ପୋଲିସ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଲେ ଡ଼ିଜି ସୁନିଲ ବଂଶଲ; ସ୍ୱତନ୍ତ୍ର ତାଲିମ ସହ ସମ୍ମାନିତ

ଆହୁରି ଦକ୍ଷ ହେଲା ଓଡ଼ିଶା ପୋଲିସ । ରାଜ୍ୟର କିଛି ପୋଲିସ ଅଧିକାରୀଙ୍କୁ ସ୍ୱତନ୍ତ୍ର ତାଲିମ ପ୍ରଦାନ କରାଯାଇଛି । ଯାହା ଅପରାଧ ନିୟନ୍ତ୍ରଣ କରିବାରେ ବେଶ୍ ସହାୟକ ହେବ ।

ପୋଲିସ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଲେ ଡ଼ିଜି ସୁନିଲ ବଂଶଲ; ସ୍ୱତନ୍ତ୍ର ତାଲିମ ସହ ସମ୍ମାନିତ

ପୋଲିସ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଲେ ଡ଼ିଜି ସୁନିଲ ବଂଶଲ; ସ୍ୱତନ୍ତ୍ର ତାଲିମ ସହ ସମ୍ମାନିତ

  • News18 Odia
  • Last Updated :
  • Bhubaneswar, India
  • Share this:
News 18 Odia Digital

ଭୁବନେଶ୍ୱର; ରାଜଧାନୀ ଭୁବନେଶ୍ୱର ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରୁ ଷଷ୍ଠ ବ୍ୟାଚର ଆଜି ୧୩ଜଣ ଡ଼ିଏସପି ଉତ୍ତୀର୍ଣ୍ଣ ହୋଇଛନ୍ତି । ପୋଲିସ ଡ଼ିଜି ସୁନିଲ ବଂଶଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ କୃତକାର୍ଯ୍ୟ ପୋଲିସ ଅଧିକାରୀଙ୍କୁ ଗୁରୁମନ୍ତ୍ର ଦେଇଛନ୍ତି । ଦୁର୍ନୀତି ବିରୋଧରେ ଲଢ଼ିବା ସାଙ୍ଗକୁ ମହିଳା ଓ ଶିଶୁମାନଙ୍କୁ କିଭଳି ସୁରକ୍ଷା ଯୋଗାଇ ଦିଆଯିବ ସେଥିପାଇଁ କିଭଳି କାମ କରିବେ ସେନେଇ କୃତକାର୍ଯ୍ୟ ପୋଲିସ ଅଧିକାରୀଙ୍କୁ ଦିଆଯାଇଛି ଟ୍ରେନିଂ । ଭୁବନେଶ୍ୱର ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ଅନୁଷ୍ଠିତ ଦୀକ୍ଷାନ୍ତ ସମାରୋହରେ '୫ଟି' ଓ 'ମୋ ସରକାର'ର ଆବଶ୍ୟକତା ସହ ଦୁର୍ନୀତି ବିରୋଧରେ ଲଢ଼ିବା ପାଇଁ ନୂଆ ଡ଼ିଏସପି ମାନଙ୍କୁ ଅବଗତ କରିଛନ୍ତି ପୋଲିସ ଡିଜି ।



୨୦୨୦ ଅଗଷ୍ଟରୁ ଏହି ଯୁବ ପୋଲିସ ଅଧିକାରୀମାନେ ଟ୍ରେନିଂ ନେବା ଆରମ୍ଭ କରିଥିଲେ । ଫେବୃଆରୀ ୧୪, ୨୦୨୨ରୁ ଜୁଲାଇ ୩୧ ପର୍ଯ୍ୟନ୍ତ ବିଭିନ୍ନ ଥାନାରେ ଅଫିସର ଇନଚାର୍ଜ ଭାବେ କାମ କରିଥିଲେ । ଏହି ଅଫିସର ମାନେ ୧୦ ଦିନ ପାଇଁ ତେଲେଙ୍ଗାନା ଯିବା ସହ ସେଠାର ପୋଲିସିଂ ବ୍ୟବସ୍ଥା ସମ୍ପର୍କରେ ଜ୍ଞାନ ଆହରଣ କରିଥିଲେ । ଟ୍ରେନିଂ ପିରିୟଡ଼ ବେଳେ ଅଫିସର ମାନଙ୍କୁ ମାଇନର କ୍ରିମିନାଲ ଆଇନ, କ୍ରାଇମ ପ୍ରିଭେନସନ, ଅପରାଧ ତଦନ୍ତ, ସାଇବର କ୍ରାଇମ, ଫରେନସିକ ସାଇନ୍ସ, ଓ ହ୍ୟୁମାନ ରାଇଟ୍ସ, ସମ୍ପର୍କରେ ଅଧିକ ଶିକ୍ଷା ଦିଆଯାଇଥିଲା । ଟ୍ରେନିଂ ସମୟରେ କିଭଳି ଲୋକାଭିମୁଖୀ ହୋଇ କାମ କରିବା, ଓ ପ୍ରତିକୂଳ ପରିସ୍ଥିତିରେ ନିଜର ଦକ୍ଷତା ଦେଖାଇବା ସେନେଇ ଟ୍ରେନିଂ ଦିଆଯାଇଛି ।

ବିଜୁ ପଟ୍ଟନାୟକ ପୋଲିସ ଏକାଡେମୀରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୋଲିସ ଡିଜି ସୁନୀଲ ବଂଶଲଙ୍କ ସମେତ ବହୁ ବରିଷ୍ଠ ପୋଲିସ ଅଧିକାରୀ ଯୋଗଦେଇଥିଲେ । ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲାଭ କରିଥିବା ପୋଲିସ ଅଧିକାରୀଙ୍କୁ ସମ୍ମାନିତ କରାଯାଇଥିଲା ।
Published by:Soubhagya Mishra
First published: