ପେଟ୍ରୋଲ ପମ୍ପ ଚୋରି ଘଟଣା: ଅଭିଯୁକ୍ତ ଧରାଇ ଦେଲା ଗୋଟିଏ ଫୋନ କଲ

କଟକ ଗୋପାଳପୁରଠାରେ ଥିବା ପେଟ୍ରୋଲ ପମ୍ପରୁ ଚୋରି ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଏହା ସହ ଚୋରି ହୋଇଥିବା ଟଙ୍କା ମଧ୍ୟରୁ ଏକ ଲକ୍ଷ ୧୨ ହଜାର ଟଙ୍କାକୁ ମଧ୍ୟ ପୋଲିସ ଜବତ କରିଛି ।

ଗିରଫ ଅଭିଯୁକ୍ତ ତ୍ରିନାଥ

ଗିରଫ ଅଭିଯୁକ୍ତ ତ୍ରିନାଥ

  • Share this:
News18 Odia Digital

କଟକ: କଟକ ଗୋପାଳପୁରଠାରେ ଥିବା ପେଟ୍ରୋଲ ପମ୍ପରୁ ଚୋରି ଘଟଣାର ପର୍ଦ୍ଦାଫାସ କରିଛି କମିଶନରେଟ ପୋଲିସ । ଏହି ଚୋରି ଘଟଣାକୁ ଭିଆଇବା ଅଭିଯୋଗରେ ପୋଲିସ ସମ୍ପୃକ୍ତ ପମ୍ପର ସେଲ୍ସମ୍ୟାନ ତ୍ରିନାଥ ରାଉତକୁ ଗିରଫ କରିଛି  । ଏହା ସହ ଚୋରି ହୋଇଥିବା ଟଙ୍କା ମଧ୍ୟରୁ ଏକ ଲକ୍ଷ ୧୨ ହଜାର ଟଙ୍କାକୁ ମଧ୍ୟ ପୋଲିସ ଜବତ କରିଛି ।

ଅଭିଯୁକ୍ତ ତ୍ରିନାଥ ରାଉତର ଚୋରି କରିବାର ତରିକା ଓ ଏହା ପଛରେ ଥିବା ଉଦ୍ଦେଶ୍ୟରୁ ସେ ପୂର୍ବରୁ ଘଟାଇଥିବା ଆଉ କିଛି ଅପରାଧ ସମ୍ପର୍କରେ ପୋଲିସକୁ ସୁରାକ ମିଳିଛି । ଅଭିଯୁକ୍ତ ତ୍ରିନାଥ ପେଟ୍ରେଲ ପମ୍ପ କର୍ମଚାରୀଙ୍କୁ ନିଜର ସମ୍ପୂର୍ଣ୍ଣ ପରିଚୟ ଲୁଚାଇବା ସହ ମିଥ୍ୟ ପ୍ରମାଣ ପତ୍ର ଦେଇ ସେଠାରେ ଚାକରି କରିଥିଲା। ଚାକିରି ସମୟରେ ସେ ପମ୍ପ ମାଲିକଙ୍କୁ ନିଜର ଏକ ଚାଲ ଆଧାର କାର୍ଡ ଦେଇଥିଲା । ଏହା ସହିତ ସେ ନିଜ ପାଖ ମୋବାଇଲ ମଧ୍ୟ ରଖୁ ନଥିଲା ।

ଗତ ୬ ତାରିଖ ରାତି ପ୍ରାୟ ସାଢେ ୧୦ଟା ସମୟରେ ତ୍ରିନାଥ ଏହି ଚୋରିକୁ ରୂପରେଖ ଦେଇଥିଲା । ସେହି ସମୟରେ ପେଟ୍ରେଲ ପମ୍ପରେ ଦୁଇ ଜଣ କର୍ମଚାରୀ ରହିଥିବାରୁ ସେ ସୁବିଧା ଦେଖି ସେ ପମ୍ପ କାର୍ଯ୍ୟାଳୟ ଭିତରକୁ ପଶିଥିଲା । ଟଙ୍କା ରଖାଯାଉଥିବା ଲକରକୁ ଅତି ଚତୁରତା ସହ ଭାଙ୍ଗି ସେଥିରେ ଥିବା ୧ ଲକ୍ଷ ୬୫ ହଜାର ଟଙ୍କା ନେଇ ଫେରାର ହୋଇଯାଇଥିଲା । ଏନେଇ ପମ୍ପର ମାଲିକ ସଦର ଥାନାରେ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା ।

କତ୍ରିନାଥ ପେଟ୍ରୋଲ ପମ୍ପ ମାଲିକଙ୍କୁ ଦେଇଥିବା ଜାଲ ଆଧାର କାର୍ଡରୁ ତାର ପ୍ରକୃତ ଠିକଣା ଜଣା ପଡ଼ୁନଥିବା ବେଳେ ସେ ମୋବାଇଲ ବ୍ୟବହାର କରୁନଥିବାରୁ ତା ବାବଦରେ ପୋଲିସକୁ କୌଣସି ସୁରାକ ମିଳି ପାରୁନଥିଲା । କିନ୍ତୁ ଲୁଟର କିଛି ଦିନ ପୂର୍ବରୁ ତ୍ରିନାଥ ସମ୍ପର୍କିୟ ପେଟ୍ରୋଲ ପମ୍ପର ଜଣେ କର୍ମଚାରୀଙ୍କ ମୋବାଇଲ ଜରିଆରେ ତ୍ରିନାଥ ସହିତ କଥା ହୋଇଥିଲା । ଏହା ଜାଣିବା ପରେ ପୋଲିସ ସେହି ଫୋନ ନମ୍ବରକୁ ଟ୍ରାକ କରି ପ୍ରଥମେ ସମ୍ପର୍କୀୟ ଓ ପରେ ତ୍ରିନାଥ ପାଖରେ ପହଞ୍ଚିଥିଲା ।

"ତ୍ରିନାଥକୁ ଆମେ ସୋନପୁରରୁ ଧରିଲୁ । ସେଠାରେ ସିଏ ନିଜର ଜଣେ ସମ୍ପର୍କିୟଙ୍କ ଘରେ ଲୁଚିଥିଲା । ସେ ବିବାହିତ କିନ୍ତୁ ଗାଁକୁ ବହୁତ କମ ସମୟ ଯାଇଥାଏ । ସେ ପୂର୍ବରୁ ବି ଏମିତି ଅନ୍ୟ କିଛି ସ୍ଥାନରେ ଚେରି କରି ଫେରାର ହୋଇ ଯାଇଥିବା ଆମେ ସନ୍ଦେହ କରୁଛୁ । ସେ ଦିଗରେ ବି ଆମର ତଦନ୍ତ ଚାଲିଛି," କହିଛନ୍ତି ସଦରଥାନାର ଜଣେ ପୋଲିସ ଅଧିକାରୀ।
Published by:Soumya Das
First published:
)}