ପଥରରେ ଛେଚି ସ୍ୱାମୀଙ୍କୁ ହତ୍ୟା କରିଥିଲା ଝୁମୁରୀ; ପୋଲିସ ଆଗରେ ନିଜେ ମାନିଗଲା ସତ

ଗୋପାଳ ନିୟମିତ ଭାବେ ନିଶା ସେବନ କରି ମାର ପିଟ କରୁଥିବାରୁ ଝୁମୁରୀ ତା ଠାରୁ ଅଲଗା ହେବାକୁ ଚାହୁଁଥିଲା । ଜଗନ୍ନାଥ ଜେନା ସହ ଭେଟ ହୋଇ ବିବାହ କରିବାକୁ ଚାଁହୁଥିଲା।

ଗିରଫ ପ୍ରେମୀ ଯୁଗଳ ଝୁମୁରୀ ଓ ଜଗନ୍ନାଥ

ଗିରଫ ପ୍ରେମୀ ଯୁଗଳ ଝୁମୁରୀ ଓ ଜଗନ୍ନାଥ

  • Share this:
News18 Odia Digital

କଟକ: ସ୍ବାମୀର ନିର୍ଯ୍ୟାତନା ଅସହ୍ୟ ହେବାରୁ ସ୍ବାମୀର ସଙ୍ଗ ଛାଡ଼ି ପର ପୁରୁଷକୁ ଆପଣେଇଲା । କିନ୍ତୁ ଏହା ପରେ ବି ମଦ୍ୟମ ସ୍ବାମୀ ତାକୁ ଶାନ୍ତିରେ ବଞ୍ଚିବାକୁ ଦେଉନଥିଲା। ପରେ ନିଜ ପୁରଷ ବନ୍ଧୁ ସହ ମିଶି ସ୍ବାମୀକୁ ନିଜେ ହତ୍ୟା କଲା ଝୁମୁରୀ । ବାରଙ୍ଗ ଗୋପାଳ ନାୟକ ହତ୍ୟାକାଣ୍ଡ ମାମଲାର ପର୍ଦାଫାସ କରିବାକୁ ଯାଇ ଏହି ଭଳି କିଛି ଚାଞ୍ଚଲ୍ୟ କର ତଥ୍ୟ ପ୍ରଦାନ କରିଛି କଟକ କମିଶନରେଟ ପୋଲିସ ।

ବାରଙ୍ଗ ଗୋପାଳ ନାୟକ ହତ୍ୟାକାଣ୍ଡ ମାମଲାରେ ଉଭୟ ଝୁମୁରୀ ଓ ତାର ପୁରୁଷ ବନ୍ଧୁ ଜଗନ୍ନାଥ ଜେନାକୁ ଗିରଫ କରି କୋର୍ଟ ଚାଲଣ କରିଛି ପୋଲିସ ।  ଏହା ପୂର୍ବରୁ ଉଭୟଙ୍କୁ ନେଇ କ୍ରାଇମ ସିନ୍ ରିକ୍ରିଏସନ କରିଥିଲା ପୋଲିସ । ତେବେ ଗୋପାଳଙ୍କୁ ହତ୍ୟା କରିବା ପାଇଁ ପୂର୍ବରୁ ଯୋଜନା ନଥିଲା ବୋଲି କହିଛନ୍ତି ଉଭୟ ଝୁମୁରୀ ଓ ଜଗନ୍ନାଥ ।

"ସିଏ ମୋତେ ସବୁ ବେଳେ ମାଡ଼ ମାରୁଥିଲା । ସେଥିପାଇଁ ମୁଁ ତାକୁ ଛାଡ଼ି ଦେଇଥିଲି । କିନ୍ତୁ କାଜୁ ଜଙ୍ଗଲ ପାଖରେ ଆମ ଦୁଇ ଜଣଙ୍କୁ ଗାଳି କରିବା ସହିତ ମୋର ବେକକୁ ଚିପି ଦେଇଥିଲା । ତା ପରେ ଆମେ ଦୁଇଜଣ ତାକୁ ପଥରରେ ଛେଚି ଦେଇଥିଲୁ । ତାକୁ ମାରିବାର ଉଦ୍ଦେଶ୍ୟ ନଥିଲା," କହିଛନ୍ତି ଝୁମୁରୀ ନାୟକ ।

୧୫ ର୍ଷ ତଳେ ବାଙ୍କୀ ଗୟଳବାଙ୍କ ବାସିନ୍ଦା ଝୁମୁରୀଙ୍କ ସହିତ ଜଟଣୀ ବାସିନ୍ଦା ଗୋପାଳ ନାୟକଙ୍କ ବିବାହ ହୋଇଥିଲା । ଉଭୟଙ୍କର ଚାରିଟି ସନ୍ତାନ ମଧ୍ୟ ଅଛନ୍ତି । କିନ୍ତୁ ଗୋପାଳ ନିୟମିତ ଭାବେ ନିଶା ସେବନ କରି ମାର ପିଟ କରୁଥିବାରୁ ଝୁମୁରୀ ତା ଠାରୁ ଅଲାଗା ହେବାକୁ ଚାହୁଁଥିଲା ।

ପରେ କାକଟପୁର ବାସିନ୍ଦା ଜଗନ୍ନାଥ ଜେନା ସହିତ ଝୁମୁରୀର ଭେଟ ହୋଇଥିଲା । ଉଭୟ ପରସ୍ପରକୁ ଭଲ ପାଇଥିଲେ ଏବଂ ବିବାହ କରିବା ପାଇଁ ଯୋଜନା କରିଥିଲେ । ଗତ ୫ ତାରିଖ ରାତିରେ ଝୁମୁରୀ ଓ ଗୋପାଳ ବାଙ୍କିରେ ଚାଲିଥିବା ଏକ ଯାତ୍ରା ଦେଖିବା ପାଇଁ ଯାଇଥିଲେ । ସେଠାରେ ଜଗନ୍ନାଥ ମଧ୍ୟ ପହଁଚିଥିଲା । ତେବେ ଝୁମୁରୀ ଓ ଜଗନ୍ନାଥ ମଧ୍ୟରେ ମିଳାମିଶାକୁ ଦେଖି ଗୋପାଳ ସେହିଠାରେ ହିଁ ଝୁମୁରୀକୁ ଆକ୍ରମଣ କରିଥିଲା ।

ଏହା ପରେ ଉଭୟ ଝୁମୁରୀ ଓ ଗୋପାଳ ଘରକୁ ଫେରିଥିଲେ । କିନ୍ତୁ ପରଦିନ ଝୁମୁରି କାହାକୁ କିଛି ନ କରି ଜଗନ୍ନାଥ ସହିତ ଘର ଛାଡ଼ି ଚାଲିଯାଇଥିଲା । ସେହି ଦିନ ଠାରୁ ଝୁମୁରୀ ଓ ଜଗନ୍ନାଥ ବିଭିନ୍ନ ଅଞ୍ଚଳରେ ଲୁଚି ରହି ଆସୁ ଥିଲେ ।

"ଏହି ମାମଲାର ତଦନ୍ତ ସମୟରେ ଆମେ ଘଟଣା ସ୍ଥଳରୁ ଉଭୟ ମୃତକଙ୍କ ସହ ଅଭିଯୁକ୍ତମାନଙ୍କ ଚପଲ ଓ ରକ୍ତଲଗା ପଥରକୁ ଜବତ କରିଥିଲୁ । ତେବେ  ଝୁମୁରୀକୁ ପଚରା ଉଚରା ସମୟରେ ସେ ସବୁ ସତ ମାନି ଯାଇଥିଲା,"କହିଛନ୍ତି କଟକର ଅତିରିକ୍ତ ଡିସିପି ପ୍ରମୋଦ ରଥ ।
Published by:Soumya Das
First published: