ବେଆଇନ ମଦ ବିକ୍ରୟ ଉପରେ ପୋଲିସର ନଜର; ସୂଚନା ଦେବାପାଇଁ ହ୍ୱାଟସଆପ ନମ୍ୱର ଜାରି
- News18 Odia
- Last Updated :
- Bhubaneswar, India
News 18 Odia Digital
ଭୁବନେଶ୍ୱର; ରାଜ୍ୟ ରାଜଧାନୀର ସହରାଞ୍ଚଳ ପୋଲିସ ବେଆଇନ ମଦ ବିକ୍ରି ବିରୁଦ୍ଧରେ ଅପରେସନ ଜାରି ରଖିଛି । ଏହି ପରିପ୍ରେକ୍ଷୀରେ ମଦ ବିକ୍ରି ଉପରେ ରୋକ ଲଗାଇବା ଲାଗି ବିଭିନ୍ନ ଥାନା ପକ୍ଷରୁ ପ୍ରତି ମାସରେ ଚଢଉ ଜନିତ ଧରପଗଡ ଅଭିଯାନ ଜାରି ରହିଥାଏ । ଏହି କ୍ରମରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ତରଫରୁ ଚଳିତ ବର୍ଷ ସେପ୍ଟେମ୍ବର ମାସରେ ୯୬ଟି ବେଆଇନ ମଦ ବିକ୍ରି ମାମଲା ରୁଜୁ କରାଯାଇ ମୋଟ ୧୦୬ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଛି । ସେମାନଙ୍କ ନିକଟରୁ ମୋଟ ୩ହଜାର୧ଲିଟର ୮ଶହ ମିଲିଲିଟର ନକଲି ଦେଶୀ ମଦ , ୧୦୮ ଲିଟର ୧ଶହ ମିଲିଲିଟର ବିଦେଶୀ ମଦ ଏବଂ ୨ହଜାର ୫ଶହ ୬୦ଟଙ୍କା ଜବତ କରାଯାଇଥିଲା ।
ସୂଚନାଯୋଗ୍ୟ, ଚଳିତ ବର୍ଷ ଜାନୁୟାରୀ ମାସ ୧ତାରିଖରୁ ସେପ୍ଟେମ୍ବର ମାସ ୩୦ ତାରିଖ ମଧ୍ୟରେ ମୋଟ ୭୫୫ ଜଣ ଅଭିଯୁକ୍ତ ବେଆଇନ ମଦ ବିକ୍ରି ମାମଲାରେ ଗିରଫ ହୋଇ କୋର୍ଟ ଚାଲାଣ ହୋଇଥିବା ବେଳେ ମୋଟ ୧୧ , ୪୦୮ଲିଟର ୫୭୪ ମିଲିଲିଟର ଦେଶୀ ମଦ , ୨ , ୩୨୫ଲିଟର ୪୮୦ ମିଲିଲିଟର ବିଦେଶୀ ମଦ ଏବଂ ୬୭ , ୦୪୦ଟଙ୍କା ଜବତ କରାଯାଇପାରିଛି ।
ବେଆଇନ ମଦ ବିକ୍ରି କରୁଥିବା ମଦ ବ୍ୟବସାୟୀମାନଙ୍କ ବିରୁଦ୍ଧରେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ପକ୍ଷରୁ ଦୃଢ଼ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ସହ ଏପରି ଅପରାଧ ରୋକିବା ପାଇଁ ପ୍ରୟାସ ନିୟମିତ ଭାବେ ଜାରିରହିଛି । ଏଥିପାଇଁ ଜନସାଧାରଣଙ୍କୁ ବେଆଇନ ମଦ ବିକ୍ରି , ନିଶା ବେପାର କିମ୍ବା ଘଟୁଥିବା ଅନ୍ୟାନ୍ୟ ଅପରାଧ ସମ୍ପର୍କରେ ସୂଚନା ଦେବା ନିମନ୍ତେ ଭୁବନେଶ୍ୱର ସହରାଞ୍ଚଳ ପୋଲିସ ତରଫରୁ ହ୍ଵାଟସଆପ୍ ନମ୍ବର ୭୦୭୭୭୯୮୧୧୧ ଜାରି କରାଯାଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।