• ହୋମ୍
  • »
  • ଓଡ଼ିଶା ନ୍ୟୁଜ୍
  • »
  • ଓଡ଼ିଶା
  • »
  • ବିବାହ ମଣ୍ଡପରେ ଇଭେଣ୍ଟ ମ୍ୟାନେଜରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କଲା ପୋଲିସ; ହତ୍ୟା ଅଭିଯୋଗ ଆଣିଲା ପରିବାର

ବିବାହ ମଣ୍ଡପରେ ଇଭେଣ୍ଟ ମ୍ୟାନେଜରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କଲା ପୋଲିସ; ହତ୍ୟା ଅଭିଯୋଗ ଆଣିଲା ପରିବାର

ଯାଜପୁର ରୋଡ଼ ଅଞ୍ଚଳର ୨୮ ବର୍ଷୀୟ ପ୍ରକାଶ ବଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର କରିଛି ପୋଲିସ । ହତ୍ୟା କି ଆତ୍ମହତ୍ୟା ଏଯାବତ୍ ହୋଇନି ସ୍ପଷ୍ଟ ।

ବିବାହ ମଣ୍ଡପରେ ଇଭେଣ୍ଟ ମ୍ୟାନେଜରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

ବିବାହ ମଣ୍ଡପରେ ଇଭେଣ୍ଟ ମ୍ୟାନେଜରଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

  • News18 Odia
  • Last Updated :
  • Share this:
News18 Odia Digital

ଭୁବନେଶ୍ୱର: ରାଜ୍ୟ ରାଜଧାନୀରେ ଥିବା ଏକ ବିବାହ ମଣ୍ଡପ ପରିସରରେ ଜଣେ ଯୁବକଙ୍କ ସନ୍ଦେହ ଜନକ ମୃତ ଦେହ ଜବତ ହୋଇଛି । ମୃତ ଯୁବକ ଜଣଙ୍କ ହେଲେ ଯାଜପୁର ରୋଡ଼ ଅଞ୍ଚଳର ୨୮ ବର୍ଷୀୟ ପ୍ରକାଶ ବଳ । ସେ ମଣ୍ଡପରେ ଇଭେଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ । ଘଟଣା ସ୍ଥଳରେ ଇନଫୋସିଟି ଥାନା ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

କିଟ୍ ଛକ ନିକଟରେ ରହିଛି ବ୍ଲୁ ଅର୍ଚିଡ଼ ମଣ୍ଡପ । ଏହି ମଣ୍ଡପରେ ପ୍ରକାଶ ଦୀର୍ଘ ପାଞ୍ଚ ବର୍ଷ ହେବ କାମ କରୁଆସୁଥିଲେ, ହେଲା ହଠାତ୍ ତାଙ୍କ ମୃତ ଦେହ ମିଳିବା ସମସ୍ତଙ୍କୁ ଚକିତ କରିଛି । ପୋଲିସ ପହଞ୍ଚି କବାଟ ଭାଙ୍ଗି ମୃତ ଦେହକୁ ଜବତ କରିଛି । ମୃତ ଦେହଟି ଏକ ରଶି ସାହାଯ୍ୟରେ ପଙ୍ଖାରେ ଝୁଲୁଥିଲା । ଇନଫୋସିଟି ପୋଲିସ ପରିବାର ଲୋକଙ୍କ ସହାୟତାରେ ମୃତ ଦେହକୁ ତଳକୁ ଆଣି ତଦନ୍ତ ଆରମ୍ଭ କରିଛି ।

ଏହି ମାମଲାରେ ବ୍ଲୁ ଅର୍ଚିଡ଼ ମଣ୍ଡପର ମ୍ୟାନେଜର ଅଭିଷେକ ଖେମକା କହିଛନ୍ତି, "ଶୁକ୍ରବାର ଦିନ ପ୍ରାୟ ଅହରାହ୍ନ ୧ ଘଟିକା ସମୟରେ ଆମର ଭର୍ଟୁଆଲ ମିଟିଂ ଥିଲା । ସେଥି ପାଇଁ ସମସ୍ତଙ୍କୁ ଭର୍ଚୁଆଲରେ ରହିବକୁ କୁହାଯାଇଥିଲା । ପ୍ରକାଶ ମଧ୍ୟ ମଣ୍ଡପରେ ଲାଗିଥିବା ୱାଇ ଫାଏକୁ ଅନ କରିଥିଲା । ହେଲେ ମିଟିଂରେ ସେ ଯୋଗ ଦେଇ ନଥିଲେ । ପରେ ମଣ୍ଡପରେ ଥିବା ପ୍ରଥମ ଫ୍ଲୋରରେ ଥିବା ରୁମ ଭିତରୁ ବନ୍ଦ ଥିବାରୁ ପୋଲିସକୁ ଖବର ଦିଆଯାଇଥିଲା ।’’

ବିବାହ ମଣ୍ଡପରେ ଇଭେଣ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ ପ୍ରକାଶ ବଳ


ଖବର ପାଇ ଇନଫୋସିଟି ଥାନା ପୋଲିସ ପହଞ୍ଚି କବାଟ ଭାଙ୍ଗି ଥିଲା । ଘର ଭିତରେ ପ୍ରକାଶଙ୍କ ମୃତ ଦେହ ପଙ୍ଖାରେ ଝୁଲୁଥିଲା । ପରେ ପରିବାର ଲୋକଙ୍କୁ ଏ ନେଇ ଅବଗତ କରିଥିଲା ପୋଲିସ।

ଜୋନ ଏସିପି ପ୍ରକାଶ ଚନ୍ଦ୍ର ପାଲ କହିଛନ୍ତି, ‘‘ଶନିବାର ପରିବାର ଲୋକ ଆସିବା ପରେ ମୃତ ଦେହକୁ ପୋଲିସ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ କ୍ୟାପିଟାଲ ହସ୍ପିଟାଲକୁ ପଠାଇ ଦେଇଛି । ପରିବାର ଲୋକଙ୍କ ଅଭିଯୋଗ ଆଧାରରେ ଆମେ ହତ୍ୟା ମାମଲା ରୁଜୁ କରିଛୁ । ସାଇଣ୍ଟିଫିକ ଟିମ୍ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ତେବେ ପ୍ରାଥମିକ ଭାବେ ଆମେ ମଣ୍ଡପର ଯୋଉଁ କର୍ମଚାରୀ ମାନେ ଥିଲେ , ସେମାନଙ୍କୁ ପଚରାଉଚରା କରିଛୁ । ଏହା ସହ ପରିବାର ଲୋକଙ୍କ ଅଭିଯୋଗକୁ ଭିତ୍ତି କରି ତଦନ୍ତ ଆରମ୍ଭ ହୋଇଛି ।’’

ପ୍ରକାଶ ଏହି ମଣ୍ଡପରେ ପାଞ୍ଚ ବର୍ଷ ହେବ କାମ କରନ୍ତି । ଗତ ଗୁରୁବାର ଦିନ ସେ ଘରୁ ଭୁବନେଶ୍ୱର ଆସିଥିଲେ । ଆସିବା ପୂର୍ବରୁ ମା'କୁ ଟଙ୍କା ଲୋନ କରିଥିବା କଥା କହିଥିଲେ। ଟଙ୍କା ନ ଦେଲେ କିଛି ବ୍ୟକ୍ତି ତାକୁ ମାରିବାକୁ ଧମକ ଦେଉଥିଲେ ବୋଲି ପରିବାର ପକ୍ଷରୁ ଅଭିଯୋଗ ହୋଇଛି ।

ପ୍ରକାଶଙ୍କ ବାପା କହିଛନ୍ତି, "ପୁଅ ୫୦,୦୦୦ ଟଙ୍କା ଧାର କରିଥିବା ଜାଣିବା ପରେ ୨୮,୦୦୦ ଟଙ୍କା ମୁଁ ପୁଅ ଆକାଉଣ୍ଟ ପଠାଇଥିଲି । ହେଲେ ରାତିରେ ଖବର ପାଇଲି ପୁଅର ମୃତ ଦେହ ମିଳିଛି । ମୋ ପୁଅକୁ ଟଙ୍କା ପାଇଁ ହତ୍ୟା କରିଛନ୍ତି । ତା ମୋବାଇଲ ଫୋନକୁ ଯାଞ୍ଚ କଲେ ସବୁ କଥା ସାମ୍ନାକୁ ଆସିବ ।’’

ପାରିପାର୍ଶ୍ବିକ ସ୍ଥିତି ଓ ପରିବାର ଲୋକଙ୍କ ଅଭିଯୋଗ ଅଧାରରେ ପୋଲିସ ତଦନ୍ତ ଆରମ୍ଭ କରିଛି । ହତ୍ୟା ନା ଆତ୍ମହତ୍ୟା ତାହା ବି ସ୍ପଷ୍ଟ ହୋଇ ନଥିବା ବେଳେ ଶବ ବ୍ୟବଛେଦ ରିପୋର୍ଟେକୁ ଅପେକ୍ଷା କରିଛି ପୋଲିସ ।
Published by:Lipina Das
First published: