ବାଲେଶ୍ୱର: ପୂର୍ବ BJD MLA ଜୀବନ ପ୍ରଦୀପଙ୍କ ଭାଇରାଲ୍ ଅଡ଼ିଓକୁ ନେଇ ଚର୍ଚ୍ଚା କମ୍ ହେଉନି

‘‘କଂଗ୍ରେସକୁ ଭୋଟ ଦିଅ ନଚେତ ବିଜେପିକୁ ଦିଅ । ବିଜେପି ଓ ବିଜେଡି ତ ଗୋଟିଏ ।’’ ଏମିତି କହିଥିବା ପୂର୍ବ ବିଜେଡି ବିଧାୟକ ଜୀବନ ପ୍ରଦୀପ ଦାସ ଦଳରୁ ନିଲମ୍ବିତ ହେବା ପରେ ଇସ୍ତଫା ଦେଇଛନ୍ତି ।

ବାଲେଶ୍ୱର: ପୂର୍ବ BJD MLA ଜୀବନ ପ୍ରଦୀପଙ୍କ ଭାଇରାଲ୍ ଅଡ଼ିଓକୁ ନେଇ ଚର୍ଚ୍ଚା କମ୍ ହେଉନି
ପୂର୍ବତନ ବିଜେଡି ବିଧାୟକ ଜୀବନ ପ୍ରଦୀପ ଦାସ
  • News18 Odia
  • Last Updated: November 8, 2020, 11:58 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ବାଲେଶ୍ୱର ସଦରର ପୂର୍ବତନ ବିଜେଡି ବିଧାୟକ ଜୀବନ ପ୍ରଦୀପ ଦାସଙ୍କ ଭାଇରାଲ ଅଡିଓକୁ ନେଇ ରାଜ୍ୟ ରାଜନୀତିରେ ଚର୍ଚ୍ଚା ଚାଲିଛି । ଅଡିଓଟି ବିଧାନ ସଭା ଉପନିର୍ବାଚନ ପୂର୍ବରୁ । ଏଥିରେ ବିଜେପି କିମ୍ବା କଂଗ୍ରେସକୁ ଭୋଟ ଦେବାକୁ ଜଣେ କର୍ମୀଙ୍କୁ ଜୀବନ ପ୍ରଦୀପ କହୁଥିବା ସ୍ପଷ୍ଟ ଜଣା ପଡୁଛି ।  ଅଡିଓ ଭାଇରାଲ ହେବା ପରେ ଦୋଷ ସ୍ୱୀକାର କରିବା ସହ କେଉଁ ପରିସ୍ଥିତିରେ ଏଭଳି ହେଲା ତାହା ବର୍ଣନା କରିଛନ୍ତି ସେ । ଏହି ଘଟଣା ପରେ ରାଜନୈତିକ ବୟାନବାଜି ଆରମ୍ଭ ହୋଇଯାଇଛି।

‘‘କଂଗ୍ରେସକୁ ଭୋଟ ଦିଅ ନଚେତ ବିଜେପିକୁ ଦିଅ । ବିଜେପି ଓ ବିଜେଡି ତ ଗୋଟିଏ,’’ ଭାଇରଲ ହୋଇଥିବା ଏହି ଅଡିଓରେ ପୂର୍ବତନ ବିଧାୟକ ଜୀବନ ପ୍ରଦୀପ ଏମିତି କହୁଥିବା ଶୁଣାଯାଇଛି । ତାଙ୍କୁ ଦଳ ଅଣଦେଖା କରିଥିବା ଅଭିଯୋଗ କରି ସେ ଏଭଳି କହିଥିଲେ । ଉପନିର୍ବାଚନ ସରିବା ପରେ ଦଳ ତାଙ୍କୁ ନିଲମ୍ବିତ କରିଥିବା ବେଳେ ସେ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ସେହି ଅଡ଼ିଓଟି ରାଜନୈତିକ ମହଲରେ ଆଲୋଡନ ସୃଷ୍ଟି କରିବା ପରେ ସେ ନିଜର ଭୁଲ ମଧ୍ୟ ସ୍ୱୀକାର କରିଛନ୍ତି ।

ଏହା ବି ପଢ଼ନ୍ତୁ | Jio ଧାଁସୁ ପ୍ଲାନ୍! ୧୫୦ ଟଙ୍କାରୁ ବି କମ୍ ରିଚାର୍ଜରେ ୨୪ GB ଡାଟା, ମାଗଣା କଲିଂ ଅନେକ ସୁବିଧା ପାଆନ୍ତୁ

ଅଡିଓରେ ନିଜେ କହିଥିବା କଥା ପାଇଁ ସେ ଅନୁତପ୍ତ ବୋଲି କହିବା ସହ ପ୍ରଚାର ବେଳେ ତାଙ୍କୁ ଅବହେଳା କରାଯିବାରୁ ଅଭିମାନରେ ସେ କହୁ କହୁ ଏମିତି କହିଦେଇଥିବା ସ୍ବୀକାର କରିଛନ୍ତି ଜୀବନ ପ୍ରଦୀପ । କିନ୍ତୁ  ଫୋନରେ ତାଙ୍କ ବାର୍ତ୍ତାଳାପକୁ କାଟଛାଣ୍ଟ କରି ଉଦ୍ଦେଶ୍ୟମୂଳକ ଭାବେ ଭାଇରାଲ କରାଯାଇଥିବା କହିଛନ୍ତି ସେ । ଅନ୍ୟ ଦଳରେ ଯୋଗଦେବା ପ୍ରସଙ୍ଗରେ କହିଛନ୍ତି ନିଜ ଭୁଲର ପ୍ରାୟଶ୍ଚିତ କରିବା ପରେ ପରବର୍ତ୍ତୀ ପଦକ୍ଷେପ ନେଇ ନିଷ୍ପତ୍ତି ନେବେ ।

ବିଜେଡି ପକ୍ଷରୁ ଜାରି ହୋଇଥିବା ନିଲମ୍ବନ ନୋଟିସ


ଜୀବନ ପ୍ରଦୀପ ଦାସଙ୍କ ଏହି ଅଡିଓକୁ ନେଇ ଉଭୟ ବିଜେପି ଓ ବିଜେଡି କୁ ଘେରିଛି କଂଗ୍ରେସ । ‘‘ବିଜେପି ଓ ବିଜେଡି ଉଭୟଙ୍କ ସମ୍ପର୍କକୁ ନେଇ ଆମେ ପୂର୍ବରୁ ଯାହା କହିଆସୁଥିଲୁ ଆଜି ତାହା ପ୍ରମାଣିତ ହୋଇଛି । ସେମାନେ ଏକ,’’ କହିଛନ୍ତି କଂଗ୍ରେସ ବରିଷ୍ଠ ବିଧାୟକ ସୁର ରାଉତରାୟ ।

ଏହା ବି ପଢ଼ନ୍ତୁ | ‘‘ଜା ସିମରନ୍ ଜା, ଜୀ ଲେ ଅପନୀ ଜିନ୍ଦେଗୀ…’’: ‘ଦିଲୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ୨୫ ପୂରିଲା; ଫିଲ୍ମର ଯାଦୁ ଏବେ ବି ସେମିତି ଅଛି!

ବିଜେଡି କହିଛି ଜୀବନ ପ୍ରଦୀପ ଦଳୀୟ ଟିକେଟରୁ ବଞ୍ଚିତ ହେବା ପରେ ଏଭଳି କହିଛନ୍ତି । ବିଜେଡି ବିଧାୟିକା ପ୍ରମିଳା ମଲ୍ଲିକ କହିଛନ୍ତି, ‘‘୨୦୧୯ରେ  ଟିକେଟ ନେଇ ବିଜେପି ବିରୋଧରେ ଲଢୁଥିଲେ । ସେତେବେଳେ ତ କାହିଁ ଏ କଥା କହୁ ନ ଥିଲେ? ବିଜେଡି ସଦା ବେଳେ ଅନ୍ୟ ଦଳଙ୍କ ସହ ସମଦୂରତା ଅବଲମ୍ବନ କରିଛି । ଲୋକେ ନବୀନଙ୍କୁ  ଭୋଟ ଦେଇଛନ୍ତି । ତାଙ୍କ (ଜୀବନ ପ୍ରଦୀପଙ୍କ) କଥା ପ୍ରଭାବହୀନ ।’’

ରାଜ୍ୟ ବିଜେପି ସାଧାରଣ ସମ୍ପାଦକ ପୃଥ୍ୱୀରାଜ ହରିଚନ୍ଦନ କହିଛନ୍ତି, ‘‘ଜଣେ ବରିଷ୍ଠ ନେତାଙ୍କ ମୁହଁରେ ଏଭଳି ସମୀଚିନ ନୁହେଁ । ଶସ୍ତା ମନ୍ତବ୍ୟ ଦେଇ ସେ ନିଜର ବିଶ୍ୱାସନୀୟତା ହରାଇଛନ୍ତି। କଂଗ୍ରେସ ନିଜର ସ୍ଥିତି ଜାହିର କରିବାକୁ ଏଭଳି କହୁଛି ।’’



ସାଧାରଣ ନିର୍ବାଚନରେ ବିଜେଡିରୁ ଟିକେଟ ପାଇ ପରାସ୍ତ ହେବା ପରେ ଉପନିର୍ବାଚନରେ ଟିକେଟ ଆଶାୟୀ ଥିଲେ ଜୀବନ ପ୍ରଦୀପ । ବାଲେଶ୍ୱର ଜିଲ୍ଲା ସଭାପତି ତଥା ପୂର୍ବ ସାଂସଦ ରବୀନ୍ଦ୍ର ଜେନା ବି ଟିକେଟ ଦୌଡ଼ରେ ଥିଲେ । ସନ୍ତୁଳନ ରକ୍ଷା କରିବାକୁ ଯାଇ ଦଳ ସ୍ୱରୂପଙ୍କୁ ପ୍ରାର୍ଥୀ କରିଥିବା ଚର୍ଚ୍ଚା ହେଉଥିବା ବେଳେ ଜୀବନ ପ୍ରଦୀପ ଅସନ୍ତୁଷ୍ଟ ଥିବା କୁହାଯାଉଥିଲା । ନିର୍ବାଚନ ପରେ ତାଙ୍କୁ ଦଳରୁ ନିଲମ୍ବିତ କରିବା ନିଷ୍ପତ୍ତି ପଛରେ ଏହି ଅଡିଓ ଏକ ବଡ଼ କାରଣ ବୋଲି କୁହାଯାଉଛି ।
Published by: Anand Shankar Thankur Das
First published: November 8, 2020, 11:58 PM IST
corona virus btn
corona virus btn
Loading