିନର ସ୍ୱପ୍ନ ସାକାର ହୋଇଛି ।


୨୫ ହଜାର ୬ ଶହ ହେକ୍ଟର ଜମି ଜଳସେଚିତ ହେବାର ଲକ୍ଷ ଧାର୍ଯ୍ୟ ରଖି ୨୦୧୮-୧୯ ରାଜ୍ୟ ବଜେଟ୍ ରେ ୨ଶହ କୋଟି ଓ ୨୦୧୯ - ୨୦ ରାଜ୍ୟ ବଜେଟ୍ ରେ ୧ ଶହ କୋଟିର ସରକାର ବ୍ୟବସ୍ତା କରିଥିଲେ । ବିଜେପୁର ଠାରେ ଗଙ୍ଗାଧର ମେହେର ଜଳ ସେଚନ ପ୍ରକଳ୍ପ ପାଇଁ କାର୍ଯ୍ୟ ନିର୍ବାହୀ ଅଧିକାରୀ ଙ୍କ କାର୍ଯ୍ୟାଳୟ ସ୍ଥାପନ କରି ୭ ଜଣ କର୍ମଚାରୀ ଙ୍କୁ ନିଯୁକ୍ତି ଦିଆଯାଇଥିଲା । ୩ ବର୍ଷ ଭିତରେ ୩ ଶହ କୋଟିରୁ ୩ ଟଙ୍କା ମଧ୍ୟ ଖର୍ଚ୍ଚ ହେଲା ନାହିଁ ଓ ବିଜେପୁର ରେ ସ୍ଥାପିତ କାର୍ଯ୍ୟ ନିର୍ବାହୀ ଅଧିକାରୀ କାର୍ଯ୍ୟାଳୟ ତାଳା ପଡିଲା। ଆସନ୍ତା ପଞ୍ଚାୟତ ନିର୍ବାଚନ ଓ ନଗର ପାଳିକା ନିର୍ବାଚନ ସମୟରେ ପୁଣି ଥରେ ବିଜେପୁର ଭୋଟର ମାନଙ୍କୁ ଚକମା ଦେବା ପାଇଁ ନବୀନ ବାବୁ ଏହାକୁ ନୁଆ ରୂପରେ ଦେଖାଉଛନ୍ତି "କହିଛନ୍ତି ଶ୍ରୀ ପୁରୋହିତ ।

"ସରକାରଙ୍କ ଚାଷୀଙ୍କ ଜମିରେ ଜଳ ସେଚନ କରିବାରେ ଫେଲ ମାରିଥିବା କହିଛନ୍ତି," କହିଛନ୍ତି  କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ।

ଏହା ବି ପଢ଼ନ୍ତୁ | Independence Day Speech: କରୋନା ଟିକାକୁ ନେଇ ପ୍ରଧାନ ମନ୍ତ୍ରୀ ମୋଦୀ ଲାଲ କିଲ୍ଲାର ପ୍ରାଚୀରରୁ ଏକ ବଡ଼ ଘୋଷଣା କଲେ

ଏହା ବି ପଢ଼ନ୍ତୁ | ରିୟା ଚକ୍ରବର୍ତ୍ତୀଙ୍କ କଲ୍ ଡିଟେଲ୍ସ ଆସିଲା; ସୁଶାନ୍ତଙ୍କ ମୃତ୍ୟୁର ଦିନକ ଆଗରୁ ଓ ଦିନକ ପରେ ଏକ ରହସ୍ୟମୟ ନମ୍ବରକୁ କଲ୍ କରିଥିଲେ ସେ

"ସାକାର ହେଲା ଚାଷୀଙ୍କ ବହୁ ପ୍ରତିକ୍ଷୀତ ସ୍ବପ୍ନ । ଏଣିକି ହୀରାକୁଦ ଜଳଭଣ୍ଡାରଠାରୁ ସିଧାସଳଖ ବରଗଡ଼ ଜିଲ୍ଲା ବିଜେପୁର, ବରପାଲି, ସୋହେଲା ବ୍ଲକ ସହ ସୋନପୁର ଜିଲ୍ଲାର ୧୨୪ ଟି ଗ୍ରାମର ଚାଷୀଙ୍କ ଜମିକୁ ଜଳସେଚନ କରାଯିବ । ଏଥିପାଇଁ ୧୧୩୯ କୋଟି ଟଙ୍କା ଖର୍ଚ୍ଚ ହେବ। ଆସନ୍ତା ଅଢ଼େଇ ବର୍ଷ ମଧ୍ୟରେ ମେଗା ଜଳସେଚନ ପ୍ରକଳ୍ପ କାମ ଶେଷ ହେବ । ବରପାଲି, ବିଜେପୁର, ସୋହେଲା ବ୍ଲକ ଓ ସୋନପୁର ଜିଲ୍ଲାର ୧୨୪ ଟି ଗ୍ରାମର ୩୨୦୦ ହେକ୍ଟର ଜମିକୁ ହେବ ଜଳସେଚନ କରାଯିବ," କହିଛନ୍ତି ମନ୍ତ୍ରୀ ସୁଶାନ୍ତ ସିଂ।



''ନର୍ବାଚନ କି ଭୋଟ ସହିତ ଏହି ପ୍ରକଳ୍ପର କୈଣସି ସମ୍ପର୍କ ନାହିଁ। ଚାଷ ଜମିକୁ ଜଳ ସେଚନ ଉପରେ ଗୁତୁତ୍ବ ଦିଆଯାଉଛି । ପ୍ରଥମ ବିଜେପୁର ଉପନିର୍ବାଚନରେ ଘୋଷଣା ହୋଇଥିବା ଏହି ପ୍ରକଳ୍ପକୁ ଏବେ ଅନୁମୋଦନ ମିଳିଲା । ତେବେ ଦେଖିବାର କଥା କାମ ନିର୍ଧାରିତ ସମୟରେ ସରି ଚାଷୀଙ୍କ ଜମିକୁ ପାଣି ମାଡୁଛି ନା ନାହିଁ,'' ବିରୋଧୀଙ୍କ ଅଭିଯୋଗର ଜବାବ ରଖି ବିଜେଡି ଉପସଭାପତି ଦେବୀ ପ୍ରସାଦ ମିଶ୍ର କହିଛନ୍ତି ।
Published by:Jagdish Barik
First published: