ପୋଲିସ ଓ ମାଓବାଦୀ ମଧ୍ୟରେ ଗୁଳି ବିନିମୟ; ଏନକାଉଣ୍ଟରରେ ୩ ମାଓବାଦୀ ନିହତ

କଳାହାଣ୍ଡି ଜିଲ୍ଲାରେ ପୋଲିସ-ମାଓବାଦୀ ମୁହାଁମୁହିଁ । ଏନକାଉଣ୍ଟରରେ ୩ ମାଓବାଦୀ ନିହତ। ଘଟଣାସ୍ଥଳରୁ ଜବତ ହୋଇଛି ଗୋଟିଏ AK-47 ରାଇଫଲ । ଏବେ ଘଟଣାସ୍ଥଳରେ କମ୍ବିଂ ଅପରେସନ୍‌ ଚାଲିଛି।

ଗୁଳିରେ ଡିଏସପି ଅତୁଲ ଦାସ ଗୁରୁତର

ଗୁଳିରେ ଡିଏସପି ଅତୁଲ ଦାସ ଗୁରୁତର

  • News18 Odia
  • Last Updated :
  • Odisha (Orissa), India
  • Share this:
News18 Odia Digital

କଳାହାଣ୍ଡି: କଳାହାଣ୍ଡି (Kalahandi) ଏମ ରାମପୁରରେ ମାଓବାଦୀ ଓ ଯବାନ ମଧ୍ୟରେ ଗୁଳି ବିନିମୟ (Encounter)। ରାମପୁର ଥାନା ମୋହନଗିରି ନିକଟସ୍ଥ ତାପରଙ୍ଗ ଜଙ୍ଗଲରେ ପୋଲିସ ମାଓବାଦୀ ଗୁଳି ବିନିମୟ ଜାରି ରହିଛି।

ଏଥିରେ ୩ ମାଓବାଦୀ (Maoist Dead) ନିହତ ହୋଇଥିବା ଜଣାପଡ଼ିଛି। ସେହିପରି ମାଓବାଦୀଙ୍କ ପାଲଟା ଗୁଳିରେ ଡିଏସପି ଅତୁଲ ଦାସ ଗୁରୁତର ହୋଇଥିବା ନେଇ ସୂଚନା ମିଳିଛି।

ଡିଏସପିଙ୍କ ଗୋଡ଼ରେ ଗୁଳି ବାଜିଛି। ଗୋଡ଼ରେ ଗୁଳି ମଧ୍ୟ ରହିଛି। ତେବେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ରହିଛି ବୋଲି ସୂଚନା ମିଳିଛି। ଡିଏସ୍‌ପି ଅତୁଲ ଦାସଙ୍କୁ ମଦନପୁର ରାମପୁରରୁ ବଲାଙ୍ଗୀର ଭୀମଭୋଇ ମେଡ଼ିକାଲ କଲେଜକୁ ସ୍ଥାନାନ୍ତର କରାଯାଇଛି ।

ପଢ଼ନ୍ତୁ ଏହି ଖବର:  ବଡ଼ ଖୁଲାସା; କୌଣସି ଗ୍ୟାଙ୍ଗଷ୍ଟାର ନୁହେଁ ଜଣେ ଛାତ୍ର ସଲମାନଙ୍କୁ ଦେଇଥିଲେ ହତ୍ୟା ଧମକ

ଏବେ ତାଙ୍କର ଚିକିତ୍ସା ଜାରି ରହିଛି। ସେପଟେ ମୃତ ତିନି ମାଓବାଦୀ KKBN ଗ୍ରୁପର ସଦସ୍ୟ ବୋଲି ଜଣାପଡ଼ିଛି। ମାଓବାଦୀଙ୍କ ଠାରୁ AK47 ଜବତ ହୋଇଛି। ଏବେବି ସର୍ଚ୍ଚ ଅପରେସନ ଜାରି ରହିଛି ।

ମାଓ ଅପରେସନ ପରେ ଡିଜିଙ୍କ ସହ ବରିଷ୍ଠ ଅଧିକାରୀ ବୈଠକ କରିଛନ୍ତି। ବୈଠକରେ ଉପସ୍ଥିତ ଅଛନ୍ତି ଗୁଇନ୍ଦା ନିର୍ଦ୍ଦେଶକ ସଞ୍ଜୀବ ପଣ୍ଡା। ସେହିପରି ଆଇନଶୃଙ୍ଖଳା ଏଡିଜି ରାଧାକୃଷ୍ଣ ଶର୍ମା ମଧ୍ୟ ଉପସ୍ଥିତ ଅଛନ୍ତି।
Published by:Lipina Das
First published: