ରାଜ୍ୟ ବାହାରକୁ ବେଆଇନ ଗଞ୍ଜେଇ ଚୋରା ଚାଲାଣର ମୁଖ୍ୟ ସୂତ୍ରଧର ସାଜିଛନ୍ତି ଅବକାରୀ କର୍ମଚାରୀ । ଆଜି ଆନ୍ଧ୍ରକୁ ଗଂଜେଇ ଚୋରା ଚାଲାଣ କରୁଥୁବା ବେଳେ ସୁଙ୍କି ପୁଲିସ ହାତରେ ଧରାପଡିଛି ୩ ଅବକାରୀ କର୍ମଚାରୀଙ୍କ ସମେତ ୭ ଜଣ।
- News18 Odia
- Last Updated :
- Koraput, India
News 18 Odia Digital
କୋରାପୁଟ : ବେଆଇନ ଗଞ୍ଜେଇ ଚୋରା ଚାଲାଣରେ ସାହାର୍ଯ୍ୟ କରୁଛନ୍ତି ଅବକାରୀ କର୍ମଚାରୀ । ଆନ୍ଧ୍ରକୁ ଗଞ୍ଜେଇ ଚାଲାଣ ବେଳେ ପୋଲିସ ହାତରେ ଧରାପଡ଼ିଛନ୍ତି ୩ ଅବକାରୀ କର୍ମଚାରୀଙ୍କ ସମେତ ୭ ଜଣ । ଆଜି ଗଞ୍ଜେଇ ବୋଝେଇ ଟ୍ରକକୁ ଏମାନେ ଆନ୍ଧ୍ର ସୀମା ପାର କରାଇବାରେ ସାହାର୍ଯ୍ୟ କରୁଥିଲେ । ବାଟରେ ସୁଙ୍କି ପୋଲିସର ଆଉଟପୋଷ୍ଟ ଠାରେ ଯାଞ୍ଚ ବେଳେ ଏମାନେ ଧରାପଡିଥିଲେ । ଅଟକ ଥିବା ଅବକାରୀ ବିଭାଗର କର୍ମଚାରୀ ହେଉଛନ୍ତି କନଷ୍ଟେବଳ ତ୍ରିଲୋଚନ ରାୟ ଚେଟି, କନଷ୍ଟେବଳ ଭେଙ୍କେଟ ଓ ଏଏସଆଇ ଅରୁପୁଲକ ଦାସ ଓ ଜଣେ ୱେବ ଚ୍ୟାନେଲ କର୍ମଚାରୀ ।
ରାଜ୍ୟ ବାହାରକୁ ବେଆଇନ ଗଞ୍ଜେଇ ଚୋରା ଚାଲାଣର ମୁଖ୍ୟ ସୂତ୍ରଧର ସାଜିଛନ୍ତି ଅବକାରୀ କର୍ମଚାରୀ । ଆଜି ଆନ୍ଧ୍ରକୁ ଗଂଜେଇ ଚୋରା ଚାଲାଣ କରୁଥୁବା ବେଳେ ସୁଙ୍କି ପୁଲିସ ହାତରେ ଧରାପଡିଛି ୩ ଅବକାରୀ କର୍ମଚାରୀଙ୍କ ସମେତ ୭ ଜଣ। ସେମାନଙ୍କୁ ଥାନାରେ ଅଟକ ରଖି ପଚରାଉଚରା କରାଯିବା ସହ ଗଞ୍ଜେଇ ଚୋରାଚାଲାଣରେ ଆଉ କେଉଁମାନେ ସମ୍ପୃକ୍ତ ସେ ନେଇ ତଦନ୍ତ ଜାରି ରଖିଛି ପୁଲିସ । ଅନ୍ୟପଟେ ଚୋରା ଚାଲାଣ ହେଉଥିବା ଗଂଜେଇ ପୂର୍ବରୁ ଅବକାରୀ କର୍ମଚାରୀମାନେ ଜବତ କରି ରଖିଥିବା ଗଂଜେଇ ବୋଲି ସନ୍ଦେହ କରାଯାଉଛି । ତେବେ ଏନେଇ ପୁଲିସ ପକ୍ଷରୁ କିମ୍ବା ଅବକାରୀ ଅଧିକାରୀଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ଦିଆଯାଇନି ।
ଜବତ ଗଂଜେଇ ବୋଝେଇ ଟ୍ରକରେ କେତେ ପରିମାଣର ଗଂଜେଇ ରହିଛି ତାହା ପୁଲିସ ପକ୍ଷରୁ ସ୍ପଷ୍ଟ କରିନାହିଁ । ସୁଙ୍କି ଥାନାରେ ପୋଟାଙ୍ଗି ବିଡିଓ ମାଜିଷ୍ଟ୍ରେଟ ଦାୟିତ୍ୱରେ ପହଞ୍ଚି ଜବତ ଗଞ୍ଜେଇର ଓଜନ ତଦାରଖ କରିଛନ୍ତି । ପୋଲିସ ସୂଚନା ଦେବାପରେ ସ୍ପଷ୍ଟ ହେବ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।