ରାଜନୈତିକ ଚର୍ଚ୍ଚା; ବିରୋଧୀ ଦଳ ନେତା ଜୟନାରାୟଣ VS ରାଜସ୍ୱ ମନ୍ତ୍ରୀ ପ୍ରମିଳା

ବିଜେଡି ଓ ବିଜେପିର ଦୁଇ ନେତାଙ୍କ କଳିକୁ ନେଇ ଏବେ ଚର୍ଚ୍ଚା । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ରାଜସ୍ଵ ମନ୍ତ୍ରୀ ପ୍ରମିଳା ମଲ୍ଲିକ ସାମ୍ନାସାମ୍ନି ହୋଇଛନ୍ତି । 

ରାଜନୈତିକ ଚର୍ଚ୍ଚା; ବିରୋଧୀ ଦଳ ନେତା ଜୟନାରାୟଣ VS ରାଜସ୍ୱ ମନ୍ତ୍ରୀ ପ୍ରମିଳା

ରାଜନୈତିକ ଚର୍ଚ୍ଚା; ବିରୋଧୀ ଦଳ ନେତା ଜୟନାରାୟଣ VS ରାଜସ୍ୱ ମନ୍ତ୍ରୀ ପ୍ରମିଳା

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ମୁହାଁମୁହିଁ ହୋଇଛନ୍ତି ବିଜେଡି ଓ ବିଜେପି । ନିର୍ବାଚନ ପୂର୍ବରୁ ଉଭୟ ଦଳ ଶକ୍ତି ପ୍ରଦର୍ଶନ କରିଛନ୍ତି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଓଡ଼ିଶା ଗସ୍ତରେ ଆସି କର୍ମକର୍ତ୍ତାଙ୍କୁ ମନ୍ତ୍ର ଦେଇଛନ୍ତି । ଏହି ଗସ୍ତ ସମୟରେ ରାଜ୍ୟ ସରକାରଙ୍କ ଉପରେ ବର୍ଷିଛନ୍ତି । ଗୋଟେ ପଟେ ଜନତା ମଇଦାନରେ ବିଜେପିର ଜଣକ ପରେ ଜଣେ ନେତା ରାଜ୍ୟ ସରକାରଙ୍କ ଉପରେ ବର୍ଷିଥିବା ବେଳେ ବିଜେଡି ନେତା ବି କେନ୍ଦ୍ରକୁ ସମାଲୋଚନା କରିଥିଲେ । ଓଡ଼ିଶାକୁ କେନ୍ଦ୍ର ସରକାର ତାଙ୍କ ପ୍ରାପ୍ୟ ଦେଉନଥିବା କହି ସମାଲୋଚନା କରିଥିଲେ ।

ଉଭୟଙ୍କ ଭିତରେ ଆରୋପ ପ୍ରତ୍ୟାରୋପ ଭିତରେ ବିଜେଡି ଓ ବିଜେପିର ଦୁଇ ନେତାଙ୍କ କଳିକୁ ନେଇ ଏବେ ଚର୍ଚ୍ଚା । ବିରୋଧୀ ଦଳ ନେତା ଜୟନାରାୟଣ ମିଶ୍ର ଓ ରାଜସ୍ଵ  ମନ୍ତ୍ରୀ ପ୍ରମିଳା ମଲ୍ଲିକ ସାମ୍ନା ସାମ୍ନି ହୋଇଛନ୍ତି । ବିରୋଧୀ ଦଳ ନେତା କହିଥିଲେ ସମସ୍ତେ ଏକ ହେବା, ନବୀନ ପଟ୍ଟନାୟକଙ୍କୁ ବଙ୍ଗୋପ ସାଗରକୁ ଫିଙ୍ଗି ଦେବା । ୨୨ ବର୍ଷରେ ସିଏ ଓଡ଼ିଶା ପାଇଁ କିଛି କରି ନାହାଁନ୍ତି । ମୁଖ୍ୟମନ୍ତ୍ରୀ ଓଡ଼ିଶାର ସାଧକ ନୁହେଁ, ଓଡ଼ିଶା ପାଇଁ ବାଧକ । ମାତୃ ମୃତ୍ୟୁ ହାର, ଶିଶୁ ମୃତ୍ୟୁ ହାର ଓ ନାରୀ ନିର୍ଯାତନାରେ ଓଡ଼ିଶା ଏକ ନମ୍ବର । ଆଉ ମୁଖ୍ୟମନ୍ତ୍ରୀ ମଧ୍ୟ ଏକ ନମ୍ବର । ସେ ଏହି ଏକ ନମ୍ବର ପୁରସ୍କାର କେମିତି ପାଉଛନ୍ତି ରାଜ୍ୟବାସୀ ଜାଣିଛନ୍ତି । ଆପଣମାନେ ସବୁ ଏକ ହୁଅନ୍ତୁ, ଆଗାମୀ ନିର୍ବାଚନରେ ନବୀନ ପଟ୍ଟନାୟକଙ୍କୁ ବଙ୍ଗୋପ ସାଗରରେ ଫିଙ୍ଗି ଦେବା । ଏ ସରକାରକୁ ଭାଙ୍ଗି ଓଡ଼ିଶାରେ ବିଜେପି ସରକାର ଗଠନ କରିବା ବୋଲି କହିଥିଲେ ଜୟନାରାୟଣ । ଏହା ପରେ ଜୟନାରାୟଣଙ୍କୁ ସିଧାସଳଖ ଟାର୍ଗେଟ କରିଥିଲେ ମନ୍ତ୍ରୀ ପ୍ରମିଳା ମଲ୍ଲିକ । କାଉଣ୍ଟର କରି କହିଥିଲେ  ନବୀନଙ୍କ ଓଜନ ଏତେ ସେ  ନବୀନଙ୍କୁ ଟେକି ପାରିବେନି । ଟେକିକି ନେଇ ପାରିବେନି କି ଫୋପାଡି ପାରିବେନି । ସମ୍ବଳପୁର ପାହାଡିଆ ଅଂଚଳରୁ ମହାସାଗର ପର୍ଯ୍ୟନ୍ତ ସେ ଚାଲିଲି ଆସି ପାରିବେନି । ତାଙ୍କ ସ୍ବାସ୍ଥ୍ୟ ଠିକ୍ ନାହିଁ । ନବୀନଙ୍କୁ ଟେକି ଫୋପଡ଼ିବାର ସତସାହସ ନାହିଁ । ୨୦୨୪ ରେ ବି ସେମାନେ ହତାଶ ହେବେ । ସମସ୍ତେ ନବୀନଙ୍କ ସହ ଅଛନ୍ତି । ବିକାଶ ଧାରାରେ ସାମିଲ ହୋଇଛନ୍ତି ନବୀନ । ସେମାନେ ସମାଲୋଚନାରେ ବ୍ୟସ୍ତ ରୁହନ୍ତୁ । ନବୀନ ଓଡ଼ିଶାର ଉନ୍ନତି କରି ଚାଲିବେ । ୨୦୧୯ରେ ବିଜେପିର ଟାର୍ଗେଟ ପୂରଣ ହେଲାନି । କଂଗ୍ରେସ କହିଲା ହାତ ଉଠିବ, କାହିଁକି ଉଠିଲାନି ।  ଦୁଇ ନେତାଙ୍କ ଏଭଳି ଆରୋପ ପ୍ରତ୍ୟାରୋପ ଏବେ ରାଜ୍ୟ ରାଜନୀତିରେ ଚର୍ଚ୍ଚାର ଖୋରାକ ଯୋଗାଇଛି ।
Published by:Soubhagya Mishra
First published: