ନନ୍ଦନକାନନରେ ଗୁଣ୍ଡରାଜ: ତିନି ଅଭିଯୁକ୍ତକୁ ଗିରଫ କଲା ପୋଲିସ

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମରଣାତ୍ମକ ଆକ୍ରମଣ। ଏଭଳି ଘଟଣା ସାମ୍ନାକୁ ଆସିବା ପରେ ତିନି ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି ପୋଲିସ।

ନନ୍ଧନ କାନନରେ ଗୁଣ୍ଡାରାଜ

ନନ୍ଧନ କାନନରେ ଗୁଣ୍ଡାରାଜ

  • Share this:
News18 Odia Digital

ଭୁବନେଶ୍ୱର: ନନ୍ଦନକାନନରେ ଗୁଣ୍ଡାରାଜ। ପର୍ଯ୍ୟଟକଙ୍କୁ ମରଣାତ୍ମକ ଆକ୍ରମଣ। ଆତଙ୍କ ଚଳାଇଥିଲେ ବସ ସଫାରୀ କର୍ମଚାରୀ। ରବିବାର ଏଭଳି ଘଟଣା ସାମ୍ନାକୁ ଆସିବା ପରେ ତିନି ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଚଳାଇଛି ପୋଲିସ। ପୋଲିସ, ରେଞ୍ଜ ଅଫିସର ସିକ୍ୟୁରିଟି, ସିସିଟିଭି ଫୁଟେଜକୁ ଆଧାର କରି କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ସେପଟେ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ପିସିସିଏଫ। ଆବଶ୍ୟକ ପଡିଲେ ସମ୍ପୃକ୍ତ ସଂସ୍ଥା ସହ ସଫାରୀ କଣ୍ଟ୍ରାକ୍ଟ ରଦ୍ଦ କରାଯିବ ବୋଲି କହିଛନ୍ତି।

ନନ୍ଦନକାନନରେ ପର୍ଯ୍ୟଟକଙ୍କୁ ମରଣାତ୍ମକ ଆକ୍ରମଣ ଘଟଣାରେ ଗିରଫ ହୋଇଛନ୍ତି  ଅଭିଯୁକ୍ତ ଦାରୁଠେଙ୍ଗ ଅଞ୍ଚଳର ସନ୍ତୋଷ କୁମାର ସାହୁ, କାହ୍ନା ମହାପାତ୍ର, ଅମନ ପାଟଶାଣୀ।। ipc ଧାରା ୩୪୨, ୨୯୪, ୩୨୩, ୩୨୪, ୩୪ ଅନୁସାରେ ତିନି ଜଣଙ୍କୁ ଗିରଫ କରି ଅଧିକ ତଦନ୍ତ ଚଳାଇଛି ନନ୍ଦନକାନନ ଥାନା ପୋଲିସ। ରବିବାର ସଫାରୀ ବୁଲିବା ନେଇ ଟିକେଟ ଧରି ଦୀର୍ଘ ସମୟ ଅପେକ୍ଷା ପରେ ବି ବୁଲି ପାରିନଥିଲେ। ଯାହାକୁ ନେଇ ସଫାରୀ କର୍ମଚାରୀ ଓ ପର୍ଯ୍ୟଟକଙ୍କ ମଧ୍ୟରେ ହତାହାତି ହୋଇଥିଲା। ଉତକ୍ଷିପ୍ତ ହୋଇ ପର୍ଯ୍ୟଟକଙ୍କୁ ଲହୁଲୁହାଣ କରିଥିଲେ ସଫାରୀ କର୍ମଚାରୀ।

ଆକ୍ରମଣର ଶିକାର ହୋଇଥିବା ଜଣେ ବ୍ଯକ୍ତି


ଘଟଣାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ନନ୍ଦନକାନନ ପ୍ରାଣୀଉଦ୍ୟାନ ଉପନିର୍ଦେଶକ ଡ଼ ସଞ୍ଜିତ କୁମାର। "ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ ରେଞ୍ଜ ଅଫିସର ସିକ୍ୟୁରିଟିଙ୍କୁ କୁହାଯାଇଛି। ସ୍ଥାନୀୟ ସୁରକ୍ଷାକର୍ମୀ, ସିସିଟିଭି ଫୁଟେଜକୁ ଆଧାର କରି ରିପୋର୍ଟ ଦେବେ। ଏ ସବୁ ସହ ପୋଲିସର ତଦନ୍ତକୁ ଭିତ୍ତି କରି କାର୍ଯ୍ୟାନୁଷ୍ଠାନ ନିଆଯିବ," କହିଛନ୍ତି ପ୍ରାଣୀଉଦ୍ୟାନ ଉପନିର୍ଦେଶକ ଡ଼ ସଞ୍ଜିତ କୁମାର।

ସେପଟେ ଆକ୍ରମଣ ଘଟଣାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି ବନ୍ୟପ୍ରାଣୀ ପିସିସିଏଫ ଶଶି ପଲ। "ଘଟଣାର ତଦନ୍ତ ଚାଲିଛି। ଜଣେ ପିସିସିଏଫ ରାଙ୍କ ଅଧିକାରୀ ତଦନ୍ତ କରୁଛନ୍ତି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ। ଦରକାର ପଡ଼ିଲେ ସମ୍ପୃକ୍ତ ସଂସ୍ଥା ସହ ସଫାରୀ କଣ୍ଟ୍ରାକ୍ଟ ରଦ୍ଦ କରାଯିବ। ଏମିତି ଘଟଣାର ପୁନରାବୃତ୍ତି ନହେବା ଦରକାର," କହିଛନ୍ତି ପିସିସିଏଫ ଶଶୀ ପଲ।

ଘଟଣାକୁ ନେଇ ଅନ୍ୟ ପର୍ଯ୍ୟଟକଙ୍କ ମଧ୍ୟରେ ଏକପ୍ରକାର ଆତଙ୍କ ସୃଷ୍ଟି ହୋଇଛି। "ଏଭଳି ଘଟଣା ନିନ୍ଦନୀୟ। ପର୍ଯ୍ୟଟକ ପ୍ରାଣୀଉଦ୍ୟାନ ବୁଲିବାକୁ ଆସୁଛନ୍ତି। କିନ୍ତୁ ସେମାନଙ୍କ ଉପରେ ଆକ୍ରମଣ ଦୁର୍ଭାଗ୍ୟଜନକ। ଘଟଣା ଶୁଣି ମନରେ ଭୟ ଆସୁଛି," କହିଛନ୍ତି କେନ୍ଦୁଝରରୁ ଆସିଥିବା ପର୍ଯ୍ୟଟକ ଜୟରାମ।
Published by:Soumya Das
First published: