କୁଖ୍ୟାତ ଅପରାଧୀ ରୁଣ୍ଡୁ ମଳିକକୁ ପୋଲିସର ଏନକାଉଣ୍ଟର; ସୋର ମେଡିକାଲରେ ମୃତ ଶରୀର

ବାଲେଶ୍ୱର ଗୋପାଳପୁର ଫାଣ୍ଡି ପୋଲିସ୍ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧି ଋଣ୍ଡୁ ମଳିକର ମୃତ୍ୟୁ । ରୁଣ୍ଡୁ ନାମରେ ପୂର୍ବରୁ ୩୦ ରୁ ଉର୍ଦ୍ଧ ଅପରାଧିକ ମାମଲା ବିଭିନ୍ନ ଥାନାରେ ରହିଛି ।

କୁଖ୍ୟାତ ଅପରାଧୀ ରୁଣ୍ଡୁ ମଳିକକୁ ପୋଲିସର ଏନକାଉଣ୍ଟର; ସୋର ମେଡିକାଲରେ ମୃତ ଶରୀର

କୁଖ୍ୟାତ ଅପରାଧୀ ରୁଣ୍ଡୁ ମଳିକକୁ ପୋଲିସର ଏନକାଉଣ୍ଟର; ସୋର ମେଡିକାଲରେ ମୃତ ଶରୀର

  • Share this:
News 18 Odia Digital

ବାଲେଶ୍ୱର; କୁଖ୍ୟାତ ଅପରାଧୀ ରୁଣ୍ଡୁ ମଳିକକୁ ଏନକାଉଣ୍ଟର କରିଛି ପୋଲିସ । ଏନକାଉଣ୍ଟର ପରେ ଦୀର୍ଘ ୨୪ ଘଣ୍ଟା ପର୍ଯ୍ୟନ୍ତ ସୋର ମେଡିକାଲରେ ମୃତ ଶରୀର ପଡ଼ି ରହିଥିବା ଦେଖିବାକୁ ମିଳିଛି । ଶବ ବ୍ୟବଚ୍ଛେଦ ହୋଇପାରିନି କି ତା'ର ପରିବାରକୁ ଶବ ହସ୍ତାନ୍ତର କରାଯାଇନାହିଁ । ସେପଟେ ରୁଣ୍ଡୁର ସ୍ତ୍ରୀ ଏହାକୁ ହତ୍ୟା ଦର୍ଶାଇ ଏନକାଉଣ୍ଟର କରିଥିବା ପୋଲିସ ଅଧିକାରୀଙ୍କୁ ଗିରଫ ଦାବି କରିଛି ।

ବୁଧବାର ବାଲେଶ୍ୱର ଗୋପାଳପୁର ଫାଣ୍ଡି ପୋଲିସ୍ ଏନକାଉଣ୍ଟର୍ରେ ଦୁର୍ଦ୍ଦାନ୍ତ ଅପରାଧି ଋଣ୍ଡୁ ମଳିକର ମୃତ୍ୟୁ ଘଟିଥିଲା । ମୃତକ ରୁଣ୍ଡୁର ଅନ୍ୟ ନାମ ଲକ୍ଷ୍ମଣ ମଳିକ । ସେ ଆରୁହାବାଡ ଜାଗେଶ୍ବରପଦା ଅଞ୍ଚଳର । ରୁଣ୍ଡୁ ମଳିକ ନାମରେ ପୂର୍ବରୁ ୩୦ରୁ ଉର୍ଦ୍ଧ ଅପରାଧିକ ମାମଲା ବିଭିନ୍ନ ଥାନାରେ ରହିଛି । ଲୁଟ , ରାହଜାନୀ , ହତ୍ୟା ଧମକ , ମରଣାନ୍ତକ ଆକ୍ରମଣ କରିବା ଭଳି ସଙ୍ଗୀନ ମାମଲା ରହିଛି । ତେବେ ପୋଲିସ୍ ରୁଣ୍ଡୁକୁ ଧରିବାକୁ ଯାଇଥିବା ବେଳେ ପୋଲିସ୍ ଉପରକୁ ଆକ୍ରମଣ କରିବାରୁ ପୋଲିସ୍  ପାଲଟା ଆକ୍ରମଣରେ ରୁଣ୍ଡୁର ମୃତ୍ୟୁ ଘଟିଥିଲା ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

ସୂଚନା ମୁତାବକ କିଛିଦିନ ତଳେ ରୁଣ୍ଡୁ ବେଲରେ ଜେଲରୁ ଆସିଥିଲା । ଏହାପରେ କିଛି ଛିନତାଇ ମାମଲାରେ ଗୋପାଳପୁର ଫାଣ୍ଡି ପୋଲିସ ବୁଧବାର ରୁଣ୍ଡୁକୁ ଧରିବାକୁ ଯାଇଥିଲା । ରୁଣ୍ଡୁ ପୋଲିସ ଉପରେ ଏକ ଭୁଜାଳିରେ ଆକ୍ରମଣ କରିଥିଲା । ଫଳରେ ପୋଲିସ ବନ୍ଧୁକରୁ ଗୁଳି ଫୁଟିଥିଲା । ଗୁରୁତର ଆହତ ଅବସ୍ଥାରେ ରୁଣ୍ଡୁ ଘରେ ପହଞ୍ଚିଥିବାବେଳେ ସେଠାରେ ତାର ମୃତ୍ୟୁ ହୋଇଥିଲା । ଆମ୍ବୁଲାନ୍ସରେ ରୁଣ୍ଡୁକୁ ସୋର ଚିକିତ୍ସାଳୟକୁ ନିଆଯାଇଥିଲା ସେଠାରେ ଚିକିତ୍ସାରତ ଡାକ୍ତର ତାକୁ ମୃତ ଘୋଷଣା କରିଥିଲେ । ଏ ନେଇ ରୁଣ୍ଡୁର ଜନ୍ମ ସ୍ଥାନ କଙ୍କଡ଼ା ଛକରେ ଉତ୍ତେଜନା ଲାଗି ରହିଥିଲା ଗୋପାଳପୁର ଫାଣ୍ଡିରେ ଖନ୍ତାପଡ଼ା ଥାନାର ଆଇଆଇସି ବିମଲ ନାୟକ, ଏସଡିପିଓ ପଦାରବିନ୍ଦ ତ୍ରିପାଠୀ ସଦଳବଳେ ଉପସ୍ଥିତ ରହି ଘଟଣା ସ୍ଥଳରେ ତଦନ୍ତ ଆରମ୍ଭ କରିଥିଲେ ।

ପୂର୍ବରୁ ରୁଣ୍ଡୁ ତାର କେତେ ଜଣ ସହଯୋଗୀଙ୍କୁ ନେଇ ଯାଗେଶ୍ଵରପଦା- ଆରୁହାବାଡ଼ ରାସ୍ତା ସମେତ ଉପକୂଳବର୍ତ୍ତୀ ସମସ୍ତ ରାସ୍ତାରେ ସାଧାରଣ ଲୋକଙ୍କୁ ମାରଧର କରିବା ସହ ଛିନ୍ତାଇ, ରାହାଜାନୀ, ମରଣାତ୍ମକ ଆକ୍ରମଣ କରି ଅଞ୍ଚଳରେ କୋକୁଆଭୟ ସୃଷ୍ଟି କରିଥିଲା । ରୁଣ୍ଡୁ ଛିନତାଇ କରୁଥିବା ଖବର ପାଇ ଗୋପାଳପୁର ପୁଲିସ ୨ଟି ବାଇକ ସାହାର୍ଯ୍ୟରେ ରୁଣ୍ଡୁ ଓ ତାର ଅନ୍ୟ ୪ ଜଣ ସହଯୋଗୀଙ୍କୁ ପିଛା କରିଥିଲା । ବରିପଦାପଞ୍ଚାୟତ କଙ୍କଡ଼ା ଛକରେ ରୁଣ୍ଡୁ ଓ ତାର ସହଯୋଗୀଙ୍କ ସହ ପୁଲିସ ମୁହାଁମୁହିଁ ହୋଇଥିଲା । ରୁଣ୍ଡୁର ଛାତିରେ ଗୋଟିଏ ଓ ବାହୁରେ ୨ ରାଉଣ୍ଡ ଗୁଳି ବାଜିଥିବା ଡାକ୍ତରଘୋଷଣା କରିଥିଲେ । ଅନ୍ୟପକ୍ଷରେ ରୁଣ୍ଡୁ ଗାଡ଼ିରେ ଥିବା ଅନ୍ୟ ୨ ଜଣ ସହଯୋଗୀ ଫେରାର ହୋଇଯାଇଥିଲେ । ଅଞ୍ଚଳରେ ଉତ୍ତେଜନା ପରିସ୍ଥିତି ଥିବାରୁ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୋଲିସ ମୁତୟନ କରାଯାଇଛି ।

ସେପଟେ ଗୁରୁବାର ରୁଣ୍ଡୁକୁ ଯୋଜନାବଦ୍ଧ ଭାବରେ ହତ୍ୟା କରାଯାଇଥିବା ଅଭିଯୋଗ କରି ରୁଣ୍ଡୁର ସ୍ତ୍ରୀ ଗୋପାଳପୁର ଫାଣ୍ଡି ଆଗରେ ଧାରଣା ଦେଇଥିଲେ । ରୁଣ୍ଡୁର ସ୍ତ୍ରୀ କହିଛନ୍ତି , ମୋ ସ୍ୱାମୀକୁ ହତ୍ୟା କରାଯାଇଛି । ପୋଲିସ ସମ୍ପୂର୍ଣ୍ଣ ଯୋଜନା କରି ମୋର ସ୍ୱାମୀକୁ ହତ୍ୟା କରିଛି । ଏଣୁ ସମ୍ପୃକ୍ତ ପୋଲିସ ଅଧିକାରୀଙ୍କୁ ଗିରଫ କରିବା ଆବଶ୍ୟକ । ଅନ୍ୟପଟରେ ସୋର ମେଡିକାଲରେ ରୁଣ୍ଡୁର ମୃତ ଶରୀର ବୁଧବାରଠାରୁ ଭର୍ତ୍ତି ହୋଇଥିଲେ ମଧ୍ୟ ଗୁରୁବାର ସନ୍ଧ୍ୟା ପର୍ଯ୍ୟନ୍ତ ଶବ ବ୍ୟବଚ୍ଛେଦ ହୋଇପାରିନି । ତେବେ ଗୁରୁବାର ସନ୍ଧ୍ୟାରେ ଶବ ସୋର ମେଡିକାଲରୁ ବାଲେଶ୍ୱର ମେଡିକାଲ ଅଣାଯାଇଥିବା ବେଳେ ଏନେଇ କାହିଁକି ଶବ ବ୍ୟବଚ୍ଛେଦ ବିଳମ୍ବ ତାହା ପୋଲିସ ପ୍ରକାଶ କରିନି ।
Published by:Soubhagya Mishra
First published: