ଭୁବନେଶ୍ୱରରେ ଅଜବ ବ୍ୟବସ୍ଥା: ଘର ପାଖରେ ଥାନା, ହେଲେ FIR ଦେବାକୁ ଯିବାକୁ ପଡୁଛି ୨୨ କିମି!

ଘର ଏଇଠି, ଦୁଇ-ତିନି କିଲୋମିଟର ଦୂରରେ ଥାନା ବି ଅଛି; ହେଲେ ଲୋକଙ୍କୁ ଯିବାକୁ ପଡ଼ୁଛି ୧୫ରୁ ୨୦ କିଲୋମିଟର ଦୂରରେ ଥିବା ଥାନାକୁ । ଥାନାଗୁଡ଼ିକର ଅଞ୍ଚଳ ବିଭକ୍ତିକରଣରେ ଥିବା ସମସ୍ୟା ଯୋଗୁଁ ଲୋକେ ନୟାନ୍ତ ହେଲେଣି ।

ଭୁବନେଶ୍ୱରରେ ଅଜବ ବ୍ୟବସ୍ଥା: ଘର ପାଖରେ ଥାନା, ହେଲେ FIR ଦେବାକୁ ଯିବାକୁ ପଡୁଛି ୨୨ କିମି!
ପୋଲିସ କମିଶନରଙ୍କ ଅଫିସ୍
  • News18 Odia
  • Last Updated: March 1, 2021, 11:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ମୁଣ୍ଡବିନ୍ଧା ସୃଷ୍ଟି କରୁଛି ଭୁବନେଶ୍ୱରରେ ଥାନାର ସୀମା ବିବାଦ । କାହାକୁ ଏତଲା ଦେବାକୁ ୨୦ କିଲୋମିଟର ଯିବାକୁ ପଡୁଛି ତ ଆଉ କେଉଁଠି ପାସପୋର୍ଟଟିଏ ପାଇଁ ଦୌଡ଼ି ଦୌଡ଼ି ନୟାନ୍ତ ହେବାକୁ ପଡୁଛି ।

ଲକ୍ଷ୍ମୀସାଗର ଓ ବଡଗଡ଼ର ବେଶ୍‌ ନିକଟରେ ଥିବା ଗୋଟିଏ ଛକର ବାସିନ୍ଦାମାନଙ୍କୁ ଅସୁବିଧାଟିଏ ହେଲେ ଯିବାକୁ ପଡ଼ୁଛି ସହିଦ ନଗର ଥାନା, ଯଦିଓ ସେହି ଥାନା ଏହି ଛକଠାରୁ ୧୫ କିମି ଦୂର । ସେହିପରି ବାଙ୍କୁଆଳ ଛକ । ଏହା ବଡ଼ଗଡ଼ ଥାନାଠାରୁ ମାତ୍ର ୩ କିଲୋମିଟର ଦୂର, କିନ୍ତୁ ସେହି ବାଙ୍କୁଆଳ ଅଞ୍ଚଳ ଆସୁଛି ୨୦ କଲୋମିଟର ଦୂର ସହିଦ ନଗର ଥାନା ଅଞ୍ଚଳରେ । ପଳାସୁଣୀ ଛକରେ ଥିବା ଚଣ୍ଡିମାତା କଲୋନୀ ମଞ୍ଚେଶ୍ବର ଥାନା ସମ୍ମୁଖରେ, କିନ୍ତୁ ସେହି କଲୋନି ଯାଉଛି ୪ କିମି ଦୂର ସହିଦ ନଗର ଥାନା ଅଧୀନରେ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ ଫଟୋ | ଅମିତାଭ ବଚ୍ଚନଙ୍କର ସର୍ଜରୀ ହେବ; ତାଙ୍କ ସ୍ୱାସ୍ଥ୍ୟ ଖରାପ ହେଲେ ଅନେକ ଫିଲ୍ମ ଉପରେ ପ୍ରଭାବ ପଡ଼ିବ

ରସୁଲଗଡ଼ ନିକଟରେ ଥିବା ଜଗନ୍ନାଥ ନଗର ଲକ୍ଷ୍ମୀସାଗର ଥାନାଠାରୁ ମାତ୍ର କେଇ ହାତ ଦୂରରେ। କିନ୍ତୁ ଏହା ଆସୁଛି ମଞ୍ଚେଶ୍ବର ଥାନା ଅଧୀନରେ । ବଡ଼ଗଡ଼ ଗାଁ ଛକକୁ ଲାଗି କରି ବଡ଼ଗଡ଼ ଥାନା, କିନ୍ତୁ ବଡ଼ଗଡ଼ ହାଟ ଯାଉଛି ଲକ୍ଷ୍ମୀସାଗର ଥାନା ଅଞ୍ଚଳରେ ।

‘‘ଥାନାଗୁଡ଼ିକର ଅଞ୍ଚଳ ବିଭକ୍ତିକରଣରେ ଥିବା ସମସ୍ୟା ଯୋଗୁଁ ଭୁବନେଶ୍ୱରରେ ଲୋକେ ନାହିଁ ନ ଥିବା ସମସ୍ୟା ଭୋଗିଚାଲିଛନ୍ତି । ଏଥି ପାଇଁ ପୋଲିସର ତଦନ୍ତ ପ୍ରକ୍ରିୟା ମଧ୍ୟ ବିଶେଷ ପ୍ରଭାବିତ ହେଉଛି । ଏବେ ସମୟ ଆସିଛି ଏହି ସମସ୍ୟାକୁ ସମୂଳେ ଦୂରୀଭୁତ କରିବାର,’’ କହିଛନ୍ତି ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦାସ ।

ଏହା ବି ପଢ଼ନ୍ତୁ | ଅଜୟ ଦେବଗନ୍ ୨୨ ବର୍ଷ ପରେ ସଞ୍ଜୟ ଲୀଲା ଭନସାଲୀଙ୍କ ସହ କାମ କରିବେ ଏହି ଫିଲ୍ମରେ

କେବଳ ରାଜଧାନୀ ନୁହେଁ, ରାଜଧାନୀ ଉପକଣ୍ଠରେ ମଧ୍ୟ ଦେଖିବାକୁ ମିଳିଛି ସମାନ ସମସ୍ୟା । ବାଲିଅନ୍ତା ବ୍ଲକ ଅଧୀନ ଜୟଦେବ ଓ ପ୍ରତାପରୁଦ୍ରପୁର ଭଳି ଦୁଇଟି ପଞ୍ଚାୟତ ବାଲିପାଟଣା ଥାନାକୁ ଲାଗିଛି । କିନ୍ତୁ ଏ ସବୁ ଥାନା ଅଞ୍ଚଳ ଯାଉଛି ୨୦ କିମି ଦୂରରେ ଥିବା ବାଲିଅନ୍ତା ଥାନା ଅଧୀନରେ । ଝିଣ୍ଟି ଶାସନ ବାଲିଅନ୍ତା ଅଧୀନ ବାଳକାଟି ଫାଣ୍ଡିକୁ ଲାଗି କରିଥିବା ବେଳେ ଏହା ଯାଉଛି ବାଲିପାଟଣା ଥାନା ଅଧୀନରେ ।

କୌଣସି ଅଘଟଣ ବା ଦୁର୍ଘଟଣା ଘଟିଲେ କେଉଁ ଥାନାକୁ ଖବର ଦେବେ କିମ୍ବା ଅଭିଯୋଗ କରିବେ ଲୋକେ ତାହା ଜାଣି ପାରୁନାହାନ୍ତି । ସେହି ପରି ପାସପୋର୍ଟଟିଏ ପାଇଁ ମଧ୍ୟ ଲୋକଙ୍କୁ ନାକେଦମ୍‌ ହେବାକୁ ପଡୁଛି । ସୀମା ବିବାଦ କାରଣରୁ ରାତିରେ ପିସିଆର୍‌ ଭ୍ୟାନ୍‌ କେଉଁ ଅଞ୍ଚଳରେ ପାଟ୍ରୋଲିଂ କରିବ ତାକୁ ନେଇ ମଧ୍ୟ ସମସ୍ୟା ହେଉଛି ।

ଏହା ବି ପଢ଼ନ୍ତୁ | India Toy Fair 2021: PM କହିଲେ ଖେଳନା ଶିଳ୍ପରେ ଲୁକ୍କାୟିତ ଶକ୍ତିକୁ ବଢ଼ାଇବା ଆବଶ୍ୟକ

‘‘ମୋ’ ଘରଠୁ ଚାରି କିଲୋମିଟର ଦୂରରେ ବଡଗଡ଼ ଥାନା ଓ ପାଞ୍ଚ କିମି ଭିତରେ ଲକ୍ଷ୍ମୀସାଗର ଥାନା । ଗତ ବର୍ଷ ମୁ ଏଫ୍‌.ଆଇ.ଆର୍‌. ନେଇ ଗଡ଼ିଶାଗଡା ଥାନାକୁ ଚାରି ଥର ଦୌଡ଼ିଛି। ତାହା କେତେ କଷ୍ଟ ମୁ ଜାଣିଛି,’’ କହିଛନ୍ତି ବାଙ୍କୁଆଳର କେ. ମୁନି । ରାଜଧାନୀ ଲୋକଙ୍କ ଏହି ସମସ୍ୟା ସମ୍ପର୍କରେ ସମ୍ପୃକ୍ତ ଥାନା ଅଧିକାରୀମାନେ ପୋଲିସ ମୁଖ୍ୟାଳୟ, ଗୃହ ବିଭାଗ ଓ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିଥିବା ଜଣାପଡ଼ିଛି ।

ଏହା ବି ପଢ଼ନ୍ତୁ | Pub-G ଖେଳୁ ଖେଳୁ ବିବାହିତା ମହିଳାଙ୍କର ଯୁକ୍ତ- ଛାତ୍ର ସହ ପ୍ରେମ ହେଲା, ଘରୁ ପଳାଇ ଗଲେ

ଅଧିକାଂଶ ରାଜଧାନୀ ବାସିନ୍ଦାଙ୍କ କହିବା ଅନୁସାରେ ରେଭିନ୍ୟୁ ବିଭାଗ ଚାହିଁଲେ ହିଁ ଏହି ସମସ୍ୟାର ସମାଧାନ ହୋଇପାରିବ । ଯେହେତୁ ଏହା ଏକ ବଡ଼ ସମସ୍ୟା, ପୋଲିସ କମିଶନର କି ଡିଜିପି ଚାହିଁଲେ ଏହାର ସମାଧାନ ହୋଇପାରିବନି ବୋଲି ସେମାନେ କହିଛନ୍ତି ।

ଏହା ବି ପଢ଼ନ୍ତୁ | ମାତ୍ର ୭୦ ଟଙ୍କାର କଣ୍ଡୋମ୍ କିଣିବାକୁ ଯାଇ ଏହି ବ୍ୟକ୍ତି ହରେଇଲେ ଲକ୍ଷ ଟଙ୍କାରୁ ଅଧିକ

‘‘ଏହି ସମସ୍ୟା ନେଇ ଡିଜିପିଙ୍କୁ ଜଣାଇ ଦିଆଯାଇଛି । ଏହା ଦ୍ୱାରା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଥିବାରୁ ଡିଜିପି ଅଫିସରେ ମଧ୍ୟ ପହଞ୍ଚି ଅଭିଯୋଗ କରୁଛନ୍ତି । ଏ ବାବଦରେ ମୁ ଡିଜିପି ମହୋଦୟଙ୍କୁ ମଧ୍ୟ ଜଣାଇ ଦେଇଛି,’’ କହିଛନ୍ତି ଡିସିପି ଉମାଶଙ୍କର ଦାଶ ।



ଥାନା ନିଜ ଅଞ୍ଚଳ ପାଖରେ ଥିଲେ ଲୋକଙ୍କୁ ସୁବିଧା ହୁଏ । ଯଦି ନିଜ ଘର ପାଖରେ ଥିବା ଥାନାକୁ ନ ଯାଇ ମାଇଲ୍‌ ମାଇଲ୍‌ ଦୂରରେ ଥିବା ଥାନାକୁ ଯିବାକୁ ପଡ଼େ ତେବେ ତାହା ଲୋକଙ୍କ ପାଇଁ ଭାରି ଯନ୍ତ୍ରଣାଦାୟକ ହୋଇଥିବାରୁ ଏହି ସମସ୍ୟାର ଆଶୁ ସମାଧାନ ପାଇଁ ରାଜଧାନୀବାସୀ ଦାବି କରିଛନ୍ତି ।
Published by: Anand Shankar Thankur Das
First published: March 1, 2021, 11:01 PM IST