କଟକରେ ପୋଲିସ ଓ ଜନତାଙ୍କ ମଧ୍ୟରେ ଖଣ୍ଡଯୁଦ୍ଧ ହେଲା; ପୋଲିସ ଲାଠି ଚାର୍ଜ କଲା; ୫ ପୋଲିସ କର୍ମୀ ଆହତ

Police public clash outside Cuttack’s Narasinghapur police station | ଏହି ଖଣ୍ଡଯୁଦ୍ଧ ବେଳେ ଥାନା ଭିତରେ ରକ୍ତ ଛିଟା ପଡ଼ିଥିବା ଦେଖାଯାଇଥିଲା । ସବୁ ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ କେହି ଗୁରୁତର ଭାବେ ଆହତ ହୋଇନାହାନ୍ତି ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ ।

ପୋଲିସ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା ।

ପୋଲିସ ଲୋକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଥିଲା ।

  • Share this:
News18 Odia Digital

କଟକ: କଟକର ନରସିଂହପୁର ଥାନାରେ ପୋଲିସ ଓ ଜନତା ମଧ୍ୟରେ ପ୍ରବଳ ଖଣ୍ଡଯୁଦ୍ଧ ଦେଖିବାକୁ ମିଳିଛି । ବିରୋଧୀ ଦଳ ବିଜେପି ପକ୍ଷରୁ ଥାନା ସମ୍ମୁଖରେ ଏକ ଧାରଣା ପ୍ରଦର୍ଶନ ଚାଲିଥିବା ବେଳେ ଉତ୍ତେଜନା ଦେଖାଯାଇଥିଲା । ତା’ ପରେ ପୋଲିସ ଓ ବିଜେପି କର୍ମୀମାନଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ସ୍ଥିତି ଅସମ୍ଭାଳ ହେଉଥିବା ଦେଖି ପୋଲିସ ପକ୍ଷରୁ ଲାଠିଚାଳନା କରାଯାଇଥିଲା ।

ଶୁକ୍ରବାର ମଧ୍ୟାନ୍ନରେ ହୋଇଥିବା ଏହି ଖଣ୍ଡଯୁଦ୍ଧରେ ଶହ ଶହ ସଂଖ୍ୟାରେ ପୁରୁଷ ଓ ମହିଳା ପୋଲିସ କର୍ମୀମାନଙ୍କ ସହ ଥାନା ସାମନାରେ ସଙ୍ଘର୍ଷ କରୁଥିବା ଦେଖାଯାଇଥିଲା । ପୋଲିସ କର୍ମୀମାନେ ହାତରେ ଲାଠି ଧରି ଲୋକଙ୍କୁ ଘଉଡ଼ାଉଥିବା ବେଳେ ଲୋକେ ପୋଲିସ ସହ ହାତାହାତି କରୁଥିବା ଦେଖାଯାଇଥିଲା । ଏହି ଖଣ୍ଡଯୁଦ୍ଧ ପ୍ରାୟ ୪୫ ମିନିଟ୍‌ ଧରି ଚାଲିଥିଲା । ବିରୋଧୀ ଦଳ ବିଜୋପି ପକ୍ଷରୁ ଆୟୋଜିତ ଏକ ଧାରଣା ପ୍ରଦର୍ଶନ ସମୟରେ ଏହି ଖଣ୍ଡଯୁଦ୍ଧ ଆରମ୍ଭ ହୋଇଥିଲା ।

ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ୨୦୦ କୋଟି ଟଙ୍କା ଠକେଇ ମାମଲାରେ ଅଭିନେତ୍ରୀ ଜ୍ୟାକଲିନ ଫର୍ଣ୍ଣାଣ୍ଡିଜଙ୍କୁ ସାତ ଘଣ୍ଟା ଜେରା କଲା ED

ଦିନକ ପୂର୍ବରୁ ଗୋଟିଏ ମାମଲାରେ ତିନି ଜଣ ବିଜେପି କର୍ମୀଙ୍କୁ ପୋଲିସ ଗିରଫ କରିଥିବାରୁ ତା’ର ପ୍ରତିବାଦ କରି ବିଜେପି ପକ୍ଷରୁ ଥାନା ଆଗରେ ଧାରଣା ଦିଆଯାଇଥିଲା । ଏହି ସମୟରେ ଉତ୍ୟକ୍ତ ଲୋକେ ଥାନା ଭିତରକୁ ଧସେଇ ପଶିଥିଲେ ଓ ଥାନା ପରିସରରେ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଲୋକଙ୍କ ଆକ୍ରମଣରେ ପାଞ୍ଚ ଜଣ ପୋଲିସ କର୍ମଚାରୀ ଆହତ ହୋଇଥିଲେ । ସ୍ଥିତି ନିୟନ୍ତ୍ରଣ କରିବା ପାଇଁ ପୋଲିସ ପକ୍ଷରୁ ଲାଠିମାଡ଼ କରାଯାଇଥିଲା । ଲାଠିମାଡ଼ରେ ୧୦ରୁ ଅଧିକ ଆନ୍ଦୋଳନକାରୀ ଆହତ ହୋଇଥିବା ସୂଚନା ମିଳିଛି ।

ଶହ ଶହ ମହିଳା ବିରୋଧ ପ୍ରଦର୍ଶନରେ ସାମିଲ ଥିଲେ ।


ଏହା ବି ପଢ଼ନ୍ତୁ ଦେଖନ୍ତୁ PHOTOS | ‘‘ଜା ସିମରନ୍ ଜା, ଜୀ ଲେ ଅପନୀ ଜିନ୍ଦେଗୀ…’’: ‘ଦିଲୱାଲେ ଦୁହ୍ଲନିଆ ଲେ ଜାଏଙ୍ଗେକୁ ୨୬ ପୂରିଲା; ଯାଦୁ ସେମିତି!

ଏହି ଖଣ୍ଡଯୁଦ୍ଧ ବେଳେ ଥାନା ଭିତରେ ରକ୍ତ ଛିଟା ପଡ଼ିଥିବା ଦେଖାଯାଇଥିଲା । ସବୁ ଆହତ ବ୍ୟକ୍ତିଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଛି । ସେମାନଙ୍କ ମଧ୍ୟରେ କେହି ଗୁରୁତର ଭାବେ ଆହତ ହୋଇନାହାନ୍ତି ବୋଲି କହିଛନ୍ତି ଜଣେ ପୋଲିସ ଅଧିକାରୀ । ବରିଷ୍ଠ ପୋଲିସ ଅଧିକାରୀମାନେ ଥାନାରେ ପହଞ୍ଚି ଘଟଣାକୁ ନିୟନ୍ତ୍ରଣକୁ ଆଣିଥି୍ଲେ ।

ଏହା ବି ପଢ଼ନ୍ତୁ | ଅନଲାଇନ୍ କ୍ଲାସ୍ କରୁଥିଲା ପିଲାଟି, ହଠାତ୍ ଫୋନରେ ବଡ଼ ଶବ୍ଦ ସହ ବିସ୍ଫୋରଣ ହେଲା; ତାପରେ

ଆନ୍ଦୋଳନକାରୀମାନେ କହିଥିଲେ ଯେ ତିନି ଜଣ ବିଜେପି କର୍ମୀଙ୍କୁ ବିନା କାରଣରେ ପୋଲିସ ଗିରଫ କରିଛି । ସେମାନଙ୍କୁ ଛାଡ଼ିଦେବା ପାଇଁ ଆନ୍ଦୋଳନକାରୀମାନେ ଦାବି କରିଥିଲେ । ସେମାନେ ଅଭିଯୋଗ କରିଥିଲେ ଯେ ସ୍ଥାନୀୟ ବିଧାୟକଙ୍କ ହାତବାରିସି ସାଜି ପୋଲିସ ‘‘ସାଧାରଣ ଓ ନିର୍ଦ୍ଦୋଷ ଲୋକଙ୍କ ଉପରେ ଆକ୍ରୋଶମୂଳକ ପଦକ୍ଷେପ’’ ନେଇଛି ।

ଜଣେ ମହିଳା ଥାନା ଗେଟରେ ତାଲା ଲଗାଉଛନ୍ତି ।


ଏହା ବି ପଢ଼ନ୍ତୁ | JEE Advancedରେ ୯୬.୬୬% ସ୍କୋର୍ କରି ଇତିହାସ କଲେ ମୃଦୁଲ ଅଗ୍ରୱାଲ; କହିଲେ ସଫଳତାର ମନ୍ତ୍ର

ପ୍ରତିବାଦ ସଭା ପାଇଁ ଆନ୍ଦୋଳନକାରୀମାନେ ଜିଲ୍ଲା ପ୍ରଶାସନଠାରୁ ଅନୁମତି ନେଇଥିଲେ । ପ୍ରତିବାଦ ସଭା ପରେ ପୋଲିସ ପକ୍ଷରୁ ଆନ୍ଦୋଳନକାରୀଙ୍କ ପାଞ୍ଚ ଜଣ ପ୍ରତିନିଧିଙ୍କୁ ଥାନା ଭିତରକୁ ଯିବାକୁ ଅନୁମତି ମିଳିଥିଲା । ହେଲେ ସେମାନେ ଭିତରକୁ ଯାଉଥିବା ବେଳେ ଶହ ଶହ ସଂଖ୍ୟାରେ ଆନ୍ଦୋଳନକାରୀମାନେ ଥାନା ଭିତରକୁ ପଶିଯାଇଥିଲେ ଓ ଭଙ୍ଗାରୁଜା କରିଥିଲେ ବୋଲି କହିଛନ୍ତି ପୋଲିସ ଅଧିକାରୀ ଦେବେନ୍ଦ୍ର ମଲ୍ଲିକ ।

ଏହା ବି ପଢ଼ନ୍ତୁ ଦେଖନ୍ତୁ VIDEO | VIDEO: ଦୁର୍ଗା ମେଢ଼ ବିସର୍ଜନ କରୁଥିବା ଲୋକଙ୍କ ଉପରେ ଚଢ଼ିଗଲା ବେକାବୁ କାର୍; ଜଣେ ମୃତ, ୨୦ ଆହତ

ଥାନା ଭିତରେ ଥିବା ଫୁଲ କୁଣ୍ଡ ଓ କାଚ ଝରକା ଆଦି ଆନ୍ଦୋଳନକାରୀମାନେ ଭାଙ୍ଗିଦେଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ଏହି ଭଙ୍ଗାରୁଜା ଘଟଣା ପରେ ପୋଲିସ ଲାଠି ଚାର୍ଜ କରିବାକୁ ବାଧ୍ୟ ହୋଇଥିଲା । ସ୍ଥାନୀୟ ଲୋକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଥିବାରୁ ସେଠାରେ ଅଧିକ ପୋଲିସ ବଳ ମୁତୟନ କରାଯାଇଛି ଓ ସମ୍ପୂର୍ଣ୍ଣ ସ୍ଥିତି ଉପରେ ନଜର ରଖାଯାଉଛି ।
Published by:Anand S.T. Das
First published: