ମୋ ମୃତ୍ୟୁ ପାଇଁ ଏମାନେ ଦାୟୀ..ମୋତେ ମାରି ଦେବେ; ମୃତ୍ଯୁ ପୂର୍ବରୁ ଭିଡ଼ିଓ ଭାଇରାଲ

ମୃତ୍ୟୁ ପରେ ପରିବାର ଲୋକେ ପୋଲିସକୁ ନ ଜଣାଇ କରିଦେଇଥିଲେ ଅନ୍ତିମ ସତ୍କାର । ମୃତ୍ଯୁ ପୂର୍ବର ଭାଇରାଲ ଭିଡ଼ିଓକୁ ନେଇ ବଢ଼ୁଛି ସସପେନ୍ସ ।

ମୃତ୍ଯୁ ପୂର୍ବର ଭିଡ଼ିଓ ଭାଇରାଲ

ମୃତ୍ଯୁ ପୂର୍ବର ଭିଡ଼ିଓ ଭାଇରାଲ

  • News18 Odia
  • Last Updated :
  • Other, India
  • Share this:
News18 Odia Digital

ଭୁବନେଶ୍ୱର: ମୋ ନାଁ ରଶ୍ମୀ ରଞ୍ଜନ ବିଶ୍ୱାଳ। ମୋ ପରିବାରର କିଛି ଲୋକ ମୋତେ ମାରିବାକୁ ଚେଷ୍ଟା କରୁଛନ୍ତି। ମୋ ମୃତ୍ୟୁ ପାଇଁ ଏମାନେ ହିଁ ଦାୟୀ। ମୁଁ ଜାଣିଛି ମୋତେ ସେମାନେ ମାରି ଦେବେ। ତେଣୁ ତା’ପୂର୍ବରୁ ମୁଁ ସୋସିଆଲ୍‌ ମିଡିଆରେ ଭିଡିଓ ଭାଇରାଲ୍‌ କରୁଛି। ମୋ ମୃତ୍ୟୁ ପଛର କାରଣ ସରକାର ଜାଣିବାକୁ ଚେଷ୍ଟା କରିବା ଦରକାର। ମୃତ୍ୟୁ ପୂର୍ବର ଜଣେ ଯୁବକ ଏମିତି କିଛି କହିଥିବା ଭିଡ଼ିଓ ସୋସିଆଲ ମିଡ଼ିଆରେ ସେୟାର ହୋଇଛି । ଯାହାକି ବେଶ ଭାଇରାଲ ମଧ୍ଯ ହେଉଛି । ଭିଡ଼ିଓରେ ଦେଖାଯାଉଥିବା ଯୁବକ ଜଣଙ୍କ ହେଉଛନ୍ତି ବଡ଼ି ବିଲଡ଼ର ରଶ୍ମୀ ରଞ୍ଜନ ବିଶ୍ୱାଳ। ବନ୍ଦଘରୁ ତାଙ୍କର ମୃତଦେହ ଉଦ୍ଧାର ହୋଇଛି । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ଥାନା ଅନ୍ତର୍ଗତ ଭାକରସାହିର ଜଣେ ଯୁବକଙ୍କ ରହସ୍ୟଜନକ ମୃତ୍ୟୁକୁ ନେଇ ସନ୍ଦେହ ଘନେଇବାରେ ଲାଗିଛି । ବନମାଳୀପୁରରେ ରଶ୍ମୀ ରଞ୍ଜନ ଏକ ଜିମ୍ ସେଣ୍ଟର କରିଥିଲେ।

ରଶ୍ମୀ ନିଜ ମୃତ୍ୟୁ ପୂର୍ବରୁ ଏକ ଭିଡ଼ିଓ ସେୟାର କରିଥିଲେ । ଯେଉଁଥିରେ ସେ କେତେ ଜଣଙ୍କ ନାମ କହିଥିଲେ, ଯେଉଁମାନେ କି ତାଙ୍କୁ ମାରିଦେବାକୁ ଚେଷ୍ଟା କରୁଥିବାର ସନ୍ଦେହ କରିଥିଲେ ରଶ୍ମୀ । ଯଦି ମୋର ମୃତ୍ୟୁ ହୋଇଯାଏ ତେବେ ସମ୍ପୃକ୍ତ ବ୍ୟକ୍ତିମାନେ ହିଁ ଦାୟୀ ରହିବେ ବୋଲି ସେ କହୁଥିବା ଭାଇରାଲ୍‌ ଭିଡିଓରେ ଶୁଣିବାକୁ ମିଳିଛି। ରଶ୍ମିଙ୍କ ମୃତ୍ୟୁ ପରେ ପରିବାର ଲୋକେ ପୋଲିସକୁ ନ ଜଣାଇ ତାଙ୍କର ଅନ୍ତିମ ସତ୍କାର କରିଦେଇଥିଲେ ।

ଜାପାନରୁ ଆସିବ ବଡ଼ ନିବେଶ; ଜାପାନ ଯିବେ ମୁଖ୍ଯମନ୍ତ୍ରୀ ନବୀନ ପଟ୍ଟନାୟକ

ଭିଡ଼ିଓଟି ଭାଇରାଲ ହେବା ପରେ ବାଲିପାଟଣାରେ ପହଞ୍ଚି ପଚାରାଉଚରା କରିଥିଲା ପୋଲିସ । ଘରେ କେହି ନଥିବାରୁ ଖାଲି ହାତରେ ଫେରିଥିଲା କମିଶନରେଟ ପୋଲିସ । ଏହା ହତ୍ୟା କି ଆତ୍ମହତ୍ଯା ଜାଣିବା ପାଇଁ ପୋଲିସ ତଦନ୍ତ ଆରମ୍ଭ କରିଦେଇଛି । ଏହା ଏକ ହତ୍ୟାକାଣ୍ଡ ହୋଇଥାଇପାରେ ଆଶଙ୍କାରେ ପୋଲିସ ସାଇଣ୍ଟିଫିକ ଟିମ୍ ସହାୟତାରେ ମଶାଣିରୁ କିଛି ନମୁନା ସଂଗ୍ରହ କରିଛି ପୋଲିସ।
Published by:Soumya Das
First published: