ରାଜଧାନୀରେ ମୁଣ୍ଡ ଟେକୁଛି ନୂଆ ଗ୍ୟାଙ୍ଗ; ଅପରାଧୀଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ

ରାଜଧାନୀରେ ଅପରାଧ ବଢ଼ିବା ସହ ଅପରାଧିଙ୍କ ସଂଖ୍ୟା ବି ବୃଦ୍ଧି ପାଉଛି। ଗତ ମେ ମାସରେ ପୋଲିସକୁ ଅପରାଧକୁ ନିୟନ୍ତ୍ରଣ କରିବା ହେଉ ଅବା ଅପରାଧିଙ୍କୁ ଗିରଫ, ଉଭୟ କ୍ଷେତ୍ରରେ ବେଶ ସଫଳତା ମିଳିଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

ଅପରାଧୀଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ (ପ୍ରତୀକାତ୍ମକ ଛବି)

ଅପରାଧୀଙ୍କୁ କାବୁ କରିବାରେ ସଫଳ ହୋଇଛି ପୋଲିସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀରେ ଅପରାଧ ବଢ଼ିବା ସହ ଅପରାଧୀଙ୍କ ସଂଖ୍ୟା ବି ବୃଦ୍ଧି ପାଉଛି। ତେଣୁ ଅପରାଧକୁ ରୋକିବା ପାଇଁ କମିଶନରେଟ ପୋଲିସ ପକ୍ଷରୁ ଅନେକ ଯୋଜନା କରାଯାଉଥିବା ବେଳେ ଅନେକ ସ୍ୱତନ୍ତ୍ର ଟିମ ମଧ୍ୟ ଗଠନ କରାଯାଇଛି।  ଯାହାଦ୍ୱାରା ଗତ ମେ ମାସରେ ପୋଲିସକୁ ଅପରାଧକୁ ନିୟନ୍ତ୍ରଣ କରିବା ହେଉ ଅବା ଅପରାଧିଙ୍କୁ ଗିରଫ, ଉଭୟ କ୍ଷେତ୍ରରେ ବେଶ ସଫଳତା ମିଳିଥିବା କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।

ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲାରେ ବିଭିନ୍ନ ଥାନାମାନଙ୍କରେ ଗଠିତ POPD ଓ Team - ୬୦ର ମିଳିତ ପ୍ରୟାସରେ ମେ ମାସ ମଧ୍ୟରେ ବିଭିନ୍ନ ସମ୍ପତିଗତ ଚୋରୀ ଅପରାଧରେ ସର୍ବମୋଟ ୧୫୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ବେଳେ ସେଥି ମଧ୍ୟରୁ ୭୯ ଜଣ ଅଭିଯୁକ୍ତକୁ ରିମାଣ୍ଡ ଆଣି ଜେରା କରାଯାଇଛି। ସେହିପରି ୧୫ ଜଣ ଅଭ୍ୟାସଗତ ଅପରାଧୀଙ୍କ ବିରୋଧରେ CrPC ଧାରା - ୧୧୦ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ଏହି କ୍ରମରେ ଚୋରୀ ଯାଇଥିବା ସମୁଦାୟ ୧୫,୦୦୦ଟଙ୍କା ଓ ବିଭିନ୍ନ ବ୍ରାଣ୍ଡର ୧୩୧ଟି ମୋବାଇଲ ଫୋନ, ୦୨ଟି ଲାପଟପ୍ , ଗୋଟିଏ ଟିଭି ଓ ୨୫ଟି ବ୍ୟାଟେରୀ ଜବତ କରାଯାଇଥିବା ବେଳେ ୧୩୨.୭୭୮ଗ୍ରାମ ଓଜନର ସୁନା ଗହଣା ଉଦ୍ଧାର କରାଯାଇପାରିଛି । ଗାଡ଼ି ଚୋରୀ ମାମଲାର ତଦନ୍ତ ସମୟରେ ଦୁଇ ଚକିଆ, ତିନି ଚକିଆ ଓ ଚାରି ଚକିଆ ଗାଡି ମିଶି ସମୁଦାୟ ୩୮ଟି ଚୋରା ଗାଡି ଜବତ କରାଯାଇ ପାରିଛି ।

"ମେ ମାସରେ ବିଭିନ୍ନ ଥାନାରେ ୯ଟି ନିଶା କାରବାର ଜନିତ ମାମଲା ରୁଜୁ ହୋଇଥିବା ବେଳେ ୧୧ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯିବା ସହିତ ସେମାନଙ୍କ ନିକଟରୁ ସମୁଦାୟ ୪୬.୮୮ ଗ୍ରାମର ବ୍ରାଉନ ସୁଗାର ଜବତ କରାଯାଇଥିବା ବେଳେ ୧୫୧କିଗ୍ରା ୧୫୦ଗ୍ରାମ ଓଜନର ଗଞ୍ଜେଇ ଜବତ କରାଯାଇ ପାରିଛି । ନିଶା ବିକ୍ରି କରିଥିବା ୩୭ , ୬୦୦ ଟଙ୍କା ଜବତ କରାଯାଇ ପାରିଛି । ତେଣୁ ଏହି ଅପରେସନକୁ ଆଗାମୀ ଦିନରେ ଜୋରଦାର କରାଯିବା କୁ ଲକ୍ଷ ରଖିଛି କମିସନରେଟ ପୋଲିସ ।  ଜନସାଧାରଣମାନେ ମୋବାଇଲ ଚୋରୀ , ଗାଡି ଚୋରୀ ଓ ସୁନାଗହଣା ଚୋରୀ ତଥା ନିଶା କାରବାର ବିଷୟରେ ସୂଚନା ପ୍ରଦାନ କରିବା ନିମନ୍ତେ ଭୁବନେଶ୍ବର ସହରାଞ୍ଚଳ ପୁଲିସ ତରଫରୁ ଏକ ହ୍ଵାଟସ୍‌ଆପ ନମ୍ବର ୭୦୭୭୭୯୮୧୧୧ ଜାରି କରିଛି । ଏହି ନମ୍ବର ରେ ଯୋଗାଯୋଗ କଲେ ପୋଲିସର ସହାୟତା ମିଳି ପାରିବ," ଭୁବନେଶ୍ୱର ଡିସିପି ପ୍ରତୀକ ସିଂ କହିଛନ୍ତି ।

ଅପରାଧୀଙ୍କ ପ୍ରତି ଗୋଟିଏ ପଟେ ପୋଲିସ କୋଠର ମନଭାଵ ଗ୍ରହଣ କରୁଥିବା ବେଳେ ଅନ୍ୟପଟେ ଅପରାଧି ମାନେ ପୋଲିସକୁ ଚାଲେଞ୍ଜ ଦେଇ ଅପରାଧ ଭିଆଉଛନ୍ତି। ବୁଧବାର ଖଣ୍ଡଗିରି ଥାନା ଅଧୀନ କ୍ରିଷ୍ଣା ଗାର୍ଡେନ ବି-୧ରୁ ବଡ଼ଧରଣର ଲୁଟ ହୋଇଛି l ଘରେ  କେହି  ନଥିବାର ସୁଯୋଗ ନେଇ  ୧୦ଲକ୍ଷ ଟଙ୍କାର ସୁନାଗହଣା ଲୁଟିନେଲେ ଲୁଟେରା l ଘରର ପଛପଟ ଝରକା ଗ୍ରୀଲ ତାଡି ଆଲମୀରାରୁ ସୁନାଗହଣା ଲୁଟିନେଇଥିଲେ l ଅଭିଯୋଗ ପାଇବା ପରେ ଖଣ୍ଡଗିରି ଥାନା ପୋଲିସ ପହଞ୍ଚି  ତଦନ୍ତ  ଆରମ୍ଭ କରିଛି l
Published by:Soumya Das
First published: