News18 Odia Digital
ପୁରୀ: ଶ୍ରୀମନ୍ଦିରରେ ପ୍ରବେଶ ଓ ଡିଟ୍ଯୁ ସମୟରେ ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଛି। ବିଶେଷ କାର୍ଯ୍ୟରେ ନିୟୋଜିତ ଓ ଆପାତ କାଳୀନ ସେବାରେ ନିଯୁକ୍ତି ଥିବା କିଛି ଅଧିକାରୀଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା କରାଯାଇଛି।
ଶ୍ରୀମନ୍ଦିରକୁ ପୋଲିସ କର୍ମୀଙ୍କୁ ସ୍ମାର୍ଟ ଫୋନ ମନା । ନଭେମ୍ବର ୨୩ ରେ ପୁରୀ ଏସ୍ପିଙ୍କ ପକ୍ଷରୁ ଜାରି ହୋଇଛି ନିର୍ଦ୍ଦେଶନାମା । ଆଜିଠାରୁ ଶ୍ରୀମନ୍ଦିର ଭିତରେ କର୍ତ୍ତବ୍ୟରତ ପୋଲିସଙ୍କ ସ୍ମାର୍ଟଫୋନ ବ୍ୟବହାର ଉପରେ ଲାଗିଲା କଟକଣା । ପୂର୍ବରୁ ବିଭିନ୍ନ ସମୟରେ ଶ୍ରୀମନ୍ଦିର ଭିତରେ ମାଳମାଳ ସ୍ମାର୍ଟ ଫୋନ ପ୍ରବେଶକୁ ନେଇ କଡା ଅସନ୍ତୋଷ ଦେଖାଦେଇଥିଲା । ସ୍ମାର୍ଟ ଫୋନର ବ୍ୟବହାର ଯୋଗୁଁ ପୋଲିସ କର୍ମୀମାନେ ଡ୍ୟୁଟିରେ ଖିଲାପ କରୁଥିବା ମଧ୍ୟ ଅଭିଯୋଗ ହୋଇଥିଲା । ତେଣୁ ଏସ୍ପିଙ୍କ ନିର୍ଦେଶ ଅନୁଯାୟୀ ଶ୍ରୀମନ୍ଦିର ଭିତରେ କାର୍ଯ୍ୟରତ ପୋଲିସ କର୍ମଚାରୀଙ୍କ ମୋବାଇଲ ବ୍ୟବହାର ଉପରେ କଟକଣା ଲାଗିଛି। ଶ୍ରୀମନ୍ଦିରରେ ପ୍ରବେଶ ଓ ଡିୟୁଟି ସମୟରେ, ପୋଲିସ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ବାରଣ କରାଯାଇଥିବା ବେଳେ ବିଶେଷ କାର୍ଯ୍ୟରେ ନିୟୋଜିତ ଓ ଆପାତ କାଳିନ ସେବାରେ ନିଯୁକ୍ତି ଥିବା କିଛି ଅଧିକାରୀଙ୍କୁ ଛାଡି ଦେଲେ ଅନ୍ୟ ସମସ୍ତ କର୍ମଚାରୀଙ୍କୁ ସ୍ମାର୍ଟ ଫୋନ ମନା କରାଯାଇଛି ବୋଲି କହିଛନ୍ତି ପୁରୀ ଏସପି କନୱର ବିଶାଳ ସିଂ।
ସେପଟେ ଶ୍ରୀମନ୍ଦିର ଗର୍ଭଗୃହ ଭିତର ଭିଡିଓ ଭାଇରାଲ ପ୍ରସଙ୍ଗରେ ଜଗନ୍ନାଥ ସେନାର ପୁରୀ ଏସ୍ପି ଅଫିସ ସମ୍ମୁଖରେ ବିରୋଧ ପ୍ରଦର୍ଶନ କରିଛନ୍ତି। ଏଥି ସହିତ ଭିଡିଓ ଭାଇରାଲ ଘଟଣାରେ କଡା କାର୍ଯ୍ୟାନୁଷ୍ଠାନ ପାଇଁ ଏତାଲା ଦେଇଛି ଜଗନ୍ନାଥ ସେନା । ଦୋଷୀମାନଙ୍କ ବିରୁଦ୍ଧରେ ଶ୍ରୀମନ୍ଦିର ଆଇନ ଓ ସାଇବର ଆଇନ ସହ ଧାରା ୨୯୫,୨୯୫(କ),୨୯୬,୨୯୭,୨୯୮ ଓୟ ୧୨୦(ଖ )ଦଫାରେ ଦୋଷୀକୁ ଗିରଫ କରିବାକୁ ଦାବି କରିଛି ଜଗନ୍ନାଥ ସେନା ।ଏଥିସହିତ ଆଗାମୀ ଦିନରେ ଶ୍ରୀମନ୍ଦିର ଆଇନକୁ କଡାକଡି କରିବାପାଇଁ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ନେବାକୁ ସେ ଅନୁରୋଧ କରିଛନ୍ତି ।
ଅନ୍ୟ ପଟେ ପୁରୀ ଏସ୍ପି ଘଟଣା ସମ୍ପର୍କରେ ପ୍ରତିକ୍ରିୟା ରଖିଛନ୍ତି । ଭାଇରାଲ କରିଥିବା ବ୍ୟକ୍ତିକୁ ଚିହ୍ନଟ କରାଯାଇଛି । ତାର ଠିକଣା ଓ ଅନ୍ୟ ସୂଚନା ପାଇଁ ଯାଞ୍ଚ ଜାରି ରହିଛି । ଡିଟେଲସ ପାଇଁ YouTube ସହ ମଧ୍ୟ ଯୋଗାଯୋଗ କରାଯାଇଛି । କେମିତି ଓ କେଉଁ ପରିସ୍ଥିତିରେ ସମ୍ପୃକ୍ତ ବ୍ୟକ୍ତି ପ୍ରବେଶ କରିବା ସହ ଫୋଟୋ ଉଠାଇଛି ସେନେଇ ତଦନ୍ତ କରାଯାଉଛି । ଚାର୍ଜରେ ଥିବା ଅଧିକାରୀ ମାନଙ୍କ ସହ ଆଲୋଚନା କରି ଅଧିକା ଖୋଳତାଡ଼ ଜାରି ରହିଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।