ପ୍ରଶାସକଙ୍କ ପରେ ଶାସକ ଦଳର ପୂର୍ବ ବିଧାୟକଙ୍କ ଘରେ ଭିଜିଲାନ୍ସ ରେଡକୁ ନେଇ ତେଜିଲା ରାଜନୀତି

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ପ୍ରତିଶୋଧ ଆଳରେ ନିଜର ଅପାରଗତାକୁ ଲୁଚାଇବା ପାଇଁ ଭିଜିଲାନ୍ସକୁ ବ୍ୟବହାର କରୁଛନ୍ତି ମୁଖ୍ୟମନ୍ତ୍ରୀ  । ‘‘ଭିଜିଲାନ୍ସ ଦ୍ବାରା ରୁଜୁ ହୋଇଥିବା ମାମଲା ମଧ୍ୟରୁ କେତେ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ତା’ର ତାଲିକା ସରକାରଙ୍କ ପାଖରେ ନାହିଁ ,’’ ସେ କହିଛନ୍ତି ।

ପ୍ରଶାସକଙ୍କ ପରେ ଶାସକ ଦଳର ପୂର୍ବ ବିଧାୟକଙ୍କ ଘରେ ଭିଜିଲାନ୍ସ ରେଡକୁ ନେଇ ତେଜିଲା ରାଜନୀତି
ପୂର୍ବ ବିଜେଡି ବିଧାୟକ ଅନାମ ନାୟକ
  • News18 Odia
  • Last Updated: January 18, 2020, 8:28 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ପ୍ରଶାସକଙ୍କ ପରେ ଶାସକ ଦଳର ଜଣେ ପୂର୍ବତନ ବିଧାୟକଙ୍କ ଘରେ ଭିଜିଲାନ୍ସ ରେଡ ହେବା ପରେ ଏହାକୁ ନେଇ ଏବେ ତେଜିଛି ରାଜନୀତି । ଭିଜିଲାନ୍‌ସର କାର୍ଯ୍ୟପ୍ରଣାଳୀ  ସରକାରଙ୍କ ଆଭିମୁଖ୍ୟ  ନା ଏକ ଆକ୍ରମଣାତ୍ମକ ପଦକ୍ଷେପ ବୋଲି ବିରୋଧୀ ଦଳମାନେ ପ୍ରଶ୍ନ କରିଥିବା ବେଳେ ଯୋଜନା ଓ ସଂଯୋଜନା ମନ୍ତ୍ରୀ କହିଛନ୍ତି ଯେ ଏହା ସ୍ବଚ୍ଛ ଶାସନର ନମୁନା  ।

ରାଜନୈତିକ ସମୀକ୍ଷକଙ୍କ ମତରେ ଲୋକପ୍ରିୟତା ବଜାୟ ରଖିବାର ଏହା ଏକ ଉଦ୍ୟମ  । ଉଦ୍ୟାନ ଓ କୃଷି ବିଭାଗର ନିର୍ଦ୍ଦେଶକ ବିଜୟକେତନ ଉପାଧ୍ୟାୟଙ୍କୁ କିଛି ଦିନ ତଳେ ଭିଜିଲାନସ ଗିରଫ କରିବା ପରେ ମୁହଁ ଖୋଲିଛନ୍ତି ତାଙ୍କ ପତ୍ନୀ । ସେ କହିଛନ୍ତି ବିଜୟକେତନଙ୍କୁ ଫସାଇ ଦିଆଯାଇଛି । ‘‘ସେ ଲାଞ୍ଚ ନେବାର କୌଣସି ଠୋସ୍‌ ପ୍ରମାଣ ନ ଥାଇ ତାଙ୍କୁ ଗିରଫ କରାଯାଇଛି,’’ କହିଛନ୍ତି ତାଙ୍କ  ପତ୍ନୀ ।

ସେପଟେ ବିଜେଡିର ପୂର୍ବତନ ବିଧାୟକ ଅନାମ ନାଏକଙ୍କ ଘରେ ଆୟବହିର୍ଭୂତ ସମ୍ପତ୍ତି ଠୁଳ କରିଥିବା ଅଭିଯୋଗରେ ଗତ କାଲି (ଜାନୁଆରୀ ୧୭) ଭିଜିଲାନ୍ସ ରେଡ୍‌ କରିଛି । ଏହି ରେଡ୍‌ସବୁକୁ ଦୁର୍ନୀତି ନିବାରଣ କ୍ଷେତ୍ରରେ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସ୍ପଷ୍ଟ ସଙ୍କେତ ବୋଲି ବିଜେଡି କହୁଥିବା ବେଳେ ବିରୋଧୀ ଏହା ମାନିବାକୁ ନାରାଜ ।

‘‘ବିଜୟକେତନଙ୍କୁ ଭିଜିଲାନ୍ସ ଗିରଫ କରିବା ଏକ ଷଡଯନ୍ତ୍ର । ବିଜେଡିରେ ବହୁ ଅନାମ ନାଏକ ରହିଛନ୍ତି ଯେଉଁମାନଙ୍କ ଉଦ୍ଦେଶ୍ୟ କେବଳ ଅସତ ଉପାୟରେ ସମ୍ପତି ଠୁଳ କରିବା,’’ କହିଛନ୍ତି କଂଗ୍ରେସ ବିଧାୟକ ଅଧିରାଜ ପାଣିଗ୍ରାହୀ ।

ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି ଯେ ପ୍ରତିଶୋଧ ଆଳରେ ନିଜର ଅପାରଗତାକୁ ଲୁଚାଇବା ପାଇଁ ଭିଜିଲାନ୍ସକୁ ବ୍ୟବହାର କରୁଛନ୍ତି ମୁଖ୍ୟମନ୍ତ୍ରୀ  । ‘‘ଭିଜିଲାନ୍ସ ଦ୍ବାରା ରୁଜୁ ହୋଇଥିବା ମାମଲା ମଧ୍ୟରୁ କେତେ ଜଣ ଦୋଷୀ ସାବ୍ୟସ୍ତ ହୋଇଛନ୍ତି ତା’ର ତାଲିକା ସରକାରଙ୍କ ପାଖରେ ନାହିଁ ,’’ ସେ କହିଛନ୍ତି ।

ଶାସକ ବିଜେଡିର ମୁଖପାତ୍ର ଲେନିନ ମହାନ୍ତି କହିଛନ୍ତି ଦୁର୍ନିତିଗ୍ରସ୍ଥଙ୍କ ବିରୋଧରେ ନବୀନଙ୍କ ଆଭିମୁଖ୍ୟ ସବୁବେଳେ କୋଠର  । ‘‘ଦୁର୍ନିତିକୁ ମୁଖ୍ୟମନ୍ତ୍ରୀ କେବେ ହେଲେ ବରଦାସ୍ତ କରନ୍ତି ନାହିଁ । ଯିଏ ଯେତେ ବଡ ପଦବୀରେ ଥାଆନ୍ତୁ ନା କାହିଁକି, ଦୁର୍ନିତିରେ ଲିପ୍ତ ଥିବା ବ୍ୟକ୍ତିଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀଙ୍କ ଆଭିମୁଖ୍ୟ ଅତ୍ୟନ୍ତ କୋଠର,’’ ସେ କହିଛନ୍ତି  ।

ରାଜନୈତିକ ସମୀକ୍ଷକ ପ୍ରଭୁ କଲ୍ୟାଣ ମହାପାତ୍ରଙ୍କ କହିବା କଥା ଯେ କେହି ବି ଜନପ୍ରତିନିଧି ଅଧିକ ସମୟ କ୍ଷମତାରେ ରହିଲେ ଲୋକପ୍ରିୟତା ହରେଇଥାନ୍ତି । ‘‘ତାଙ୍କ ବିରୋଧରେ ଜନ ଅସନ୍ତୋଷ ପ୍ରତିଫଳିତ ହୋଇଥାଏ । ଲୋକପ୍ରିୟତା ବଜାୟ ରଖିବାକୁ ହେଲେ ଦୁର୍ନିତିମୁକ୍ତ ଏବଂ ସ୍ବଚ୍ଛ ଶାସନର ଆବଶ୍ୟକତା ରହିଛି ।ଏଭଳି ରଣକୌଶଳକୁ ସରକାର ଆପଣାଉଛନ୍ତି,’’ ସେ କହିଛନ୍ତି ।

ଦୁର୍ନୀତି ଅଭିଯୋଗରେ ସରକାର ୫୧ ଜଣ ସରକାରୀ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି  । ପୂର୍ବରୁ ତିନି ଜଣ ସରପଞ୍ଚଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହୋଇଥିବା ବେଳେ ପ୍ରଥମ ଥର ପାଇଁ କୌଣସି ପୂର୍ବତନ ବିଧାୟକଙ୍କ ଘରେ ଭିଜିଲାନ୍ସ ରେଡ କରିଛି  ।
First published: January 18, 2020, 8:28 PM IST
corona virus btn
corona virus btn
Loading