କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ଓଡ଼ିଶାରୁ ୩ ମନ୍ତ୍ରୀ: BJD ଓ BJP ଭାରି ଆଶାନ୍ୱିତ; କଂଗ୍ରେସକୁ ‘ଦୁର୍ଯୋଗ’ ଦିଶୁଛି

ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରୀ ହେବା ପରେ ରେଳବାଇ କ୍ଷେତ୍ରରେ ଓଡି଼ଶାକୁ ପ୍ରଧାନ୍ୟ ମିଳିବ ଓ ଅଧାପନ୍ତରିଆ ପଡି଼ରହିଥିବା ପ୍ରକଳ୍ପଗୁଡ଼ିକ ଶୀଘ୍ର ସରିବା ସହ ସବୁ ଜିଲ୍ଲାକୁ ରେଳ ସଂଯୋଗ ହେବ ବୋଲି ଆଶା ବଢ଼ିଛି ।

(ବାମରୁ ଡାହାଣ) ଅଶ୍ୱିନୀ ବୈଷ୍ଣବ, ବିଶ୍ବେଶ୍ବର ଟୁଡୁ ଓ ଧର୍ମେନ୍ଦ୍ର ପ୍ରଧାନ

(ବାମରୁ ଡାହାଣ) ଅଶ୍ୱିନୀ ବୈଷ୍ଣବ, ବିଶ୍ବେଶ୍ବର ଟୁଡୁ ଓ ଧର୍ମେନ୍ଦ୍ର ପ୍ରଧାନ

  • Share this:
News18 Odia Digital

ଭୁବନେଶ୍ୱର: ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ମନ୍ତ୍ରୀମଣ୍ଡଳରେ ପୂର୍ବରୁ ଓଡ଼ିଶାରୁ ଥିବା ଦୁଇ ଜଣ ମନ୍ତ୍ରୀଙ୍କ ମଧ୍ୟରୁ ଜଣଙ୍କୁ ଅପସାରଣ କରି ତାଙ୍କ ସ୍ଥାନରେ ନୂଆ ମନ୍ତ୍ରୀମଣ୍ଡଳରେ ଅନ୍ୟ ଦୁଇ ଜଣଙ୍କୁ ନିଆଯିବା ପରେ ରାଜ୍ୟ ରାଜନୀତିରେ ଏହାକୁ ନେଇ ଆରମ୍ଭ ହୋଇଛି ବିତର୍କ । ମୋଦିଙ୍କ ଏହି ପଦକ୍ଷେପ ଦ୍ୱାରା ଓଡ଼ିଶାର ସ୍ୱାର୍ଥ କେତେ ସାଧିତ ହେବ ଓ ରାଜ୍ୟ ପ୍ରତି ନ୍ୟାୟ ହୋଇଛି ବା ଅନ୍ୟାୟ ତା’ ଉପରେ ମିଶ୍ରିତ ମତ ପ୍ରକାଶ ପାଉଛି ।

ମୋଦି ନିଜ ନୂଆ ଟିମରେ ଓଡି଼ଶାରୁ ରାଜ୍ୟ ସଭାକୁ ଯାଇଥିବା ଅଶ୍ବିନୀ ବୈଷ୍ଣବଙ୍କୁ ସାମିଲ୍‌ କରି ତାଙ୍କୁ ରେଳ ବିଭାଗର କ୍ୟାବିନେଟ ମନ୍ତ୍ରୀ କରିଛନ୍ତି ଓ ମୟୂରଭଞ୍ଜରୁ ଲୋକ ସଭାକୁ ନିର୍ବାଚିତ ଆଦିବାସୀ ନେତା ବିଶ୍ବେଶ୍ବର ଟୁଡୁଙ୍କୁ ଆଦିବାସୀ କଲ୍ୟାଣ ରାଷ୍ଟ୍ର ମନ୍ତ୍ରୀ କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନଙ୍କ ବିଭାଗ ବଦଳାଇ ତାଙ୍କୁ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ଦାୟିତ୍ବ ଦେଇଛନ୍ତି ପ୍ରଧାନ ମନ୍ତ୍ରୀ ।

ଏହା ବି ପଢ଼ନ୍ତୁ | ଛାଡ଼ପତ୍ର ଦେଇଥିବା ଆମିର୍ ଖାନ କିରଣ ରାଓ ଦୁହେଁ କୋଟି କୋଟି ଟଙ୍କା ସମ୍ପତ୍ତିର ମାଲିକ

ଅଶ୍ୱିନୀ ବୈଷ୍ଣବ ରେଳ ମନ୍ତ୍ରୀ ହେବା ପରେ ରେଳବାଇ କ୍ଷେତ୍ରରେ ଓଡି଼ଶାକୁ ପ୍ରଧାନ୍ୟ ମିଳିବ ଓ ଅଧାପନ୍ତରିଆ ଭାବେ ପଡି଼ରହିଥିବା ପ୍ରକଳ୍ପଗୁଡ଼ିକ ଶୀଘ୍ର ସରିବା ସହ ସବୁ ଜିଲ୍ଲାକୁ ରେଳ ସଂଯୋଗ ହେବ ବୋଲି ଆଶା ବଢ଼ିଛି । ଭୁବନେଶ୍ୱରରୁ ନିର୍ବାଚିତ ବିଜେପି ସାଂସଦ ଅପେରାଜିତା ଷଡ଼ଙ୍ଗୀ କହିଛନ୍ତି, ‘‘ମୋଦିଙ୍କ ଫୋକସରେ ଓଡି଼ଶା ଅଛି । ସବୁ କ୍ଷେତ୍ରରେ ରାଜ୍ୟର ବିକାଶ ହେବ ।’’

ଏହା ବି ପଢ଼ନ୍ତୁ | କରୋନାର Delta ଭ୍ୟାରିଆଣ୍ଟ୍ ଉପରେ ଗୁଣା କମ୍ ପ୍ରଭାବଶାଳୀ ବର୍ତ୍ତମାନର ସବୁ ଟିକା: ରିସର୍ଚ୍ଚ

‘‘ରେଳବାଇ କ୍ଷେତ୍ରରେ ଓଡି଼ଶାକୁ ନିଶ୍ଚୟ ପ୍ରାଧାନ୍ୟ ଦେବେ ଅଶ୍ବିନୀ ବୈଷ୍ଣବ । ପ୍ରଧାନ ମନ୍ତ୍ରୀ ଓଡ଼ିଶା ସମେତ ସାରା ଦେଶରେ ଶିକ୍ଷା କ୍ଷେତ୍ରରେ ଅଧିକ ବିକାଶ ଚାହୁଁଥିବାରୁ ଧର୍ମେନ୍ଦ୍ର ପ୍ରଧାନଙ୍କୁ ସେହି ବିଭାଗର ଗୁରୁ ଦାୟିତ୍ଵ ଦେଇଛନ୍ତି । ବିଶ୍ବେଶ୍ବର ଟୁଡୁ ଆଦିବାସୀ ବିକାଶ ପାଇଁ କାମ କରିବେ,’’ କହିଛନ୍ତି ବିଜେପି ନେତା ପ୍ରଦୀପ ପୁରୋହିତ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ଯୋଗ ଶିଖାଇ ମାସକୁ୭୩ ଲକ୍ଷରୁ ବେଶୀ ରୋଜଗାର କରୁଛନ୍ତି ଏହି ଯୁବତୀ; ବିଶେଷ ପୋଜ୍ ପାଇଁ ଖ୍ୟାତ

ଓଡ଼ିଶାର ଶାସକ ଦଳ ବିଜେଡି ରାଜ୍ୟ ସଭା ସାଂସଦ ସୁବାସ ସିଂ କହିଛନ୍ତି ଯେ ଅଶ୍ବିନୀ ବୈଷ୍ଣବଙ୍କ ପାଖରୁ ରାଜ୍ୟରେ ରେଳବାଇର ବିକାଶ ପାଇଁ ବହୁତ ଆଶା ରହିଛି । ବିଜେଡି ଉପସଭାପତି ଦେବୀ ମିଶ୍ର ବି ଓଡ଼ିଶାରୁ ଏବେ କେନ୍ଦ୍ରରେ ଥିବା ତିନି ଜଣ ମନ୍ତ୍ରୀଙ୍କ ପାଖରୁ ରାଜ୍ୟ ବହୁତ କିଛି ଆଶା ରଖିଥିବା କହିଛନ୍ତି । ହେଲେ ବିରେଧା ଦଳ କଂଗ୍ରେସ ଏହି ପ୍ରକରଣରେ ଭିନ୍ନ ମତ ରଖିଛି ।

ଏହା ବି ପଢ଼ନ୍ତୁ | କରୋନା ସଂକ୍ରମଣ କେବେ ବି ସମାପ୍ତ ହେବନି? ଶୂନ୍ୟ ମାମଲା ଉପରେ ବିଶେଷଜ୍ଞଙ୍କ ମତ ଜାଣନ୍ତୁ

‘‘ମୋଦି ସରକାରଙ୍କ ପାଖରୁ ସୁଯୋଗ ନୁହେଁ, ଦୁର୍ଯୋଗ ଆଶା କରାଯାଏ । ଗତ ସାତ ବର୍ଷ ଧରି ରାଜନୈତିକ, ସାଂସ୍କୃତିକ, ସାମାଜିକ, ଆର୍ଥନୈତିକ ଓ ସାମ୍ବିଧାନିକ ସଙ୍କଟ ଦେଖାଦେଇଛି । ମନ୍ତ୍ରୀଙ୍କୁ ବଦଳେଇଦେଲେ ବି ନିଜେ ଖସି ଯାଇପାରିବେ ନାହିଁ ମୋଦି,’’ କହିଛନ୍ତି କଂଗ୍ରେସ ବରିଷ୍ଠ କଂଗ୍ରେସ ନେତା ପଞ୍ଚାନନ କାନୁନଗୋ ।

ଏହା ବି ପଢ଼ନ୍ତୁ | ହାତରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ

ରାଜନୈତିକ ସମୀକ୍ଷକ ରବି ଦାସ କହିଛନ୍ତି ଯେ କେନ୍ଦ୍ର ମନ୍ତ୍ରୀମଣ୍ଡଳର ସମ୍ପ୍ରସାରଣରେ ଓଡ଼ିଶା ପ୍ରତି ଅନ୍ୟାୟ ହୋଇନାହିଁ । ‘‘ରେଳ କ୍ୟାବିନେଟ୍‌ ମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ଓଡ଼ିଶା ପ୍ରତି ନିଜ ଅଙ୍ଗିକାରବଦ୍ଧତା ଦେଖାଇବା ଦରକାର । ମନ୍ତ୍ରୀ ହେବା ପରେ ସେ ‘ଜୟ ଜଗନ୍ନାଥ’ ବୋଲି କହିଛନ୍ତି । ତେଣୁ ଓଡ଼ିଶାକୁ ସେ ଗୁରୁତ୍ୱ ଦେବେ । ଧର୍ମେନ୍ଦ୍ର ସାତ ବର୍ଷ ଧରି ପେଟ୍ରୋଲିୟମ୍‌ ମନ୍ତ୍ରୀ ରହିଆସିଥିଲେ । ପୁର୍ବରୁ କେହି ଏତେ ସମୟ ଧରି ସେହି ପଦରେ ରହି ନ ଥିଲେ,’’ ସେ କହିଛନ୍ତି ।



‘‘ରାଷ୍ଟ୍ରୀୟ ସ୍ବୟଂସେବକ ସଙ୍ଘର ମୁଖ୍ୟ ଫୋକସ୍‌ ଶିକ୍ଷା ଓ ସଂସ୍କୃତି । ଶିକ୍ଷାର ବିକାଶ ହେଲେ ଦେଶର ବିକାଶ ହୋଇପାରିବ । ତେଣୁ ଧର୍ମେନ୍ଦ୍ରଙ୍କୁ ଶିକ୍ଷା ବିଭାଗ ଦିଆଯାଇଛି । ଏହି ବିଭାଗରେ ସେ ନିଜର ଦକ୍ଷତା ପ୍ରଦର୍ଶନ କରିପାରିବେ । ପଶ୍ଚିମ ଓଡି଼ଶାରୁ କାହାକୁ ମନ୍ତ୍ରୀ କରାଯାଇ ନ ଥିବାରୁ ଅସନ୍ତୋଷ ରହିଛି । ହେଲେ କେନ୍ଦ୍ର ମନ୍ତ୍ରୀମଣ୍ଡଳରେ ସେହି ଦୃଷ୍ଚିରୁ ବିଚାର କରାଯାଇ ନ ଥାଏ,’’ କହିଛନ୍ତି ଦାସ ।
Published by:Anand S.T. Das
First published: