ଟେଲି ଅଭିନେତ୍ରୀ ଆତ୍ମହତ୍ୟା ମାମଲାରେ ଏକ୍ସ ବୟଫ୍ରେଣ୍ଡ ରାଜାଙ୍କୁ ଜେରା କଲା ପୋଲିସ

ପୁରୁଷ ବନ୍ଧୁ ରାଜାକୁ ମାରାଥନ ଜେରା କରିଛି ନୟାପଲ୍ଲୀ ଥାନା ପୋଲିସ। ରଶ୍ମିରେଖା ଓ ତାଙ୍କ ମଧ୍ୟରେ ଥିବା ସମ୍ପର୍କ ନେଇ ତଦନ୍ତ କରାଯାଇଛି। ଆଗକୁ ସନ୍ତୋଷ ପାତ୍ରଙ୍କୁ ଜେରା କରିବ ପୋଲିସ। ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ଆତ୍ମହତ୍ୟା କାରଣ ଖୋଜୁଛି ପୋଲିସ।

ଟେଲି ଅଭିନେତ୍ରୀ ଆତ୍ମହତ୍ୟା ମାମଲାରେ ଏକ୍ସ ବୟଫ୍ରେଣ୍ଡ ରାଜାଙ୍କୁ ଜେରା କଲା ପୋଲିସ

ଟେଲି ଅଭିନେତ୍ରୀ ଆତ୍ମହତ୍ୟା ମାମଲାରେ ଏକ୍ସ ବୟଫ୍ରେଣ୍ଡ ରାଜାଙ୍କୁ ଜେରା କଲା ପୋଲିସ

  • Share this:
News18 Odia Digital

ଭୁବନେଶ୍ବର: ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝା ମୃତୁ ଘଟଣାରେ ନୂଆ ଟ୍ବିଷ୍ଟ। ପୂର୍ବତନ ପୁରୁଷ ବନ୍ଧୁ ରାଜାକୁ ମାରାଥନ ଜେରା କରିଛି ନୟାପଲ୍ଲୀ ଥାନା ପୋଲିସ। ଜେରା ବେଳେ ରଶ୍ମିରେଖା ଓ ରାଜା ମଧ୍ୟରେ ସମ୍ପର୍କ ନେଇ ପଚରାଉଚରା କରିଛି ପୋଲିସ। ସେପଟେ ପୋଲିସ ହାତରେ ଲାଗିଲା ରଶ୍ମିରେଖାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ। ଯେଉଁଥିରେ ମୃତ୍ୟର କାରଣ ସ୍ପଷ୍ଟ କରିଛନ୍ତି କ୍ୟାପିଟାଲ ହସ୍ପିଟାଲର ଡାକ୍ତର ଟିମ।

ମିଳିଥିବା ସୂଚନା ଅନୁସାରେ, ଅଭିନେତ୍ରୀ ମୃତ୍ୟୁର ଗୁମର ଖୋଲିବ ପୂର୍ବତନ ପୁରୁଷ ବନ୍ଧୁ ରାଜା। କାହିଁକି ଆତ୍ମହତ୍ୟା କଲେ ରଶ୍ମିରେଖା? କାହିଁକି ସେ ମାନସିକ ଚାପରେ ଥିଲେ? କିଏ ପକାଉଥିଲା ଚାପ? ଏଭଳି କିଛି ପ୍ରଶ୍ନର ଉତ୍ତର ଖୋଜିଛି ତଦନ୍ତକାରୀ ସଂସ୍ଥା।

ପ୍ରାୟ ୨ଘଣ୍ଟା ଧରି ରାଜାକୁ ଜେରା କରିଥିଲା ପୋଲିସ। ରଶ୍ମିରେଖାଙ୍କ ସମ୍ପର୍କ କଣ? କେବେଠାରୁ ରଶ୍ମିରେଖାଙ୍କୁ ଜାଣିଥିଲେ? ରଶ୍ମିରେଖା ସନ୍ତୋଷକୁ ବିବାହ କରିବା ପରେ କାହିଁକି ଭିଡ଼ିଓ କଲ କରୁଥିଲେ? ଅଭିନେତ୍ରୀ ମାନସିକ ଚାପରେ ଥିବା କଥା କହିଥିଲେ କି? ଯଦି ଜାଣିଥିଲ, ତେବେ କାରଣ କଣ? ଏଭଳି କିଛି ପ୍ରଶ୍ନକୁ ନେଇ ମାରାଥନ ଜେରା କରିଥିବା ନୟାପଲ୍ଲୀ ଥାନା ପୋଲିସ ପକ୍ଷରୁ ସୂଚନା ମିଳିଛି।

ଟେଲି ଅଭିନେତ୍ରୀ ଆତ୍ମହତ୍ୟା ମାମଲାରେ ଏକ୍ସ ବୟଫ୍ରେଣ୍ଡଙ୍କୁ ଜେରା


"ରଶ୍ମିରେଖାଙ୍କ ଶବ ବ୍ୟବଚ୍ଛେଦ ରିପୋର୍ଟ ଆମେ ପାଇଛୁ। ଯେଉଁଥିରେ ରଶ୍ମିରେଖା ଆତ୍ମହତ୍ୟା କରିଥିବା ଉଲ୍ଲେଖ କରାଯାଇଛି। ଶବ ବ୍ୟବଚ୍ଛେଦ ରିପୋର୍ଟ ଆତ୍ମହତ୍ୟା କଥା ସ୍ପଷ୍ଟ କରିଛି। ତେବେ ଏ ପର୍ଯ୍ୟନ୍ତ ଆତ୍ମହତ୍ୟାର କାରଣ ଜଣା ପଡ଼ିନି। ସେଥିପାଇଁ ତାଙ୍କର ଦୁଇ ପୁରୁଷ ବନ୍ଧୁକୁ ନୋଟିସ କରାଯାଇଛି। ରାଜାକୁ ନାୟପଲ୍ଲୀ ଥାନା ପୋଲିସ ପକ୍ଷରୁ ପଚରାଉଚରା କରାଯାଇଛି। ସନ୍ତୋଷଙ୍କୁକୁ ମଧ୍ୟ ଖୁବ୍ ଶୀଘ୍ର ଜେରା କରାଯିବ। ଏହି ଘଟଣାରେ ଯେଉଁମାନଙ୍କୁ ସମ୍ପୃକ୍ତି ସାମ୍ନାକୁ ଆସିବ ସେମାନଙ୍କୁ ତଦନ୍ତ ପରିସରଭୁକ୍ତ କରାଯିବ," କହିଛନ୍ତି ଭୁବନେଶ୍ୱର ଡିସିପି ପ୍ରତୀକ ସିଂ।

ଶବ ବ୍ୟବଛେଦ ରିପୋଟ ଆସିବା ପରେ ଝିଅର ମୃତ୍ୟୁକୁ ସହଜରେ ବିଶ୍ୱାଷ କରି ପାରୁନାହାନ୍ତି ପରିବାର ଲୋକେ। ଅଭିନେତ୍ରୀଙ୍କ ବାପା ରଞ୍ଜନ ଓଝା କହିଛନ୍ତି 'ଝିଅ ଯଦି ଆତ୍ମହତ୍ୟା କରିଛି ତେବେ ସେଥିପାଇଁ କିଏ ଦାୟୀ ସେନେଇ ସତା ସତ୍ୟ ଲୋକ କୋଚନକୁ ଆସୁ । କାରଣ ଝିଅ କୁ କେହି ଆତ୍ମହତ୍ୟା କରୁବାକୁ ବାଧ୍ୟ କରିଥିବେ । ନଚେତ ସେ ଆତ୍ମହତ୍ୟା କାହିଁକି କରିବ। ଏଥିପାଇଁ ତାକୁ ଚାପ ଦିଆଯାଇଛି ।'

ସୂଚନାଯୋଗ୍ୟ, ଟେଲି ଅଭିନେତ୍ରୀ ରଶ୍ମିରେଖା ଓଝାଙ୍କ ଝୁଲନ୍ତା ମୃତଦେହ ଗତ ଶନିବାର ନୟାପଲି ସ୍ଥିତ ଭଡା ଘରୁ ଉଦ୍ଧାର କରିଥିଲା ପୋଲିସ। ତ୍ରିକୋଣୀୟ ପ୍ରେମ କାହାଣୀ ପାଇଁ ଆତ୍ମହତ୍ୟା କରିଥିବା ସନ୍ଧେହ କରିଥିଲା ପୋଲିସ । ପରେ ଦୁଇ ପୁରୁଷ ବନ୍ଧୁଙ୍କ ଭୂମିକା ନେଇ ଏବେ ତଦନ୍ତ ଜାରି ରଖିଛି ତଦନ୍ତକାରୀ ଟିମ। ରଶ୍ମିରେଖା ଓଡ଼ିଆ ସିରିଏଲ କେମିତି କହିବି କହ ରେ ଅଭିନୟ କରୁଥିଲେ।
Published by:Lipina Das
First published: