ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଦେଲା ପୋଲିସ; ଯୁବତୀଙ୍କ ପରିବାର ଲୋକେ କରୁଥିଲେ ବିରୋଧ

ପ୍ରେମୀ ଯୁଗଳ ଗୁରୁବାର ମଧ୍ୟାହ୍ନରେ ବେଙ୍ଗାଲୁରୁରୁ ଭୁବନେଶ୍ୱରରେ ବିମାନ ବନ୍ଦରରେ ଅବତରଣ କରିଥିଲେ। ତେବେ ସେମାନେ ପହଞ୍ଚିବା ବେଳକୁ ସେମାନଙ୍କ ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାରିଥିଲେ।

ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଦେଲା ପୋଲିସ

ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଦେଲା ପୋଲିସ

  • Share this:
News18 Odia Digital

ଭୁବନେଶ୍ବର: ପ୍ରେମ ପାଇଁ କାଳ ହେଲା ପରିବାର। ପୋଲିସ ସୁରକ୍ଷା ମାଗିଲେ ପ୍ରେମୀ ଯୁଗଳ। ପ୍ରେମୀ ଯୁଗଳଙ୍କୁ ସୁରକ୍ଷା ଦେଲା ପୋଲିସ। ଯୁବତୀଙ୍କ ଘରେ ବିବାହ ପାଇଁ ରାଜି ନଥିବାରୁ ସୁରକ୍ଷା ପାଇଁ ପୋଲିସର ସହାୟତା ଲୋଡ଼ିଥିଲେ ପ୍ରେମୀ ଯୁଗଳ। ଏହା ପରେ ଭୁବନେଶ୍ୱର ଏୟାରପୋର୍ଟରୁ କଡ଼ା ସୁରକ୍ଷାରେ ଥାନାକୁ ସେମାନଙ୍କୁ ଆଣିଥିଲା ପୋଲିସ। ଭୁବନେଶ୍ୱର ଏୟାରପୋର୍ଟରୁ ଏଭଳି ଘଟଣା ସାମ୍ନାକୁ ଆସିଛି। ଯୁବତୀ ଜଣକ ଡାକ୍ତର ହୋଇଥିବା ବେଳେ ଯୁବକ ଏକ ଘରୋଇ ସଂସ୍ଥାରେ ଚାକିରି କରୁଥିବା ସୂଚନା ମିଳିଛି।

ମିଳିଥିବା ସୂଚନା ଅନୁସାରେ, ଭୁବନେଶ୍ୱର ବରମୁଣ୍ଡା ଅଞ୍ଚଳର ଲିପ୍ସା ନନ୍ଦ ବେଙ୍ଗାଲୁରୁରେ ଡାକ୍ତରୀ ଅଧ୍ୟୟନ କରୁଥିଲେ। ପୂର୍ବରୁ ଭୁବନେଶ୍ୱରର ଜଣେ ପଞ୍ଜାବି ଯୁବକ ଗଗନଦୀପ ସିଂ ସହ ସମ୍ପର୍କ ଗଢ଼ି ଉଠିଥିଲା। ସେମାନଙ୍କ ମଧ୍ୟରେ ଏକ ଭଲ ସମ୍ପର୍କ ଗଢ଼ି ଉଠିଥିଲା ଯାହା ପରେ ପ୍ରେମରେ ପରିଣତ ହୋଇଥିଲା। ପ୍ରାୟ ୭ ବର୍ଷ ଧରି ପରସ୍ପରକୁ ଭଲ ପାଇବା ପରେ ବିବାହ କରିବାକୁ ସ୍ଥିର କରିଥିଲେ। ପରେ ସେମାନେ ନିଜ ପ୍ରେମ ସମ୍ପର୍କ ବିଷୟରେ ନିଜ ପରିବାର ସଦସ୍ୟଙ୍କୁ ଜଣାଇଲେ। ତେବେ ଏହି ସମ୍ପର୍କକୁ ଯୁବତୀଙ୍କର ପରିବାର ଲୋକେ ଅନୁମତି ଦେଇ ନଥିଲେ।

ଲିପ୍ସା ଓ ଗଗନଦୀପ ଉଭୟ ଗୁରୁବାର ମଧ୍ୟାହ୍ନରେ ବେଙ୍ଗାଲୁରୁରୁ ଭୁବନେଶ୍ୱରରେ ବିମାନ ବନ୍ଦରରେ ଅବତରଣ କରିଥିଲେ। ତେବେ ସେମାନେ ପହଞ୍ଚିବା ବେଳକୁ ସେମାନଙ୍କ ପରିବାର ସଦସ୍ୟ ଘଟଣାସ୍ଥଳରେ ପହଞ୍ଚି ସାରିଥିଲେ। ତେଣୁ କୌଣସି ଅଘଟଣ ଘଟିବା ଆଗରୁ ଉଭୟ ଏୟାରପୋର୍ଟ ଥାନା ପୋଲିସକୁ ଅବଗତ କରିଥିଲେ। ତେଣୁ ପୋଲିସ ସଜାଗ ହୋଇ ଏୟାରପୋର୍ଟ ଭିତରୁ ସୁରକ୍ଷା ବଳୟ ଭିତରେ ଉଭୟଙ୍କୁ ଥାନାକୁ ଆଣିଥିଲା।

ଯୁବତୀଙ୍କ ବାପା କହିଛନ୍ତି, "ଉଭୟଙ୍କ ବିବାହ ନିଷ୍ପତ୍ତିକୁ ଆମେ କେବେ ବି ସମର୍ଥନ କରିବୁ ନାହିଁ। କାରଣ ଝିଅ ଡାକ୍ତର ହୋଇଥିବା ବେଳେ ଗଗନଦୀପ ଏକ ବେସରକାରୀ ସଂସ୍ଥାରେ କାମ କରନ୍ତି। ୬ ବର୍ଷ ତଳେ ଝିଅର ଆକାଉଣ୍ଟରୁ ୨ ଲକ୍ଷ ଟଙ୍କା ନେଇଥିଲେ ଗଗନଦୀପ। ଆଉ ଏନେଇ ଖଣ୍ଡଗିରି ଥାନାରେ ମାମଲା ବି ହୋଇଥିଲା। ତେଣୁ ଝିଅକୁ ଚକ୍ରାନ୍ତ କରି ଫସାଇ ଦିଆଯାଇଛି। ଝିଅ ଯଦି ନିଜ ଇଚ୍ଛାରେ ନିଷ୍ପତ୍ତି ନେଇଛି ତେବେ ସେ ସମସ୍ତ ସମ୍ପର୍କ ଛିନ୍ନ କାଟି ଦେବେ।’’

ଅନ୍ୟପକ୍ଷରେ, ଏୟାରପୋର୍ଟ ଥାନା ପୋଲିସ ପକ୍ଷରୁ ମିଳିଥିବା ସୂଚନା ଅନୁସାରେ, ଉଭୟ ପରିବାର ଲୋକଙ୍କୁ ନେଇ ସମାଧାନ କରିବାକୁ ଚେଷ୍ଟା କରିଥିଲି। ହେଲେ କୌଣସି ସମାଧାନ ହୋଇପାରିଲା ନାହିଁ। ଏନେକ ଥାନାରେ କୌଣସି ମାମଲା ରୁଜୁ ହୋଇନି। ତେଣୁ ପ୍ରେମୀ ଯୁଗଳ ନିଜ ଇଚ୍ଛାରେ ଥାନାରୁ ଯାଇଛନ୍ତି। ସେପଟେ ଗଗନଦୀପ ସିଂଙ୍କ ପରିବାର ସଦସ୍ୟ କହିଛନ୍ତି ପୁଅ ବୋହୂକୁ ସ୍ୱୀକୃତି ଦେବୁ।
Published by:Lipina Das
First published: