ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»'ମୋବାଇଲ ଗେମ' ଯୋଗୁଁ ଆତ୍ମହତ୍ୟା କରିଛନ୍ତି ପ୍ରକାଶ! ମିଳିଲା ସୁସାଇଡାଲ ନୋଟ

'ମୋବାଇଲ ଗେମ' ଯୋଗୁଁ ଆତ୍ମହତ୍ୟା କରିଛନ୍ତି ପ୍ରକାଶ! ମିଳିଲା ସୁସାଇଡାଲ ନୋଟ

ଇଭେଣ୍ଟ ମ୍ୟାନେଜର ପ୍ରକାଶ ମୋବାଇଲ ଗେମରେ ହାରିଥିବା ପଇସା ଯୋଗୁଁ ଆତ୍ମହତ୍ୟା କରିଥିବା ନେଇ ସନ୍ଦେହ କରୁଛି ପୋଲିସ। ତଦନ୍ତ ସମୟରେ ପ୍ରକାଶର ପକେଟରୁ ସୁସାଇଡାଲ ନୋଟ ଜବତ କରିଛି ପୋଲିସ।

'ମୋବାଇଲ ଗେମ' ଯୋଗୁଁ ଆତ୍ମହତ୍ୟା କରିଛନ୍ତି ପ୍ରକାଶ! ମିଳିଲା ସୁସାଇଡାଲ ନୋଟ
ମୃତ ପ୍ରକାଶ (ଫାଇଲ ଫଟୋ)
  • News18 Odia
  • Last Updated: September 19, 2021, 5:26 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜଧାନୀର ପଟିଆ ଅଞ୍ଚଳରେ ଥିବା ବ୍ଲୁଓରଚିଡ଼ ମଣ୍ଡପର ଇଭେଣ୍ଟ ମ୍ୟାନେଜର ପ୍ରକାଶ ବଳ(୨୮) ରହସ୍ୟ ଜନକ ମୃତ୍ୟୁ ଘଟଣାରେ ଏକ ଭିନ୍ନ ତଥ୍ୟ ସାମ୍ନାକୁ ଆସିଛି। ମୋବାଇଲରେ ଗେମ ଖେଳିବା ପାଇଁ ପ୍ରକାଶ ଟଙ୍କା ଧାର କରିଥିଲେ। ଯେଉଁଥି ପାଇଁ ସେ ମାନସିକ ଆଶାନ୍ତିରେ ଥିଲେ । ତେଣୁ ତାଙ୍କ ମୃତ୍ୟୁ ପଛର କାରଣ ଏହି ବକେୟା ଟଙ୍କା ବୋଲି ପୋଲିସ ସନ୍ଦେହ କରୁଛି ।

ପ୍ରକାଶଙ୍କ ଝୁଲନ୍ତା ମୃତଦେହକୁ ଜବତ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ପ୍ରକାଶଙ୍କ ସାର୍ଟ ପକେଟରୁ ଏକ ହାତଲେଖା ସୁଇସାଇଡ଼ ନୋଟ ଜବତ ହୋଇଛି। ଯେଉଁଥିରେ ଲେଖା ଅଛି, 'ମୋ ମୃତ୍ୟୁ ପାଇଁ କେହି ଦାୟୀ ନୁହଁନ୍ତି'। ପୋଲିସ ସମ୍ପୃକ୍ତ ସୁଇସାଇଡ଼ ନୋଟକୁ ଜବତ କରି ମୃତଦେହକୁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି।

"ମୃତକଙ୍କ ପକେଟରୁ ଜବତ କରାଯାଇଥିବା ସୁଇସାଇଡ଼ ନୋଟକୁ ନେଇ ତଦନ୍ତ ଚାଲିଛି। ସୁଇସାଇଡ଼ ନୋଟରେ ଲେଖା ଅକ୍ଷର ପ୍ରକାଶଙ୍କର ନା ଆଉ କାହାର ବୋଲି ତଦନ୍ତ ଚାଲିଛି ।ତାଙ୍କ ପରିବାର ଲୋକ ହତ୍ୟା ଅଭିଯୋଗ ଆଣୁଛନ୍ତି, ସେଥିପାଇଁ ଆମେ ସବୁ ଦିଗକୁ ନେଇ ତଦନ୍ତ କରିବୁ । ଆବଶ୍ୟକ ହେଲେ ସୁଇସାଇଡ଼ ନୋଟକୁ ହ୍ୟାଣ୍ଡ ରାଇଟିଂ ବ୍ୟୁରୋକୁ ପଠାଯିବ," କହିଛନ୍ତି ଭୁବନେଶ୍ୱର ଜୋନ ଏ.ସି.ପି ପ୍ରକାଶ ଚନ୍ଦ୍ର ପାଲ।

"ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଆମେ ହତ୍ୟା ମାମଲା ରୁଜୁ କରିଛୁ । ସାଇଣ୍ଟିଫିକ ଟିମ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାଥମିକ ଭାବେ ଆମେ ମଣ୍ଡପର ଯେଉଁ କର୍ମଚାରୀମାନେ ଥିଲେ,ସେମାନଙ୍କୁ ପଚରାଉଚରା କରିଛୁ । ଏହାସହ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତିକରି ତଦନ୍ତ ଆରମ୍ଭ ହୋଇଥିବା," କହିଛନ୍ତି ଜୋନ ଏସିପି ପ୍ରକାଶ ଚନ୍ଦ୍ର ପାଲ ।

ସୁଇସାଇଡ଼ ନୋଟରେ ଥିବା ଅକ୍ଷର ପ୍ରକାଶଙ୍କର ନୁହେଁ ବୋଲି ପରିବାର ପକ୍ଷରୁ କୁହାଯାଇଛି। ପ୍ରମାଣ ନଷ୍ଟ କରିବା ପାଇଁ ଏଭଳି ଯୋଜନା କରାଯାଇ ଥାଇପାରେ ବୋଲି ପରିବାର ପକ୍ଷରୁ ଅଭିଯୋଗ କରିବା ପରେ ତଦନ୍ତ କୁ ଅଧିକ ଗୁରୁତର ସହ ନେଇଛି ଇନ୍ଫୋସିଟି ଥାନା ପୋଲିସ ।

"ଗତ ଗୁରୁବାର ଦିନ ପ୍ରକାଶ ଘରୁ ଭୁବନେଶ୍ୱର ଆସିଥିଲେ । ଆସିବା ପୂର୍ବରୁ ମା'କୁ ଟଙ୍କା ଲୋନ କରିଥିବା କଥା କହିଥିଲେ। ଟଙ୍କା ନଦେଲେ କିଛି ବ୍ୟକ୍ତି ତାକୁ ମାରିବାକୁ ଧମକ ଦେଉଥିଲେ । ହେଲେ ମୋବାଇଲରେ ଖେଳ ପାଇଁ ଟଙ୍କା ବାକି କରିଥିବା କଥା ଆମକୁ ଜଣା ନଥିବା," କହିଛନ୍ତି ପ୍ରକାଶଙ୍କ ବାପା ।

ସୂଚନା ଅନୁସାରେ କିଟ ଛକ ନିକଟରେ ରହିଛି ବ୍ଲୁ ଓରଚିଡ଼ ମଣ୍ଡପରେ ପ୍ରକାଶ ୫ ବର୍ଷ ହେବ କାମ କରୁଥିଲେ। ଘଟଣା ଦିନ ପୋଲିସ ପହଞ୍ଚି କବାଟ ଭାଙ୍ଗି ମୃତଦେହକୁ ଜବତ କରିଥିଲା। ଇନ୍ଫୋସିଟି ପୋଲିସ ମୃତଦେହକୁ ତଳକୁ ଆଣି ତଦନ୍ତ ଆରମ୍ଭ କରିଥିଲା । ସେପଟେ ପରିବାର ପକ୍ଷରୁ ପ୍ରକାଶଙ୍କ ମୋବାଇଲ ଫୋନକୁ ଯାଞ୍ଚ କଲେ ଟଙ୍କା ବକେୟା କଥା ସାମ୍ନାକୁ ଆସି ପାରିବ ବୋଲି ପରିବାର ଲୋକ ଦାବି କରିଥିଲେ।
Published by: Soumya Das
First published: September 19, 2021, 5:26 PM IST