ଝାଡ଼ଖଣ୍ଡରୁ ଜମତାରା ଗ୍ୟାଙ୍ଗ ୨ ଠକଙ୍କୁ ଗିରଫ କଲା ପୋଲିସ; KYC ନାମରେ ଲୋକଙ୍କୁ ଠକୁଥିଲେ

ରାଜଧାନୀ ପୋଲିସ ଦୁଇ ଜଣ ଜମତାରା ଗ୍ୟାଙ୍ଗର ସାଇବର ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ଉଭୟଙ୍କୁ ଝାଡ଼ଖଣ୍ଡ ଗିରିଦିରୁ ଗିରଫ କରିଛି କମିସନରେଟ ପୋଲିସର ସାଇବର ସେଲ ।

ଝାଡ଼ଖଣ୍ଡରୁ ଜମତାରା ଗ୍ୟାଙ୍ଗ ୨ ଠକଙ୍କୁ ଗିରଫ କଲା ପୋଲିସ (ପ୍ରତୀକାତ୍ମକ ଛବି)

ଝାଡ଼ଖଣ୍ଡରୁ ଜମତାରା ଗ୍ୟାଙ୍ଗ ୨ ଠକଙ୍କୁ ଗିରଫ କଲା ପୋଲିସ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ରାଜଧାନୀ ପୋଲିସ ଦୁଇ ଜଣ ଜମତାରା ଗ୍ୟାଙ୍ଗର ସାଇବର ଠକକୁ ଗିରଫ କରି କୋର୍ଟ ଚାଲାଣ କରିଛି  । ଉଭୟଙ୍କୁ ଝାଡ଼ଖଣ୍ଡ ଗିରିଦିରୁ ଗିରଫ କରିଛି କମିସନରେଟ ପୋଲିସର ସାଇବର ସେଲ । ଗିରଫ ଦୁଇ ଅଭିଯୁକ୍ତ ହେଲେ କମଲ ଜୈସ୍ୱାଲ(୨୮) ଓ ଆନନ୍ଦ ଭାଗତ(୨୧) । ଉଭୟ ଗିରଫ ପରେ କୋର୍ଟ ଚାଲାଣ କରିବା ସହ ୭ ଦିନ ପାଇଁ ରିମାଣ୍ଡ ଆବେଦନ କରିଛି କମିସନରେଟ ପୋଲିସ ।

ଗତ ତା ୧୩.୦୧.୨୦୨୨ ରିଖରେ ଜଣେ ଇଞ୍ଜିନିୟରଙ୍କ ଅଭିଯୋଗ କ୍ରମେ ଭୁବନେଶ୍ବର ସହରାଞ୍ଚଳ ସାଇବର ଥାନାରେ ଏକ ଠକେଇ ଜନିତ ମାମଲା ରୁଜୁ କରାଯାଇଥିଲା । ଏହି ମାମଲାର ତଦନ୍ତ କରି ସାଇବର ଥାନା ପୁଲିସ ଏହି ଠକେଇରେ ସଂପୃକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି । ଏହି ଗ୍ୟାଙ୍ଗ KYC ଅପଡେଟ କରିବା ନାଁରେ ଲିଙ୍କ ପଠାଇ ଖାଲି କରିଦେଇଥିଲେ ଆକାଉଣ୍ଟ ।

"ଅଭିଯୋଗକାରୀ ଜଣେ ସିଭିଲ ଇଞ୍ଜିନିୟର । ଗତ ତା ୩୧.୧.୨୦୨୨ ରିଖ ଦିନ ବ୍ୟକ୍ତିଗତ କାମରେ ଭୁବନେଶ୍ବର ଆସିଥିବା ବେଳେ ସକାଳ ପ୍ରାୟ ୧୦.୫୦ ମିନିଟ୍ ସମୟରେ ତାଙ୍କ ଫୋନକୁ ୭୭୮୨୦୦୬୩୬୯ ନମ୍ବରରୁ ଏକ ମେସେଜ ଆସିଥିଲା । ମେସେଜରେ ଲେଖାଥିଲା, ଆପଣଙ୍କର KYC ଅପଡେଟ ନଥିବାରୁ ବ୍ୟାଙ୍କ୍ ଆକାଉଣ୍ଟ କ୍ଲୋଜ ହେଇଯିବ ଓ KYC ଅପଡେଟ ପାଇଁ ସେଥିରେ ଏକ ଲିଙ୍କ କ୍ଲିକ୍ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଥିଲା। ଅଭିଯୋଗକାରୀ ଜଣକ ଉକ୍ତ ଲିଙ୍କଟିକୁ କ୍ଲିକ୍ କରିଦେଇଥିଲେ ଯାହାଫଳରେ ଚାହୁଁ ଚାହୁଁ ତାଙ୍କ ଆକାଉଣ୍ଟରୁ ମୋଟ ୩୦୦୬୪.୮୯ ଟଙ୍କା କଟିଯାଇଥିଲା । ଏହି ଅଭିଯୋଗ ପରେ ତଦନ୍ତ କରି ସାଇବର ଥାନା ପୋଲିସ ନିମ୍ନୋକ୍ତ ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୫ଟି ମୋବାଇଲ ଫୋନ୍, ୩ଟି ସିମ୍ କାର୍ଡ଼, ୨ଟି ପାସ୍ ବୁକ୍, ୨ଟି ବ୍ୟାଙ୍କ ଚେକ ବୁକ , ଗୋଟିଏ ଆଧାର କାର୍ଡ , ଗୋଟିଏ ପାନ୍ କାର୍ଡ ଓ ଗୋଟିଏ ପ୍ଲାଟିନମ୍ ଡେବିଟ୍ କାର୍ଡ଼ ଜବତ କରିଛି," ବୋଲି କହିଛନ୍ତି ଭୁବନେଶ୍ୱର ଡି.ସି.ପି ଉମା ଶଙ୍କର ଦାଶ ।

ତଦନ୍ତ ବେଳେ ଜଣାପଡ଼ିଛି, ଦୁଇ  ଅଭିଯୁକ୍ତ ଦୁଇଜଣ ବୃତ୍ତିରେ ପେସାଦାର ସାଇବର ଅପରାଧି ଅଟନ୍ତି । ଏହି ଦୁଇଜଣଙ୍କ ନାମରେ ପୂର୍ବରୁ ଅନଲାଇନ ମାଧ୍ୟମରେ ୫୫ ଗୋଟି ମାମଲା ରୁଜୁ ହୋଇଛି । ଗୋଟିଏ ନମ୍ବର ବ୍ୟବହାର କରି ଏହି ଠକେଇ କରିଛନ୍ତି। ଝାଡ଼ଖଣ୍ଡରେ ରହି ଏମାନେ ଅପରେଟ କରନ୍ତି ।  ଓଡ଼ିଶାରେ ଏହି ଗ୍ୟାଙ୍ଗ ନାମରେ ଏବେସୁଦ୍ଧା ଗୋଟିଏ ମାମଲା ରହିଥିବା କମିସନରେଟ ପୋଲିସ ପକ୍ଷରୁ କୁହାଯାଇଛି ।
Published by:Soumya Das
First published: