ସମ୍ୱଲପୁର ସ୍ଥିତି ସମୀକ୍ଷା କଲେ ପୋଲିସ ଡିଜି: ପ୍ରତିକ୍ରିୟାରେ କହିଲେ ଏମିତି..
- News18 Odia
- Last Updated :
- Sambalpur, India
News 18 Odia Digital
ସମ୍ବଲପୁର: ସ୍ଥିତି ସମୀକ୍ଷା ପରେ ପୋଲିସ ଡିଜି (Police DG) ପ୍ରତିକ୍ରିୟା ରଖିଛନ୍ତି । ବର୍ତ୍ତମାନ ସମ୍ବଲପୁରରେ ଶାନ୍ତିପୂର୍ଣ୍ଣ ସ୍ଥିତି ଅଛି ପୋଲିସ DG କହିଛନ୍ତି। କଟକଣା କୋହଳ ସମୟରେ ସ୍ଥିତି ଶାନ୍ତ ରହୁଛି । ‘ଆଜି ପିଲାଙ୍କ ପରୀକ୍ଷା ପାଇଁ କର୍ଫ୍ୟୁ କୋହଳ ହୋଇଥିଲା’ । ‘ପରୀକ୍ଷା ସୁରୁଖୁରୁରେ ଚାଲିଛି, ସନ୍ଧ୍ୟାରେ କର୍ଫ୍ୟୁ କୋହଳ ହେବ’ । ‘ସ୍ଥିତି ସୁଧୁରିଲେ ଦିନେ ଦୁଇ ଦିନରେ କର୍ଫ୍ୟୁ ହଟିବ’ । ପୋଲିସ ଡିଜିଙ୍କ ସହ ଆଇନ ଶୃଙ୍ଖଳା ଏଡିଜି ଆର୍. କେ. ଶର୍ମା, ଗୁଇନ୍ଦା ଏଡିଜି ସଂଜୀବ ପଣ୍ଡାଙ୍କ ସହ ବରିଷ୍ଠ ଅଧିକାରୀମାନେ ସମ୍ବଲପୁରରେ ପହଞ୍ଚି ସ୍ଥିତି ସମୀକ୍ଷା କରିଛନ୍ତି ।
ଅନ୍ୟପଟେ, ସହରରେ ବ୍ୟାପକ ଫୋର୍ସ (Force) ମୁତୟନ ଅଛନ୍ତି, ଲୋକମାନେ ଭୟଭୀତ ନ ହେବାକୁ ଆଶ୍ବସନା ଦେଇଛନ୍ତି ଡିଜିପି (DGP) । ଏବେ ସହରର ୬ଟି ଥାନା ଅଞ୍ଚଳରେ ୪୫ ପ୍ଲାଟୁନରୁ ଅଧିକ ଫୋର୍ସ ଜଗି ରହିଛନ୍ତି । ସେହିପରି ସମ୍ବଲପୁର ଏସ୍ପି କହିଛନ୍ତି, ୧୪ ତାରିଖ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଗିରଫ (Arrested) । ମୁଖ୍ୟ ଅଭିଯୁକ୍ତ ସହ ୬ ଜଣଙ୍କୁ ଗିରଫ କରାଯାଇଛି । ଏବେ ସ୍ଥିତି ନିୟନ୍ତ୍ରଣରେ ଅଛି ବୋଲି କହିଛନ୍ତି ଏସ୍ପି । ଆଜି ପର୍ଯ୍ୟନ୍ତ ୮୯ ଜଣଙ୍କୁ ଗିରଫ କରାଯାଇଛି । ବେଆଇନ ଘର କରିଥିବା ବିଶୃଙ୍ଖଳାକାରୀଙ୍କ ଘର ଭଙ୍ଗାଯିବ । ଏଥିସହିତ ଆଗକୁ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କହିଛନ୍ତି ଏସ୍ପି ।
ଏହି ଖବର ପଢ଼ନ୍ତୁ -
ବାରମ୍ବାର ମାଂସପେଶୀ ଯନ୍ତ୍ରଣା ହେଉଛି କି? ତେବେ ଏହା ହୋଇପାରେ କାରଣPublished by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।