News1 Odia Digital
ଭୁବନେଶ୍ୱର: ଜଣେ ମହିଳାଙ୍କୁ ବାରମ୍ବାର ପ୍ରେମ ନିବେଦନ କରି ଫସିଲେ ଜଣେ ପୋଲିସ ଅଫିସର l ଏହି ରସିକିଆ ପୋଲିସ ବାବୁ ଜଣକ ହେଉଛନ୍ତି ଆସିଷ୍ଟାଣ୍ଡ ପୋଲିସ ସବ୍-ଇନ୍ସପେକ୍ଟର (ASI) ସୁବ୍ରତ ଜ୍ଞାନ ରଞ୍ଜନ l ସେ ଆଜି ସନ୍ଧ୍ୟା ପର୍ଯ୍ୟନ୍ତ ଭୁବନେଶ୍ୱରରେ ପୋଲିସର କୋଭିଡ଼ କଣ୍ଟ୍ରୋଲ ରୁମରେ କାର୍ଯ୍ୟ କରୁଥିଲେ, ହେଲେ ତାଙ୍କ ବିରୋଧରେ ମହିଳା ଜଣକ ଅଭିଯୋଗ ଆଣିବା ପରେ ତାଙ୍କୁ ନିଲମ୍ବିତ କରାଯାଇଛି ।
ଏହି ପୋଲିସ ASIଙ୍କ ବାରମ୍ବାର ପ୍ରେମ ନିବେଦନରେ ଅତିଷ୍ଠା ହୋଇ କଟକ ବାସିନ୍ଦା ଏହି ବିବାହିତା ମହିଳା ଶେଷରେ ନ୍ୟାୟ ପାଇଁ ଭୁବନେଶ୍ଵର ମହିଳା ଥାନାରେ ଅଭିଯୋଗ କରିଥିଲେ l ସୁବ୍ରତ ତାଙ୍କୁ ବାଟରେ ଚଲାଇ ଦେଉନାହାଁନ୍ତି ବୋଲି ସେ କହିଥିଲେ l ମହିଳାଙ୍କ ଅନୁସାରେ ୨୦୧୯ ଗଣେଷ ପୂଜା ବେଳେ ଉଭୟଙ୍କ ପରିଚୟ ଫେସବୁକରୁ ହୋଇଥିଲା l ନିଜକୁ ପୋଲିସ ଅଫିସର ବୋଲି ପରିଚୟ ଦେଇ ସେହି ମହିଳାଙ୍କ ସହ ଟେଲିଫୋନରେ କଥାବାର୍ତ୍ତl ହେଉଥିଲେ ସୁବ୍ରତ ଜ୍ଞାନ ରଞ୍ଜନ l ହେଲେ ମହିଳା ଜଣକ ଏ ସବୁକୁ ନାପସନ୍ଦ କରୁଥିଲେ l
‘‘ସୁବ୍ରତଙ୍କ ବାରମ୍ଵାର ଫୋନ କଲ୍ ଯୋଗୁଁ ମୁଁ ଅତିଷ୍ଠ ହୋଇ ପଡିଥିଲି l ତାଙ୍କର ଏମିତି ହରକତ୍ ଯୋଗୁଁ ବାହାରେ ଚାଲିବା ମୋ’ ପାଇଁ କଷ୍ଟକର ହୋଇପଡିଥିଲା,’’ ଅଭିଯୋଗ ଦାଖଲ କରିବା ପରେ କହିଛନ୍ତି ମହିଳା ।

ପୋଲିସ ASI ସୁବ୍ରତ ଜ୍ଞାନ ରଞ୍ଜନ
ସୁବ୍ରତ ପୋଲିସରେ ଥିବାରୁ ତାଙ୍କ ପ୍ରତି ପ୍ରଥମେ ପ୍ରଥମେ ସଫ୍ଟ କର୍ଣ୍ଣର ଦେଖାଉଥିଲା କଟକ ପୋଲିସ l ସୁବ୍ରତଙ୍କ ନିର୍ଯ୍ୟାତନା ବଢିବା ପରେ ତାଙ୍କ ଠାରୁ ମୁକ୍ତି ପାଇବା ପାଇଁ ମହିଳା ଚାଉଳିଆଗଞ୍ଜ ଓ ଜଗତପୁର ଥାନାରେ ଅଭିଯୋଗ କରିଥିଲେ l କିନ୍ତୁ କିଛି କାର୍ଯ୍ୟାନୁଷ୍ଠାନ ନେଇ ନ ଥିଲା ପୋଲିସ l ହେଲେ ଶେଷରେ ମହିଳା ଏହି ରସିକିଆ ପୋଲିସ ବାବୁଙ୍କୁ ସଜା ଦେବା ପାଇଁ ଭୁବନେଶ୍ୱର ମହିଳା ଥାନାକୁ ଆସିଥିଲେ ।
‘‘ସେ ଫେସବୁକରୁ ମୋ’ ସାଙ୍ଗସାଥିଙ୍କ ଫୋନ୍ ନମ୍ବର ନେଇ ତାଙ୍କୁ ବି ନାନା କଥା କୁହନ୍ତି l ମୋ’ ସହ ପ୍ରତି ଦିନ କଥାବାର୍ତ୍ତା ହେବାକୁ ଓ ସମ୍ପର୍କ ରଖିବାକୁ ସୁବ୍ରତ ମୋ ଉପରେ ଚାପ ପକାଉଥିଲେ l ମୁଁ ଏ ସବୁ ମୁଁ ଚାହୁଁନାହିଁ ବୋଲି କହିବା ପରେ ବି କିଛି ଫରକ୍ ପଡ଼ି ନ ଥିଲା । ଆହୁରି ବେଶୀ ହଇରାଣ କରୁଥିଲେ ସେ,’’ କହିଛନ୍ତି ମହିଳା l
ଏ ମାମଲା ବିଷୟରେ ବରିଷ୍ଠ ଆଇନଜୀବୀ ବନ ମହାନ୍ତି କହିଛନ୍ତି ଯେ ଜଣେ ପୋଲିସ ଅଫିସର ହୋଇ ଜଣେ ମହିଳାଙ୍କ ପ୍ରତି ଏଭଳି ବ୍ୟବହାର କରିବା ଆଦୌ ଠିକ ହୋଇ ନାହିଁ l ‘‘ଏହି ଘଟଣାରେ ତୁରନ୍ତ କାର୍ଯ୍ୟାନୁଷ୍ଠାନର ହେବାର ଆବଶ୍ୟକତା ରହିଛି,’’ ସେ କହିଛନ୍ତି l ସମାଜସେବୀ ପ୍ରୀତିଛନ୍ଦା ଧଳ କହିଛନ୍ତି: ‘‘ସମାଜରେ ପୋଲିସର ଏଭଳି ଘୃଣ୍ୟ କାର୍ଯ୍ୟ ଆଦୌ ଗ୍ରହଣଯୋଗ୍ୟ ନୁହେଁ ।’’
ଏହା ପୂର୍ବରୁ ଗତ ମାସକ ଭିତରେ ଯୁବତୀ ନିର୍ଯାତନା ଅଭିଯୋଗ ମାମଲାରେ ଫସିଛନ୍ତି ଭୁବନେଶ୍ଵରର ଆଉ ଦୁଇ ଜଣ ପୋଲିସ ଅଫିସର l ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ତାଙ୍କ ସହ ଶାରିରୀକ ସମ୍ପର୍କ ରଖି ତାଙ୍କ ଗର୍ଭପାତ କରିଥିବା ଅଭିଯୋଗରେ ଫସିଛନ୍ତି କ୍ୟାପିଟାଲ ଥାନା ସବ-ଇନ୍ସପେକ୍ଟର ରାକେଶ ସାମଲ l ରାକେଶଙ୍କୁ ଚାକିରିରୁ ନିଲମ୍ବିତ କରିଛି ପୋଲିସ ମୁଖ୍ୟାଳୟ l ରାକେଶଙ୍କ ଭଳି ନନ୍ଦନ କାନନ ଥାନାର ତତ୍କାଳୀନ ଇନ୍ସପେକ୍ଟର ପ୍ରେମାନନ୍ଦ ନାୟକ ମଧ୍ଯ ଚାକିରିରୁ ନିଲମ୍ବିତ ହୋଇଛନ୍ତି l ପ୍ରେମାନନ୍ଦଙ୍କ ବିରୋଧରେ ଜଣେ ଯୁବତୀ ନିର୍ଯ୍ୟାତନା ଅଭିଯୋଗ ଆଣିବା ପରେ ସେ ବିବାଦ ଭିତରକୁ ଆସିଥିଲେ l
ଏହା ବି ପଢ଼ନ୍ତୁ: ବଲିଉଡ ଅଭିନେତା ସୁଶାନ୍ତ ସିଂ ରାଜପୁତ ମୁମ୍ବାଇରେ ନିଜ ଘରେ ଆତ୍ମହତ୍ୟା କଲେକାହିଁକି ଡିପ୍ରେସନରେ ଥିଲେ ସୁଶାନ୍ତ ସିଂ ରାଜପୁତ? କଥିତ ଗର୍ଲଫ୍ରେଣ୍ଡ ରିୟାଙ୍କ ସହ ପଚରାଉଚରା କରିବ ପୋଲିସ୍ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବ ମ୍ୟାନେଜର୍ ଦିଶା ୫ ଦିନ ତଳେ ୧୨ ମହଲାରୁ ତଳକୁ ଖସି ମରିଥିଲେବେଶୀ ରୋଜଗାର ପାଇଁ ଏହି ୨୫ ବର୍ଷୀୟା ସୁପରକାର୍ ରେସର୍ ପର୍ଣ୍ଣ ଷ୍ଟାର୍ ହୋଇ ଭାରି ଖୁସି ଅଛନ୍ତିଇଂଲଣ୍ଡରେ ଏଣିକି ସାଙ୍ଗରେ ରହୁଥିବା ଲୋକ ବ୍ୟତୀତ ଆଉ କାହା ସହ ଯୌନ ସମ୍ପର୍କ ବେଆଇନ୍ଇମ୍ରାନ ହାଶମୀଙ୍କୁ ଚୁମା ଦେଉଥିବା ବେଳେ ଏହି ଅଭିନେତ୍ରୀ ନିଜ ମମି ପାପାଙ୍କୁ ମନେ ପକାଉଥିଲେଅର୍ଦ୍ଧ-ଉନ୍ମୁକ୍ତ ବକ୍ଷ; ଏକ ବ୍ଲାକ୍-ଆଣ୍ଡ୍-ହ୍ୱାଇଟ୍ ଫଟୋସୁଟରେ ସୁପର୍ ହଟ୍ କଙ୍ଗନା ରାଣାୱତ୍ଇଏ ମାଲକାନଗିରିର ବିଶାଖା; ତା’ ପତି ସାଇକେଲରେ ଚେନ୍ନାଇରୁ ଘରକୁ ଫେରିବା ବାଟରେ ମରିଗଲାସନ୍ନି ଲିଓନଙ୍କ ଡ୍ରିମ୍ କାର୍ ହେଉଛି ଅଟୋମେଟିକ୍ ଗିଅର୍ ଥିବା ଗୋଲାପୀ ରଙ୍ଗର ଆମ୍ବାସାଡର୍ପତି ମଦ ପିଆଇଲା, ତା’ ପରେ ତା’ର ଚାରି ବନ୍ଧୁ ମହିଳାଙ୍କୁ ନିଜ ପିଲା ସାମନାରେ ରେପ୍ କଲେପତ୍ନୀ ହେବ ତ ଏମିତି! ପତି ପେଟ୍ରୋଲରେ ଜଳେଇବାକୁ ଆସିଥିଲା, ନିଜେ ଜଳିଗଲା; ପତ୍ନୀ ତାକୁ ବଞ୍ଚାଇଲା ନିଜ ପତ୍ନୀ ଓ ୩ ପିଲାଙ୍କୁ ଛୁରୀରେ କାଟି ମାରିବା ପରେ ନିଜେ ଫାଶି ଲଗେଇ ମଲା ଯୁବକନୂଆ ନିୟମ ଯୋଗୁଁ ଅମିତାଭ ବଚ୍ଚନଙ୍କ ହାତରୁ ଯିବ ୫ଟି ଫିଲ୍ମ? କୋଟି କୋଟି ଟଙ୍କାର କ୍ଷତି ହେବ!କରୀନା କପୁର ଖାନ୍ ଓ ଅମୃତା ଆରୋରାଙ୍କ ୨୦ ବର୍ଷ ତଳର ଫଟୋ ଭାଇରାଲ୍ ହେଉଛିହ୍ରିତିକ ରୋଶନଙ୍କ ଭଉଣୀ ବଲିଉଡରେ ଡେବ୍ୟୁ କରୁଛନ୍ତି; ଅଭିନେତା କହିଲେ: ‘ତୁମ ପାଇଁ ଗର୍ବିତ’ଅଭିନେତ୍ରୀ ପୂଜା ହେଗଡ଼େଙ୍କ ଇନଷ୍ଟାଗ୍ରାମ୍ ଆକାଉଣ୍ଟ ହ୍ୟାକ୍ ହେଲା; ରାତି ଅଧରେ ଟ୍ୱିଟ୍ କଲେଭାରତ ଓ ଚୀନ୍ ମଧ୍ୟରେ ଆମେରିକା ମଧ୍ୟସ୍ଥତା କରିବ ବୋଲି ଟ୍ରମ୍ପ୍ ପ୍ରସ୍ତାବ ଦେଲେ‘ପାତାଲ୍ ଲୋକ୍’ରେ ‘‘ଲିଙ୍ଗଭେଦ ମନ୍ତବ୍ୟ’’ ପାଇଁ ଅନୁଷ୍କା ଶର୍ମାଙ୍କ ବିରୋଧରେ ଅଭିଯୋଗମାତ୍ର ୪ ଦିନର ପୋଷାକ ସହିତ ଆବୁଧାବିରେ ୨ ମାସ ହେଲା ଅଟକି ରହିଛନ୍ତି ଅଭିନେତ୍ରୀ ମଉନି ରାୟଭାରତ ଓ ନେପାଳ ମଧ୍ୟରେ ମାନଚିତ୍ରକୁ ନେଇ ବିବାଦ; ମନୀଷା କୋଇରାଲା ନେପାଳକୁ ସମର୍ଥନ କଲେକରୋନା ସଂକ୍ରମିତର ଶବକୁ ଅଧା ଜଳେଇ ଛାଡ଼ିଗଲେ ଲୋକେ; କୁଆ ଓ କୁକୁର ଟାଣି ଖାଇଲେକରୋନା ଭାଇରସ୍ ସଙ୍କଟ ଉପରେ ୬୧ଟି ଦେଶର ତଦନ୍ତ ପ୍ରୟାସରେ ଭାରତ ଯୋଗ ଦେଲାPublished by:Anand Shankar Thankur Das
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।