News18 Odia Digital
Jay Jagannath vs Jay Shree Ram ୨୦୨୪ ନିର୍ବାଚନ ପାଇଁ ବିଜେଡିର ବଡ଼ ପ୍ରସ୍ତୁତି । ଯୁଦ୍ଧ ପାଖେଇବା ସହିତ ରଣନୀତି ବଦଳାଉଛି ବିଜେଡି । ବିଜେପିକୁ ମାତ୍ ଦେବାକୁ ବିଜେପିର ଫର୍ମୁଲା ଆପଣାଇଛି ବିଜୁ ଜନତା ଦଳ (Biju Janata Dal) । କମାଲ କରୁଛି ସୋସିଆଲ ମିଡିଆ କ୍ୟାମ୍ପେନିଂ । ଲୋକଙ୍କ ମନରେ ଛାପ ଛାଡୁଛି ନୂଆ ନୂଆ ନାରା । ଶଙ୍ଖ ମୋ ଗର୍ବ ସ୍ଲୋଗାନର ସଫଳତା ପରେ ଏବେ ଆରମ୍ଭ ହୋଇଛି ଜୟ ଜଗନ୍ନାଥ ଅଭିଯାନ । ବିଜେଡି ସଙ୍ଗଠନ ସମ୍ପାଦକ ନିଜ ସୋସିଆଲ ମିଡିଆ ପେଜ୍ରେ ଭିଡିଓ ସେୟାର କରିବା ପରେ ମନ୍ତ୍ରୀ, ବିଧାୟକ, ସାଂସଦ ବି ଜାରି କରିଛନ୍ତି ଭିଡିଓ ।
ଜୟ ଜଗନ୍ନାଥ ନାରାକୁ ନେଇ କାହିଁକି ଚର୍ଚ୍ଚା ?ଲୋକଙ୍କ ପାଖରେ ପହଞ୍ଚିବାକୁ ବିଭିନ୍ନ ବିକାଶମୁଖୀ ଯୋଜନା ଓ ଏହାର ପ୍ରଚାର ପ୍ରସାରକୁ ଅସ୍ତ୍ର କରୁଥିବା ବିଜେଡିର ନୂଆ ନାରାକୁ ନେଇ ସରଗରମ ରାଜନୀତି । କୁହାଯାଉଛି ଶଙ୍ଖ ମୋର ଗର୍ବ ସ୍ଲୋଗାନ ସୋସିଆଲ ମିଡିଆରେ ଟ୍ରେଣ୍ଡ କରିବା ବେଳେ ଲୋକଙ୍କ କମେଣ୍ଟରୁ ନୂଆ ସ୍ଲୋଗାନ ପାଇଁ ରଣନୀତି ପ୍ରସ୍ତୁତ କରିଥିଲା ବିଜେଡି । ବିଜେଡିର ସ୍ଲୋଗାନ୍ ହଠାତ୍ ବଦଳିବା ପରେ ଏହାକୁ ନେଇ ଚର୍ଚ୍ଚା ଜୋର୍ ଧରିଛି। ଏହାକୁ ନେଇ ବିଜେଡିର ତର୍କ ହେଲା ଜଗନ୍ନାଥ ଜଗତର ନାଥ, ଜୟ ଜଗନ୍ନାଥ କହିବାରେ କିଛି ସମସ୍ୟା ନାହିଁ। ହେଲେ ବିଜେପି କହିଛି ଜୟ ଜଗନ୍ନାଥ ବି ଆମର, ଜୟ ଶ୍ରୀରାମ ବି ଆମର। ସେପଟେ କଂଗ୍ରେସ କହିଛି ନିଜ କାମ ଉପରେ ଭରସା ନଥିବାରୁ ଭଗବାନଙ୍କ ଶରଣାପନ୍ନ ହୋଇଛନ୍ତି ଦୁଇ ଦଳ । ଭଗବାନଙ୍କ ନାଁରେ ନିର୍ବାଚନ ବୈତରଣୀ ପାର୍ ହେବାକୁ ବିଜେଡି-ବିଜେପି ଯୋଜନା ରଖିଥିବା କଂଗ୍ରେସ କହିଛି ।
ସ୍ଲୋଗାନ ଓ ସଂଗଠନକୁ ନେଇ ନିର୍ବାଚନ ପୂର୍ବରୁ ସମରସଜ୍ଜା ଆରମ୍ଭ କରିଛନ୍ତି ତିନି ଦଳ। ଜିଲ୍ଲା କମିଟି ପୁନର୍ଗଠନ ସହ ପର୍ଯ୍ୟବେକ୍ଷକ ପୁନର୍ଗଠନ କରିଛି ବିଜେଡି। ଆଗକୁ ବି ସଙ୍ଗଠନ ସ୍ତରରେ ବ୍ୟାପକ ପରିବର୍ତ୍ତନ କରିବ ଶାସକ ଦଳ। ତୃଣମୂଳସ୍ତରରେ ସଙ୍ଗଠନ ସୁଦୃଢ଼ୀକରଣ ଓ ସରକାରଙ୍କ ଯୋଜନାକୁ ଲୋକଙ୍କ ନିକଟତର କରିବାକୁ ବିସ୍ତୃତ ଯୋଜନା କରିଛି ବିଜେଡି। ସେପଟେ ନୂଆ କ୍ୟାପଟେନଙ୍କ ମନମୋହନ ସାମଲଙ୍କ ନେତୃତ୍ୱରେ ୨୪ ପାଇଁ ବ୍ଲୁ ପ୍ରିଣ୍ଟ କରିଛି ବିଜେପି।
ପଢନ୍ତୁ ଏହି ଖବର :
PGCIL Recruitment 2023 : ବିନା ପରୀକ୍ଷାରେ ସରକାରୀ ଚାକିରି; ଜଲିଦି କରନ୍ତୁ ଆବେଦନନୂଆ ଟିମ ଗଠନ ସହ ଜିଲ୍ଲା ସଂଗଠନରେ ହେବ ନବକଳେବର। ସବୁ ଜିଲ୍ଲା ଗସ୍ତ କରି କାର୍ଯ୍ୟକର୍ତାଙ୍କ ସହ ଆଲୋଚନା କରିବେ ସଭାପତି। ୧୦ ଦିନ ମଧ୍ୟରେ କୋର କମିଟି ବୈଠକ ବସିବାକୁ ଥିବା ବେଳେ କମିଟିର ରଣନୀତିକୁ ନେଇ ମଇଦାନକୁ ଓହ୍ଲାଇବ ଦଳ। ସେପଟେ କଂଗ୍ରେସ ବି ନିର୍ବାଚନ ପାଇଁ ପ୍ରସ୍ତୁତ ଥିବା କହିଛି। ଆଉ ତିନି ଦଳର ପ୍ରସ୍ତୁତି ମଧ୍ୟରେ ପୁଣି ଜୋର ଧରିଲା ଆଗୁଆ ନିର୍ବାଚନ ଚର୍ଚ୍ଚା।
ପଢନ୍ତୁ ଏହି ଖବର :
Jio Recharge : JIO ଆଣିଲା ବଡ଼ ଅଫର୍; ୧୯୮ ଟଙ୍କାରେ ଅସୀମିତ ଡାଟା୨୪ ନିର୍ବାଚନ ପୂର୍ବରୁ ତିନି ଦଳର ହାବଭାବ ରାଜନୀତିକ ମାହୋଲକୁ ଅଧିକ ଉଷ୍ମ କରିଛି। ଲଗାତାର ଷଷ୍ଠଥର ସରକାର ଗଢ଼ିବାକୁ ବିଜେଡି ପ୍ରସ୍ତୁତ ଆରମ୍ଭ କରିଥିବା ବେଳେ ୧୨୦ ମିଶନରେ ବିଜେପି। ଆଉ ୯ ରୁ ୯୦ ମିଶନ ଲକ୍ଷ୍ୟରେ ରହିଛି କଂଗ୍ରେସ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।