News18 Odia Digital
ଭୁବନେଶ୍ୱର: ରାଜ୍ୟ ବାହାରକୁ ତଲାସୀ କରିବା ହେଉ କିମ୍ବା ଅନ ଲାଇନ ଜରିଆରେ ଦେଶ ଓ ବିଶ୍ଵ ସ୍ତରରେ କୌଣସି ସଭାରେ ଯୋଗ ଦେବା ହେଉ। ଏଥିପାଇଁ ଇଂରାଜୀ ଭାଷା ଆବଶ୍ୟକତା ଅଛି । ବାହାର ରାଜ୍ୟ କୁ ଏଣିକି ତଦନ୍ତ କରିବାକୁ ଯିବାବେଳେ ଆଉ ଭାଷାଗତ ଅସୁବିଧାର ସମ୍ମୁଖୀନ ହେବେନି ପୋଲିସ। ତଦନ୍ତୁଠୁ ଆରମ୍ଭ କରି କୋର୍ଟ କେଚରୀ ମାମଲା ଇଂରାଜୀରେ ଯୋଗାଯୋଗ ପାଇଁ ପୋଲିସଙ୍କୁ ଅଧିକ ଦକ୍ଷ କରାଯିବ । ଏଥି ପାଇଁ କମିଶନରେଟ ପୋଲିସ ସହ ଚୁକ୍ତିନାମା ସାକ୍ଷାର କରିଛି ବ୍ରିଟିଶ ପରିଷଦ।
ଦିନକୁ ଦିନ ଅପରାଧର ତରିକା ବଦଳୁଛି। ଅପରାଧୀ ମଧ୍ୟ ନୂଆ ଜ୍ଞାନ କୌଶଳ ସହ ନିଜର ମୁଣ୍ଡ ଖରାଇ ଲୁଟ ଅପରାଧ କରୁଛନ୍ତି। ତେଣୁ ଏହି ଅପରାଧୀ ନିର୍ଦ୍ଧିଷ୍ଟ ବା ଗୋଟିଏ ଅଞ୍ଚଳ, ଜିଲ୍ଲା କି ରାଜ୍ୟର ନୁହଁନ୍ତି। ଏବେ ପ୍ରାୟ ଅପରାଧରେ ଅନେକ ରାଜ୍ୟ ସହିତ ବିଦେଶୀ ଲିଙ୍କ ଆସୁଛି। ତେବେ ତାଙ୍କ ପାଖରେ କିଭଳି ପହଞ୍ଚିବ ପୋଲିସ। ତେଣୁ ଟ୍ଵିନ ସିଟି କଟକ-ଭୁବନେଶ୍ଵରର ପୋଲିସ ବାବୁ ଇଂରାଜୀ ଭାଷାରେ ପାରଙ୍ଗମ ହେବେ। ଅଫିସ କାମଠୁ ଆରମ୍ଭ ଇନକ୍ୟୁରୀରେ ଇଂରାଜୀଗତ ଭାଷାକୁ ନଇ ଆଉ ସମସ୍ୟା ଉପୁଜିବନି।
ସପ୍ତାହରେ ୩ ଦିନ ଏହି ଟ୍ରେନିଂ ଓ ଶନିବାର ସକାଳୁ କରାଯିବ ବୋଲି ଯୋଜନା କରାଯାଇଛି । ବ୍ରିଟିଶ ଇଂଗ୍ଲିସ ତରଫରୁ ସମସ୍ତ ପାଠ୍ୟ ପୁସ୍ତକ ଦିଆଯିବ। ଅଭିଜ୍ଞ ଟ୍ରେନର ଟ୍ରନିଙ୍ଗ ଦେବେ। ଇଂରାଜୀରେ ଯୋଗାଯୋଗ କରିବା ପାଇଁ ଅଧିକ ସହାୟତା ହେବ ଏହି ଟ୍ରେନିଂ ।
କଟକରେ ଓ ଭୁବନେଶ୍ୱରକୁ ବିଭିନ୍ନ ଅନ୍ତର୍ଜାତୀୟ ସ୍ତର କ୍ରୀଡ଼ାବିତ ବହୁ ପର୍ଯ୍ୟଟକ ଆସୁଛନ୍ତି। ବହୁ ଉଚ୍ଚ ଶିକ୍ଷିତ ଥାନାକୁ ଆସୁଛନ୍ତି । ଏହି ତାଲିମ ଦ୍ବାରା ପୋଲିସ ଅଧିକ ଦକ୍ଷ ଓ ପାରମଙ୍ଗମ ପାରିବ,"କହିଛନ୍ତି ଅତିରିକ୍ତ ପୋଲିସ କମିଶନର ଉମାଶଙ୍କର ଦାସ।
ଟ୍ରେନିଂ ମଡ୍ୟୁଲ୍ ଅବଧି ୩୪ ଘଣ୍ଟା ଓ ଏହା ଉଭୟ ଅନଲାଇନ୍ ଓ ଅଫଲାଇନ୍ ମୋଡ୍ ପ୍ରଦାନ କରାଯିବ। ସପ୍ତାହରେ ୩ ଦିନ ପାଠ୍ୟ ଉପକରଣ ଟ୍ରେନର ମାନେ ପୋଲିସମାନଙ୍କୁ ତାଲିମ ପ୍ରଦାନ କରିବେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।