ରାଜଗାଙ୍ଗପୁରର ଆଇଟି କଲୋନୀରେ ବନ୍ଦ୍‌ ଘରୁ ମିଳିଲା ୪ ଜଣଙ୍କ ମୃତ ଦେହ; ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ

୯ ତାରିଖରେ ପରିବାର ଲୋକଙ୍କୁ ଶେଷ ଥର ପାଇଁ ଦେଖିଥିବା ଏବଂ ବନ୍ଦ ଘର ଭିତରୁ ଦୁର୍ଗନ୍ଧ ଆସୁଥିବାରୁ ପଡ଼ୋଶୀ ସନ୍ଦେହ କରିଥିଲେ । କୌଣସି ଅଘଟଣ ଆଶଙ୍କା କରି ପୋଲିସକୁ ଖବର ଦେଇଥିଲେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା ।

ରାଜଗାଙ୍ଗପୁରର ଆଇଟି କଲୋନୀରେ ବନ୍ଦ୍‌ ଘରୁ ମିଳିଲା ୪ ଜଣଙ୍କ ମୃତ ଦେହ; ବିଷ ପିଇ ଆତ୍ମହତ୍ୟା କରିଥିବା ସନ୍ଦେହ
ଘଟଣାସ୍ଥଳରେ ପୋଲିସ ଏବଂ ସାଇଣ୍ଟିଫିକ ଟିମ୍ ର ସଦସ୍ୟମାନେ ତଦନ୍ତ କରୁଛନ୍ତି
  • News18 Odia
  • Last Updated: January 11, 2020, 3:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ରାଜଗାଙ୍ଗପୁର: ରାଜଗାଙ୍ଗପୁର ଥାନା ଅଧୀନ ଆଇଟି କଲୋନୀରେ ଥିବା B/7 ଘର ଭିତରୁ ପୋଲିସ ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ୪ ଜଣଙ୍କ ମୃତ ଦେହ ଉଦ୍ଧାର କରିଛି । ମୃତକମାନେ ହେଲେ ରଞ୍ଜିତ ପ୍ରସାଦ(୨୮), ସ୍ତ୍ରୀ କଳ୍ପନା ପ୍ରସାଦ,  ତିନି ବର୍ଷର ଝିଅ କନକ, ଦେଢ଼ ବର୍ଷର ପୁଅ । ଦୁଇ ଛୁଆଙ୍କ ସହ ସ୍ବାମୀ ଓ ସ୍ତ୍ରୀ ଏକ ଖଟ ଉପରେ ପଡ଼ିଥିବା ଦେଖିବାକୁ ମିଳିଥିଲା । ପ୍ରାଥମିକ ତଦନ୍ତରୁ ବିଷ ପିଇବା ଯୋଗୁଁ ସେମାନଙ୍କର ମୃତ୍ୟୁ ହୋଇଥିବା ପୋଲିସ ପକ୍ଷରୁ କୁହାଯାଇଛି । ତେବେ ଏହା ହତ୍ୟା ନା ଆତ୍ମହତ୍ୟା ସେ ସମ୍ପର୍କରେ ଠିକ୍ ଭାବେ ଜଣାପଡ଼ିନାହିଁ । ପୋଲିସ ପାଖ ପଡ଼ିଶାଙ୍କୁ ଏ ସମ୍ପର୍କରେ ପଚରା ଉଚରା କରୁଥିବାବେଳେ ମୃତକଙ୍କ ପରିବାର ବର୍ଗଙ୍କୁ ଖବର ଦେଇଛି ।

ରଞ୍ଜିତ ସ୍ଥାନୀୟ ଡାଲମିଆ ରିଫେକ୍ଟରୀ କମ୍ପାନୀରେ ମେକାନିକାଲ ବିଭାଗରେ କାର୍ଯ୍ୟକରୁଥିବାବେଳେ ଆଇଟି କଲୋନୀରେ ଭଡ଼ାରେ ରହୁଥିଲେ । ପ୍ରମୋଦ ରାଉତ ଉକ୍ତ ଘରର ମାଲିକ ବୋଲି ଜଣାପଡ଼ିଥିବାବେଳେ ସେ ରଞ୍ଜିତଙ୍କୁ ୪ମାସ ତଳେ ଘର ଭଡ଼ା ଦେଇଥିଲେ । ରଞ୍ଜିତଙ୍କ ଘର କାଂଶବାହଲ ବୋଲି ଜଣାପଡ଼ିଛି । ହୋଇଥିବାବେଳେ  ଘର ମାଲିକ ପ୍ରମୋଦ ରାଉତ ନାମକ ବ୍ୟକ୍ତି ବୋଲି ଜଣାପଡ଼ିଛି।  ସେ କାଂଶବାହାଲ ଗୋଆଲପଡ଼ାର ରଞ୍ଜିତ ପ୍ରସାଦ(୨୮) ଙ୍କୁ ୪ ମାସ ତଳେ ଭଡା ସୂତ୍ରରେ ଘର ଦେଇଥିଲେ। ପାଖ ପଡୋଶୀମାନେ ତାଙ୍କୁ ଏବଂ ପରିବାର ଲୋକଙ୍କୁ ଶେଷଥର ଲାଗି ୯ତାରିଖରେ ଦେଖିଥିଲେ ।  ଘର ବାରଣ୍ଡାରେ ରଞ୍ଜିତଙ୍କ ସ୍କୁଟିଟି ଛିଡ଼ା ହୋଇଥିବା ଦେଖିବାକୁ ମିଳିଛି । ରଞ୍ଜିତ ପ୍ରେମ ବିବାହ କରି ଘର ଛାଡ଼ି ଏଠାରେ ଭଡ଼ାରେ ରହୁଥିବା ଜଣାପଡ଼ିଛି । ଏ ସମ୍ପର୍କରେ ସୁନ୍ଦରଗଡ଼ ଏସପି ସୌମ୍ୟା ମିଶ୍ରଙ୍କୁ ପଚାରିବାରେ ବର୍ତ୍ତମାନ ତଦନ୍ତ ପ୍ରାଥମିକ ସ୍ତରରେ ରହିଥିବାରୁ କିଛି କହିହେବନାହିଁ । ପରିବାର ଲୋକେ ଏଠାରେ ପହଞ୍ଚିବା ପରେ ଏନେଇ ଯାହା କିଛି ପଦକ୍ଷେପ ନିଆଯିବ ।
First published: January 11, 2020, 3:01 PM IST