ସଡ଼କ ଦୁର୍ଘଟଣା ରୋକିବା ପାଇଁ ନାଇଟ ବ୍ଲକିଂ ଓ ଟ୍ରାଫିକକୁ କଡ଼ାକଡ଼ି କଲା ପୋଲିସ

ଅପରାଧ ଓ ନିଶାସକ୍ତ ଅବସ୍ଥାରେ ଗାଡ଼ିଚାଳନା ଜନିତ ଦୁର୍ଘଟଣା ହ୍ରାସ ନିମନ୍ତେ ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ବର ସହରାଞ୍ଚଳ ପୋଲିସ ଜିଲ୍ଲା ତରଫରୁ ନାଇଟ ବ୍ଲକିଂ ଅଭିଯାନ ଆରମ୍ଭ କରାଯାଇଥିଲା ।

ଦୁର୍ଘଟଣା ରୋକିବା ପାଇଁ ନାଇଟ ବ୍ଲକିଂ ଓ ଟ୍ରାଫିକକୁ କଡ଼ାକଡ଼ି କଲା ପୋଲିସ (ପ୍ରତୀକାତ୍ମକ ଛବି)

ଦୁର୍ଘଟଣା ରୋକିବା ପାଇଁ ନାଇଟ ବ୍ଲକିଂ ଓ ଟ୍ରାଫିକକୁ କଡ଼ାକଡ଼ି କଲା ପୋଲିସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ସହରରେ ଦିନକୁ ଦିନ ବୃଦ୍ଧି ପାଉଥିବା ଅପରାଧ ଓ ନିଶାସକ୍ତ ଅବସ୍ଥାରେ ଗାଡ଼ିଚାଳନା ଜନିତ ଦୁର୍ଘଟଣା ହ୍ରାସ ନିମନ୍ତେ ଭୁବନେଶ୍ୱର ଡିସିପିଙ୍କ ନିର୍ଦ୍ଦେଶ କ୍ରମେ ଭୁବନେଶ୍ବର ସହରାଞ୍ଚଳ ପୋଲିସ ଜିଲ୍ଲା ତରଫରୁ ନାଇଟ ବ୍ଲକିଂ  ଅଭିଯାନ ଆରମ୍ଭ କରାଯାଇଥିଲା । ଏହି ଅଭିଯାନ ଗତ ୦୮ ତାରିଖରୁ ଆରମ୍ଭ ହୋଇଛି। ଏହି ନାଇଟ ବ୍ଳକିଂ ବେଳେ  ଭୁବନେଶ୍ବର ସହରାଞ୍ଚଳ ପୋଲିସ ଜିଲ୍ଲାରେ ଥିବା ପ୍ରତ୍ୟେକ ଥାନାର ବଛା ବଛା ଅଫିସରଙ୍କ ସମେତ ଆଇଆଇସି, ଏସିପିଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ପରିଚାଳିତ ହେଉଛି।

କମିଶନରେଟ ପୋଲିସ ସୂଚନା ଅନୁସାରେ,"ବର୍ତ୍ତମାନ ସମୟରେ ସହର ମଧ୍ୟରେ ଘଟୁ ଥିବା ଛିନତାଇ, ଚୋରୀ, ଡକାୟତି କିମ୍ବା ରାସ୍ତା ଦୁର୍ଘଟଣା ଜନିତ ସମସ୍ୟା ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି । ତନ୍ମଧରୁ ରାସ୍ତା ଦୁର୍ଘଟଣା ଜନିତ ସମସ୍ୟା ମୁଣ୍ଡ ବିନ୍ଧାର କାରଣ ପାଲଟିଛି । ଏସବୁ ପଛରେ ନିଶା ହେଉଛି ମୁଖ୍ୟ କାରଣ । ଅନେକ ଚାଳକ ନିଶା ସେବନ ପରେ ଗଡ଼ିଚାଳନା କରି ପ୍ରାୟ ସମୟରେ ଦୁର୍ଘଟଣା ମାନ ଘଟାଇ ଥାନ୍ତି। ଯାହା ଦ୍ଵାରା କି ଏହି ଦୁର୍ଘଟଣାରେ ସମ୍ମୁଖୀନ ହେଉଥିବା ବ୍ୟକ୍ତି ମୃତ୍ୟୁ ମୁଖରେ ପଡ଼ିଥାଏ ନହେଲେ ସବୁଦିନ ଲାଗି ଅକର୍ମଣ୍ୟ ହୋଇଯାଏ ।ଭୁବନେଶ୍ବର ସହରାଞ୍ଚଳ ପୋଲିସ ତରଫରୁ ଆରମ୍ଭ କରାଯାଇଥିବା ଏହି ନାଇଟ ବ୍ଳକିଂ ଅଭିଯାନ ଦ୍ବାରା ଜନସଚେତନ କରାଯିବା ସହିତ ମଦ୍ୟପ ଗାଡ଼ିଚାଳକମାନଙ୍କ ଠାରୁ ଫାଇନ ଆଦାୟ କରାଯାଉଛି ।

ଏହି ପରିପ୍ରେକ୍ଷୀରେ ରବିବାର ରାତିରେ ବିଭିନ୍ନ ଥାନା ପକ୍ଷରୁ କରାଯାଇଥିବା ରାତ୍ରି କାଳୀନ ଯାଞ୍ଚରେ ଖାରବେଳନଗର ଥାନା ସର୍ବାଧିକ ୧୪ଜଣ ମଦ୍ୟପ ଚାଳକଙ୍କ ନିକଟରୁ ୭୦୦୦ ଟଙ୍କା ଜରିମାନା ଆଦାୟ କରିଥିବା ବେଳେ ସହିଦନଗର ଥାନା ଓ ଚନ୍ଦ୍ରଶେଖରପୁର ଥାନା ପ୍ରତ୍ୟେକ ୧୧ଜଣ ମଦ୍ୟପଙ୍କ ନିକଟରୁ ୫୫୦୦ ଟଙ୍କା ଲେଖାଏଁ ଜୋରିମାନା ଆଦାୟ କରିଥିଲେ ଓ ଲିଙ୍ଗରାଜ ଥାନା ୧୦ଜଣ ମଦ୍ୟପ ଚାଳକଙ୍କ ନିକଟରୁ ୫୦୦୦ ଟଙ୍କା ଜୋରିମାନ ଆଦାୟ କରିଛନ୍ତି। ଭୁବନେଶ୍ବର ସହରାଞ୍ଚଳ ପୋଲିସ ଅନ୍ତର୍ଗତ ବିଭିନ୍ନ ଥାନା ଅଞ୍ଚଳରୁ ନାଇଟ ବ୍ଲକିଂ ମାଧ୍ୟମରେ ସମୁଦାୟ ୧୩୭ ଜଣ ମଦ୍ୟପ ଚାଳକଙ୍କ ନିକଟରୁ ସର୍ବମୋଟ ୬୮,୫୦୦ଟଙ୍କା ଜୋରିମାନା ଆକାରରେ ଆଦାୟ କରାଯାଇଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ସେହିପରି ଭାବେ ଭୁବନେଶ୍ବର ସହରରେ ଟ୍ରାଫିକ ସମସ୍ୟା ମଧ୍ୟ ଏକ ଚିନ୍ତା ଜନକ ବିଷୟ ଭାବେ ଉଭା ହୋଇଛି । ସହର ମଧ୍ୟରେ ଥିବା ଜନସାଧାରଣ ଯେତିକି ସଚେତନ ହେଲେ ମଧ୍ୟ ସମୟ ଅଭାବ କାରଣ ହେତୁ ହେଉ କିମ୍ବା ନିଜର ଦାୟିତ୍ୱ ହୀନତା ହେତୁ ହେଉ, ସମସ୍ତେ ଟ୍ରାଫିକ ନିୟମର ଖିଲାପ କରିଥାନ୍ତି । ଏହି କାରଣ ଯୋଗୁଁ ପ୍ରାୟ ସମୟରେ ଛୋଟ ବଡ଼ ଦୁର୍ଘଟଣା ମାନ ଘଟିବା ସାଙ୍ଗକୁ ଟ୍ରାଫିକ ସମସ୍ୟା ସୃଷ୍ଟି ହୋଇଥାଏ । ଭୁବନେଶ୍ବର ରାସ୍ତାରେ ଦିନକୁ ଦିନ ରାତି ସଂଖ୍ୟା ବୃଦ୍ଧି ପାଉଥିବା ବେଳେ ଚାସ୍ତା ଉପରେ ଅବୈଧ ଗାଡି ଗୁଡିକୁ ପାର୍କିଂ କରିବା ଦ୍ବାରା ରସ୍ତା ସଂକୀର୍ଣ୍ଣ ହୋଇ ଯାନ ବାହାନ ଚଳା ଚଳରେ ସମସ୍ୟା ସୃଷ୍ଟି ହେବା ସହ ଭୁଲ ଦିଗରେ ଗାଡ଼ି ଚାଳନା ମଧ୍ୟ ଦୁର୍ଘଟଣା ସୃଷ୍ଟିରେ ସହାୟ ହୋଇଥାଏ ।

ସହରରେ ଦୁର୍ଘଟଣା ଜନିତ ସମସ୍ୟା ହ୍ରାସ ଓ ଜନ ସାଧାରଣଙ୍କ ଶୃଙ୍ଖଳିତ ଗମନା ଗମନ ନିମନ୍ତେ କମିଶନରେଟ ପୁଲିସ ତରଫରୁ ବିଭିନ୍ନ ସମୟରେ ଚଢ଼ଉ ଅଭିଯାନ ଲାଗି ରହିଥାଏ । ଏହି କ୍ରମରେ କମିଶନରେଟ ଟ୍ରାଫିକ ପୁଲିସ ପକ୍ଷରୁ ଗତ ସପ୍ତାହରୁ ଭୁବନେଶ୍ବର ସହରର ବିଭିନ୍ନ ଗୁରୁତ୍ଵପୂର୍ଣ ସ୍ଥାନ, ଯଥା- ଜନପଥ, ରୂପାଲି,  ଆପୋଲୋ ହସ୍ପିଟାଲ ରାସ୍ତା, କଟକ ରେଡ଼ ଏବଂ ଆର୍ଟିଓ ଅଫିସ ସମୁଖ ସ୍ଥାନରେ ଚେକିଂ କଡ଼ାକଡ଼ି କରିଛି ।
Published by:Soumya Das
First published: