ଯୁବତୀଙ୍କୁ ଖରାପ ମେସେଜ ପଠାଉଥିଲେ ଭଣ୍ଡବାବା କାଳିଆ; ଗିରଫ କଲା ସାଇବର ଥାନା ପୋଲିସ
- News18 Odia
- Last Updated :
News 18 Odia Digital
ଭୁବନେଶ୍ୱର; ଫେକ ଆକାଉଣ୍ଟ କରି ମେସେଜ ପଠାଉଥିବା ଜଣେ ଭଣ୍ଡବାବାକୁ ଗିରଫ କରାଯାଇଛି । ନାବାଳିକା ସାଇବର ଥାନାରେ ଅଭିଯୋଗ କରିବା ପରେ ଅଭିଯୁକ୍ତକୁ ଗିରଫ କଲା ପୋଲିସ । ଅଭିଯୁକ୍ତର ଘର ଢେଙ୍କାନାଳ ହୋଇଥିବା ବେଳେ ସେ ଭୁବନେଶ୍ୱରରେ ରହୁଥିଲା ।
ଅଭିଯୋଗ ଅନୁସାରେ, ଅଭିଯୁକ୍ତ କାଳିଆ ନକଲି ଫେସବୁକ୍ ଆକାଉଣ୍ଟ ଖୋଲି ସେଥ୍ରେ ପିଡ଼ିତାଙ୍କର ଫଟୋ ଉପରେ ଏଡିଟ କରି , ଫେସବୁକର ପ୍ରୋଫାଇଲ ପିକଚର୍ସରେ ରଖି ବିଭିନ୍ନ ଲୋକଙ୍କ ପାଖକୁ ଅଶ୍ଳୀଳ ଫଟୋ ଓ ଲେଖା ସବୁ ପୋଷ୍ଟ କରୁଥିଲେ । ଯଦ୍ୱାରା ପିଡ଼ିତା ସାମାଜିକ ଭାବରେ ନିନ୍ଦିତ ହେବା ସହ ମାନସିକ ଭାବରେ ଭାଙ୍ଗି ପଡ଼ିଥିଲେ । ପରିବାର ଲୋକଙ୍କ ସହଯୋଗ କ୍ରମେ ପୀଡ଼ିତା ଗତ ୨୪ ତାରିଖ ସାଇବର୍ ଓ ଅର୍ଥନୈତିକ ଅପରାଧ ଥାନାରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗକୁ ଆଧାର କରି ସାଇବର୍ ଥାନା ଫେସବୁକ୍ ଓ ହ୍ୱାଟସଆପରୁ ତଥ୍ୟ ହାସଲ କରିବା ପରେ ଅଭିଯୁକ୍ତ ପରୀକ୍ଷିତ ନାୟକ ଓରଫ କାଳୀଆ ଦାସ ( ୩୫ ) କୁ ଗିରଫ କରିଛି ।
ତଦନ୍ତ ବେଳେ ଜଣା ପଡ଼ିଛି, ଅଭିଯୁକ୍ତ ଦୁଇ ବର୍ଷ ପୂର୍ବରୁ ପିଡିତା ପଢୁଥିବା ସ୍କୁଲର ହଷ୍ଟେଲରେ ରୋଷେୟା ଭାବରେ କାମ କରୁଥିଲେ , ସେ ସେବେଠାରୁ ପିଡିତାଙ୍କ ବିଷୟରେ ତଥ୍ୟ ଓ ଫଟୋ ପାଇଥିଲେ । ପିଡ଼ିତା ହଷ୍ଟେଲ ଛାଡିବା ପରେ ଅଭିଯୁକ୍ତ ତାଙ୍କ ନାମରେ ଫେକ ଆଇଡି କରି ବିଭିନ୍ନ ଲୋକଙ୍କୁ ପିଡ଼ିତାଙ୍କର ଅଶ୍ଳୀଳ ଫଟୋ ପଠେଇବା ସହ ତାଙ୍କୁ ବଦନାମ କରିବା ପାଇଁ ପିଡିତାଙ୍କ ନାମ ନେଇ ଅଶ୍ଳୀଳ ଭାଷା ପ୍ରୟୋଗ କରୁଥିଲେ । ସମସ୍ତ ତଥ୍ୟ ପ୍ରମାଣ ସହ ଅଭିଯୁକ୍ତକୁ ତାର ପଟିଆ ସ୍ଥିତ ଭଡ଼ାଘରୁ ଗିରଫ କରାଯିବା ପରେ ଆଜି ଭୁବନେଶ୍ଵର ସ୍ଵତନ୍ତ୍ର ପେସ୍କୋ କୋର୍ଟକୁ ଚାଲାଣ କରାଯାଇଛି ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।