News18 Odia Digital
ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ନୋଟିସ ପଠାଇଛି ପୋଲିସ। ଉଭୟେ ରାଜ୍ୟ ବାହାରେ ଥିବାରୁ ଫୋନ ଯୋଗେ ଏହି ନୋଟିସ ପଠା ହୋଇଛି ବୋଲି କମିଶନରେଟ ପୋଲିସ ପକ୍ଷରୁ ସୂଚନା ମିଳିଛି। ଥାନାରେ ହାଜର ହୋଇ ନିଜ ନିଜର ପକ୍ଷ ରଖିବାକୁ ପୋଲିସ ତରଫରୁ ଉଭୟଙ୍କୁ ଅବଗତ କରାଯାଇଛି।
କେବଳ ସେତିକି ନୁହେଁ ଖାରବେଳ ନଗର ଥାନା ପୋଲିସ ପ୍ରକୃତି ମିଶ୍ର ବୁକ କରିଥିବା ଗେଷ୍ଟ ହାଉସ ଯାଇ ତଦନ୍ତ କରିଛି। ସତ୍ୟନଗର ଅଞ୍ଚଳରେ ଥିବା ଏହି ଗେଷ୍ଟ ହାଉସକୁ ପ୍ରକୃତି ୩ ଦିନ ପାଇଁ ବୁକ କରିଥିଲେ। ସେଠାରେ ପ୍ରକୃତି ଓ ବାବୁସାନ ଏକାଠି ରହୁଥିବା ନେଇ ବାବୁସାନଙ୍କ ପତ୍ନୀ ତୃପ୍ତି ଅଭିଯୋଗ ଆଣିଛନ୍ତି। ବାବୁସାନଙ୍କୁ ସେହି ଗେଷ୍ଟ ହାଉସରେ ରହିଥିବାର ସ୍ଥାନୀୟ ଲୋକ ଦେଖିଥିଲେ ବୋଲି ସୂଚନା ମିଳିଥିଲା।
ଅନ୍ୟପଟେ ପ୍ରକୃତି ମିଶ୍ରଙ୍କ ବାପା ମନ୍ମଥ ମିଶ୍ରଙ୍କ ଅଭିଯୋଗ ପରେ ବାବୁସାନଙ୍କ ଶ୍ବଶୁର ତଥା ତୃପ୍ତିଙ୍କ ବାପା ଲଳିତ ଶତପଥୀଙ୍କୁ ନୋଟିସ କରିଥିଲା ପୋଲିସ। ସେହି ଆଧାରରେ ଖାରବେଳ ନଗର ଥାନା ପୋଲିସ ଲଳିତଙ୍କୁ ପଚରାଉଚରା କରିଛି।
ଆଜି ସକାଳେ ଚେନ୍ନାଇରୁ ଏକ ଭିଡ଼ିଓ ଜାରି କରି ତନ୍ମୟ ମହାନ୍ତି ଓରଫ ବାବୁସାନ। ଭିଡ଼ିଓରେ ସେ କହିଛନ୍ତି ମୋ ପରିବାରରେ ଏତେ ଅସୁବିଧା ବାବଦରେ ମୋତେ ଜଣା ନଥିଲା। ଯଦି ଅସୁବିଧା ହେଉଛି ସିନେମା କରିବିନି। ପ୍ରକୃତି ମିଶ୍ରଙ୍କ ସହ କୌଣସି ସିନେମା କରିବାକୁ ମନା କରିଛନ୍ତି ବାବୁ। ଆଗକୁ ସିନେମା କରିବେ ନାହିଁ ବୋଲି ଭିଡ଼ିଓରେ ଶୁଣିବାକୁ ମିଳୁଛି। କୁହାଯାଉଛି ଏହି ଭିଡ଼ିଓ ବାବୁସାନ ଚେନ୍ନାଇରୁ ଜାରି କରିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।