ବାଲେଶ୍ୱର: ବ୍ରାଉନ୍ ସୁଗାର୍ ମାଫିଆ ଟାକୁଲୁର ପୋଲିସ୍ ରିମାଣ୍ଡ ପରେ ଖୋଲିପାରେ ତା’ ନେଟୱର୍କର ଗୁମର

ଶେଖ୍ ସମୃଦ୍ଦିନ ଓରଫ ଟାକୁଲୁ ରାଜାକୁ ରିମାଣ୍ଡରେ ନେବା ପାଇଁ ବାଲେଶ୍ୱର ସ୍ୱତନ୍ତ୍ର ଅଦାଲତରେ ଆବେଦନ କରିଛନ୍ତି କ୍ରାଇମ୍ ବ୍ରାଞ୍ଚ୍ ଡି.ଏସ୍.ପି. ବିଳାସିନୀ ନାୟକ । ମାର୍ଚ୍ଚ ୩୦ରେ ଜଳେଶ୍ବର କୋର୍ଟରେ ଟାକୁଲୁ ଆତ୍ମସମର୍ପଣ କରିଥିଲା ।

ବାଲେଶ୍ୱର: ବ୍ରାଉନ୍ ସୁଗାର୍ ମାଫିଆ ଟାକୁଲୁର ପୋଲିସ୍ ରିମାଣ୍ଡ ପରେ ଖୋଲିପାରେ ତା’ ନେଟୱର୍କର ଗୁମର
କୁଖ୍ୟାତ ଡ୍ରଗ୍ସ ମାଫିଆ ଶେଖ୍ ସମୃଦ୍ଦିନ ଓରଫ ଟାକୁଲୁ ରାଜା (ଫାଇଲ୍ ଫଟୋ)
  • News18 Odia
  • Last Updated: April 3, 2021, 11:55 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ୱର: କୋର୍ଟରେ ଆତ୍ମସମର୍ପଣ କରିଥିବା କୁଖ୍ୟାତ ଡ୍ରଗ୍ସ ମାଫିଆ ଶେଖ୍‌ ସମୃଦ୍ଦିନ ଓରଫ ଟାକୁଲୁ ରାଜାର ବେନାମୀ ସମ୍ପତ୍ତି ଓ କଳା ସାମ୍ରାଜ୍ୟର ଖୋଳତାଡ଼ କରିବାକୁ କ୍ରାଇମ୍‌ ବ୍ରାଞ୍ଚର ଏସ୍.ଟି.ଏଫ୍‌. ପ୍ରସ୍ତୁତ ହେଉଛି । ବ୍ରାଉନ୍‌ ସୁଗାର କାରବାର କରି ଟାକୁଲୁ ରାଜା ଅମାପ ଧନ ସମ୍ପତ୍ତିର ଅଧିକାରୀ ହୋଇଥିବା ପୋଲିସକୁ ସୂଚନା ମିଳିଛି । ଏହି ସମ୍ପତ୍ତିର ଉତ୍ସ ଓ ଏହି ରାକେଟରେ ସମ୍ପୃକ୍ତ ଥିବା ଅନ୍ୟମାନଙ୍କ ସମ୍ପତ୍ତି ନେଇ ତଦନ୍ତ କରିବାକୁ କ୍ରାଇମ୍‌ ବ୍ରାଞ୍ଚର ଏସ୍‌.ଟି.ଏଫ୍‌. ଏବେ ଅଣ୍ଟା ଭିଡ଼ିଛି ।

ଏସ୍‌.ଟି.ଏଫ୍‌. ପକ୍ଷରୁ ଡି.ଏସ୍‌.ପି. ବିଳାସିନୀ ନାୟକ ବାଲେଶ୍ୱର ସ୍ୱତନ୍ତ୍ର ଅଦାଲତରେ ଶେଖ୍‌ ସମୃଦ୍ଦିନକୁ ରିମାଣ୍ଡ ପାଇଁ ଆବେଦନ କରିଛନ୍ତି । ମାର୍ଚ୍ଚ ୩୦ ତାରିଖରେ ଜଳେଶ୍ବର କୋର୍ଟରେ ଟାକୁଲୁ ଆତ୍ମସମର୍ପଣ କରିଥିଲା । ଏହା ସମସ୍ତଙ୍କୁ ଚକିତ କରିଦେଇଥିଲା । ଆତ୍ମସମର୍ପଣ ପରେ ତାକୁ ରିମାଣ୍ଡରେ ନେବା ପାଇଁ ଆବେଦନ ହୋଇଥିଲେ ମଧ୍ୟ ମାନ୍ୟବର କୋର୍ଟ ସେହି ଆବେଦନକୁ ଖାରଜ କରିଦେଇଥିଲେ ଓ ତାକୁ ୧୪ ଦିନ ପାଇଁ ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଥିଲେ । ଏବେ ଟାକୁଲୁ ବାଲେଶ୍ୱର ଜେଲରେ ଅଛି ।

ଏହା ବି ପଢ଼ନ୍ତୁ | ନନ୍ଦିଗ୍ରାମରେ ଜିତିବା ପାଇଁ BJP ନେତାଙ୍କ ସାହାଯ୍ୟ ଲୋଡ଼ିଥିଲେ ମମତା? BJP କଲ୍ ରେକର୍ଡ଼ିଂ ଶୁଣାଇଲା

୨୦୧୯ରେ ବ୍ରାଉନ୍‌ ସୁଗାର କାରବାର ଅଭିଯୋଗରେ ଏସ୍.ଟି.ଏଫ୍‌. ରୁଜୁ କରିଥିବା ଏକ ମାମଲାରେ ଟାକୁଲୁ ମୁଖ୍ୟ ଅଭିଯୁକ୍ତ ରହିଛି । ଦୀର୍ଘ ଦିନ ହେବ ସେ ଉତ୍ତର ଓଡ଼ିଶାରେ ବ୍ରାଉନ୍‌ ସୁଗାର କାରବାରର ମାଷ୍ଟରମାଇଣ୍ଡ ସାଜିଥିଲା ବୋଲି ପୋଲିସ କହିଛି । ପଶ୍ଚିମ ବଙ୍ଗରୁ ହେଉଥିବା ବ୍ରାଉନ୍‌ ସୁଗାରକୁ ଜଳେଶ୍ବର ଅଞ୍ଚଳରୁ ସାରା ରାଜ୍ୟକୁ ଚାଲାଣ କରିବାରେ ସେ ମୁଖ୍ୟ ଭୂମିକା ନିଭାଉଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ମାଛ ତରକାରୀରେ ଥ୍ୟାଲିୟମ୍ମିଶାଇ ସ୍ତ୍ରୀ ଶ୍ୱଶୁର ଘର ଲୋକଙ୍କୁ ଦେଲା; ଶାଶୁ ଶାଳୀଙ୍କ ପ୍ରାଣ ଗଲା

କୁହାଯାଏ ଯେ ପୂରା ଓଡ଼ିଶାରେ ହେଉଥିବା ବ୍ରାଉନ୍‌ ସୁଗାର କାରବାରର ୨୫ ପ୍ରତିଶତ ଟାକୁଲୁ ଦ୍ୱାରା ପରିଚାଳିତ ହୋଇଥାଏ । ଏହି ଧଳା ଜହର କାରବାରର ତଦନ୍ତ କରୁଥିବା ଏସ୍‌.ଟି.ଏଫ୍‌.ର ରାଡାରରେ ଅନେକ ବର୍ଷ ଧରି ଟାକୁଲୁ ଥିଲେ ବି ତାକୁ ଗିରଫ କରିପାରି ନ ଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | ମାଦେଖ୍, ମୁଁ ଶିକାର କରିଛି! ହରିଣର ବେକକୁ ଧରିଥିବା ଚିତା ବାଘ ଛୁଆର VIDEO ଭାଇରାଲ୍ ହେଲା

ବାଲେଶ୍ୱର ଜିଲ୍ଲାର ଜଳେଶ୍ବର ବ୍ରାଉନ୍‌ ସୁଗାର କାରବାରରେ ସାରା ରାଜ୍ୟର ପେଣ୍ଠ ସ୍ଥଳ ପାଲଟିଛି । ଓଡ଼ିଶାର ଖୋର୍ଦ୍ଧା, ପୁରୀ, କେନ୍ଦ୍ରାପଡ଼ା ଓ ଭଦ୍ରକ ଆଦି ସ୍ଥାନକୁ ବ୍ରାଉନ୍‌ ସୁଗାର ଏଠାରୁ ଚାଲାଣ ହେଉଥିବା ବାରମ୍ବାର ଅଭିଯୋଗ ଉଠିଛି । ଏ ସବୁ ପଶ୍ଚିମ ବଙ୍ଗରୁ ଆସିଥାଏ ଓ ଏଥିରେ ଅଧିକାଂଶରେ ଜଳେଶ୍ବରର ଲିଙ୍କ ରହିଥାଏ । ଏବେ ଟାକୁଲୁ ପୋଲିସ ହାତକୁ ଆସିଲେ ଏହି ଚେନରେ ଥିବା ଅନ୍ୟମାନଙ୍କ ନିକଟରେ କ୍ରାଇମ୍‌ ବ୍ରାଞ୍ଚ୍‌ ପହଞ୍ଚି ପାରିବ ବୋଲି ଆଶା କରାଯାଉଛି ।



ଏହା ବି ପଢ଼ନ୍ତୁ | ଗୋଟିଏ ଝିଅ ସହ ପ୍ରେମ ପାଇଁ ନବମ ଶ୍ରେଣୀର ଛାତ୍ର ନିଜ ସହପାଠୀକୁ ଗୁଳି ମାରି ହତ୍ୟା କଲା

ମିଳିଥିବା ସୂଚନା ଅନୁସାରେ ଟାକୁଲୁର ଜଳେଶ୍ବର ଅଞ୍ଚଳରେ କୋଟି କୋଟି ଟଙ୍କାର ସମ୍ପତ୍ତି ରହିଛି । ରାଜ୍ୟର ବିଭିନ୍ନ ସ୍ଥାନରେ ମଧ୍ୟ ତା’ର ଫ୍ଲାଟ୍‌ ରହିଥିବା ସୂଚନା ମିଳିଛି । ପଡ଼ୋଶୀ ପଶ୍ଚିମ ବଙ୍ଗର କିଛି ସ୍ଥାନରେ ବି ସେ ଜମି ଓ ଘର ରଖିଥିବା ସୂଚନା ପାଇବା ପରେ କ୍ରାଇମ୍‌ ବ୍ରାଞ୍ଚ୍‌ ଟାକୁଲୁକୁ ରିମାଣ୍ଡରେ ନେବା ପାଇଁ ଯୋଜନା କରିଥିବା ଜଣାପଡ଼ିଛି । ତା’ର ସବୁ ସମ୍ପତ୍ତି ଜବତ ହୋଇପାରେ ବୋଲି କହିଛନ୍ତି ଜଣେ ଅଧିକାରୀ ।
Published by: Anand ST Das
First published: April 3, 2021, 11:55 PM IST