ବଦଳିଲା ଅପରେସନ ହ୍ଵାଇଟସ୍ପାଇଡର ତରିକା; ପୋଲିସ ଟାର୍ଗେଟରେ ନିଶା ସେବନକାରୀ

ନିଶା ଖାଉଥିବା ଲୋକଙ୍କ ବିରୁଦ୍ଧରେ ଅପରେସନ ଆରମ୍ଭ କଲା କମିଶନରେଟ ପୋଲିସ। ପ୍ରଥମ ଦିନରେ ୭ ଜଣ ନିଶାଡିଙ୍କୁ ବାନ୍ଧିଲା ପୋଲିସ। ନିଶା ଖାଇବା ପାଇଁ ଗିରଫ ଅଭିଯୁକ୍ତ ମାଫିଆଙ୍କ ସହ ସାମିଲ ଥିଲେ। ପୂର୍ବରୁ କେବଳ ଡ୍ରଗ୍ସ ବିକୁଥିବା ଲୋକଙ୍କୁ ଗିରଫ କରୁଥିଲା ପୋଲିସ।

ପୋଲିସ ଟାର୍ଗେଟରେ ନିଶା ସେବନକାରୀ

ପୋଲିସ ଟାର୍ଗେଟରେ ନିଶା ସେବନକାରୀ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଡ୍ରଗ୍ସ ଖାଉଥିଲେ ସାବଧାନ। ନିଶା ଖାଉଥିବା ଲୋକଙ୍କ ବିରୁଦ୍ଧରେ ଅପରେସନ ଆରମ୍ଭ କଲା କମିଶନରେଟ ପୋଲିସ। ପ୍ରଥମ ଦିନରେ ୭ ଜଣ ନିଶାଡିଙ୍କୁ ବାନ୍ଧିଲା ପୋଲିସ।

ନିଶା ଖାଇବା ପାଇଁ ଗିରଫ ଅଭିଯୁକ୍ତ ମାଫିଆଙ୍କ ସହ ସାମିଲ ଥିଲେ। ପୂର୍ବରୁ କେବଳ ଡ୍ରଗ୍ସ ବିକୁଥିବା ଲୋକଙ୍କୁ ଗିରଫ କରୁଥିଲା ପୋଲିସ। ଆଗକୁ ଏହି ଅଭିଯାନ କଡ଼ାକଡ଼ି କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି।

ମଙ୍ଗଳବାର ଚନ୍ଦ୍ରଶେଖରପୁର ଥାନା ପୋଲିସ ବିଶେଷ ସୂତ୍ରରୁ ଖବର ପାଇ ଉତ୍କଳ ହସ୍ପିଟାଲରୁ କେୟାର ହସ୍ପିଟାଲ ରାସ୍ତା ମଧ୍ୟରେ ଥିବା ଆର୍ତ୍ତତ୍ରଣା ଆଶ୍ରମ ନିକଟରେ ଆଶୁତୋଷ ପରିଡା ଓରଫ ତୁସିଆ, ଲକ୍ଷ୍ମୀକାନ୍ତ ସାହୁ ଓରଫ ବିକୋ ଏବଂ ଶ୍ୟାମସୁନ୍ଦର ରାଓ ଓରଫ ରାମା ବେଆଇନ ବ୍ରାଉନ ସୁଗାର ବିକ୍ରି କରିବା ଉଦ୍ଦେଶ୍ୟରେ ଛିଡ଼ା ହୋଇଥିବାର। ସଙ୍ଗେ ସଙ୍ଗେ ଏକ ସ୍ବତନ୍ତ୍ର ଟିମ ଘଟଣା ସ୍ଥଳକୁ ଯାଇ ଘଟଣାର ସତ୍ୟସତ୍ୟ ଜାଣିବା ପାଇଁ ଯାଇଥିଲେ। ପୋଲିସ ଟିମ ଉକ୍ତ ସ୍ଥାନରେ ପହଞ୍ଚିବା ପରେ ଉପୋରୋକ୍ତ ୩ ଜଣ ଅଭିଯୁକ୍ତଙ୍କୁ କାବୁ କରିବା ସହିତ ତାଙ୍କର ହେପାଜତରୁ ୧୦ ଗ୍ରାମ ବ୍ରାଉନ ସୁଗାର, ଫଏଲ ପେପର, ଲାଇଟର ଓ ମ୍ୟାଚ ବକ୍ସ ଜବତ କରାଯାଇଥିଲା।

ପୋଲିସ ହେପାଜତରେ ଥିବା ଅଭିଯୁକ୍ତମାନଙ୍କୁ ପଚରାଉଚରା ସମୟରେ ଅଭିଯୁକ୍ତମାନେ ସ୍ବୀକାର କରିଥିଲେ ଯେ, ସେମାନେ ଏହି ବ୍ରାଉନ ସୁଗାରକୁ ବିକ୍ରୟ ଉଦ୍ଦେଶ୍ୟରେ ନିଜ ହେପାଜତରେ ରଖୁଥିଲେ ଓ ସେମାନଙ୍କ ସହିତ ଏହି କାରବାରରେ କୁନା ଓରଫ ଅମିୟ କୁମାର ବେହେରା, ବପୁ ଓରଫ ରଞ୍ଜନ କୁମାର ମହାନ୍ତି, ବୁବୁ ଓରଫ ସିମାଞ୍ଚଳ ସାହୁ ଓ ରମେଶ ଚନ୍ଦ୍ର ସେଠୀ ସେମାନଙ୍କ ଠାରୁ ନିୟମିତ ବ୍ରାଉନ ସୁଗାର ନେଇ ଅନ୍ୟ ଗ୍ରାହକମାନଙ୍କୁ ବିକ୍ରୟ କରିବା ସହିତ ନିଜେ ମଧ୍ୟ ନିଶା ସେବନ କରନ୍ତି। ପୋଲିସକୁ ମିଳିଥିବା ତଥ୍ୟକୁ ଆଧାରରେ ସେହି ଅଭିଯୁକ୍ତମାନଙ୍କୁ ଚଢ଼ାଉ କରି ଗିରଫ କରାଯାଇଥିଲା। ସମ୍ପୃକ୍ତ ଅଭିଯୁକ୍ତମାନଙ୍କୁ ପଚରାଉଚରା ସମୟରେ ସେମାନେ ନିଜ ଦୋଷ ସ୍ବୀକାର କରିଥିଲେ।

ସୂଚନାଯୋଗ୍ୟ ଚଳିତ ବର୍ଷ ଜାନୁଆରୀ ପହିଲା ଠାରୁ ଅକ୍ଟୋବର ପର୍ଯ୍ୟନ୍ତ ମୋଟ ୬୩ଟି ବ୍ରାଉନ ସୁଗାର ମାମଲା ପଞ୍ଜିକୃତ ହୋଇ ୧୧୩ ଜଣ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ କରଯାଇଛି। ସେମାନଙ୍କ ଠାରୁ ୨ କେଜି ୪୭ ଗ୍ରାମ ବ୍ରାଉନ ସୁଗାର ଏବଂ ୭ ଲକ୍ଷ ୨୫ ହଜାର ୧୫୦ ଟଙ୍କା, ୩୧୦ ଗ୍ରାମ ସୁନା, ୪୫୦ ଗ୍ରାମ ରୂପା, ୫୦ଟି ମୋବାଇଲ ଫୋନ ଏବଂ ୨୨ଟି ମୋଟରସାଇକେଲ ଜବତ କରିଛି କମିଶନରେଟ ପୋଲିସ।
Published by:Lipina Das
First published: