ନିଦ ହଜାଇଲେଣି ଅପରାଧି; ରାତ୍ରୀ କାଳୀନ ଯାଞ୍ଚ କଡ଼ାକଡ଼ି କଲା ପୋଲିସ

ଗତ ୩ ତାରିଖରୁ ୫ ତାରିଖ ମଧ୍ୟରେ ହୋଇଥିବା ଡ୍ରାଇଭରେ ସର୍ବମୋଟ ୬୪,୫୦୦ଟଙ୍କ ଜୋରିମାନା ଆଦାୟ କରାଯାଇଥିଲା । ସର୍ବମୋଟ ୧୭୭ ଟି ଡ୍ରାଇଭିଂ ଲାଇସେନ୍ସ ଖାରଜ କରିବା ପାଇଁ ଆବେଦନ କରାଯାଇଛି।

ରାତ୍ରୀ କାଳୀନ ଯାଞ୍ଚ କଡ଼ାକଡ଼ି କଲା ପୋଲିସ (ପ୍ରତୀକାତ୍ମକ ଛବି)

ରାତ୍ରୀ କାଳୀନ ଯାଞ୍ଚ କଡ଼ାକଡ଼ି କଲା ପୋଲିସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଅପରାଧ ନିରାକରଣକୁ ଦୃଷ୍ଟିରେ ରଖି ମେ ମାସ ପହିଲାରୁ ୩୦ଟି ବିଭିନ୍ନ ସ୍ଥାନ ମାନଙ୍କରେ ରାତ୍ର କାଳୀନ ଯାଞ୍ଚ ଓ ଅବରୋଧ ପ୍ରକ୍ରିୟା କରିବାକୁ ନିଷ୍ପରି ନିଆଯାଇ ମଦ୍ୟପାନ କରି ଗାଡ଼ି ଚଲାଉଥିବା ବ୍ୟକ୍ତିମାନଙ୍କ ଠାରୁ breath analyzer ଦ୍ବାରା ଯାଞ୍ଚ ପରେ ଜୋରିମାନା ଆଦାୟ କରୁଛି କମିଶନରେଟ ପୋଲିସ ।

ଗତ ୬ ତାରିଖରୁ ୮ ତାରିଖ ମଧ୍ୟରେ ହୋଇଥିବା ଏହି ଡ୍ରାଇଭରେ ଲକ୍ଷ୍ମୀସାଗର ଥାନା ୨୮ ଜଣ, ସହୀଦନଗର ଥାନା ୨୫ ଜଣ ଓ କ୍ୟାପିଟାଲ ଓ ଏୟାରଫିଲ୍ଡ ଥାନା ଉଭୟ ୧୭ ଜଣ ମଦ୍ୟପ ଚାଳକଙ୍କ ଠାରୁ ଯଥା କ୍ରମେ ସର୍ବାଧିକ ୧୪ ୦୦୦, ୧୨୫୦୦, ଓ ୮୫୦୦ ଟଙ୍କା ଫାଇନ ଆଦାୟ କରିଥିଲେ। ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲାର ୨୩ଟି ବିଭିନ୍ନ ଥାନା ମାନଙ୍କରେ ଏହି ସମୟ ଅବଧି ମଧ୍ୟରେ ରାତି ୧୦ଟାରୁ ଭୋର ୫ଟା ମଧ୍ୟରେ ୨୦୬ ଜଣ ଆଇନ ଉଲଂଘନକାରି ମାନଙ୍କ ଠାରୁ ସର୍ବମୋଟ ୧, ୦୩, ୦୦୦ ଟଙ୍କ ଜୋରିମାନା ଆଦାୟ କରାଯାଇଛି। ସେହିପରି ଉକ୍ତ ୩ ଦିନ ମଧ୍ୟରେ ଭୁବନେଶ୍ବର ସହରାଞ୍ଚଳର ୨ ଟି ଟ୍ରାଫିକ ପୁଲିସ ଷ୍ଟେସନ ଦ୍ବାରା ସର୍ବମୋଟ ୧୭୭ ଟି ଡ୍ରାଇଭିଂ ଲାଇସେନ୍ସ ଖାରଜ କରିବା ପାଇଁ ଆବେଦନ କରାଯାଇଛି।

ଉଲ୍ଲେଖଯୋଗ୍ୟ ଯେ, ଗତ ୩ ତାରିଖରୁ ୫ ତାରିଖ ମଧ୍ୟରେ ହୋଇଥିବା ଏହି ଡ୍ରାଇଭରେ ୨୨ଟି ବିଭିନ୍ନ ଥାନା ମାନଙ୍କରେ ରାତି ୧୦ଟାରୁ ଭୋର ୫ଟା ମଧ୍ୟରେ ୧୧୧ ଜଣ ଆଇନ ଉଲଂଘନକାରି ମାନଙ୍କ ଠାରୁ ସର୍ବମୋଟ ୬୪,୫୦୦ଟଙ୍କ ଜୋରିମାନା ଆଦାୟ କରାଯାଇଥିଲା ତଥା ଭୁବନେଶ୍ବର ସହରାଞ୍ଚଳର ୨ଟି ଟ୍ରାଫିକ ପୁଲିସ ଷ୍ଟେସନ ଦ୍ବାରା ସର୍ବମୋଟ ୧୩୩ ଟି ଡ୍ରାଇଭିଂ ଲାଇସେନ୍ସ ଖାରଜ କରିବା ପାଇଁ ଆବେଦନ କରାଯାଇଥିଲା ।

ଏହି ପ୍ରକ୍ରିୟା ଏହି ମାସ ୧୫ ତାରିଖ ଯାଏଁ ଚାଲୁ ରଖୁବାର ନିଷ୍ପତ୍ତି ନିଆଯାଇଛି। ପ୍ରତ୍ୟେକ ବ୍ଲକିଂ ପଏଣ୍ଟରେ ଫୋର୍ସ ନିୟୋଜିତ ହୋଇଥିବା ସ୍ଥଳେ ୧୫ ଜଣ ଲେଖାଏଁ ସିଟି ପେଟ୍ରୋଲିଂ ଅଫିସର ଏବଂ ନୋଡ଼ାଲ ଅଫିସର ତଥା ସୁପରଭାଇଜିଂ ଅଫିସର ମାନେ ରହି ଏହି ବ୍ୟବସ୍ଥାକୁ ତଦାରଖ କରୁଛନ୍ତି। ବିଟ ମୋଟରସାଇକେଲ ଗୁଡ଼ିକୁ ବ୍ୟବହାର କରି ଅମାନିଆ ଯୁବକମାନଙ୍କ ଦ୍ବାରା ଦ୍ରୁତ ବେଗରେ ଚଲାଉଥିବା ମୋଟରସାଇକେଲ, ତିନିଜଣିଆ ଚାଳକମାନଙ୍କୁ ଓ ଚାରିଚାକିଆ ଯାନଗୁଡ଼ିକୁ ମଧ୍ୟ ବିଶେଷ ଭାବରେ ଯାଞ୍ଚ କରିବା ସମୟରେ ଆରୋହୀଙ୍କ ପରିଚୟ ତଥା ଓ ଗାଡ଼ିର କାଗଜପତ୍ରକୁ ପୁଙ୍ଖାନୁପୁଙ୍ଖ ଯାଞ୍ଚ କରାଯାଉଛି।

ସେହିପରି ଭାବେ ଗତ ୦୮.୦୫.୨୦୨୨ ରିଖ ସନ୍ଧ୍ୟା ୬ ଟାରୁ ରାତି ୧୧ଟା ମଧ୍ୟରେ ଭୁବନେଶ୍ବର ସହରାଞ୍ଚଳ ଜିଲ୍ଲାର ୩୧ଟି ସ୍ଥାନରେ ବ୍ଳକିଙ୍ଗ କରାଯାଇ ବିନା ହେଲମେଟ, ତିନି ଜଣ ବସି ଯାଉଥିବା ବାଈକ ଚାଳକ ତଥା ମଦ୍ୟପ ମାନଙ୍କୁ ଯାଞ୍ଚ କରାଯାଇ ୧୯୪ ଜଣ ଆଇନ ଉଲଂଘନକାରିମାନଙ୍କ ଠାରୁ ଗତ ସନ୍ଧ୍ୟାରେ ୧,୦୦,୩୦୦ ଟଙ୍କା ଜୋରିମାନା ଆଦାୟ କରାଯାଇଥିବା ସ୍ଥଳେ ବାଲିଅନ୍ତା ଥାନାରେ ୯ ଟି ଓ ଚନ୍ଦ୍ରଶେଖରପୁର ଥାନା ରେ ୩ ଟି ବାଈକକୁ ସଂଦେହରେ ଅଟକ ରଖାଯାଇଛି । ଆଗକୁ ଏହି ଡ୍ରାଇଭକୁ କଡ଼ାକଡ଼ି ଭାବେ ଲାଗୁ କରାଯିବ ବୋଲି କମିଶନରେଟ ପୋଲିସ ପକ୍ଷରୁ କୁହାଯାଇଛି ।
Published by:Soumya Das
First published: