ସାହସିକତା ପାଇଁ ୯ ଓ ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ପ୍ରଦାନ

ସାହସିକତା ପାଇଁ ୯ ଜଣଙ୍କୁ ପୋଲିସ ପଦକ, ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଓ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ପଦକ ପ୍ରଦାନ କରାଯାଇଛି ।

ସ୍ବାଧୀନତା ଦିବସ ଅବସରରେ ପୋଲିସ ପଦକ ପ୍ରଦାନ କରାଯାଇଛି (ପ୍ରତୀକାତ୍ମକ ଛବି)

ସ୍ବାଧୀନତା ଦିବସ ଅବସରରେ ପୋଲିସ ପଦକ ପ୍ରଦାନ କରାଯାଇଛି (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ସ୍ବାଧୀନତା ଦିବସ ଅବସରରେ ପୋଲିସ ପଦକ ପ୍ରଦାନ କରାଯାଇଛି । ପୋଲିସ ବିଭଗର ଉତ୍କୃଷ୍ଟ ସେବା ପାଇଁ ଲୋକସେବା ଭବନ ସମ୍ମିଳନୀ କକ୍ଷରେ ପୁଲିସ ପଦକ ପ୍ରଦାନ କରାଯାଇଛି । ଆୟୋଜିତ ସମାରୋହରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ ପ୍ରଦାନ କରିଛନ୍ତି। ସାହସିକତା ପାଇଁ ୯ ଜଣଙ୍କୁ ପୋଲିସ ପଦକ, ବିଶିଷ୍ଟ ସେବା ପାଇଁ ୨ ଜଣଙ୍କୁ ରାଷ୍ଟ୍ରପତି ପୋଲିସ ପଦକ ଓ ଉଲ୍ଲେଖନୀୟ ସେବା ପାଇଁ ୧୧ଜଣଙ୍କୁ ପଦକ ପ୍ରଦାନ କରାଯାଇଛି ।

ଏହି କ୍ରମରେ 'ସାହସିକତା' ପାଇଁ ମାଲକାନଗିରି ଓ.ଏ.ପି.ଏଫର ସ୍ବର୍ଗତ ଜୟରାମ କବାସୀ, ମୟୂରଭଞ୍ଜ ଏସ.ପି ରିଷିକେଶ ଡି ଖଲାରୀ, ମାଲକାନଗିରି ଓ.ଏ.ପି.ଏଫର ରାମୁ ଦୁରୁଆ, କନେଷ୍ଟବଳ ବନ୍ଧୁ ହନ୍ତାଳ, ଘେନୁ ହନ୍ତାଳ, ଭୁବନେଶ୍ବର ଚନ୍ଦକା ଏସଓଜି ହାବିଲଦାର ପ୍ରବୀଣ ଥାପା, ରାଜେଶ ବିଶ୍ବକର୍ମା, ଏସଓଜି କମାଣ୍ଡୋ ଜୀବନ ସହାଇ ଓ ଔଷଧିନାଥ ବେହେରା ପଦକ ପାଇଛନ୍ତି।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପଦକ ପ୍ରଦାନ କରିଛନ୍ତି


ସେହିପରି କମିଶନରେଟ ପୁଲିସର ଅତିରିକ୍ତ ଡିସିପି ପ୍ରାଣକୃଷ୍ଣ ରାଉତ ଓ କଟକର କନେଷ୍ଟବଳ ପ୍ରଦୀପ କୁମାର ମହାନ୍ତି ବିଶିଷ୍ଟ ସେବା ପାଇଁ ରାଷ୍ଟ୍ରପତି ପଦକ ପାଇଛନ୍ତି। ଏଥିସହ ଭିଜିଲାନ୍ସ ନିର୍ଦ୍ଦେଶାଳୟର ଆଇଜି ସଞ୍ଜୟ କୁମାର କୌଶଳ, ଭଦ୍ରକର ଡିଏସପି କମଳ ଲୋଚନ ଭୂୟାଁ, ଭିଜିଲାନ୍ସ ନିର୍ଦେଶାଳୟର ଡିଏସପି ସୁଜାତା ଖଣ୍ଡୁଆଳ, ସ୍ପେଶାଲବ୍ରାଞ୍ଚ ଡିଏସପି ରଘୁନାଥ ପ୍ରସାଦ ନାୟକ, କମିସନରେଟର ଏ.ସି.ପି ଅରୁଣ କୁମାର ସ୍ବାଇଁ, ଭିଜିଲାନ୍ସ ନିର୍ଦ୍ଦେଶାଳୟର ହାବିଲଦାର ସେଖ ଆତାଉଲ୍ଲା, ଏଏସଆଇ କୃତିବାସ ପଣ୍ଡା, ସମ୍ବଲପୁର ଏସଆଇ ମଧୁସୂଦନ ବେହେରା, ଡେପୁଟି କମାଣ୍ଡାଣ୍ଟ ପୱଲ ଦୟାଲ ବା, ଗଞ୍ଜାମର ଡିଏସପି ଅଜୟ କୁମାର ମିଶ୍ର, ବ୍ରହ୍ମପୁରର କନେଷ୍ଟବଳ ମାଇଲି ମୋହନଙ୍କୁ ସମ୍ମାନଜନକ ସେବା ପାଇଁ ପୋଲିସ୍ ପଦକ ପ୍ରଦାନ କରାଯାଇଛି ।
Published by:Soumya Das
First published: