ଖୋଲିବ ଭିସୁଟ୍ ଛାତ୍ରୀଙ୍କ ମୃତ୍ଯୁ ରହସ୍ଯ! ମିଛ ଧରା ପରୀକ୍ଷା ଦେଉଛନ୍ତି ୨ ପୁରୁଷ ବନ୍ଧୁ

ଚିନ୍ମୟୀଙ୍କ ମୃତ୍ଯୁ ରହସ୍ଯ ଉପରୁ ପରଦା ଉଠାଇବେ ପୁରୁଷ ବନ୍ଧୁ ପ୍ରୀତିମାନ! ଜଣା ପଡିବ କି କିପରି ହେଲା ଛାତ୍ରୀଙ୍କ ମୃତ୍ଯୁ ।

ମୃତ୍ଯୁ ପଛର ସତ ଜଣା ପଡିବକି?

ମୃତ୍ଯୁ ପଛର ସତ ଜଣା ପଡିବକି?

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ଖୋଲିବ ଭିସୁଟ୍ ଛାତ୍ରୀ ଚିନ୍ମୟୀ ସାହୁଙ୍କ ମୃତ୍ଯୁ ରହସ୍ଯ ! ମୃତ୍ଯୁ ପଛର ସତ ଜଣା ପଡିବକି? କିପରି ଓ କେଉଁ ପରିସ୍ଥିତିରେ ଛାତ୍ରୀ ଜଣଙ୍କ ପାଣିକୁ ଡେଇଁଲେ ସେ କଥା ଉପରୁ ଉଠିବ ପରଦା । ଆଜି ମୃତା ଚିନ୍ମୟୀ ସାହୁଙ୍କ ପୁରୁଷ ବନ୍ଧୁ ପ୍ରୀତିମାନଙ୍କର ଲାଇ ଡିଟେକ୍ସନ ଟେଷ୍ଟ ଚାଲିଛି। ପ୍ରୀତିମାନଙ୍କ ସହ ସାଙ୍ଗ ମାନସ ଟୁଡୁଙ୍କର ମଧ୍ୟ ଲାଇ ଡିଟେକ୍ସନ ଟେଷ୍ଟ ହେବ । ଲାଇ ଡିଟେକ୍ସନ ଟେଷ୍ଟ ପାଇଁ ଉଭୟଙ୍କୁ ଭୁବନେଶ୍ୱର ଫରେନସିକ ଲ୍ୟାବରେ ଉପସ୍ଥିତ କରାଯାଇଛି। ଏଥି ପାଇଁ ସମ୍ବଲପୁର ପୋଲିସର ଏକ ଟିମ୍ ୨ଜଣଙ୍କୁ ଭୁବନେଶ୍ୱର ଆଣିଛି । ସେହିପରି ଅଧିକ ତଦନ୍ତ ପାଇଁ ପୋଲିସର ଆଉ ଦୁଇଟି ଟିମ୍ ବଲାଙ୍ଗିର ଓ ସୋନପୁର ଯିବ ବୋଲି ଜଣାପଡ଼ିଛି । ଏହା ସହ ଚିନ୍ମୟୀଙ୍କ ପୁରୁଷ ବନ୍ଧୁ ପ୍ରୀତିମାନ ପିନ୍ଧିଥିବା ପୋଷାକକୁ ପରୀକ୍ଷା ପାଇଁ ପଠାଇବ ପୋଲିସ ।

ଅନ୍ଯପଟେ, ପୋଷ୍ଟମର୍ଟମ ରିପୋର୍ଟରୁ ଜଣାପଡ଼ିଛି ଯେ ପାଣିରେ ବୁଡ଼ି ଯାଇ ପ୍ରାଣ ହରାଇଛନ୍ତି ଚିନ୍ମୟୀ । କିନ୍ତୁ କେମିତି ପାଣିରେ ବୁଡ଼ିଲେ, ତାହା ଜାଣିପାରୁନି ପୋଲିସ । ଏହାରି ଭିତରେ ସାମ୍ନାକୁ ଆସିଛି ଚିନ୍ମୟୀଙ୍କ ବେକରେ ଥିବା ଏକ ଦାଗ । ଚିନ୍ମୟୀଙ୍କ ପରିବାର କହିଛନ୍ତି, ଯଦି ପାଣିରେ ବୁଡ଼ି ମୃତ୍ୟୁ ହୋଇଛି ତେବେ ବେକରେ କାହିଁକି ଦାଗ ରହିବ ? ଚିନ୍ମୟୀଙ୍କୁ ମାରି ଦେବା ପରେ ପିସି ବ୍ରିଜ ଉପରୁ ନଦୀକୁ ଫିଙ୍ଗି ଦିଆଯାଇଥିବା ଅଭିଯୋଗ ହୋଇଛି । ଚିନ୍ମୟୀଙ୍କ ମାଆ ଅଭିଯୋଗ ଆଣିଛନ୍ତି ଯେ ଶେଷ ଥର ଝିଅକୁ ଫୋନ୍‌ କରିବା ବେଳେ ସେ ଶ୍ବାସରୁଦ୍ଧ ଭଳି ମନେ ହେଉଥିଲା ।

ଏପଟେ ମୃତ୍ୟୁର କିଛି ଘଣ୍ଟା ପୂର୍ବରୁ ଚିନ୍ମୟୀ ଓ ତାଙ୍କ ମାଆଙ୍କ ଭିତରେ ହୋଇଥିବା ହ୍ବାଟ୍ସଆପ୍ ଚାଟ୍ ପଦାକୁ ଆସିଛି । ଯେଉଁଥିରୁ ଜଣାପଡ଼ିଛି, ସମାବର୍ତ୍ତନ ଉତ୍ସବ ଦିନ ଭୁବନେଶ୍ବର ଫେରିବା ପାଇଁ ଯେଉଁ ବସ୍‌ରେ ଟିକେଟ୍ କରିଥିଲେ ଚିନ୍ମୟୀ, ସେ ବସ୍‌ରେ ବସି ପାରି ନଥିଲେ । ଯାହାକୁ ନେଇ ଚିନ୍ତିତ ହୋଇପଡ଼ିଥିଲେ ମାଆ । ସେଦିନ ସଂଧ୍ୟା ୫ଟାରୁ ୭ଟା ପର୍ଯ୍ୟନ୍ତ ଚିନ୍ମୟୀ ମାଆଙ୍କ ସହ କଥା ହୋଇଥିଲେ ମଧ୍ୟ ତାପରେ ଆଉ କୌଣସି ଉତ୍ତର ଦେଇ ନ ଥିଲେ । ଏଥିରୁ ଆଶଙ୍କା କରାଯାଉଛି ଯେ, ସଂଧ୍ୟା ୭ଟା ପରେ ଚିନ୍ମୟୀଙ୍କ ସହ କିଛି ଅଘଟଣ ଘଟିଥିଲା କି ? ଚିନ୍ମୟୀଙ୍କ ମାଆ ଝିଅର ହାବଭାବରୁ କିଛି ଆଶଙ୍କା କରୁଥିଲେ କି ?



ସାଇଣ୍ଟିଫିକ୍ ଟିମ୍ ସହ ବୁର୍ଲା ପୋଲିସର ଏକ ଟିମ୍ ପାୱାର କେନାଲ ଓ ସାଇଫନ ପାଖକୁ ଯାଇ ତଦନ୍ତ କରିଛନ୍ତି । ଘଟଣାସ୍ଥଳରେ ପାଣିର ଗଭୀରତା ସହ ଡ୍ୟାମ୍ ଉଚ୍ଚତା ମାପିଛନ୍ତି । ପୋଲିସର ଆଉ ଏକ ଟିମ୍ ଭୁବନେଶ୍ବର ବିଜେବି ନଗର ଭଡ଼ାଘରେ ଯାଞ୍ଚ କରି ଚିନ୍ମୟୀଙ୍କ ବ୍ୟାଗ୍‌, ଲାପ୍‌ଟପ ଓ କିଛି କାଗଜପତ୍ର ଜବତ କରିଛି ।...
Published by:Soumya Das
First published: