News18 Odia Digital
ବଲାଙ୍ଗୀର: ପରିସ୍ରା ଯିବା ବାହାନାରେ କୋର୍ଟ(Court)ରୁ ଚମ୍ପଟ ମାରିବା ପଡ଼ିଲା ମହଙ୍ଗା । ସରପଞ୍ଚ ବନମାଳୀ ନାଏକଙ୍କୁ ମାଡି଼ବସିଲା ପୋଲିସ। ପୁଣି ଥରେ ତାଙ୍କୁ କାବୁ କରି ଜେଲରେ ପୂରାଇ ଦେଇଛି ପୋଲିସ।ଏଭଳି ଘଟଣା ଘଟିଛି ବଲାଙ୍ଗୀର(Balangir) ଜିଲ୍ଲା ପାଟଣାଗଡ଼ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ପରିସରରେ।
ବୀଣାପାଣି କଲେଜରେ ଛାତ୍ରଙ୍କ ମଧ୍ୟରେ ବିଶୃଙ୍ଖଳା ସୃଷ୍ଟି କରିବା ପାଇଁ ସରପଞ୍ଚ ଉସକାଇବା, ଚାନ୍ଦା ମାଗିବା ଓ କଲେଜ ପରିସରରେ ଭଙ୍ଗାରୁଜା କରିବା ଅଭିଯୋଗରେ ଗତ ମାର୍ଚ୍ଚ ୧୧ ତାରିଖରେ ପୋଲିସ ଗିରଫ କରିଥିଲା । ବିବାହ ପାଇଁ ଗତ ମାର୍ଚ୍ଚ ୨୦ ତାରିଖରେ ଅତିରିକ୍ତ ଜିଲ୍ଲା ଦୌରାଜଜ ତାଙ୍କୁ ଏକ ମାସ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ । ଗତକାଲି ଅନ୍ତରୀଣ ଜାମିନ ଅବଧି ସରିବା ପରେ ଅଦାଲତରେ ହାଜର ହୋଇଥିଲେ । କୋର୍ଟ ଜାମିନ ନାମଞ୍ଜୁର କରିବାରୁ ଫେରାର ହେବାକୁ ଉଦ୍ୟମ କରିଥିଲେ । ପୋଲିସ ତାଙ୍କୁ ପୁଣି ଗୋଡ଼ାଇ ଧରିବାରେ ସଫଳ ହୋଇଥିଲା । ଆଜି ତାକୁ ପୁଣିଥରେ ରିମାଣ୍ଡରେ ନେଇଥିବା ପାଟଣାଗଡ଼ ଏସ୍ ଡି ପି ଓ ଜ୍ୟୋତିର୍ମୟ ଭୁକ୍ତା ଏହି ସୂଚନା ଦେଇଛନ୍ତି।
ଓଡ଼ିଶାରେ ପହଞ୍ଚିଲା ଦେବାଶିଷଙ୍କ ପାର୍ଥିବ ଶରୀର; ଜନ୍ମମାଟିରେ ହେବ ଶେଷକୃତ୍ୟଗତ ପଞ୍ଚାୟତ ନିର୍ବାଚନରେ ସେ ସରପଞ୍ଚ ଭାବରେ ବିଜୟୀ ହୋଇଥିଲେ । ତେବେ ତାଙ୍କର ଅଭିନବ ଲୋକସେବା ପାଇଁ ସେ ବେଶ ଚର୍ଚ୍ଚାରେ ମଧ୍ୟ ଥିଲେ । ତେବେ ଗତ ବର୍ଷ ୨୫ ନଭେମ୍ବରେରେ ସେ ଧୂମାଭଟା ଗ୍ରାମ ସ୍ଥିତ ବୀଣାପାଣି କଲେଜକୁ ଯାଇ କୋଶଳ ଆନ୍ଦୋଳନ ପାଇଁ ଚାନ୍ଦା ମାଗିଥିବାର ଅଭିଯୋଗ ହୋଇଥିଲା । ସେ କଲେଜରୁ ଜୋର ଜବରଦସ୍ତ ୮ ହଜାର ଟଙ୍କା ଓ ରସିଦ ବହି ଲୁଟ କରିଥିବାର ମଧ୍ୟ ଅଭିଯୋଗ ହୋଇଥିଲା । ଯାହାକୁ ନେଇ ସମ୍ପୃକ୍ତ ସରପଞ୍ଚଙ୍କୁ ବଲାଙ୍ଗୀର ଜିଲ୍ଲାପାଳ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ। ସେପଟେ ଦୀର୍ଘ ସମୟ ଧରି ସରପଞ୍ଚ କୌଣସି ଉତ୍ତର ନଦେବାରୁ ବେଳପଡା ବିଡିଓ ବେଲପଡା ଥାନାରେ ତାଙ୍କ ବିରୋଧରେ ଲିଖିତ ଅଭିଯୋଗ କରିଥିଲେ। ଏହାକୁ ଭିତ୍ତି କରି ଗତ ମାର୍ଚ୍ଚ ୧୨ ତାରିଖରେ ପୋଲିସ ତାଙ୍କୁ ଗିରଫ କରିଥିଲା ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।